Shuru
Apke Nagar Ki App…
ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା ରାଇଘର ବଳି ଅଞ୍ଚଳ ରୁ ବି NEET ଉତ୍ତୀର୍ଣ୍ଣ ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା
Dinu kuldeep
ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା ରାଇଘର ବଳି ଅଞ୍ଚଳ ରୁ ବି NEET ଉତ୍ତୀର୍ଣ୍ଣ ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା
More news from ଓଡ଼ିଶା and nearby areas
- ଫୁ କା ଫୁକା ଗା ଆ ଲା ନ ନୀ ତର କୁ ଚୂ କୁ ଚି ଆ ବା ଆ ଲା1
- ତୁଳସୀ କ୍ଷେତ୍ରରେ ଭକ୍ତ ସୁଦାମା, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ଆୟୋଜନ।। ତୁଳସୀ କ୍ଷେତ୍ରରେ ଭକ୍ତ ସୁଦାମା, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ଆୟୋଜନ।। କେନ୍ଦ୍ରାପଡ଼ାକୁ ଆଜି ଆସିଥିଲେ ଭକ୍ତ ସୁଦାମା। ସୁଦାମାଙ୍କୁ ଦେଖିବାକୁ ବେଶ୍ ଗହଳି ଓ ଆଗ୍ରହ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ସୁଦାମା ବେଶରେ ଆସିଥିବା ବ୍ୟକ୍ତି ହେଉଛନ୍ତି ବ୍ରହ୍ମପୁର ଜିଲ୍ଲାର ପ୍ରଫୁଲ୍ଲ ଗୌଡ଼ । ସେ ପ୍ରତିବର୍ଷ ରଥଯାତ୍ରା ସମୟରେ ପଦଯାତ୍ରା କରି କରି ହାତରେ ଖୁଦଭଜା ଧରି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରନ୍ତି। ତାଙ୍କର ବେଶ ପୁରା ସୁଦାମାଙ୍କ ଭଳି ଦେଖାଯାଉଥିବାରୁ ତାଙ୍କୁ ସୁଦାମା ବୋଲି ସମସ୍ତେ ସମ୍ବୋଧନ କରୁଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ସଙ୍ଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଂସ୍କୃତି ଓ ପରମ୍ପରାର ସନ୍ଦେଶକୁ ପାଥେୟ କରି ସୁଦାମାଙ୍କୁ ତୁଳସୀ କ୍ଷେତ୍ର ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ବଳଦେବଜୀଉ ମହାପ୍ରଭୁଙ୍କ ଜନ୍ମଦିନ ଉପଲକ୍ଷେ ସୁଦାମା କେନ୍ଦ୍ରାପଡ଼ାକୁ ଆସିଥିଲେ। ଏହି ଅବସରରେ ସାନ୍ତସାହି ପଞ୍ଚମୁଖୀ ହନୁମାନ ମନ୍ଦିର ରୁ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଏକ ପଦଯାତ୍ରା ସଙ୍କିର୍ତ୍ତନ ମଣ୍ଡଳୀ ଓ ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ଏଥିରେ ସୁଦାମା ପଥପ୍ରାନ୍ତ କରି ପ୍ରଭୁଙ୍କ ନାମକୁ ସ୍ମରଣ କରି କରି ବଳଦେବଜୀଉ ଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଯାଇଥିବା ପାଟଲୁଗାକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ଲାଗି କରାଯାଇଥିଲା। ରାସ୍ତାରେ ସୁଦାମାଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।ଏହି ସମୟରେ ଭକ୍ତି ଓ ଭକ୍ତ ର ଅପୂର୍ବ ସମାନତା ଦେଖିବାକୁ ମିଳିଥିଲା l ବୟସ୍କ ମା ମାନଙ୍କର ଭକ୍ତ ସୁଦାମା ଙ୍କୁ ବନ୍ଦାପନା କିଛି ନିଆରା ପରିବେଶ ସୃଷ୍ଟି କରିଥିଲା l ଗୁରୁଜନ ଙ୍କ ଭାବ ଭକ୍ତି ର ପ୍ରଣାମ ସମାଜ କୁ ସେଇ ପୁରୁଣା ଦିନ ମନେପକାଇ ଦେଉଥିଲା l ଆଜି ର ଏହି ଭକ୍ତିମୟ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଯଶୋଦା ମା ମୋହିନୀ ମା, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ମୁଖପାତ୍ର ପ୍ରମୋଦ ନାୟକ, ଟ୍ରଷ୍ଟ ର ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ମନୋଜ ରାଉତ, କାଳନ୍ଦୀ ମଲ୍ଲିକ, ପଦାରବିନ୍ଦ ଦାସ, ଗଙ୍ଗାଧର ସାମଲ,ଚଗଲା ବିଶ୍ୱାଳ, ସୁନୀଲ ଦାସ, ସାମଜିକ କର୍ମୀ ଅକ୍ଷୟ ପାଣି, ସାମ୍ବାଦିକ ପ୍ରଭାତ ରଞ୍ଜନ ଜେନା l4
- ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଜମଯନ୍ତ୍ରଣା, ଏଠି ଅଭିଯୋଗ ପରେ ବି ନିରୋବୋଦ୍ରୋଷ୍ଟା ପ୍ରଶାସନ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ର ଦେଓପଟ୍ଟାଙ୍ଗି ପଂଚାୟତ ର ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଯମଯନ୍ତ୍ରଣା ଚାଲନ୍ତୁ ଦେଖିବା ରିପୋଟ1
- ଶୁଣିଲାନି ପ୍ରଶାସନ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗମନାଗମନ ଠାରୁ ଆରମ୍ଭ କରି ମୌଳିକ ସୁବିଧା ପହଞ୍ଚେଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଶୁଣିଲାନି ପ୍ରଶାସନ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗମନାଗମନ ଠାରୁ ଆରମ୍ଭ କରି ମୌଳିକ ସୁବିଧା ପହଞ୍ଚେଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ଆଜିର ଆଧୁନିକ ଯୁଗରେ ଲୋକେ ଡିଜିଟାଲ ଦୁନିଆରେ ପାଦ ମଧ୍ୟ ଦେଇ ସାରିଲେଣି।କିନ୍ତୁ ସ୍ୱାଧୀନତା ର ଆଠ ଦସନ୍ଦି ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ସାତ ସପନ ପାଲଟିଛି।ଏମିତିକି ରାସ୍ତା ଖଣ୍ଡେ ପାଇଁ ଗ୍ରାମବାସୀ ମାନେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବିଧାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡ଼ିଓ ଓ ଜିଲ୍ଲାପାଳ ଜନ ଶୁଣାଣୀ ରେ ଅଭିଯୋଗ କରିଥିଲେ।କିନ୍ତୁ ଗ୍ରାମବାସୀ ଙ୍କ ଦୁଃଖ କେହି ବୁଝୁ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।ଏପରି ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବାରା ଗ୍ରାମରେ।ସରକାରୀ କାଗଜପତ୍ର ରେ ବାରା ହେଉଛି ରାଜସ୍ୱ ଗ୍ରାମର ଚାଟିଗୁଡା ସାହି ୨୦ ଘର ଲୋକ ସଂଖ୍ୟା ୧୨୦,ଟେକଗୁଡା ସାହି ୩୭ ଘର ଲୋକ ସଂଖ୍ୟା ୨୫୦ ଓ ଗୁଣ୍ଡାଲଗୁଡା ସାହିରେ ୧୨ ଘର ଥିବା ବେଳେ ୭୦ ଜଣ ଲୋକ ବସବାସ କରୁଛନ୍ତି।ବାରା ଗ୍ରାମର ମଣ୍ଡପ ଠାରୁ ଗୁଣ୍ଡାଲଗୁଡା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବର୍ଷା ଦିନରେ ଶୋଚନୀୟ ହୋଇ ଯାଉଛି।ଯାହା ଫଳରେ ଦୁଇ ଚକିଆ ବାଇକ ଯିବା ବି ସମ୍ଭବ ହେଉନାହିଁ।ଏପରି ସ୍ଥିତିରେ ଚାରି ଚକିଆ ଯାନ ଯିବାର ପ୍ରଶ୍ନ ହିଁ ଉଠୁ ନାହିଁ।ସାହିରେ ଗୁରୁତର ରୋଗୀ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ଭାରରେ ଦୀର୍ଘ ୪କିମି ମଝିରେ ଦୁଇଟି ନାଳ ପାର ହୋଇ ଖଟିଆରେ ବୋହି ବାରା ଗ୍ରାମରେ ଥିବା ମଣ୍ଡପ ନିକଟକୁ ଆଣିଲେ ଯାଇ ମିଳେ ଆମ୍ବୁଲାନ୍ସ ସେବା।ଏହି ବିଷୟରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ପଲ୍ଲୀସଭା,ଗ୍ରାମସଭା ଓ ଜିଲ୍ଲାପାଳ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଅନେକ ବାର ଲିଖିତ ଅଭିଯୋଗ ପରେ ବି ସେହି ରାସ୍ତା ଉପରେ ନଜର ପଡୁ ନାହିଁ।