Shuru
Apke Nagar Ki App…
ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ବ୍ୟବହାର କରୁଛନ୍ତି ବ୍ୟକ୍ତିଗତ ମହିଳା ? କେଉଁ ପ୍ରକାର ଶାସନ ଚାଲିଛି ଓଡ଼ିଶାରେ ?
ସଞ୍ଜୟ ଦତ୍ତ ଆଚାର୍ଯ୍ୟ
ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ବ୍ୟବହାର କରୁଛନ୍ତି ବ୍ୟକ୍ତିଗତ ମହିଳା ? କେଉଁ ପ୍ରକାର ଶାସନ ଚାଲିଛି ଓଡ଼ିଶାରେ ?
More news from ଓଡ଼ିଶା and nearby areas
- ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ବ୍ୟବହାର କରୁଛନ୍ତି ବ୍ୟକ୍ତିଗତ ମହିଳା ? କେଉଁ ପ୍ରକାର ଶାସନ ଚାଲିଛି ଓଡ଼ିଶାରେ ?1
- ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାମ୍ବାଦିକ ସଂଘର ନବମ ସାଧାରଣ ବୈଠକ ସାପୁଆ ଡ୍ୟାମ ଠାରେ ଅନୁଷ୍ଠିତ ପରେ ପ୍ରତିକ୍ରିୟା. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାମ୍ବାଦିକ ସଂଘ ପକ୍ଷରୁ ସାପୁଆ ଡ୍ୟାମ ଠାରେ ବଣ ଭୋଜି ସହ ନବମ ସାଧାରଣ ବୈଠକ ଅନୁଷ୍ଠିତ. ଏହାକୁ ନେଇ ସଙ୍ଘ ସଭାପତି, ପରାମର୍ଶ ଦାତା ଏବଂ ନୂତନ ସଦସ୍ୟଙ୍କ ପ୍ରତିକ୍ରିୟା.1
- ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (SIR) ୨୦୨୬ ଅଧୀନରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି।1
- କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଥାନା ପୋଲିସ ପ୍ରାୟ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଦୁଇଟି ପିକ୍ ଅପ୍ ଭ୍ୟାନ୍ ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ଅଭିଯୁକ୍ତମାନେ ହେଲେ ନୟାଗଡ଼ ଓଡ଼ଗାଁ ଥାନା ଅଞ୍ଚଳର ଶେଖର ଖଟୁଆ, ମାନସ ନାଇକ ଓ ମନୋରଞ୍ଜନ ନାଇକ। Bhanjanagar Excise Police in Ganjam district have seized around 12 quintals of ganja allegedly worth ₹1.20 crore and arrested three persons in connection with the case. Two pickup vans were also seized during the operation. The arrested persons have been identified as Shekhar Khatua, Manas Naik and Manoranjan Naik, reportedly from the Odagaon police station area of Nayagarh district. Further investigation into the alleged transportation of the contraband is underway.1
- ପିପୁଲ୍ସ କଲେଜରେ ଉଦ୍ଭିଦ ବିଜ୍ଞାନ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ! ବୁଗୁଡ଼ା,୨୧/୦୯:ସ୍ଥାନୀୟ ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର +୩ ଦ୍ୱିତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଭଗବାନ ଶତପଥୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷ ହରିକୃଷ ନାୟକ ଅତିଥି ଓ ବକ୍ତା ଭାବେ ଯୋଗଦେଇଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଜୟରାମ ବିଷୋୟୀ ଅତିଥି ସମ୍ବର୍ଦ୍ଧନା ସହ ପ୍ରାରମ୍ଭିକ ସୂଚନା ଦେଇ ବିଜ୍ଞାନ ଅଧ୍ୟୟନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।ଅଧ୍ୟାପକ ଦିଲ୍ଲୀପ କୁମାର ସାହୁ ଓ ଅଧ୍ୟାପିକା ଅନିତା ଦେବୀଙ୍କ ସଂଯୋଜନାରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ସହକାରୀ ଅଧ୍ୟାପକ ଟୁନା ସେଠୀ ଓ କୁମାରୀ ଦାଶ ପରିଚାଳନାରେ ସହଯୋଗ କରିଥିଲେ। ନବାଗତ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସେମାନଙ୍କ ପରିଚୟ ପ୍ରଦାନ କରିବା ପରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଅତିଥି ବୃନ୍ଦ କଲେଜର ନିୟମ, ନୂତନ ଶିକ୍ଷାନୀତି, ଶୃଙ୍ଖଳା, ଉପସ୍ଥାନ ପ୍ରଭୃତି ବିଷୟରେ ପ୍ରକାଶ କରିଥିଲେ।1
