logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ

15 hrs ago
user_Kanhu Sahu
Kanhu Sahu
Photographer ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
15 hrs ago

ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ

More news from ଓଡ଼ିଶା and nearby areas
  • ଖୋର୍ଦ୍ଧା ଜିଲ୍ଲାର ପୌର ପରିଷଦ ଆଠ ନଂ ୱାର୍ଡ଼ରେ ଜଳବନ୍ଧି ସମସ୍ୟା ଘେରରେ ଜନସାଧାରଣ
    1
    ଖୋର୍ଦ୍ଧା ଜିଲ୍ଲାର ପୌର ପରିଷଦ ଆଠ ନଂ ୱାର୍ଡ଼ରେ ଜଳବନ୍ଧି ସମସ୍ୟା ଘେରରେ ଜନସାଧାରଣ
    user_Sudhir kumar Behera
    Sudhir kumar Behera
    ବାଲୁଗାଁ, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • ଗଞ୍ଜାମ ଜିଲ୍ଲା କାନସୁକା ଗ୍ରାମର ଶ୍ରୀ ଭାଗବତ ସ୍ବାମୀ ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜା ଅତ୍ୟନ୍ତ ଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହେଉଛି।ପୂଜାର ଶୁଭାରମ୍ଭ ସମୟରେ ପ୍ରଭୁ ଶ୍ରୀ ଗଣେଶଙ୍କ ମୁହଁ ଖୋଲିବା ର ଭକ୍ତିପୂର୍ଣ୍ଣ ଦୃଶ୍ୟ। ସଂଘର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପ୍ରଭୁଙ୍କ ଆରତି ଓ ପୂଜାର୍ଚ୍ଚନା କରାଯାଇଛି।
    1
    ଗଞ୍ଜାମ ଜିଲ୍ଲା କାନସୁକା ଗ୍ରାମର ଶ୍ରୀ ଭାଗବତ ସ୍ବାମୀ ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜା ଅତ୍ୟନ୍ତ ଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହେଉଛି।ପୂଜାର ଶୁଭାରମ୍ଭ ସମୟରେ ପ୍ରଭୁ ଶ୍ରୀ ଗଣେଶଙ୍କ ମୁହଁ ଖୋଲିବା ର ଭକ୍ତିପୂର୍ଣ୍ଣ ଦୃଶ୍ୟ। ସଂଘର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପ୍ରଭୁଙ୍କ ଆରତି ଓ ପୂଜାର୍ଚ୍ଚନା କରାଯାଇଛି।
    user_Soren kumar Pradhan
    Soren kumar Pradhan
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    17 hrs ago
  • ମୋହନା କଲେଜ ଛକ ରେ ଗଛ ପଡି ରାସ୍ତା ଅବରୋଧ ଅଗ୍ନିଶମ ବିଭାଗ ପହଂଚି ଗଛ ହଟାଇଛନ୍ତି ମୋହନା ଅଂଚଳ ରେ ବର୍ଷା ର ପ୍ରଭାବ ରେ ମୋହନା କଲେଜ ଛକ ନିକଟରେ ଗଛ ପଡି କିଛି ଘଣ୍ଟା ରାସ୍ତା ଅବରୋଧ ରହିଥିଲା ମୋହନା ପାରଳାଖେମୁଣ୍ଡି ଯାତାୟତ ରେ ବାଧା ସୃଷ୍ଟି ହେଇଛି ଅଗ୍ନିଶମ ବିଭାଗ ପହଂଚି ଗଛ ହଟାଇଛନ୍ତି ରାସ୍ତା ରୁ
    2
    ମୋହନା କଲେଜ ଛକ ରେ ଗଛ ପଡି ରାସ୍ତା ଅବରୋଧ ଅଗ୍ନିଶମ ବିଭାଗ ପହଂଚି ଗଛ ହଟାଇଛନ୍ତି 
ମୋହନା ଅଂଚଳ ରେ ବର୍ଷା ର ପ୍ରଭାବ ରେ ମୋହନା କଲେଜ ଛକ ନିକଟରେ ଗଛ ପଡି କିଛି ଘଣ୍ଟା ରାସ୍ତା ଅବରୋଧ ରହିଥିଲା ମୋହନା ପାରଳାଖେମୁଣ୍ଡି ଯାତାୟତ ରେ ବାଧା ସୃଷ୍ଟି ହେଇଛି ଅଗ୍ନିଶମ ବିଭାଗ ପହଂଚି ଗଛ ହଟାଇଛନ୍ତି ରାସ୍ତା ରୁ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    3 hrs ago
  • ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ବ୍ୟବହାର କରୁଛନ୍ତି ବ୍ୟକ୍ତିଗତ ମହିଳା ? କେଉଁ ପ୍ରକାର ଶାସନ ଚାଲିଛି ଓଡ଼ିଶାରେ ?
    1
    ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ବ୍ୟବହାର କରୁଛନ୍ତି ବ୍ୟକ୍ତିଗତ ମହିଳା ?
