Shuru
Apke Nagar Ki App…
ଖୋର୍ଦ୍ଧା ଜିଲ୍ଲାର ପୌର ପରିଷଦ ଆଠ ନଂ ୱାର୍ଡ଼ରେ ଜଳବନ୍ଧି ସମସ୍ୟା ଘେରରେ ଜନସାଧାରଣ
Sudhir kumar Behera
ଖୋର୍ଦ୍ଧା ଜିଲ୍ଲାର ପୌର ପରିଷଦ ଆଠ ନଂ ୱାର୍ଡ଼ରେ ଜଳବନ୍ଧି ସମସ୍ୟା ଘେରରେ ଜନସାଧାରଣ
More news from ଓଡ଼ିଶା and nearby areas
- ଚିଲିକା ମସ୍ୟଜୀବୀ ମାନଙ୍କ ଟଙ୍କା ହରିଲୁଟ ଘଟଣାରେ ଜିଲାପାଳଙ୍କୁ ଅଭିଯୋଗ କଲେ ମସ୍ୟଜୀବୀ1
- ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (SIR) ୨୦୨୬ ଅଧୀନରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି।1
- କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଥାନା ପୋଲିସ ପ୍ରାୟ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଦୁଇଟି ପିକ୍ ଅପ୍ ଭ୍ୟାନ୍ ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ଅଭିଯୁକ୍ତମାନେ ହେଲେ ନୟାଗଡ଼ ଓଡ଼ଗାଁ ଥାନା ଅଞ୍ଚଳର ଶେଖର ଖଟୁଆ, ମାନସ ନାଇକ ଓ ମନୋରଞ୍ଜନ ନାଇକ। Bhanjanagar Excise Police in Ganjam district have seized around 12 quintals of ganja allegedly worth ₹1.20 crore and arrested three persons in connection with the case. Two pickup vans were also seized during the operation. The arrested persons have been identified as Shekhar Khatua, Manas Naik and Manoranjan Naik, reportedly from the Odagaon police station area of Nayagarh district. Further investigation into the alleged transportation of the contraband is underway.1
- ପିପୁଲ୍ସ କଲେଜରେ ଉଦ୍ଭିଦ ବିଜ୍ଞାନ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ! ବୁଗୁଡ଼ା,୨୧/୦୯:ସ୍ଥାନୀୟ ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର +୩ ଦ୍ୱିତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଭଗବାନ ଶତପଥୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷ ହରିକୃଷ ନାୟକ ଅତିଥି ଓ ବକ୍ତା ଭାବେ ଯୋଗଦେଇଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଜୟରାମ ବିଷୋୟୀ ଅତିଥି ସମ୍ବର୍ଦ୍ଧନା ସହ ପ୍ରାରମ୍ଭିକ ସୂଚନା ଦେଇ ବିଜ୍ଞାନ ଅଧ୍ୟୟନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।ଅଧ୍ୟାପକ ଦିଲ୍ଲୀପ କୁମାର ସାହୁ ଓ ଅଧ୍ୟାପିକା ଅନିତା ଦେବୀଙ୍କ ସଂଯୋଜନାରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ସହକାରୀ ଅଧ୍ୟାପକ ଟୁନା ସେଠୀ ଓ କୁମାରୀ ଦାଶ ପରିଚାଳନାରେ ସହଯୋଗ କରିଥିଲେ। ନବାଗତ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସେମାନଙ୍କ ପରିଚୟ ପ୍ରଦାନ କରିବା ପରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଅତିଥି ବୃନ୍ଦ କଲେଜର ନିୟମ, ନୂତନ ଶିକ୍ଷାନୀତି, ଶୃଙ୍ଖଳା, ଉପସ୍ଥାନ ପ୍ରଭୃତି ବିଷୟରେ ପ୍ରକାଶ କରିଥିଲେ।1
- ଛତ୍ରପୁର ରେ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା- ୨୦୨୬ : ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଛତ୍ରପୁର ବିଧାୟକ ଛତ୍ରପୁରସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମ ପରିସରରେ ଛତ୍ରପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ପକ୍ଷରୁ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ବିଇଓ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କ୍ରୀଡ଼ାବିତ୍ମାନଙ୍କୁ ନିଷ୍ଠା, ଶୃଙ୍ଖଳା ଓ ନିୟମିତ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ଜାତୀୟ ଭାରଉତ୍ତୋଳନ କ୍ରୀଡ଼ାବିତ୍ ସୀତା କୁମାରୀ ଜେନା, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷା ଓ କ୍ରୀଡ଼ା ଅଧିକାରୀ ଭାଗୀରଥି ସ୍ୱାଇଁ ଏବଂ ଛତ୍ରପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ପ୍ରତିଯୋଗିତାରେ ଛତ୍ରପୁର ବ୍ଲକର ୧୩ଟି କ୍ଲଷ୍ଟର ଏବଂ ୪ଟି ଜୋନ୍ର ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିଥିଲେ। ଦୌଡ଼, ଖୋ-ଖୋ, କବାଡ଼ି, ଉଚ୍ଚଡିଆଁ, ଲମ୍ବଡିଆଁ ଓ ଯୋଗ ସମେତ ବିଭିନ୍ନ କ୍ରୀଡ଼ାରେ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ଆଗାମୀ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ।1
