logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ବରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

1 hr ago
user_Ram Shankar Bhoi
Ram Shankar Bhoi
ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
1 hr ago

ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ବରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଶ୍ରୀ ଲକ୍ଷ୍ମୀ ମୋବାଇଲ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଆଇଏମଇଆଇ ଟ୍ରାକିଂ ଏବଂ ସିସିଟିଭି ଫୁଟେଜ ଆଧାରରେ ପୋଲିସ ୩୪ଟି ଚୋରି ମୋବାଇଲ ଜବତ କରିବା ସହ ଜଣେ ନାବାଳକ ଏବଂ ଅନ୍ୟ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
    1
    ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଶ୍ରୀ ଲକ୍ଷ୍ମୀ ମୋବାଇଲ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଆଇଏମଇଆଇ ଟ୍ରାକିଂ ଏବଂ ସିସିଟିଭି ଫୁଟେଜ ଆଧାରରେ ପୋଲିସ ୩୪ଟି ଚୋରି ମୋବାଇଲ ଜବତ କରିବା ସହ ଜଣେ ନାବାଳକ ଏବଂ ଅନ୍ୟ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    34 min ago
  • ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ବରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
    1
    ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ବରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲା ବାଙ୍କିପାଲି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବସଷ୍ଟାଣ୍ଡ ନିକଟରେ ମଦ ବିକ୍ରି ହେଉଥିବାରୁ ଏହାକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହି ମଦ କାରବାରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ବାଙ୍କିପାଲି ଗ୍ରାମବାସୀ ରାମପୁର ଥାନା ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାଙ୍କିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାତ୍ର ୧୦୦ ମିଟର ଦୂରତାରେ ମଦ ବିକ୍ରି କରାଯାଉଛି ଏବଂ ମଦ୍ୟପମାନେ ସ୍କୁଲ ପରିସର ମଧ୍ୟରେ ମଧ୍ୟ ମଦ୍ୟପାନ କରୁଛନ୍ତି। ଏହା ବ୍ୟତୀତ ବାଙ୍କିପାଲି ବସଷ୍ଟାଣ୍ଡ ପରିସରରେ ମଧ୍ୟ ମଦ ବିକ୍ରି କରାଯାଉଛି, ଯେଉଁଠାରୁ ବାଙ୍କିପାଲି ହାଇସ୍କୁଳର ଦୂରତା ମାତ୍ର ୧୦୦ ମିଟର ରହିଛି। ଏହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ପ୍ରତିଦିନ ସ୍କୁଲକୁ ଯିବା ଆସିବା କରୁଛନ୍ତି। ଗ୍ରାମରେ ପ୍ରଚୁର ପରିମାଣରେ ମଦ ବିକ୍ରି ହେଉଥିବାରୁ ସ୍ଥାନୀୟ ପରିବେଶ ନଷ୍ଟ ହେଉଛି ଏବଂ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି। ଏହା ଛୋଟ ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଥିବାରୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ବାଙ୍କିପାଲି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବସଷ୍ଟାଣ୍ଡ ନିକଟରେ ମଦ ବିକ୍ରି ହେଉଥିବାରୁ ଏହାକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହି ମଦ କାରବାରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ବାଙ୍କିପାଲି ଗ୍ରାମବାସୀ ରାମପୁର ଥାନା ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାଙ୍କିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାତ୍ର ୧୦୦ ମିଟର ଦୂରତାରେ ମଦ ବିକ୍ରି କରାଯାଉଛି ଏବଂ ମଦ୍ୟପମାନେ ସ୍କୁଲ ପରିସର ମଧ୍ୟରେ ମଧ୍ୟ ମଦ୍ୟପାନ କରୁଛନ୍ତି। ଏହା ବ୍ୟତୀତ ବାଙ୍କିପାଲି ବସଷ୍ଟାଣ୍ଡ ପରିସରରେ ମଧ୍ୟ ମଦ ବିକ୍ରି କରାଯାଉଛି, ଯେଉଁଠାରୁ ବାଙ୍କିପାଲି ହାଇସ୍କୁଳର ଦୂରତା ମାତ୍ର ୧୦୦ ମିଟର ରହିଛି। ଏହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ପ୍ରତିଦିନ ସ୍କୁଲକୁ ଯିବା ଆସିବା କରୁଛନ୍ତି। ଗ୍ରାମରେ ପ୍ରଚୁର ପରିମାଣରେ ମଦ ବିକ୍ରି ହେଉଥିବାରୁ ସ୍ଥାନୀୟ ପରିବେଶ ନଷ୍ଟ ହେଉଛି ଏବଂ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି। ଏହା ଛୋଟ ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଥିବାରୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଠାରେ ଭାଗବତ ପରାୟଣ ଅନୁଷ୍ଠିତ ହୋଇଯାଇଛି।
    1
    ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଠାରେ ଭାଗବତ ପରାୟଣ ଅନୁଷ୍ଠିତ ହୋଇଯାଇଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    26 min ago
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ସାନଭାଲୁପାଳି ଅଞ୍ଚଳରେ ଚାଲିଥିବା ଏକ ପଥର କ୍ରସର ଯୋଗୁଁ ସ୍ଥାନୀୟ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। କ୍ରସର ମାଲିକ ବେଆଇନ ଭାବେ କୋଟି କୋଟି ଟଙ୍କାର ଚୋରା ପଥର ଚାଲାଣ କରୁଥିବା ବେଳେ ଦିନରାତି ଚାଲୁଥିବା ପଥର ବ୍ଲାଷ୍ଟିଙ୍ଗ୍ ଏବଂ କ୍ରସର କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ଘରଗୁଡ଼ିକ ଥରୁଛି। ଏହି ବିସ୍ଫୋରଣ ଯୋଗୁଁ ଲୋକଙ୍କ ଘରର କାନ୍ଥ ଏବଂ ଛାତରେ ବଡ଼ ବଡ଼ ଫାଟ ସୃଷ୍ଟି ହେଉଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗଭୀର ଆତଙ୍କ ଖେଳାଇ ଦେଇଛି। କ୍ରସରରୁ ନିର୍ଗତ ହେଉଥିବା ଧୂଳିଗୁଣ୍ଡ ଯୋଗୁଁ ଚାଷବାସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏହା ପରିବେଶକୁ ପ୍ରଦୂଷିତ କରିବା ସହ ସାଧାରଣ ଜନତା ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପୂର୍ବରୁ ଅନେକ ଔଷଧୀୟ ବୃକ୍ଷଲତା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ଅଞ୍ଚଳରେ ବେଆଇନ ଖନନ କାରଣରୁ ଶହ ଶହ ଫୁଟର ବଡ଼ ବଡ଼ ଗାତ ସୃଷ୍ଟି କରି ସେମିତି ଖୋଲା ଛାଡ଼ି ଦିଆଯାଉଛି। ଏହା ବ୍ୟତୀତ ଓଭରଲୋଡ୍ ଗାଡ଼ି ଚଳାଚଳ ଯୋଗୁଁ ସ୍ଥାନୀୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଖଣି ବିଭାଗ ଅଧିକାରୀ, ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ବେଆଇନ କ୍ରସର ସମ୍ପର୍କରେ ଅଭିଯୋଗ ପାଇବା ପରେ ରାଜସ୍ବ ନିରୀକ୍ଷକ ଏବଂ ମାଇନିଙ୍ଗ ବିଭାଗକୁ ଖବର ଦିଆଯାଇଥିବା ବିନିକା ଅତିତିକ୍ତ ତହସିଲଦାର କହିଛନ୍ତି। ଏହାସହ କ୍ଷତିଗ୍ରସ୍ତ ଘରଗୁଡ଼ିକର ତଦନ୍ତ କରି ଉଚିତ କ୍ଷତିପୂରଣ ପାଇଁ ସରକାରଙ୍କୁ ଜଣାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ଆଗାମୀ ଦିନରେ ଯଦି ଏହି