ପିପୁଲ୍ସ କଲେଜରେ ଉଦ୍ଭିଦ ବିଜ୍ଞାନ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ! ବୁଗୁଡ଼ା,୨୧/୦୯:ସ୍ଥାନୀୟ ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର +୩ ଦ୍ୱିତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଭଗବାନ ଶତପଥୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷ ହରିକୃଷ ନାୟକ ଅତିଥି ଓ ବକ୍ତା ଭାବେ ଯୋଗଦେଇଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଜୟରାମ ବିଷୋୟୀ ଅତିଥି ସମ୍ବର୍ଦ୍ଧନା ସହ ପ୍ରାରମ୍ଭିକ ସୂଚନା ଦେଇ ବିଜ୍ଞାନ ଅଧ୍ୟୟନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।ଅଧ୍ୟାପକ ଦିଲ୍ଲୀପ କୁମାର ସାହୁ ଓ ଅଧ୍ୟାପିକା ଅନିତା ଦେବୀଙ୍କ ସଂଯୋଜନାରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ସହକାରୀ ଅଧ୍ୟାପକ ଟୁନା ସେଠୀ ଓ କୁମାରୀ ଦାଶ ପରିଚାଳନାରେ ସହଯୋଗ କରିଥିଲେ। ନବାଗତ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସେମାନଙ୍କ ପରିଚୟ ପ୍ରଦାନ କରିବା ପରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଅତିଥି ବୃନ୍ଦ କଲେଜର ନିୟମ, ନୂତନ ଶିକ୍ଷାନୀତି, ଶୃଙ୍ଖଳା, ଉପସ୍ଥାନ ପ୍ରଭୃତି ବିଷୟରେ ପ୍ରକାଶ କରିଥିଲେ।
ପିପୁଲ୍ସ କଲେଜରେ ଉଦ୍ଭିଦ ବିଜ୍ଞାନ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ! ବୁଗୁଡ଼ା,୨୧/୦୯:ସ୍ଥାନୀୟ ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର +୩ ଦ୍ୱିତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଭଗବାନ ଶତପଥୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷ ହରିକୃଷ ନାୟକ ଅତିଥି ଓ ବକ୍ତା ଭାବେ ଯୋଗଦେଇଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଜୟରାମ ବିଷୋୟୀ ଅତିଥି ସମ୍ବର୍ଦ୍ଧନା ସହ ପ୍ରାରମ୍ଭିକ ସୂଚନା ଦେଇ ବିଜ୍ଞାନ ଅଧ୍ୟୟନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।ଅଧ୍ୟାପକ ଦିଲ୍ଲୀପ କୁମାର ସାହୁ ଓ ଅଧ୍ୟାପିକା ଅନିତା ଦେବୀଙ୍କ ସଂଯୋଜନାରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ସହକାରୀ ଅଧ୍ୟାପକ ଟୁନା ସେଠୀ ଓ କୁମାରୀ ଦାଶ ପରିଚାଳନାରେ ସହଯୋଗ କରିଥିଲେ। ନବାଗତ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସେମାନଙ୍କ ପରିଚୟ ପ୍ରଦାନ କରିବା ପରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଅତିଥି ବୃନ୍ଦ କଲେଜର ନିୟମ, ନୂତନ ଶିକ୍ଷାନୀତି, ଶୃଙ୍ଖଳା, ଉପସ୍ଥାନ ପ୍ରଭୃତି ବିଷୟରେ ପ୍ରକାଶ କରିଥିଲେ।
- ଖୋର୍ଦ୍ଧା ଜିଲ୍ଲାର ପୌର ପରିଷଦ ଆଠ ନଂ ୱାର୍ଡ଼ରେ ଜଳବନ୍ଧି ସମସ୍ୟା ଘେରରେ ଜନସାଧାରଣ1
- ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ1
- ମୋହନା କଲେଜ ଛକ ରେ ଗଛ ପଡି ରାସ୍ତା ଅବରୋଧ ଅଗ୍ନିଶମ ବିଭାଗ ପହଂଚି ଗଛ ହଟାଇଛନ୍ତି ମୋହନା ଅଂଚଳ ରେ ବର୍ଷା ର ପ୍ରଭାବ ରେ ମୋହନା କଲେଜ ଛକ ନିକଟରେ ଗଛ ପଡି କିଛି ଘଣ୍ଟା ରାସ୍ତା ଅବରୋଧ ରହିଥିଲା ମୋହନା ପାରଳାଖେମୁଣ୍ଡି ଯାତାୟତ ରେ ବାଧା ସୃଷ୍ଟି ହେଇଛି ଅଗ୍ନିଶମ ବିଭାଗ ପହଂଚି ଗଛ ହଟାଇଛନ୍ତି ରାସ୍ତା ରୁ2
- ଅକର୍ମ କର୍ମ ଦାୟକ ପ୍ରଭୁ ଶ୍ରୀ ନୀଳ କଣ୍ଠେଶ୍ଵର ମନ୍ଦିରରେ ଏକ ଲକ୍ଷ୍ୟ ବେଲପତ୍ର ଅର୍ଚନ ଗଞ୍ଜାମ ଜିଲ୍ଲା କୁକୁଡ଼ା ଖଣ୍ଡି ବ୍ଳକ ଅନ୍ତର୍ଗତ ବାଘ ଝରି ଗ୍ରାମରେ ଅବସ୍ଥିତ ପ୍ରଭୁ ନୀଳକଣ୍ଠ ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ବାର୍ଷିକ ଉଛବ.. ଲକ୍ଷାଧିକ ବେଲ ପତ୍ର ଅର୍ଚନ ଚଣ୍ଡୀ ହବନ.. ଗିତା ହୋମ ରୁଦ୍ରାଭିଷେକ ପୂଜା କାର୍ଯ୍ୟକ୍ରମ ପଣ୍ଡିତ ସନ୍ତୋଷ କୁମାର ତ୍ରିପାଠୀ ଙ୍କ ପ୍ରେରଣାରେ ବିଶ୍ୱର ମଙ୍ଗଳ କାମନା ନିମିତ୍ତ ବହୁ ଭକ୍ତ ମାନଙ୍କୁ ନେଇ ଧୁମ ଧାମ ରେ ଦ୍ୱିତୀୟ ଦିବସର ପୂଜା ଅର୍ଚନ ଅନୁଷ୍ଠିତ ହୋଇଯାଇଛି ଗଞ୍ଜାମ ରୁ.. ବିପିନ କୁମାର ଦାଶ O M T V4
- - ବାତ୍ୟା ଅର୍ଣ୍ଣବ ପାଇଁ କନ୍ଧମାଳରେ ଯାନବାହନ ଚଳାଚଳ ବନ୍ଦ |,,, – ବାତ୍ୟା ଅର୍ଣ୍ଣବକୁ ନେଇ ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ କଳିଙ୍ଗା ଘାଟିରେ ଭୂସ୍ଖଳନ ଓ ଅନ୍ୟାନ୍ୟ ଅଘଟଣକୁ ନେଇ ପ୍ରଶାସନ ସତର୍କ ରହିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ଓ ୨୪ ତାରିଖରେ କଳିଙ୍ଗା ଘାଟି ଦେଇ ଯାନବାହନ ଚଳାଚଳ ବନ୍ଦ ରହିବ ବୋଲି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି। କଳିଙ୍ଗା ଠାରେ ଏକ ଚେକ୍ପୋଷ୍ଟ କରାଯାଇ ଏହି ରାସ୍ତା ଦେଇ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଯିବ। ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।3
- ବାତ୍ୟା ଅର୍ଣ୍ଣବ୍ ପ୍ରଭାବ: କଳିଙ୍ଗା ଘାଟିରେ ଦୁଇଦିନ ଗାଡ଼ି ଚଳାଚଳ ବନ୍ଦ ବାତ୍ୟା ଅର୍ଣ୍ଣବ୍କୁ ନେଇ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା। ବର୍ଷା ସହ ଭୂସ୍ଖଳନର ସମ୍ଭାବନା ଥିବାରୁ ସତର୍କତାମୂଳକ ପଦକ୍ଷେପ ନେଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ଭୂସ୍ଖଳନର ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ଓ ୨୪ ତାରିଖ ଦୁଇଦିନ କଳିଙ୍ଗା ଘାଟିରେ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ ରହିବ। ଏନେଇ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଲେ ଘାଟି ଅଞ୍ଚଳରେ ମାଟି ଅତଡ଼ା ଖସିବା ସହ ରାସ୍ତା ଅବରୋଧ ହେବାର ଆଶଙ୍କା ରହିଛି। ତେଣୁ ଯାତ୍ରୀ ଓ ଗାଡ଼ି ଚାଳକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ ମାନିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ଅନୁରୋଧ କରାଯାଇଛି।1
- ଅନଲାଇନ୍ ବେଟିଂ ଆପ୍ ଠକେଇ ନେଟୱର୍କ ଠାବ: ଘଟଣା ର ଫର୍ଦାଫାଶ କଲା ସାଇବର ପୋଲିସ : ୩ ଅଭିଯୁକ୍ତ ଗିରଫ, ୭୮ ଏଟିଏମ୍ କାର୍ଡ ସହ ବିପୁଳ ସାମଗ୍ରୀ ଜବତ : ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଏସପି ଅନଲାଇନ୍ ବେଟିଂ ଆପ୍ ଜରିଆରେ ଅଧିକ ଟଙ୍କା ଫେରସ୍ତର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ଜମା କରାଯାଉଥିବା ଅଭିଯୋଗରେ ଏକ ଠକେଇ ନେଟୱର୍କର ପର୍ଦ୍ଦାଫାସ କରିଛି ଗଞ୍ଜାମ ସାଇବର ପୋଲିସ। ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ୭୮ଟି ଏଟିଏମ୍/ଡେବିଟ୍ କାର୍ଡ, ୮୬ଟି ସିମ୍ କାର୍ଡ, ୧୪ଟି ସ୍ମାର୍ଟଫୋନ୍, ଲାପଟପ୍ ଓ ବିଭିନ୍ନ ବ୍ୟାଙ୍କ ଦଲିଲ ସମେତ ବିପୁଳ ସାମଗ୍ରୀ ଜବତ ହୋଇଛି। ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରେସ୍ମିଟ୍ରେ ଏସ୍ପି ହରିଶ ବିଶି ଏହି ସୂଚନା ଦେଇଥିଲେ। ପୋଲିସ ସୂଚନା ଅନୁସାରେ, ରମ୍ଭା ଥାନା ଅଧୀନ ଗଜପତିନଗର ଅଞ୍ଚଳରେ କିଛି ବାହାର ରାଜ୍ୟର ଯୁବକ ଭଡ଼ା ଘରେ ରହି ଅନଲାଇନ୍ ବେଟିଂ ଆପ୍ର ପ୍ରଚାର ଓ ପରିଚାଳନା କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ସାଇବର ଥାନା ପୋଲିସ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇଜଣଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଥିଲେ। ପରବର୍ତ୍ତୀ ସମୟରେ ମୋବାଇଲ୍ ନମ୍ବର ଆଧାରରେ ତଦନ୍ତ କରି ଚମାଖଣ୍ଡି ଅଞ୍ଚଳରୁ ଜଗଦୀଶ ସେଠୀ ଓରଫ ସୁରଜଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ସତ୍ରୁଘ୍ନ କୁମାର ପାଣ୍ଡେ, ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଏବଂ ଜଗଦୀଶ ସେଠୀ ଓରଫ ସୁରଜ। ଚଢ଼ାଉ ବେଳେ ପୋଲିସ ୨ଟି ଲାପଟପ୍, ଗୋଟିଏ ଲେନୋଭୋ କ୍ରୋମବୁକ୍, ୭୮ଟି ଏଟିଏମ୍/ଡେବିଟ୍ ଓ ଅନ୍ୟାନ୍ୟ କାର୍ଡ, ୧୬ଟି ବ୍ୟାଙ୍କ ପାସ୍ବୁକ୍, ୧୪ଟି ସ୍ମାର୍ଟଫୋନ୍, ୮୬ଟି ସିମ୍ କାର୍ଡ ଏବଂ ଗୋଟିଏ ବାଜାଜ୍ ପଲସର୍ ୨୨୦ ବାଇକ୍ ସମେତ ବିଭିନ୍ନ ଦଲିଲ ଜବତ କରିଛି। ଅଭିଯୁକ୍ତମାନଙ୍କ ମୋବାଇଲ୍ ଫୋନ୍ରୁ ବିଭିନ୍ନ ବ୍ୟକ୍ତିଙ୍କ ପାନ୍ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ଓ ଅନ୍ୟାନ୍ୟ ପରିଚୟପତ୍ର ମିଳିଥିବା ପୋଲିସ କହିଛି। ଏଥିସହ ରେଡ୍ଡୀ ପ୍ଲେ ୧୧, ହସ୍ ୭୭୭, ୧୦୦ ପେନେଲ, ଫେରପ୍ଲେ ଆଦି ଅନଲାଇନ୍ ଗେମିଂ/ବେଟିଂ ପ୍ଲାଟଫର୍ମ ସହ ଜଡ଼ିତ ୟୁଜର୍ ଆଇଡି, ପାସ୍ୱାର୍ଡ ଏବଂ ଟଙ୍କା ଜମା-ଉଠାଣ ସମ୍ପର୍କିତ ରେକର୍ଡ ମଧ୍ୟ ଜବତ ହୋଇଛି। ଏହି ଘଟଣା ସମ୍ପର୍କରେ ୧୯ ସେପ୍ଟେମ୍ବର ୨୦୨୬ରେ ଆଇଆଇସି ପ୍ରିୟଙ୍କା ବେହେରାଙ୍କ ଅଭିଯୋଗକ୍ରମେ କେସ୍ ନମ୍ବର ୨୦/୨୦୨୬ ରୁଜୁ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଜବତ ଡିଜିଟାଲ୍ ଉପକରଣଗୁଡ଼ିକର ଫୋରେନସିକ୍ ଯାଞ୍ଚ କରାଯାଉଛି। ଏହି ନେଟୱର୍କରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ଆର୍ଥିକ କାରବାରର ପରିମାଣ ଏବଂ ଠକେଇର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ନିମନ୍ତେ ରିମାଣ୍ଡରେ ଅଣାଯିବା ସହ ଭଡ଼ା ଘର ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ପ୍ରେସ୍ମିଟ୍ରେ ସୂଚନା ଦିଆଯାଇଛି। ପ୍ରେସ୍ମିଟ୍ରେ ଛତ୍ରପୁର ଏସ୍ଡିପିଓ ଚନ୍ଦନ କୁମାର ଘଡ଼ାଇ, ସାଇବର ଥାନା ଆଇଆଇସି ଜ୍ୟୋତି ରଞ୍ଜନ ବେହେରାଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।1
- ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାମ୍ବାଦିକ ସଂଘର ନବମ ସାଧାରଣ ବୈଠକ ସାପୁଆ ଡ୍ୟାମ ଠାରେ ଅନୁଷ୍ଠିତ ପରେ ପ୍ରତିକ୍ରିୟା. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାମ୍ବାଦିକ ସଂଘ ପକ୍ଷରୁ ସାପୁଆ ଡ୍ୟାମ ଠାରେ ବଣ ଭୋଜି ସହ ନବମ ସାଧାରଣ ବୈଠକ ଅନୁଷ୍ଠିତ. ଏହାକୁ ନେଇ ସଙ୍ଘ ସଭାପତି, ପରାମର୍ଶ ଦାତା ଏବଂ ନୂତନ ସଦସ୍ୟଙ୍କ ପ୍ରତିକ୍ରିୟା.1
- - କନ୍ଧମାଳ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ମୋଟ ଭୋଟର ସଂଖ୍ୟା ୫.୩୪ ଲକ୍ଷକୁ ବୃଦ୍ଧି, ପୁରୁଷଙ୍କୁ ଟପିଲେ ମହିଳା | - କନ୍ଧମାଳ ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଫୁଲବାଣୀ କଲେକ୍ଟରେଟ୍ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ତାଲିକା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାର ନକଲ ସିଡି, ହାର୍ଡ କପି ପ୍ରଦାନ କରାଯାଇଛି।ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ଅଧିକ:ନୂତନ ଭୋଟର ତାଲିକାର ତଥ୍ୟ ଅନୁଯାୟୀ, ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୫,୩୪,୨୨୬ କୁ ବୃଦ୍ଧି ପାଇଛି। ଚଳିତ ତାଲିକାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲାରେ ମୋଟ ୨,୬୧,୫୧୬ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨, ୭୨, ୬୩୮ ରହିଛି। ଏହାଛଡ଼ା ତାଲିକାରେ ୭୨ ଜଣ ତୃତୀୟ ଲିଙ୍ଗୀ (TG) ଭୋଟର ମଧ୍ୟ ସାମିଲ ଅଛନ୍ତି। ସେହିପରି ଭୋଟରମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ମୋଟ ବୁଥ୍ ସଂଖ୍ୟା ୬୬୧ ରୁ ୮୧୨ କୁ ବୃଦ୍ଧି କରାଯାଇଛି।2