ପ୍ରଶାସନ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ନ ଶୁଣିବାରୁ ଆଜି ସାହିର ବାସିନ୍ଦା ମାନେ ଏକତ୍ରିତ ହୋଇ ରାସ୍ତାରେ ଧାନ ତଳି ରୋଇ ଅଭିନବ ଭାବେ ପ୍ରତିବାଦ କରିଛନ୍ତି।ଲୋକ ମାନଙ୍କର କହିବା କଥା ହେଲା ଯଦି ଆମ ଆଦିବାସୀ ମାନଙ୍କ ଗମନାଗମନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି।ସେଥିପାଇଁ ଆମେ ଏହିପରି ପ୍ରତିବାଦ କରିବା ଦ୍ୱାରା ଯଦି ପ୍ରଶାସନିକ ଅଧିକାରୀ ମାନଙ୍କ ନିଦ ଭାଙ୍ଗି ପାରେ ବୋଲି ଆଶା କରିଛନ୍ତି।ନଚେତ ଆଗାମୀ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆମର ତିନୋଟି ସାହିର ଭୋଟର ଭାଇ ଭଉଣୀ ମାନେ ଭୋଟ ବର୍ଜନ କରିବାକୁ ଗ୍ରାମର ୱାର୍ଡମେମ୍ବର ମାଧବ ଦୁରୁଆ, ବୁଦ୍ରା ଦୁରୁଆ,ବଣ୍ଡକୁ କଲାର, ରାୟଧର ଦୁରୁଆ,ଭଗତ ଦୁରୁଆ ଓ ବଟି ଦୁରୁଆ ମାନେ ଚେତାବନୀ ଦେଇଛନ୍ତି।. ମାଲକାନଗିରି ଜିଲ୍ଲା ରୁ ବାସୁଦେବ ଜେନା।1
- ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ବୌଦ୍ଧ: ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ନେଇ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳସ୍ଥିତ ପଞ୍ଚାୟତ କଲେଜ ପରିସରରେ ଯୁବ ରେଡ୍ କ୍ରସ୍ (YRC) ଶାଖା ପକ୍ଷରୁ ଏକ ଅଭିନବ ‘ବୃକ୍ଷ ରକ୍ଷା ବନ୍ଧନ’ କାର୍ଯ୍ୟକ୍ରମ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ବୃକ୍ଷକୁ ଭାଇ-ଭଉଣୀର ସ୍ନେହର ପ୍ରତୀକ ଭାବେ ଗ୍ରହଣ କରି ଗଛଗୁଡ଼ିକରେ ରାକ୍ଷୀ ବାନ୍ଧି ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂକଳ୍ପ ନେଇଥିଲେ । ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ବିକାଶ ରଣା ଓ ଝିଲି ରାଣୀ ବେହେରାଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତ ନିର୍ମିତ ରାକ୍ଷୀ ବୃକ୍ଷଗୁଡ଼ିକରେ ବନ୍ଧାଯାଇଥିଲା । "ବୃକ୍ଷ ବଞ୍ଚାଅ, ପରିବେଶ ବଞ୍ଚାଅ" ସ୍ଲୋଗାନରେ ସାରା କଲେଜ ପରିସର ପ୍ରକମ୍ପିତ ହୋଇଥିଲା । କଲେଜ ଅଧ୍ୟକ୍ଷ ଶ୍ରୀ ଅନୋଜ୍ କୁମାର ଭୁକ୍ତା ବୃକ୍ଷର ଉପକାରିତା ବର୍ଣ୍ଣନା କରି ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା YRC ପରାମର୍ଶଦାତା ଶ୍ରୀ ସମୀର ମେହେର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରକୃତି ପ୍ରତି ଭଲପାଇବା ବୃଦ୍ଧି କରିବ ବୋଲି ମତ ଦେଇଥିବା ବେଳେ ସଂସ୍କୃତ ଅଧ୍ୟାପକ ଶ୍ରୀ ପୌଲସ୍ଥି ପ୍ରଧାନ ଭାରତୀୟ ସଂସ୍କୃତିରେ ବୃକ୍ଷର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ କୁଶଲେଶ୍ୱର ସାହୁ, କରୁଣାକର ପ୍ରଧାନ ଏବଂ ଅଧ୍ୟାପିକା ଅର୍ଚ୍ଚନା ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ପରିଶେଷରେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଶ୍ରୀ ସୁନୀଲ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତୁ, ଆମେ ସମସ୍ତେ ଗଛ ଲଗାଇବା ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା l1
- ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି,ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ। ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି,ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ, ଜଣେ ଭବାନୀପାଟଣା ସ୍ଥାନାନ୍ତର । ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ମାଟି ଘର। ଅଳ୍ପକେ ବର୍ତ୍ତିଲେ ଦମ୍ପତି। ଶୋଇଥିବା ସମୟରେ ହଠାତ୍ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ପ୍ରାଣୀ ମାଟି ତଳେ ଚାପି ହୋଇଯାଇଥିଲେ। ପରେ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁରେ ଘଟିଛି ଏଭଳି ଅଘଟଣ। ପ୍ରାଥମିକ ସୂଚନା ଅନୁସାରେ, ଲଗାଣ ଲଘୁଚାପଜନିତ ବର୍ଷାରେ ଗତରାତି ପ୍ରାୟ ୧୦ଟା ୩୦ ସମୟରେ ଟଙ୍କଧର ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ମିଥିଲା ପାଣିଗ୍ରାହୀ ଘରେ ଶୋଇଥିବା ବେଳେ ହଠାତ୍ ମାଟି ଘରଟି ଭୁଶୁଡ଼ି ପଡ଼ିଥିଲା। ଘର ଭୁଶୁଡ଼ିବାରୁ ଦୁଇଜଣ ମାଟି ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀମାନେ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଟଙ୍କଧର ପାଣିଗ୍ରାହୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ଏପଟେ ଲଗାଣ ବର୍ଷା ଯୋଗୁଁ ମାଟି ଘରେ ରହୁଥିବା ପରିବାରଗୁଡ଼ିକ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଜୟପାଟଣା ଅଞ୍ଚଳରେ ମଧ୍ୟ ଭାରୀ ବର୍ଷାର ପ୍ରଭାବ ରହିଥିବା ନେଇ ସମ୍ପ୍ରତି ରିପୋର୍ଟ ଆସିଛି। ରିପୋର୍ଟ, ଆମଜାତ ଖାନ, ଜୟପାଟଣା1
- ବୌଦ୍ଧରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ, ଯୋଗଦେଲେ ଉଭୟ ବିଧାୟକ; ମହିଳା ସଶକ୍ତିକରଣକୁ ସୁଭଦ୍ରା ଯୋଜନାରେ ଗୁରୁତ୍ୱ l ବୌଦ୍ଧ, ତା. ୨୮/୦୮: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟତମ ମହତ୍ୱାକାଙ୍କ୍ଷୀ ପଦକ୍ଷେପ ‘ସୁଭଦ୍ରା ଯୋଜନା’ର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ବୌଦ୍ଧ ଜିଲ୍ଲାସ୍ତରୀୟ ସମାରୋହ ସ୍ଥାନୀୟ ମାଉସୀମା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇଥିଲେ। କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଓ ସମାଜସେବୀ ଶ୍ରୀ ବିପ୍ର ଚରଣ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଭୟ ବିଧାୟକ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନାରେ କିଭଳି ଲକ୍ଷ ଲକ୍ଷ ମହିଳା ନିଜ ଜୀବନ ଜୀବିକାକୁ ସୁଦୃଢ଼ କରି ସଫଳତା ପାଇଛନ୍ତି ସେ ବିଷୟରେ କହିଥିଲେ lସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ସହ ସେମାନଙ୍କ ମଧ୍ୟରେ ସ୍ୱାବଲମ୍ବନ, ଆତ୍ମବିଶ୍ୱାସ ଓ ଉଦ୍ୟମିତାର ଭାବନା ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି ବିଶ୍ୱାସ ଦେଇଥିଲେ। ଆଜି ନୟାଗଡ଼ଠାର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ରାଜ୍ୟ ସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମର ସିଧାପ୍ରସାରଣ ଏଠାରେ ବଡ଼ ପରଦା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି ପର୍ଯ୍ୟାୟରେ ସମଗ୍ର ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ଯୋଜନାର ୧,୦୮,୮୪୯ ଜଣ ହିତାଧିକାରୀ ଉପକୃତ ହେବେ। ସେମାନଙ୍କ ମଧ୍ୟରୁ ପ୍ରମିଳା ନାଏକ -ବୌଦ୍ଧ, ଜାନକୀ ମହାନନ୍ଦିଆ- କଣ୍ଟାମାଳ ଓ ଶାନ୍ତିଲତା ଭୂୟାଁ -ହରଭଙ୍ଗା ସୁଭଦ୍ରା ଯୋଜନାରୁ ପାଇଥିବା ସହାୟତା କିପରି ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି, ସେ ସମ୍ପର୍କରେ ନିଜ ନିଜ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତଙ୍କ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସଂଯୋଜନା କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସମାଜ ମଙ୍ଗଳ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ୍ରୁ ବହୁ ସଂଖ୍ୟାରେ ଜନ ପ୍ରତିନିଧି ,ମହିଳା ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।3
- ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣୀ ମଁl ମାହେଶ୍ୱରୀ ଡିଗ୍ରୀ କଲେଜ ଠାରେ 'ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣୀ ମଁl ମାହେଶ୍ୱରୀ ଡିଗ୍ରୀ କଲେଜ ଠାରେ 'ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଭାରେ କଲେଜର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଖେଳ କୁଦର ମହତ୍ୱ ଏବଂ ଯୁବ ସମାଜର ବିକାଶରେ କ୍ରୀଡ଼ାର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ l ସେହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡ଼ା ସମ୍ବନ୍ଧୀୟ ବାର୍ତ୍ତା ସହ ସଭିଏଁ ଯୋଡ଼ି ହୋଇଥିଲେ l ସେହି ପରି ଅଧ୍ୟାପକ ବାବାରାମ ଦେହୁରୀ ସଭା ସାଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହ ବହୁତ ସଂଖ୍ୟାରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l1
- ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ନିୟମଗିରି କୁର୍ଲୀ ଗ୍ରାମପଞ୍ଚାୟତର ଥୁଆଗୁଡ଼ା ଘାଟିରେ ଘଟିଛି ଭୟଙ୍କର ଅଟୋ ଦୁର୍ଘଟଣା। ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋରିକ୍ସା ଘାଟି ରାସ୍ତାରେ ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛକୁ ଧକ୍କା ଦେଇଥିଲା। ପରେ ଅଟୋଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ବହୁଜନ ସମାଜ ପାର୍ଟିର ରାଜ୍ୟ ପ୍ରଭାରୀ ଜିତୁ ଜାକସିକା ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଓ କମାଣ୍ଡର ଯୋଗେ ଆହତମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମେଡିକାଲ ସୂତ୍ର ଅନୁସାରେ, ଚିକିତ୍ସା ପରେ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାୟଗଡ ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ4