Shuru
Apke Nagar Ki App…
ବାତ୍ୟା ଅର୍ଣ୍ଣବ୍ ପ୍ରଭାବ: କଳିଙ୍ଗା ଘାଟିରେ ଦୁଇଦିନ ଗାଡ଼ି ଚଳାଚଳ ବନ୍ଦ ବାତ୍ୟା ଅର୍ଣ୍ଣବ୍କୁ ନେଇ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା। ବର୍ଷା ସହ ଭୂସ୍ଖଳନର ସମ୍ଭାବନା ଥିବାରୁ ସତର୍କତାମୂଳକ ପଦକ୍ଷେପ ନେଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ଭୂସ୍ଖଳନର ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ଓ ୨୪ ତାରିଖ ଦୁଇଦିନ କଳିଙ୍ଗା ଘାଟିରେ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ ରହିବ। ଏନେଇ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଲେ ଘାଟି ଅଞ୍ଚଳରେ ମାଟି ଅତଡ଼ା ଖସିବା ସହ ରାସ୍ତା ଅବରୋଧ ହେବାର ଆଶଙ୍କା ରହିଛି। ତେଣୁ ଯାତ୍ରୀ ଓ ଗାଡ଼ି ଚାଳକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ ମାନିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ଅନୁରୋଧ କରାଯାଇଛି।
Krutidipan Bhoi
ବାତ୍ୟା ଅର୍ଣ୍ଣବ୍ ପ୍ରଭାବ: କଳିଙ୍ଗା ଘାଟିରେ ଦୁଇଦିନ ଗାଡ଼ି ଚଳାଚଳ ବନ୍ଦ ବାତ୍ୟା ଅର୍ଣ୍ଣବ୍କୁ ନେଇ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା। ବର୍ଷା ସହ ଭୂସ୍ଖଳନର ସମ୍ଭାବନା ଥିବାରୁ ସତର୍କତାମୂଳକ ପଦକ୍ଷେପ ନେଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ଭୂସ୍ଖଳନର ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ଓ ୨୪ ତାରିଖ ଦୁଇଦିନ କଳିଙ୍ଗା ଘାଟିରେ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ ରହିବ। ଏନେଇ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଲେ ଘାଟି ଅଞ୍ଚଳରେ ମାଟି ଅତଡ଼ା ଖସିବା ସହ ରାସ୍ତା ଅବରୋଧ ହେବାର ଆଶଙ୍କା ରହିଛି। ତେଣୁ ଯାତ୍ରୀ ଓ ଗାଡ଼ି ଚାଳକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ ମାନିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ଅନୁରୋଧ କରାଯାଇଛି।
More news from ଓଡ଼ିଶା and nearby areas
- - ବାତ୍ୟା ଅର୍ଣ୍ଣବ ପାଇଁ କନ୍ଧମାଳରେ ଯାନବାହନ ଚଳାଚଳ ବନ୍ଦ |,,, – ବାତ୍ୟା ଅର୍ଣ୍ଣବକୁ ନେଇ ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ କଳିଙ୍ଗା ଘାଟିରେ ଭୂସ୍ଖଳନ ଓ ଅନ୍ୟାନ୍ୟ ଅଘଟଣକୁ ନେଇ ପ୍ରଶାସନ ସତର୍କ ରହିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ଓ ୨୪ ତାରିଖରେ କଳିଙ୍ଗା ଘାଟି ଦେଇ ଯାନବାହନ ଚଳାଚଳ ବନ୍ଦ ରହିବ ବୋଲି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି। କଳିଙ୍ଗା ଠାରେ ଏକ ଚେକ୍ପୋଷ୍ଟ କରାଯାଇ ଏହି ରାସ୍ତା ଦେଇ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଯିବ। ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।3
- ବାତ୍ୟା ଅର୍ଣ୍ଣବ୍ ପ୍ରଭାବ: କଳିଙ୍ଗା ଘାଟିରେ ଦୁଇଦିନ ଗାଡ଼ି ଚଳାଚଳ ବନ୍ଦ ବାତ୍ୟା ଅର୍ଣ୍ଣବ୍କୁ ନେଇ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା। ବର୍ଷା ସହ ଭୂସ୍ଖଳନର ସମ୍ଭାବନା ଥିବାରୁ ସତର୍କତାମୂଳକ ପଦକ୍ଷେପ ନେଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ଭୂସ୍ଖଳନର ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ଓ ୨୪ ତାରିଖ ଦୁଇଦିନ କଳିଙ୍ଗା ଘାଟିରେ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ ରହିବ। ଏନେଇ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଲେ ଘାଟି ଅଞ୍ଚଳରେ ମାଟି ଅତଡ଼ା ଖସିବା ସହ ରାସ୍ତା ଅବରୋଧ ହେବାର ଆଶଙ୍କା ରହିଛି। ତେଣୁ ଯାତ୍ରୀ ଓ ଗାଡ଼ି ଚାଳକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ ମାନିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ଅନୁରୋଧ କରାଯାଇଛି।1
- ଚମ୍ପାପୁର ଗ୍ରାମ ନିକଟରେ ଇନୋଭା ଧକ୍କାରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଦୁର୍ଘଟଣା ଘଟାଇଥିବା ଇନୋଭାରୁ ମିଳିଲା ବିପୁଳ ଗଞ୍ଜେଇ, ମୃତ ବାଇକ ଆରୋହୀଙ୍କ ପରିବାରକୁ କ୍ଷତି ପୁରଣ ଦାବିରେ ରାସ୍ତାରୋକ1
- ବିଶ୍ୱକର୍ମା ପୂଜା ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସାଗଜୁରୀ ଠାରେ ଗୀତିନାଟ୍ୟ ସିତା ଚୋରି ଅଭିନିତ2
- ରୋଗୀ ସେବା ପ୍ରଭାବିତ1
- ପଞ୍ଚତତ୍ତ୍ୱ ସୁରକ୍ଷା ସହ ପ୍ଲାଷ୍ଟିକ ବର୍ଜନ ଓ ଚାରା ଉପହାର ପାଇଁ ଆହ୍ୱାନ ଦେଲା ଦୟା ସରାବନି ଯୋଗ ଟ୍ରଷ୍ଟ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମେଘନାଦଠାରେ "ଦୟା ସରାବନି ଯୋଗ ଟ୍ରଷ୍ଟ" ପକ୍ଷରୁ ପରିବେଶ ସୁରକ୍ଷା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ନିଜ ଘର, ବିଦ୍ୟାଳୟ ଓ ସମାଜରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଶିକ୍ଷକ ଟିକେଶ୍ୱର ପାଣ୍ଡିଆ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ। ପ୍ରକୃତି ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼ ହୋଇଥିବାରୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ସେ ପଞ୍ଚତତ୍ତ୍ୱ—ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶର ସୁରକ୍ଷାକୁ ପରିବେଶ ସୁରକ୍ଷାର ମୂଳ ଆଧାର ଭାବେ ଉଲ୍ଲେଖ କରିଥିଲେ। ଏଥିସହ ମାଟିର ଉର୍ବରତା ରକ୍ଷା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ବର୍ଜନ କିମ୍ବା ହ୍ରାସ, ବୃକ୍ଷରୋପଣ ଓ ରୋପିତ ଚାରାର ନିୟମିତ ଯତ୍ନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏଥିସହ ଖାଦ୍ୟ ଅପଚୟ ରୋକିବା, ଆବଶ୍ୟକତା ଅନୁଯାୟୀ ଖାଦ୍ୟର ସୁବ୍ୟବହାର କରିବା, ଜୀବଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ସହ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ମଧ୍ୟ ଡ. ଦେହେରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଘର, ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗି ଉପଯୁକ୍ତ ଭାବେ ପରିଚାଳନା କରିବାକୁ ସେ ଆହ୍ୱାନ ଦେଇଥିଲେ।ବିଶେଷକରି ବିବାହ, ବ୍ରତ ଓ ଜନ୍ମଦିନ ଭଳି ଶୁଭ ଅବସରରେ ଅନାବଶ୍ୟକ ଉପହାର ପରିବର୍ତ୍ତେ ଚାରା ଉପହାର ଦେବା ପାଇଁ ଡ. ଦେହେରୀ ଆହ୍ୱାନ ଦେଇଥିଲେ। ଏହା ମାଧ୍ୟମରେ ପରିବାର ଓ ସମାଜରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି ପାଇବା ସହ ଏକ ସବୁଜ ପରମ୍ପରା ଗଢ଼ି ଉଠିପାରିବ ବୋଲି ସେ କହିଥିଲେ।ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଭଳି ଛୋଟ ଛୋଟ ପଦକ୍ଷେପ ନେଲେ ଏକ ସୁସ୍ଥ, ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ କରାଯାଇପାରିବ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।ଶୁଭ ଅବସରରେ ଚାରା ଉପହାର ଦେବା, ପ୍ରକୃତିର ସୁରକ୍ଷା କରିବା ଓ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଢ଼ିବା—ଦୟା ସରାବନି ଯୋଗ ଟ୍ରଷ୍ଟର ସନ୍ଦେଶ ଥିଲା।1
- #ନଶା_ମୁକ୍ତ_ଓଡିଶା_ପ୍ରଥମ_ଦିନ_ରେ_ସୁବର୍ଣ୍ଣପୁର #ପୋଲିସ_କୁ_ବଡ଼_ସଫଳତା l #rishitv #drugfreeodisha #subarnapur #highlight ଏହି ଚଢ଼ାଉ ସମୟରେ ସର୍ବମୋଟ ୫୪୦. ୪୭କେଜି ଗଂଜେଇ, ୦୨ଟି ଚାରୀ ଚକିଆ ଓ ୧ଟି ମୋଟର ସାଇକେଲ ଜବତ1
- - କନ୍ଧମାଳ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ମୋଟ ଭୋଟର ସଂଖ୍ୟା ୫.୩୪ ଲକ୍ଷକୁ ବୃଦ୍ଧି, ପୁରୁଷଙ୍କୁ ଟପିଲେ ମହିଳା | - କନ୍ଧମାଳ ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଫୁଲବାଣୀ କଲେକ୍ଟରେଟ୍ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ତାଲିକା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାର ନକଲ ସିଡି, ହାର୍ଡ କପି ପ୍ରଦାନ କରାଯାଇଛି।ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ଅଧିକ:ନୂତନ ଭୋଟର ତାଲିକାର ତଥ୍ୟ ଅନୁଯାୟୀ, ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୫,୩୪,୨୨୬ କୁ ବୃଦ୍ଧି ପାଇଛି। ଚଳିତ ତାଲିକାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲାରେ ମୋଟ ୨,୬୧,୫୧୬ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨, ୭୨, ୬୩୮ ରହିଛି। ଏହାଛଡ଼ା ତାଲିକାରେ ୭୨ ଜଣ ତୃତୀୟ ଲିଙ୍ଗୀ (TG) ଭୋଟର ମଧ୍ୟ ସାମିଲ ଅଛନ୍ତି। ସେହିପରି ଭୋଟରମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ମୋଟ ବୁଥ୍ ସଂଖ୍ୟା ୬୬୧ ରୁ ୮୧୨ କୁ ବୃଦ୍ଧି କରାଯାଇଛି।2