- ଚିଲିକା ମସ୍ୟଜୀବୀ ମାନଙ୍କ ଟଙ୍କା ହରିଲୁଟ ଘଟଣାରେ ଜିଲାପାଳଙ୍କୁ ଅଭିଯୋଗ କଲେ ମସ୍ୟଜୀବୀ1
- ଆଠଗଡ଼ ବିଜ୍ଞାପିତ ଅଞ୍ଚଳରେ ଦୁର୍ଗାପୂଜା ପାଇଁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଆଠଗଡ଼, ତା. ୨୧.୦୯.୨୦୨୬ ରିଖ : ଆଠଗଡ଼ ବିଜ୍ଞାପିତ ଅଞ୍ଚଳରେ ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା, ସୁରକ୍ଷିତ ଓ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଆଠଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ପୋଲିସ ବିଭାଗ, ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସ୍ଆଇ), ବିଦ୍ୟୁତ ବିଭାଗ, ଅଗ୍ନିଶମ ବାହିନୀ, ଜନସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧିଙ୍କ ସମେତ ସହରର ସମସ୍ତ ପୂଜା କମିଟିର କର୍ମକର୍ତ୍ତା, ଶାନ୍ତି କମିଟିର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ଗ୍ରହଣ କରିଥିଲେ। ପୂଜା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବୈଠକରେ ବିଭିନ୍ନ ବିଭାଗକୁ ପୃଥକ୍ ପୃଥକ୍ ଦାୟିତ୍ୱ ବଣ୍ଟନ କରାଯାଇଛି। ଚଳିତ ବର୍ଷ ପୂଜା ମଣ୍ଡପଗୁଡ଼ିକରେ ଶାନ୍ତିପୂର୍ଣ୍ଣ ଭାବେ ପୂଜାର୍ଚ୍ଚନା କରିବା ଏବଂ ଶୃଙ୍ଖଳା ରକ୍ଷା କରିବା ପାଇଁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାସହ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ, ଜରୁରୀକାଳୀନ ସେବା, ପାନୀୟ ଜଳ ଯୋଗାଣ ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଅର୍ପଣ କରାଯାଇଛି। ବିଦ୍ୟୁତ ବିଭାଗ ପକ୍ଷରୁ ପୂଜା ସମୟରେ ଅବିରତ ବିଦ୍ୟୁତ ଯୋଗାଣ ଓ ମଣ୍ଡପ ନିକଟରେ ସୁରକ୍ଷିତ ତାର ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାସାଣି ସମୟରେ ହେଉଥିବା ବିଶୃଙ୍ଖଳାର ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ମୂର୍ତ୍ତି ବିସର୍ଜନ ପାଇଁ ନିର୍ଦ୍ଦିଷ୍ଟ ଦିନ ଚିହ୍ନଟ କରାଯିବା ସହ ଅନ୍ୟାନ୍ୟ ଜରୁରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ଏବଂ ମଣ୍ଡପଗୁଡ଼ିକ ଆଖପାଖରେ ଆଲୋକୀକରଣ ବ୍ୟବସ୍ଥା ଉପରେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସ୍ଆଇ) ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ। ପୂଜାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପ୍ରଶାସନ, ପୋଲିସ, ବିଭିନ୍ନ ବିଭାଗୀୟ ଅଧିକାରୀ, ଏନ୍ଏସ୍ଆଇ କର୍ତ୍ତୃପକ୍ଷ, ପୂଜା କମିଟି ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ବୈଠକ ଶେଷରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।1
- ଗଞ୍ଜାମ ଜିଲ୍ଲା କାନସୁକା ଗ୍ରାମର ଶ୍ରୀ ଭାଗବତ ସ୍ବାମୀ ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜା ଅତ୍ୟନ୍ତ ଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହେଉଛି।ପୂଜାର ଶୁଭାରମ୍ଭ ସମୟରେ ପ୍ରଭୁ ଶ୍ରୀ ଗଣେଶଙ୍କ ମୁହଁ ଖୋଲିବା ର ଭକ୍ତିପୂର୍ଣ୍ଣ ଦୃଶ୍ୟ। ସଂଘର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପ୍ରଭୁଙ୍କ ଆରତି ଓ ପୂଜାର୍ଚ୍ଚନା କରାଯାଇଛି।1