କେଉଁ ପ୍ରକାର ଶାସନ ଚାଲିଛି ଓଡ଼ିଶାରେ ?
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    21 hrs ago
  • କୃତ୍ରିମ ଗୋଡ଼, ହାତ ସହ ହ୍ୱିଲ୍‌ଚେୟାର ଓ ବିଭିନ୍ନ ସହାୟକ ଯନ୍ତ୍ର ମାଗଣାରେ ପ୍ରଦାନ। ପୁରୀ, ୨୧/୦୯: ପୁରୀରେ ରୋଟାରୀ କ୍ଲବ ପକ୍ଷରୁ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ଆରମ୍ଭ ହୋଇଛି। ରାଜସ୍ଥାନର ଜୟପୁରସ୍ଥିତ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ଆନୁକୂଲ୍ୟରେ ଏବଂ ରୋଟାରୀ କ୍ଲବ ଅଫ୍ ପୁରୀ ଜଗନ୍ନାଥ ଧାମ ଓ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ଜୟ ଗୋପାଳଜୀ ଭବନ, ବଡ଼ଶଙ୍ଖ ଠାରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଏଠାରେ ହିତାଧିକାରୀମାନଙ୍କୁ କୃତ୍ରିମ ଗୋଡ଼, ହାତ, ହ୍ୱିଲ୍‌ଚେୟାର, ବାଡ଼ି ସମେତ ବିଭିନ୍ନ ସହାୟକ ଯନ୍ତ୍ର ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି। ଶିବିର ପାଇଁ ୯୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିବାବେଳେ ୫୦ରୁ ଅଧିକ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହିତାଧିକାରୀମାନେ ଶିବିରରେ ଯୋଗଦେଇ ସହାୟତା ପାଇବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋଟାରିଆନ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିଲ କୁମାର ସାମଲ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧି, ମନୋଜ କୁମାର ତ୍ରିପାଠୀ, ବ୍ରହ୍ମପୁର ଇଷ୍ଟ କ୍ଲବର ସଭାପତି ହୃଷିକେଶ ପ୍ରଧାନ ଓ ପ୍ରକଳ୍ପ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ। ରୋଟାରୀ କ୍ଲବ ଅଫ୍ ଜଗନ୍ନାଥ ଧାମର ସଭାପତି ସନମୋହନ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ପାତ୍ରଙ୍କ ସମେତ ବହୁ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବ୍ରହ୍ମପୁର ଇଷ୍ଟ ପକ୍ଷରୁ ଡ଼. ସମ୍ବିତ ବେଗ୍ରାୟ, ପ୍ରଦୀପ କୁମାର ପଣ୍ଡା, କାମରାଜୁ ମହାରଣା, ଜୟନ୍ତ ପାତ୍ର, ଶାନ୍ତନୁ ପାତ୍ର ଓ ଅସିତ ଦତ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଶିବିର ଭିନ୍ନକ୍ଷମ ହିତାଧିକାରୀଙ୍କୁ ନୂଆ ଆଶା ଓ ସ୍ୱାବଲମ୍ବନର ସୁଯୋଗ ଦେଇଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    4
    କୃତ୍ରିମ ଗୋଡ଼, ହାତ ସହ ହ୍ୱିଲ୍‌ଚେୟାର ଓ ବିଭିନ୍ନ ସହାୟକ ଯନ୍ତ୍ର ମାଗଣାରେ ପ୍ରଦାନ।

ପୁରୀ, ୨୧/୦୯:
ପୁରୀରେ ରୋଟାରୀ କ୍ଲବ ପକ୍ଷରୁ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ଆରମ୍ଭ ହୋଇଛି। ରାଜସ୍ଥାନର ଜୟପୁରସ୍ଥିତ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ଆନୁକୂଲ୍ୟରେ ଏବଂ ରୋଟାରୀ କ୍ଲବ ଅଫ୍ ପୁରୀ ଜଗନ୍ନାଥ ଧାମ ଓ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଛି।
ସ୍ଥାନୀୟ ଜୟ ଗୋପାଳଜୀ ଭବନ, ବଡ଼ଶଙ୍ଖ ଠାରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଏଠାରେ ହିତାଧିକାରୀମାନଙ୍କୁ କୃତ୍ରିମ ଗୋଡ଼, ହାତ, ହ୍ୱିଲ୍‌ଚେୟାର, ବାଡ଼ି ସମେତ ବିଭିନ୍ନ ସହାୟକ ଯନ୍ତ୍ର ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି।
ଶିବିର ପାଇଁ ୯୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିବାବେଳେ ୫୦ରୁ ଅଧିକ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହିତାଧିକାରୀମାନେ ଶିବିରରେ ଯୋଗଦେଇ ସହାୟତା ପାଇବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି।
ରୋଟାରିଆନ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିଲ କୁମାର ସାମଲ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧି, ମନୋଜ କୁମାର ତ୍ରିପାଠୀ, ବ୍ରହ୍ମପୁର ଇଷ୍ଟ କ୍ଲବର ସଭାପତି ହୃଷିକେଶ ପ୍ରଧାନ ଓ ପ୍ରକଳ୍ପ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।

ରୋଟାରୀ କ୍ଲବ ଅଫ୍ ଜଗନ୍ନାଥ ଧାମର ସଭାପତି ସନମୋହନ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ପାତ୍ରଙ୍କ ସମେତ ବହୁ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବ୍ରହ୍ମପୁର ଇଷ୍ଟ ପକ୍ଷରୁ ଡ଼. ସମ୍ବିତ ବେଗ୍ରାୟ, ପ୍ରଦୀପ କୁମାର ପଣ୍ଡା, କାମରାଜୁ ମହାରଣା, ଜୟନ୍ତ ପାତ୍ର, ଶାନ୍ତନୁ ପାତ୍ର ଓ ଅସିତ ଦତ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଏହି ଶିବିର ଭିନ୍ନକ୍ଷମ ହିତାଧିକାରୀଙ୍କୁ ନୂଆ ଆଶା ଓ ସ୍ୱାବଲମ୍ବନର ସୁଯୋଗ ଦେଇଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    14 hrs ago
  • ତୁମେ ଚରିଯୁଗ ତୁମେ ଚାରିବେଦ ତୁମେ ନାଦବ୍ରହ୍ମ ତୁମେ ବ୍ରହ୍ମନାଦ ⭕❗⭕🙏
    1
    ତୁମେ ଚରିଯୁଗ ତୁମେ ଚାରିବେଦ ତୁମେ ନାଦବ୍ରହ୍ମ ତୁମେ ବ୍ରହ୍ମନାଦ  ⭕❗⭕🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    19 hrs ago
  • ଅନଲାଇନ୍ ବେଟିଂ ଆପ୍ ଠକେଇ ନେଟୱର୍କ ଠାବ: ଘଟଣା ର ଫର୍ଦାଫାଶ କଲା ସାଇବର ପୋଲିସ : ୩ ଅଭିଯୁକ୍ତ ଗିରଫ, ୭୮ ଏଟିଏମ୍ କାର୍ଡ ସହ ବିପୁଳ ସାମଗ୍ରୀ ଜବତ : ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଏସପି ଅନଲାଇନ୍ ବେଟିଂ ଆପ୍ ଜରିଆରେ ଅଧିକ ଟଙ୍କା ଫେରସ୍ତର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ଜମା କରାଯାଉଥିବା ଅଭିଯୋଗରେ ଏକ ଠକେଇ ନେଟୱର୍କର ପର୍ଦ୍ଦାଫାସ କରିଛି ଗଞ୍ଜାମ ସାଇବର ପୋଲିସ। ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ୭୮ଟି ଏଟିଏମ୍‌/ଡେବିଟ୍ କାର୍ଡ, ୮୬ଟି ସିମ୍ କାର୍ଡ, ୧୪ଟି ସ୍ମାର୍ଟଫୋନ୍, ଲାପଟପ୍ ଓ ବିଭିନ୍ନ ବ୍ୟାଙ୍କ ଦଲିଲ ସମେତ ବିପୁଳ ସାମଗ୍ରୀ ଜବତ ହୋଇଛି। ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଏସ୍‌ପି ହରିଶ ବିଶି ଏହି ସୂଚନା ଦେଇଥିଲେ। ପୋଲିସ ସୂଚନା ଅନୁସାରେ, ରମ୍ଭା ଥାନା ଅଧୀନ ଗଜପତିନଗର ଅଞ୍ଚଳରେ କିଛି ବାହାର ରାଜ୍ୟର ଯୁବକ ଭଡ଼ା ଘରେ ରହି ଅନଲାଇନ୍ ବେଟିଂ ଆପ୍‌ର ପ୍ରଚାର ଓ ପରିଚାଳନା କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ସାଇବର ଥାନା ପୋଲିସ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇଜଣଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଥିଲେ। ପରବର୍ତ୍ତୀ ସମୟରେ ମୋବାଇଲ୍ ନମ୍ବର ଆଧାରରେ ତଦନ୍ତ କରି ଚମାଖଣ୍ଡି ଅଞ୍ଚଳରୁ ଜଗଦୀଶ ସେଠୀ ଓରଫ ସୁରଜଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ସତ୍ରୁଘ୍ନ କୁମାର ପାଣ୍ଡେ, ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଏବଂ ଜଗଦୀଶ ସେଠୀ ଓରଫ ସୁରଜ। ଚଢ଼ାଉ ବେଳେ ପୋଲିସ ୨ଟି ଲାପଟପ୍‌, ଗୋଟିଏ ଲେନୋଭୋ କ୍ରୋମବୁକ୍‌, ୭୮ଟି ଏଟିଏମ୍‌/ଡେବିଟ୍ ଓ ଅନ୍ୟାନ୍ୟ କାର୍ଡ, ୧୬ଟି ବ୍ୟାଙ୍କ ପାସ୍‌ବୁକ୍‌, ୧୪ଟି ସ୍ମାର୍ଟଫୋନ୍‌, ୮୬ଟି ସିମ୍‌ କାର୍ଡ ଏବଂ ଗୋଟିଏ ବାଜାଜ୍ ପଲସର୍‌ ୨୨୦ ବାଇକ୍‌ ସମେତ ବିଭିନ୍ନ ଦଲିଲ ଜବତ କରିଛି। ଅଭିଯୁକ୍ତମାନଙ୍କ ମୋବାଇଲ୍‌ ଫୋନ୍‌ରୁ ବିଭିନ୍ନ ବ୍ୟକ୍ତିଙ୍କ ପାନ୍‌ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ଓ ଅନ୍ୟାନ୍ୟ ପରିଚୟପତ୍ର ମିଳିଥିବା ପୋଲିସ କହିଛି। ଏଥିସହ ରେଡ୍ଡୀ ପ୍ଲେ ୧୧, ହସ୍‌ ୭୭୭, ୧୦୦ ପେନେଲ, ଫେରପ୍ଲେ ଆଦି ଅନଲାଇନ୍ ଗେମିଂ/ବେଟିଂ ପ୍ଲାଟଫର୍ମ ସହ ଜଡ଼ିତ ୟୁଜର୍‌ ଆଇଡି, ପାସ୍‌ୱାର୍ଡ ଏବଂ ଟଙ୍କା ଜମା-ଉଠାଣ ସମ୍ପର୍କିତ ରେକର୍ଡ ମଧ୍ୟ ଜବତ ହୋଇଛି। ଏହି ଘଟଣା ସମ୍ପର୍କରେ ୧୯ ସେପ୍ଟେମ୍ବର ୨୦୨୬ରେ ଆଇଆଇସି ପ୍ରିୟଙ୍କା ବେହେରାଙ୍କ ଅଭିଯୋଗକ୍ରମେ କେସ୍‌ ନମ୍ବର ୨୦/୨୦୨୬ ରୁଜୁ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଜବତ ଡିଜିଟାଲ୍ ଉପକରଣଗୁଡ଼ିକର ଫୋରେନସିକ୍ ଯାଞ୍ଚ କରାଯାଉଛି। ଏହି ନେଟୱର୍କରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ଆର୍ଥିକ କାରବାରର ପରିମାଣ ଏବଂ ଠକେଇର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ନିମନ୍ତେ ରିମାଣ୍ଡରେ ଅଣାଯିବା ସହ ଭଡ଼ା ଘର ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦିଆଯାଇଛି। ପ୍ରେସ୍‌ମିଟ୍‌ରେ ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼ାଇ, ସାଇବର ଥାନା ଆଇଆଇସି ଜ୍ୟୋତି ରଞ୍ଜନ ବେହେରାଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
    1
    ଅନଲାଇନ୍ ବେଟିଂ ଆପ୍ ଠକେଇ ନେଟୱର୍କ ଠାବ: ଘଟଣା ର ଫର୍ଦାଫାଶ କଲା ସାଇବର ପୋଲିସ : ୩ ଅଭିଯୁକ୍ତ ଗିରଫ, ୭୮ ଏଟିଏମ୍ କାର୍ଡ ସହ ବିପୁଳ ସାମଗ୍ରୀ ଜବତ : ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଏସପି
ଅନଲାଇନ୍ ବେଟିଂ ଆପ୍ ଜରିଆରେ ଅଧିକ ଟଙ୍କା ଫେରସ୍ତର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ଜମା କରାଯାଉଥିବା ଅଭିଯୋଗରେ ଏକ ଠକେଇ ନେଟୱର୍କର ପର୍ଦ୍ଦାଫାସ କରିଛି ଗଞ୍ଜାମ ସାଇବର ପୋଲିସ। ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ୭୮ଟି ଏଟିଏମ୍‌/ଡେବିଟ୍ କାର୍ଡ, ୮୬ଟି ସିମ୍ କାର୍ଡ, ୧୪ଟି ସ୍ମାର୍ଟଫୋନ୍, ଲାପଟପ୍ ଓ ବିଭିନ୍ନ ବ୍ୟାଙ୍କ ଦଲିଲ ସମେତ ବିପୁଳ ସାମଗ୍ରୀ ଜବତ ହୋଇଛି। ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଏସ୍‌ପି ହରିଶ ବିଶି ଏହି ସୂଚନା ଦେଇଥିଲେ। ପୋଲିସ ସୂଚନା ଅନୁସାରେ, ରମ୍ଭା ଥାନା ଅଧୀନ ଗଜପତିନଗର ଅଞ୍ଚଳରେ କିଛି ବାହାର ରାଜ୍ୟର ଯୁବକ ଭଡ଼ା ଘରେ ରହି ଅନଲାଇନ୍ ବେଟିଂ ଆପ୍‌ର ପ୍ରଚାର ଓ ପରିଚାଳନା କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ସାଇବର ଥାନା ପୋଲିସ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇଜଣଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଥିଲେ। ପରବର୍ତ୍ତୀ ସମୟରେ ମୋବାଇଲ୍ ନମ୍ବର ଆଧାରରେ ତଦନ୍ତ କରି ଚମାଖଣ୍ଡି ଅଞ୍ଚଳରୁ ଜଗଦୀଶ ସେଠୀ ଓରଫ ସୁରଜଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ସତ୍ରୁଘ୍ନ କୁମାର ପାଣ୍ଡେ, ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଏବଂ ଜଗଦୀଶ ସେଠୀ ଓରଫ ସୁରଜ। ଚଢ଼ାଉ ବେଳେ ପୋଲିସ ୨ଟି ଲାପଟପ୍‌, ଗୋଟିଏ ଲେନୋଭୋ କ୍ରୋମବୁକ୍‌, ୭୮ଟି ଏଟିଏମ୍‌/ଡେବିଟ୍ ଓ ଅନ୍ୟାନ୍ୟ କାର୍ଡ, ୧୬ଟି ବ୍ୟାଙ୍କ ପାସ୍‌ବୁକ୍‌, ୧୪ଟି ସ୍ମାର୍ଟଫୋନ୍‌, ୮୬ଟି ସିମ୍‌ କାର୍ଡ ଏବଂ ଗୋଟିଏ ବାଜାଜ୍ ପଲସର୍‌ ୨୨୦ ବାଇକ୍‌ ସମେତ ବିଭିନ୍ନ ଦଲିଲ ଜବତ କରିଛି। ଅଭିଯୁକ୍ତମାନଙ୍କ ମୋବାଇଲ୍‌ ଫୋନ୍‌ରୁ ବିଭିନ୍ନ ବ୍ୟକ୍ତିଙ୍କ ପାନ୍‌ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ଓ ଅନ୍ୟାନ୍ୟ ପରିଚୟପତ୍ର ମିଳିଥିବା ପୋଲିସ କହିଛି। ଏଥିସହ ରେଡ୍ଡୀ ପ୍ଲେ ୧୧, ହସ୍‌ ୭୭୭, ୧୦୦ ପେନେଲ, ଫେରପ୍ଲେ ଆଦି ଅନଲାଇନ୍ ଗେମିଂ/ବେଟିଂ ପ୍ଲାଟଫର୍ମ ସହ ଜଡ଼ିତ ୟୁଜର୍‌ ଆଇଡି, ପାସ୍‌ୱାର୍ଡ ଏବଂ ଟଙ୍କା ଜମା-ଉଠାଣ ସମ୍ପର୍କିତ ରେକର୍ଡ ମଧ୍ୟ ଜବତ ହୋଇଛି।
ଏହି ଘଟଣା ସମ୍ପର୍କରେ ୧୯ ସେପ୍ଟେମ୍ବର ୨୦୨୬ରେ ଆଇଆଇସି ପ୍ରିୟଙ୍କା ବେହେରାଙ୍କ ଅଭିଯୋଗକ୍ରମେ କେସ୍‌ ନମ୍ବର ୨୦/୨୦୨୬ ରୁଜୁ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଜବତ ଡିଜିଟାଲ୍ ଉପକରଣଗୁଡ଼ିକର ଫୋରେନସିକ୍ ଯାଞ୍ଚ କରାଯାଉଛି। ଏହି ନେଟୱର୍କରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ଆର୍ଥିକ କାରବାରର ପରିମାଣ ଏବଂ ଠକେଇର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ନିମନ୍ତେ ରିମାଣ୍ଡରେ ଅଣାଯିବା ସହ ଭଡ଼ା ଘର ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦିଆଯାଇଛି।
ପ୍ରେସ୍‌ମିଟ୍‌ରେ ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼ାଇ, ସାଇବର ଥାନା ଆଇଆଇସି ଜ୍ୟୋତି ରଞ୍ଜନ ବେହେରାଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
    user_Kanhu Sahu
    Kanhu Sahu
    Photographer ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    15 hrs ago
  • ପୋଲ ଉଚ୍ଚ କରିବାକୁ ବିଧାୟକଙ୍କ ନିକଟରେ ଚାଷୀଙ୍କ ଦାବି ।ନିମ୍ନମାନର ରାସ୍ତା ଓ ଛୋଟ ପୋଲ ଯୋଗୁଁ ପାଣି ନିଷ୍କାସନରେ ସମସ୍ୟା; ୨୦୨୩ରୁ ଆରମ୍ଭ ହୋଇଥିବା କାମ ଏଯାଏଁ ଅସମ୍ପୂର୍ଣ। ଗଜପତି ଜିଲ୍ଲା କାଶୀନଗର NACକୁ ଲାଗି ରହିଥିବା ଚାଷଜମି ଅଞ୍ଚଳରେ ନିର୍ମିତ ରାସ୍ତା ଓ ପୋଲକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜମିଗୁଡ଼ିକରେ ପୂର୍ବରୁ ଭଲ ଭାବରେ ଚାଷବାସ ହେଉଥିବା ବେଳେ ବର୍ତ୍ତମାନ ରାସ୍ତା ଓ ପୋଲ ନିର୍ମାଣ ପରେ ପାଣି ନିଷ୍କାସନ ବ୍ୟବସ୍ଥାକୁ ନେଇ ସମସ୍ୟା ଦେଖାଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନଙ୍କ କହିବା ଅନୁସାରେ, କିଛି ବର୍ଷ ପୂର୍ବେ ଏହି ଅଞ୍ଚଳ ଦେଇ ୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏକ ରାସ୍ତା ଏବଂ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କରାଯାଇଥିଲା। ତେବେ ପୋଲଟି ଆବଶ୍ୟକତା ଅନୁଯାୟୀ ଉଚ୍ଚ ନ ଥିବା ଏବଂ ଛୋଟ ଆକାରର ହୋଇଥିବାରୁ ବର୍ଷା ସମୟରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବା ଚାଷୀମାନେ କହିଛନ୍ତି। ଅଞ୍ଚଳରେ ଅଧିକ ପରିମାଣର ବର୍ଷା ହେଲେ ପାଣି ଠିକ୍‌ ଭାବରେ ନିଷ୍କାସିତ ହୋଇପାରୁନଥିବାରୁ ଚାଷଜମି ପ୍ରଭାବିତ ହେବାର ଆଶଙ୍କା ରହୁଛି। ଏହାଦ୍ୱାରା ଚାଷୀମାନଙ୍କ ଚାଷକାର୍ଯ୍ୟ ଓ ଫସଲ ଉତ୍ପାଦନ ଉପରେ ପ୍ରଭାବ ପଡ଼ିବା ସହ ଜମିରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏହାସହ ରାସ୍ତା ନିର୍ମାଣର ମାନକୁ ନେଇ ମଧ୍ୟ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ରାସ୍ତା ନିର୍ମାଣ ପାଇଁ ବହୁ ଅର୍ଥ ବ୍ୟୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ଠିକ୍‌ ଭାବରେ ନିର୍ମାଣ ହୋଇଥିବା ଭଳି ଦେଖାଯାଉନଥିବା ଏବଂ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନଙ୍କ ଅନୁଯାୟୀ, ୨୦୨୩ ମସିହାରେ ଏହି ରାସ୍ତା ଓ ସମ୍ପର୍କିତ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି। ନିର୍ମାଣ କାମର ଅଗ୍ରଗତି ଓ ରାସ୍ତାର ବର୍ତ୍ତମାନ ସ୍ଥିତିକୁ ନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏହି ସମସ୍ୟାକୁ ନେଇ ଚାଷୀମାନେ କାଶୀନଗର ଅଞ୍ଚଳର ସମ୍ପୃକ୍ତ ସ୍ଥାନକୁ ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କୁ ନେଇ ଯାଇ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଚାଷୀମାନେ ପୋଲର ଉଚ୍ଚତା, ପାଣି ନିଷ୍କାସନ ବ୍ୟବସ୍ଥା ଏବଂ ରାସ୍ତା ନିର୍ମାଣର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ବିଧାୟକଙ୍କୁ ଦେଖାଇଥିଲେ। ଚାଷୀମାନଙ୍କ ଅଭିଯୋଗ ଶୁଣିବା ପରେ ବିଧାୟକ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ସମାଧାନର ପଦକ୍ଷେପ ନେବେ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି ଯେ, ଅଞ୍ଚଳର ଭୌଗୋଳିକ ସ୍ଥିତି ଓ ଜଳପ୍ରବାହକୁ ଅନୁଧ୍ୟାନ କରି ପୋଲଟିକୁ ଆବଶ୍ୟକ ଉଚ୍ଚତା ଓ ପ୍ରସ୍ଥରେ ପୁନଃନିର୍ମାଣ କରାଯାଉ। ଏଥିସହ ପାଣି ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା କରାଯିବା ସହ ଅସମ୍ପୂର୍ଣ୍ଣ ରାସ୍ତା କାର୍ଯ୍ୟକୁ ଶୀଘ୍ର ସମାପ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ନିର୍ମାଣ କାମରେ ବ୍ୟବହୃତ ସାମଗ୍ରୀର ମାନ, ଅନୁମୋଦିତ ନକ୍ସା ଓ ନିର୍ମାଣ ମାନଦଣ୍ଡ ଅନୁଯାୟୀ କାମ ହୋଇଛି କି ନାହିଁ, ତାହାର ଯାଞ୍ଚ କରିବାକୁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଚାଷୀମାନଙ୍କ କହିବା ଅନୁସାରେ, ସମୟ ଗଡ଼ିବା ସହିତ ସମସ୍ୟା ଅଧିକ ଜଟିଳ ହେବାର ଆଶଙ୍କା ରହିଛି। ତେଣୁ ବର୍ଷା ଋତୁରେ ଜଳ ନିଷ୍କାସନ ଓ ଚାଷଜମିର ସୁରକ୍ଷାକୁ ଗୁରୁତ୍ୱ ଦେଇ ପୋଲର ଉଚ୍ଚତା ବଢ଼ାଇବା, ଆବଶ୍ୟକ ସ୍ଥାନରେ ଡ୍ରେନ୍‌ ନିର୍ମାଣ କରିବା ଏବଂ ରାସ୍ତା କାମକୁ ଗୁଣାତ୍ମକ ଭାବେ ସମ୍ପୂର୍ଣ୍ଣ କରିବା ନେଇ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏବେ ବିଧାୟକଙ୍କ ପ୍ରତିଶ୍ରୁତି ପରେ ଚାଷୀମାନଙ୍କ ସମସ୍ୟା କେବେ ସମାଧାନ ହେଉଛି ଏବଂ ଅସମ୍ପୂର୍ଣ୍ଣ ରାସ୍ତା ଓ ପୋଲ କାମ କେବେ ସୁଧାରାଯାଉଛି, ତାହା ଉପରେ ସ୍ଥାନୀୟ ଚାଷୀ ଓ ଲୋକଙ୍କ ନଜର ରହିଛି। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    1
    ପୋଲ ଉଚ୍ଚ କରିବାକୁ ବିଧାୟକଙ୍କ ନିକଟରେ ଚାଷୀଙ୍କ ଦାବି ।ନିମ୍ନମାନର ରାସ୍ତା ଓ ଛୋଟ ପୋଲ ଯୋଗୁଁ ପାଣି ନିଷ୍କାସନରେ ସମସ୍ୟା; ୨୦୨୩ରୁ ଆରମ୍ଭ ହୋଇଥିବା କାମ ଏଯାଏଁ ଅସମ୍ପୂର୍ଣ।
ଗଜପତି ଜିଲ୍ଲା କାଶୀନଗର NACକୁ ଲାଗି ରହିଥିବା ଚାଷଜମି ଅଞ୍ଚଳରେ ନିର୍ମିତ ରାସ୍ତା ଓ ପୋଲକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜମିଗୁଡ଼ିକରେ ପୂର୍ବରୁ ଭଲ ଭାବରେ ଚାଷବାସ ହେଉଥିବା ବେଳେ ବର୍ତ୍ତମାନ ରାସ୍ତା ଓ ପୋଲ ନିର୍ମାଣ ପରେ ପାଣି ନିଷ୍କାସନ ବ୍ୟବସ୍ଥାକୁ ନେଇ ସମସ୍ୟା ଦେଖାଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଚାଷୀମାନଙ୍କ କହିବା ଅନୁସାରେ, କିଛି ବର୍ଷ ପୂର୍ବେ ଏହି ଅଞ୍ଚଳ ଦେଇ ୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏକ ରାସ୍ତା ଏବଂ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କରାଯାଇଥିଲା। ତେବେ ପୋଲଟି ଆବଶ୍ୟକତା ଅନୁଯାୟୀ ଉଚ୍ଚ ନ ଥିବା ଏବଂ ଛୋଟ ଆକାରର ହୋଇଥିବାରୁ ବର୍ଷା ସମୟରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବା ଚାଷୀମାନେ କହିଛନ୍ତି।
ଅଞ୍ଚଳରେ ଅଧିକ ପରିମାଣର ବର୍ଷା ହେଲେ ପାଣି ଠିକ୍‌ ଭାବରେ ନିଷ୍କାସିତ ହୋଇପାରୁନଥିବାରୁ ଚାଷଜମି ପ୍ରଭାବିତ ହେବାର ଆଶଙ୍କା ରହୁଛି। ଏହାଦ୍ୱାରା ଚାଷୀମାନଙ୍କ ଚାଷକାର୍ଯ୍ୟ ଓ ଫସଲ ଉତ୍ପାଦନ ଉପରେ ପ୍ରଭାବ ପଡ଼ିବା ସହ ଜମିରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।
ଏହାସହ ରାସ୍ତା ନିର୍ମାଣର ମାନକୁ ନେଇ ମଧ୍ୟ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ରାସ୍ତା ନିର୍ମାଣ ପାଇଁ ବହୁ ଅର୍ଥ ବ୍ୟୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ଠିକ୍‌ ଭାବରେ ନିର୍ମାଣ ହୋଇଥିବା ଭଳି ଦେଖାଯାଉନଥିବା ଏବଂ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଚାଷୀମାନଙ୍କ ଅନୁଯାୟୀ, ୨୦୨୩ ମସିହାରେ ଏହି ରାସ୍ତା ଓ ସମ୍ପର୍କିତ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି। ନିର୍ମାଣ କାମର ଅଗ୍ରଗତି ଓ ରାସ୍ତାର ବର୍ତ୍ତମାନ ସ୍ଥିତିକୁ ନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ଏହି ସମସ୍ୟାକୁ ନେଇ ଚାଷୀମାନେ କାଶୀନଗର ଅଞ୍ଚଳର ସମ୍ପୃକ୍ତ ସ୍ଥାନକୁ ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କୁ ନେଇ ଯାଇ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଚାଷୀମାନେ ପୋଲର ଉଚ୍ଚତା, ପାଣି ନିଷ୍କାସନ ବ୍ୟବସ୍ଥା ଏବଂ ରାସ୍ତା ନିର୍ମାଣର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ବିଧାୟକଙ୍କୁ ଦେଖାଇଥିଲେ।
ଚାଷୀମାନଙ୍କ ଅଭିଯୋଗ ଶୁଣିବା ପରେ ବିଧାୟକ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ସମାଧାନର ପଦକ୍ଷେପ ନେବେ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି ଯେ, ଅଞ୍ଚଳର ଭୌଗୋଳିକ ସ୍ଥିତି ଓ ଜଳପ୍ରବାହକୁ ଅନୁଧ୍ୟାନ କରି ପୋଲଟିକୁ ଆବଶ୍ୟକ ଉଚ୍ଚତା ଓ ପ୍ରସ୍ଥରେ ପୁନଃନିର୍ମାଣ କରାଯାଉ। ଏଥିସହ ପାଣି ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା କରାଯିବା ସହ ଅସମ୍ପୂର୍ଣ୍ଣ ରାସ୍ତା କାର୍ଯ୍ୟକୁ ଶୀଘ୍ର ସମାପ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ନିର୍ମାଣ କାମରେ ବ୍ୟବହୃତ ସାମଗ୍ରୀର ମାନ, ଅନୁମୋଦିତ ନକ୍ସା ଓ ନିର୍ମାଣ ମାନଦଣ୍ଡ ଅନୁଯାୟୀ କାମ ହୋଇଛି କି ନାହିଁ, ତାହାର ଯାଞ୍ଚ କରିବାକୁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଚାଷୀମାନଙ୍କ କହିବା ଅନୁସାରେ, ସମୟ ଗଡ଼ିବା ସହିତ ସମସ୍ୟା ଅଧିକ ଜଟିଳ ହେବାର ଆଶଙ୍କା ରହିଛି। ତେଣୁ ବର୍ଷା ଋତୁରେ ଜଳ ନିଷ୍କାସନ ଓ ଚାଷଜମିର ସୁରକ୍ଷାକୁ ଗୁରୁତ୍ୱ ଦେଇ ପୋଲର ଉଚ୍ଚତା ବଢ଼ାଇବା, ଆବଶ୍ୟକ ସ୍ଥାନରେ ଡ୍ରେନ୍‌ ନିର୍ମାଣ କରିବା ଏବଂ ରାସ୍ତା କାମକୁ ଗୁଣାତ୍ମକ ଭାବେ ସମ୍ପୂର୍ଣ୍ଣ କରିବା ନେଇ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
ଏବେ ବିଧାୟକଙ୍କ ପ୍ରତିଶ୍ରୁତି ପରେ ଚାଷୀମାନଙ୍କ ସମସ୍ୟା କେବେ ସମାଧାନ ହେଉଛି ଏବଂ ଅସମ୍ପୂର୍ଣ୍ଣ ରାସ୍ତା ଓ ପୋଲ କାମ କେବେ ସୁଧାରାଯାଉଛି, ତାହା ଉପରେ ସ୍ଥାନୀୟ ଚାଷୀ ଓ ଲୋକଙ୍କ ନଜର ରହିଛି।
ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    21 hrs ago
  • ଚିଲିକାରେ ୪ ଦିନ ଭସା ପୋଲ ବନ୍ଦ ରହିବା ନେଇ କର୍ତ୍ତୃପକ୍ଷଙ୍କ ସୂଚନା ସେପ୍ଟେମ୍ବର ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଭସା ପୋଲ ବନ୍ଦ ରହିବ। ଏନେଇ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି। ଚିଲିକା ହ୍ରଦରେ ସାତପଡ଼ା-ଜାହାନିକୁଦରେ ଭସା ପୋଲ ବନ୍ଦ ରହିବା କୁହାଯାଇଛି।
    1
    ଚିଲିକାରେ ୪ ଦିନ ଭସା ପୋଲ ବନ୍ଦ ରହିବା ନେଇ କର୍ତ୍ତୃପକ୍ଷଙ୍କ ସୂଚନା 
ସେପ୍ଟେମ୍ବର ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଭସା ପୋଲ ବନ୍ଦ ରହିବ। ଏନେଇ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି। ଚିଲିକା ହ୍ରଦରେ ସାତପଡ଼ା-ଜାହାନିକୁଦରେ ଭସା ପୋଲ ବନ୍ଦ ରହିବା କୁହାଯାଇଛି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.