- କବିସୂର୍ଯ୍ୟନଗର : ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ,ଉତ୍କଟ ଡ୍ରେନେଜ ସମସ୍ୟା ସମାଧାନ ନେଇ ଅଭିଯୋଗ କଲେ କୋଦଳା ଏନଏସି ବାସିନ୍ଦା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ରେ ଡ୍ରେନେଜ ସମସ୍ୟା ନେଇ ଅଭିଯୋଗ କଲେ କୋଦଳା ଏନଏସି ୱାର୍ଡ ନମ୍ବର 10 ସୂର୍ଯ୍ୟନଗର ସାହି ବାସିନ୍ଦା l ଦୀର୍ଘ ମାସ ହେବ ସାହି ରାସ୍ତାରେ ନର୍ଦମା ପାଣି ଜମି ରହିବା ସହ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି l ଫଳରେ ସାହି ବାସିନ୍ଦା ବହୁ ସମସ୍ୟା ଭୋଗୁଥିବା ନେଇ ବହୁବାର କୋଦଳା ଏନଏସି ରେ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲା ସ୍ଥରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅଧିକାରୀ ଙ୍କ ନିକଟରେ ଦାବି କରାଯାଇଛି l ସେହି ଭଳି ମୋଟ 186 ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ଲାଇନ ଡିପାର୍ଡ ମେଣ୍ଟ ର ଅଧିକାରୀ ମାନେ ଯୋଗଦେଇଥିଲେ l ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଯଥାଶୀଘ୍ର ସମାଧାନ ଲାଗି ପ୍ରୟାସ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ l1
- କୃତ୍ରିମ ଗୋଡ଼, ହାତ ସହ ହ୍ୱିଲ୍ଚେୟାର ଓ ବିଭିନ୍ନ ସହାୟକ ଯନ୍ତ୍ର ମାଗଣାରେ ପ୍ରଦାନ। ପୁରୀ, ୨୧/୦୯: ପୁରୀରେ ରୋଟାରୀ କ୍ଲବ ପକ୍ଷରୁ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ଆରମ୍ଭ ହୋଇଛି। ରାଜସ୍ଥାନର ଜୟପୁରସ୍ଥିତ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ଆନୁକୂଲ୍ୟରେ ଏବଂ ରୋଟାରୀ କ୍ଲବ ଅଫ୍ ପୁରୀ ଜଗନ୍ନାଥ ଧାମ ଓ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ଜୟ ଗୋପାଳଜୀ ଭବନ, ବଡ଼ଶଙ୍ଖ ଠାରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଏଠାରେ ହିତାଧିକାରୀମାନଙ୍କୁ କୃତ୍ରିମ ଗୋଡ଼, ହାତ, ହ୍ୱିଲ୍ଚେୟାର, ବାଡ଼ି ସମେତ ବିଭିନ୍ନ ସହାୟକ ଯନ୍ତ୍ର ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି। ଶିବିର ପାଇଁ ୯୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିବାବେଳେ ୫୦ରୁ ଅଧିକ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହିତାଧିକାରୀମାନେ ଶିବିରରେ ଯୋଗଦେଇ ସହାୟତା ପାଇବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋଟାରିଆନ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିଲ କୁମାର ସାମଲ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧି, ମନୋଜ କୁମାର ତ୍ରିପାଠୀ, ବ୍ରହ୍ମପୁର ଇଷ୍ଟ କ୍ଲବର ସଭାପତି ହୃଷିକେଶ ପ୍ରଧାନ ଓ ପ୍ରକଳ୍ପ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ। ରୋଟାରୀ କ୍ଲବ ଅଫ୍ ଜଗନ୍ନାଥ ଧାମର ସଭାପତି ସନମୋହନ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ପାତ୍ରଙ୍କ ସମେତ ବହୁ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବ୍ରହ୍ମପୁର ଇଷ୍ଟ ପକ୍ଷରୁ ଡ଼. ସମ୍ବିତ ବେଗ୍ରାୟ, ପ୍ରଦୀପ କୁମାର ପଣ୍ଡା, କାମରାଜୁ ମହାରଣା, ଜୟନ୍ତ ପାତ୍ର, ଶାନ୍ତନୁ ପାତ୍ର ଓ ଅସିତ ଦତ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଶିବିର ଭିନ୍ନକ୍ଷମ ହିତାଧିକାରୀଙ୍କୁ ନୂଆ ଆଶା ଓ ସ୍ୱାବଲମ୍ବନର ସୁଯୋଗ ଦେଇଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ଖୋର୍ଦ୍ଧା ଜିଲ୍ଲାର ପୌର ପରିଷଦ ଆଠ ନଂ ୱାର୍ଡ଼ରେ ଜଳବନ୍ଧି ସମସ୍ୟା ଘେରରେ ଜନସାଧାରଣ1