ବେଆଇନ ଖନନ ଓ ପଥର ବ୍ଲାଷ୍ଟିଙ୍ଗ୍ ଉପରେ ରୋକ ଲଗା ନଯାଏ, ତେବେ ଗ୍ରାମବାସୀ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ସାନଭାଲୁପାଳି ଅଞ୍ଚଳରେ ଚାଲିଥିବା ଏକ ପଥର କ୍ରସର ଯୋଗୁଁ ସ୍ଥାନୀୟ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। କ୍ରସର ମାଲିକ ବେଆଇନ ଭାବେ କୋଟି କୋଟି ଟଙ୍କାର ଚୋରା ପଥର ଚାଲାଣ କରୁଥିବା ବେଳେ ଦିନରାତି ଚାଲୁଥିବା ପଥର ବ୍ଲାଷ୍ଟିଙ୍ଗ୍ ଏବଂ କ୍ରସର କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ଘରଗୁଡ଼ିକ ଥରୁଛି। ଏହି ବିସ୍ଫୋରଣ ଯୋଗୁଁ ଲୋକଙ୍କ ଘରର କାନ୍ଥ ଏବଂ ଛାତରେ ବଡ଼ ବଡ଼ ଫାଟ ସୃଷ୍ଟି ହେଉଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗଭୀର ଆତଙ୍କ ଖେଳାଇ ଦେଇଛି।

କ୍ରସରରୁ ନିର୍ଗତ ହେଉଥିବା ଧୂଳିଗୁଣ୍ଡ ଯୋଗୁଁ ଚାଷବାସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏହା ପରିବେଶକୁ ପ୍ରଦୂଷିତ କରିବା ସହ ସାଧାରଣ ଜନତା ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପୂର୍ବରୁ ଅନେକ ଔଷଧୀୟ ବୃକ୍ଷଲତା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ଅଞ୍ଚଳରେ ବେଆଇନ ଖନନ କାରଣରୁ ଶହ ଶହ ଫୁଟର ବଡ଼ ବଡ଼ ଗାତ ସୃଷ୍ଟି କରି ସେମିତି ଖୋଲା ଛାଡ଼ି ଦିଆଯାଉଛି। ଏହା ବ୍ୟତୀତ ଓଭରଲୋଡ୍ ଗାଡ଼ି ଚଳାଚଳ ଯୋଗୁଁ ସ୍ଥାନୀୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି।

ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଖଣି ବିଭାଗ ଅଧିକାରୀ, ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ବେଆଇନ କ୍ରସର ସମ୍ପର୍କରେ ଅଭିଯୋଗ ପାଇବା ପରେ ରାଜସ୍ବ ନିରୀକ୍ଷକ ଏବଂ ମାଇନିଙ୍ଗ ବିଭାଗକୁ ଖବର ଦିଆଯାଇଥିବା ବିନିକା ଅତିତିକ୍ତ ତହସିଲଦାର କହିଛନ୍ତି। ଏହାସହ କ୍ଷତିଗ୍ରସ୍ତ ଘରଗୁଡ଼ିକର ତଦନ୍ତ କରି ଉଚିତ କ୍ଷତିପୂରଣ ପାଇଁ ସରକାରଙ୍କୁ ଜଣାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ଆଗାମୀ ଦିନରେ ଯଦି ଏହି ବେଆଇନ ଖନନ ଓ ପଥର ବ୍ଲାଷ୍ଟିଙ୍ଗ୍ ଉପରେ ରୋକ ଲଗା ନଯାଏ, ତେବେ ଗ୍ରାମବାସୀ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    13 hrs ago
  • ବଲାଙ୍ଗୀର ସଦର ଅଞ୍ଚଳରେ ମାଡ଼ର ଶିକାର ହୋଇଥିବା ଜଣେ ଯୁବକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସଦର ପୋଲିସ ପୀଡ଼ିତ ଯୁବକଙ୍କୁ କେବେ ସୁଦ୍ଧା ନ୍ୟାୟ ପ୍ରଦାନ କରୁଛି, ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି।
    1
    ବଲାଙ୍ଗୀର ସଦର ଅଞ୍ଚଳରେ ମାଡ଼ର ଶିକାର ହୋଇଥିବା ଜଣେ ଯୁବକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସଦର ପୋଲିସ ପୀଡ଼ିତ ଯୁବକଙ୍କୁ କେବେ ସୁଦ୍ଧା ନ୍ୟାୟ ପ୍ରଦାନ କରୁଛି, ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    1 hr ago
  • ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବହିରା କ୍ଲଷ୍ଟରର ସିଆରସିସି ତୋଷଣ କୁମାର ମହାକୁଳଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଅବସର ଗ୍ରହଣ କରିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗଣ୍ଡାରାମ ସାହୁ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବହିରାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହାଡିବନ୍ଧୁ ସାହୁ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ବାବୁଲାଲ ବଘାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରବୀର କୁମାର ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବହିରା କ୍ଲଷ୍ଟରର ପୂର୍ବ ସିଆରସିସି ଶ୍ରୀଯୁକ୍ତ ସୁଦାମ ଶେଖର ପୁରୋହିତ ଏବଂ ପୂର୍ବ ସିଆରସିସି ଶ୍ରୀଯୁକ୍ତ ଶଙ୍କର୍ଷଣ ହାତୀ ମଞ୍ଚାସୀନ ଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହିମାଂଶୁ ଶେଖର ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହିରା କ୍ଲଷ୍ଟରର ସମସ୍ତ ଶିକ୍ଷକ ସହଯୋଗ କରିଥିବା ବେଳେ ଶେଷରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।
    1
    ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବହିରା କ୍ଲଷ୍ଟରର ସିଆରସିସି ତୋଷଣ କୁମାର ମହାକୁଳଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଅବସର ଗ୍ରହଣ କରିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗଣ୍ଡାରାମ ସାହୁ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବହିରାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହାଡିବନ୍ଧୁ ସାହୁ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ବାବୁଲାଲ ବଘାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରବୀର କୁମାର ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବହିରା କ୍ଲଷ୍ଟରର ପୂର୍ବ ସିଆରସିସି ଶ୍ରୀଯୁକ୍ତ ସୁଦାମ ଶେଖର ପୁରୋହିତ ଏବଂ ପୂର୍ବ ସିଆରସିସି ଶ୍ରୀଯୁକ୍ତ ଶଙ୍କର୍ଷଣ ହାତୀ ମଞ୍ଚାସୀନ ଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହିମାଂଶୁ ଶେଖର ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହିରା କ୍ଲଷ୍ଟରର ସମସ୍ତ ଶିକ୍ଷକ ସହଯୋଗ କରିଥିବା ବେଳେ ଶେଷରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    5 hrs ago
  • ସୁବର୍ଣ୍ଣପୁରରେ ପ୍ରବଳ ଝଡ଼ ବର୍ଷା ହେତୁ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅନେକ ଜାଗାରେ ଗଛ ମଧ୍ୟ ପଡ଼ିବା କାରଣରୁ ରାସ୍ତା ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ବ୍ଲକ ହୋଇ ରହିଛି। ପ୍ରବଳ ଝଡ଼ ଏବଂ ବର୍ଷାର ଏହି ପ୍ରଭାବ ଯୋଗୁଁ ସୁବର୍ଣ୍ଣପୁରରେ ରାସ୍ତାରେ ପାଣି ଜମି ରହିବା ସହ ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି।
    1
    ସୁବର୍ଣ୍ଣପୁରରେ ପ୍ରବଳ ଝଡ଼ ବର୍ଷା ହେତୁ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅନେକ ଜାଗାରେ ଗଛ ମଧ୍ୟ ପଡ଼ିବା କାରଣରୁ ରାସ୍ତା ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ବ୍ଲକ ହୋଇ ରହିଛି। ପ୍ରବଳ ଝଡ଼ ଏବଂ ବର୍ଷାର ଏହି ପ୍ରଭାବ ଯୋଗୁଁ ସୁବର୍ଣ୍ଣପୁରରେ ରାସ୍ତାରେ ପାଣି ଜମି ରହିବା ସହ ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.