logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ନିୟମଗିରି କୁର୍ଲୀ ଗ୍ରାମପଞ୍ଚାୟତର ଥୁଆଗୁଡ଼ା ଘାଟିରେ ଘଟିଛି ଭୟଙ୍କର ଅଟୋ ଦୁର୍ଘଟଣା। ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋରିକ୍ସା ଘାଟି ରାସ୍ତାରେ ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛକୁ ଧକ୍କା ଦେଇଥିଲା। ପରେ ଅଟୋଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ବହୁଜନ ସମାଜ ପାର୍ଟିର ରାଜ୍ୟ ପ୍ରଭାରୀ ଜିତୁ ଜାକସିକା ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଓ କମାଣ୍ଡର ଯୋଗେ ଆହତମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମେଡିକାଲ ସୂତ୍ର ଅନୁସାରେ, ଚିକିତ୍ସା ପରେ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାୟଗଡ ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

6 hrs ago
user_Narattam Kumar padhy
Narattam Kumar padhy
ବିଷମାକଟକ, ରାୟଗଡା, ଓଡ଼ିଶା•
6 hrs ago

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ନିୟମଗିରି କୁର୍ଲୀ ଗ୍ରାମପଞ୍ଚାୟତର ଥୁଆଗୁଡ଼ା ଘାଟିରେ ଘଟିଛି ଭୟଙ୍କର ଅଟୋ ଦୁର୍ଘଟଣା। ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋରିକ୍ସା ଘାଟି ରାସ୍ତାରେ ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛକୁ ଧକ୍କା ଦେଇଥିଲା। ପରେ ଅଟୋଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ବହୁଜନ ସମାଜ ପାର୍ଟିର ରାଜ୍ୟ ପ୍ରଭାରୀ ଜିତୁ ଜାକସିକା ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଓ କମାଣ୍ଡର ଯୋଗେ ଆହତମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମେଡିକାଲ ସୂତ୍ର ଅନୁସାରେ, ଚିକିତ୍ସା ପରେ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାୟଗଡ ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

More news from ଓଡ଼ିଶା and nearby areas
  • ଆନ୍ଧ୍ର ନିକଟରେ ଓଡିଶା ସରକାର ଵିକିଲା ମୁଣ୍ଡ । "ପାଣିଡଙ୍ଗର ଜଳ ପ୍ରକଳ୍ପ କରିବା ଦାବୀରେ ଗଣ ପ୍ରତିବାଦ" ରାୟଗଡ଼/ଗୁଣୁପୁର , ୨୮/୦୮ (ନିଉଜ ) ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ବଂଶଧାରା ନଦୀ ଗୁଡାରୀର ପାଣି ଡଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବୀରେ ଶୁକ୍ରବାର ଦିନ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରେ ଏକ ଗଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ସରକାରଙ୍କ ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀ କରଣ ଯୋଜନାରେ ଗୁଡ଼ାରୀର ପାଣି ଡ଼ଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ଭୋଟ ରାଜନୀତି ମନେକରି ଦୀର୍ଘ ୧୫ ବର୍ଷ ହେଲା ଦାବି କରାଯାଇଛି । କୈଣସି ସରକାର କର୍ଣ୍ଣପାତ କରୁ ନାହାଁନ୍ତି। ବଂଶଧାରା ପାଣିକୁ ନେଇ ବହୁ ଦିନର ବିବାଦ ଅନ୍ତ ଘଟିଛି। ଶେଷରେ ଆନ୍ଧ୍ରର କାଟ୍ରାଗାଡା ଠାରେ ୨ ପର୍ଯ୍ୟାୟ ପ୍ରକଳ୍ପକୁ ମାନ୍ୟବର ସୁପ୍ରିମକୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେଇଛନ୍ତି। ବିବାଦ ଭିତରେ ଆନ୍ଧ୍ର ସରକାର ବଂଶଧାରା ନଦୀର ପାଣିକୁ ସଦ୍ ବିନିଯୋଗ କରିବା ପାଇଁ ତାର ସମସ୍ତ କାର୍ଯ୍ୟ ଶେଷ କରିଛି । ଆମେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରୁ ନାହୁଁ । ସରକାରଙ୍କ ପ୍ରତାବିତ ଯୋଜନା ଉପରେ ଦାବୀ କରୁଛୁ। ବଂଶଧାରା ନଦୀ ଉପର ମୁଣ୍ଡ ଗୁଡ଼ାରୀ ପାଣି ଡ଼ଙ୍ଗର ଠାରେ ପ୍ରକଳ୍ପ କରାଗଲେ ରାୟଗଡା ଜିଲ୍ଲା ସମେତ ଗଞ୍ଜାମ ଗଜପତି ଓ ଆନ୍ଦ୍ରପ୍ରଦେଶର ଚାଷୀକୁଳ ଉପକୃତ ହେବା ସାଙ୍ଗକୁ ଅଞ୍ଚଳରେ ବିଦ୍ୟୁତ ଉତ୍ପନ୍ନ ହୋଇପାରିବ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଋଷିକୁଲ୍ୟା - ହରଭଙ୍ଗି - ବାଂଶଧାରା ନଦୀ ସଂଯୋଗୀ କରଣ ପାଇଁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ଯ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗୁଡାରୀ ଠାରେ କାର୍ଯ୍ୟାଳୟ ନିର୍ମାଣ ସହ ଉଦଘାଟନ କରି ତିନି ତିନି ଥର ସର୍ଭେ କରାଯାଇ ସରକାର ତହବିଲ୍ ରୁ ପ୍ରାୟ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୦୭ ମସିହାରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି। କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମନମୁଖୀ କାମ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଅଣଦେଖା ସହିତ ବିଭାଗୀୟ ଅଧିକାରୀଙ୍କ ଗାଲୁଆମି ଯୋଗୁଁ ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ । କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ସେପ୍ଟେମ୍ବର ମାସରେ ଗୁଣପୁର ବନ୍ଦ ପାଳନ କରିବାକୁ ବାଧ୍ୟ ହେବୁ ବୋଲି ସିପିଆଇ (ଏମ୍ ଏଲ) ଲିବରେସନର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗ ଆଜିର ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ସଂଜୀବ ଶବର,ସିଦ୍ଧାର୍ଥ ଗମାଙ୍ଗ, ମୋନଜ ନିମାଲା, ମୋଜେସ ବିଡିକା,ମୋନଜ ନିମାଲା, ରାଜୁ ପାତିକା, ଜଗନ୍ନାଥ ଶବର,ଗିରିଧର ଶବର, ଓସମା ବିନ ଶବର ପ୍ରମୁଖ ଯୋଗଦେଇ ପ୍ରତିବାଦ କରିଥିଲେ।
    4
    ଆନ୍ଧ୍ର ନିକଟରେ ଓଡିଶା ସରକାର ଵିକିଲା ମୁଣ୍ଡ ।
"ପାଣିଡଙ୍ଗର ଜଳ ପ୍ରକଳ୍ପ କରିବା ଦାବୀରେ ଗଣ ପ୍ରତିବାଦ" 

ରାୟଗଡ଼/ଗୁଣୁପୁର , ୨୮/୦୮ (ନିଉଜ ) ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ବଂଶଧାରା ନଦୀ ଗୁଡାରୀର ପାଣି ଡଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବୀରେ ଶୁକ୍ରବାର ଦିନ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରେ ଏକ ଗଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ସରକାରଙ୍କ ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀ କରଣ ଯୋଜନାରେ ଗୁଡ଼ାରୀର ପାଣି ଡ଼ଙ୍ଗର ଠାରେ  ଜଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ଭୋଟ ରାଜନୀତି ମନେକରି ଦୀର୍ଘ ୧୫ ବର୍ଷ ହେଲା ଦାବି କରାଯାଇଛି । କୈଣସି ସରକାର କର୍ଣ୍ଣପାତ କରୁ ନାହାଁନ୍ତି। ବଂଶଧାରା ପାଣିକୁ ନେଇ ବହୁ ଦିନର ବିବାଦ ଅନ୍ତ ଘଟିଛି। ଶେଷରେ ଆନ୍ଧ୍ରର କାଟ୍ରାଗାଡା ଠାରେ ୨ ପର୍ଯ୍ୟାୟ ପ୍ରକଳ୍ପକୁ ମାନ୍ୟବର ସୁପ୍ରିମକୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେଇଛନ୍ତି। ବିବାଦ ଭିତରେ ଆନ୍ଧ୍ର ସରକାର ବଂଶଧାରା ନଦୀର ପାଣିକୁ ସଦ୍ ବିନିଯୋଗ କରିବା ପାଇଁ ତାର ସମସ୍ତ କାର୍ଯ୍ୟ ଶେଷ କରିଛି । ଆମେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରୁ ନାହୁଁ । ସରକାରଙ୍କ ପ୍ରତାବିତ ଯୋଜନା ଉପରେ ଦାବୀ କରୁଛୁ। ବଂଶଧାରା ନଦୀ ଉପର ମୁଣ୍ଡ ଗୁଡ଼ାରୀ ପାଣି ଡ଼ଙ୍ଗର ଠାରେ ପ୍ରକଳ୍ପ କରାଗଲେ ରାୟଗଡା ଜିଲ୍ଲା ସମେତ ଗଞ୍ଜାମ ଗଜପତି ଓ ଆନ୍ଦ୍ରପ୍ରଦେଶର ଚାଷୀକୁଳ ଉପକୃତ ହେବା ସାଙ୍ଗକୁ ଅଞ୍ଚଳରେ ବିଦ୍ୟୁତ ଉତ୍ପନ୍ନ ହୋଇପାରିବ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଋଷିକୁଲ୍ୟା - ହରଭଙ୍ଗି - ବାଂଶଧାରା ନଦୀ ସଂଯୋଗୀ କରଣ ପାଇଁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ଯ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗୁଡାରୀ ଠାରେ କାର୍ଯ୍ୟାଳୟ ନିର୍ମାଣ ସହ ଉଦଘାଟନ କରି ତିନି ତିନି ଥର ସର୍ଭେ କରାଯାଇ ସରକାର ତହବିଲ୍ ରୁ ପ୍ରାୟ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୦୭ ମସିହାରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି। କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମନମୁଖୀ କାମ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଅଣଦେଖା ସହିତ ବିଭାଗୀୟ ଅଧିକାରୀଙ୍କ ଗାଲୁଆମି ଯୋଗୁଁ ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ ।  କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ସେପ୍ଟେମ୍ବର ମାସରେ ଗୁଣପୁର ବନ୍ଦ ପାଳନ କରିବାକୁ ବାଧ୍ୟ ହେବୁ ବୋଲି ସିପିଆଇ (ଏମ୍ ଏଲ) ଲିବରେସନର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗ ଆଜିର ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ସଂଜୀବ ଶବର,ସିଦ୍ଧାର୍ଥ ଗମାଙ୍ଗ, ମୋନଜ ନିମାଲା, ମୋଜେସ ବିଡିକା,ମୋନଜ ନିମାଲା, ରାଜୁ ପାତିକା, ଜଗନ୍ନାଥ ଶବର,ଗିରିଧର ଶବର, ଓସମା ବିନ ଶବର ପ୍ରମୁଖ ଯୋଗଦେଇ ପ୍ରତିବାଦ କରିଥିଲେ।
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    5 hrs ago
  • ଫୁ କା ଫୁକା ଗା ଆ ଲା ନ ନୀ ତର କୁ ଚୂ କୁ ଚି ଆ ବା ଆ ଲା
    1
    ଫୁ କା ଫୁକା ଗା ଆ ଲା ନ ନୀ ତର କୁ ଚୂ କୁ ଚି ଆ ବା ଆ ଲା
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    14 hrs ago
  • ଆଦି ସଂସ୍କୃତିର ସୁକ୍ଷ୍ମ ଧାରା : ଖଲିଗଡ ମା' ପାଟରାଣୀ ଦେବୀଙ୍କ ଯାତ୍ରା ଆଦିମ କାଳରୁ କଳାହାଣ୍ଡିର ଧର୍ମାଚାର ଅରଣ୍ୟ ଏବଂ କୃଷି ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇ ଆସିଛି। ଅରଣ୍ୟଜୀବୀ ସଭ୍ୟତାରୁ କୃଷିଜୀବୀ ସଭ୍ୟତାର ଲମ୍ବା ଯାତ୍ରାର ସ୍ମାରକୀ ବହନ କରିଆସିଛି କୋକସରା ବ୍ଲକର ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ଗୁହା ଚିତ୍ର। ନର୍ଲା ବ୍ଳକ୍ ଦେବଗିରି ବୁଢ଼ୀପଦରରେ ଆଜି ମଧ୍ୟ ଝଲକୁଛି ଦୈତ୍ୟ-ଦାନବ ସଭ୍ୟତାର ଅଂଶ। ଦେବଗିରି ଗୁମ୍ଫାରେ ଗୋସିଂହ ଦୈତ୍ୟ ପୂଜିତ ଶିବଲିଙ୍ଗ ଏବଂ ପ୍ରାଚୀନ ବୃଷଭ ପ୍ରତିମା ମଧ୍ୟରେ ବିଦ୍ୟମାନ ରହିଛି ପଶୁପାଳନ ଓ କୃଷି ସଭ୍ୟତାର ସ୍ବାକ୍ଷର। ପିତୃ ଓ ପ୍ରକୃତି ଉପାସନା ଆଦି ଧର୍ମାଚାରର ପ୍ରତିକ ଭାବେ ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି କ୍ରମରେ କୃଷି ସହ ସହବନ୍ଧିତ ହୋଇ ଆସୁଛି ଅନେକ ଲୋକ ଅନୁଷ୍ଠାନ ଓ ପର୍ବପର୍ବାଣୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଅଦିବାସୀ ବହୁଳ ଗ୍ରାମ ଖଲିଗଡ଼ ଠାରେ ପାଳିତ ହୋଇଥିବା ପାଟରାଣୀଙ୍କ ଯାତ୍ରାରେ ଆଦି ଧର୍ମାଚାରର ଝଲକ ଝଲ ଝଲ ହୋଇ ପ୍ରତିଫଳିତ ହୋଇଛି। ଗାଁର ଶାନ୍ତି, ମଙ୍ଗଳ, ଉତ୍ତମ ବର୍ଷା ଓ ଭଲ ଫସଳ ହେବା ଆଶା ନେଇ ପାଳିତ ହୋଇଥାଏ ମାଁ ପାଟରାଣୀଙ୍କ ଯାତ୍ରା। ପରମ୍ପରା ଅନୁଯାୟୀ, ଏହି ଯାତ୍ରା ପ୍ରତିବର୍ଷ ଶ୍ରାବଣ ମାସର ଶେଷ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ମାଁ ପାଟରାଣୀଙ୍କ ସମେତ ଦେବୀ କପାଟଦରେନ୍, କୋଲାଜାନୀ, କଲାକଆଁର୍, ବାଆଦୀ କଆଁର୍, ସାତ ଭଉଣୀ ଓ ଜଳ କାମିନି ଆଦି ଦେବାଦେବୀଙ୍କଠାରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ଶ୍ରଦ୍ଧା ସହକାରେ ଦେବାଦେବୀଙ୍କୁ ତେଲ ହଲଦି ଲାଗି କରାଯାଏ। ପରେ ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ପ୍ରଦାନ କରାଯାଇ ଗାଁର ମଙ୍ଗଳ ଓ ଭଲ ବର୍ଷା ପାଇଁ ଆରାଧନା କରାଯାଏ। ଚଳିତ ବର୍ଷ ଏହି ଦେବ ପୂଜାକୁ ପୂଜକ ମାନସିଂ ପୁଝାରୀ ଓ ଧନେଶ୍ୱର ପୁଝାରୀ, ଶିରା ନରସିଂ ଚଲାନ ଓ ନବେ ମାଝୀ ସମ୍ପାଦନ କରିଥିଲେ। କୃଷି ଭିତ୍ତିକ ଏହି ପର୍ବର ଗୌନ୍ତିଆ ଗୋବର ମାଝୀ, ଗଣା ଖଗେଶ୍ଵର ମହାନନ୍ଦ, ସେବକ ରାମସିଂ ବାଗ, ଭିବିଷଣ ନାଏକ ଓ ଭୁବନେ ଲଦୂଆଙ୍କ ସମେତ ପରିଚାଳନା କମିଟିର ପଦୁ ନାଏକ, ପଦ୍ମନ ଚଳାନ, ବିରେନ କନ୍ଧ, ବନୁ ମାଝୀ, ସୁକଚନ୍‌ ମାଝୀ, ତ୍ରିନାଥ ପୁଝାରୀ, ପୁରୁନ୍ କନ୍ଧ, ଜଗନ୍ନାଥ ପୁଝାରୀ, ଜୟସିଂଙ୍ଗ ମାଝୀ, ଅମୃରୁ ମାଝୀ, ଧର୍ମୁ ମାଝୀ, କୁମ ମାଝୀ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ।
    1
    ଆଦି ସଂସ୍କୃତିର ସୁକ୍ଷ୍ମ ଧାରା : ଖଲିଗଡ ମା'  ପାଟରାଣୀ ଦେବୀଙ୍କ ଯାତ୍ରା
ଆଦିମ କାଳରୁ କଳାହାଣ୍ଡିର ଧର୍ମାଚାର ଅରଣ୍ୟ ଏବଂ କୃଷି ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇ ଆସିଛି। ଅରଣ୍ୟଜୀବୀ ସଭ୍ୟତାରୁ କୃଷିଜୀବୀ ସଭ୍ୟତାର ଲମ୍ବା ଯାତ୍ରାର ସ୍ମାରକୀ ବହନ କରିଆସିଛି କୋକସରା ବ୍ଲକର ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ଗୁହା ଚିତ୍ର। ନର୍ଲା ବ୍ଳକ୍ ଦେବଗିରି ବୁଢ଼ୀପଦରରେ ଆଜି ମଧ୍ୟ ଝଲକୁଛି ଦୈତ୍ୟ-ଦାନବ ସଭ୍ୟତାର ଅଂଶ। ଦେବଗିରି ଗୁମ୍ଫାରେ ଗୋସିଂହ ଦୈତ୍ୟ ପୂଜିତ ଶିବଲିଙ୍ଗ ଏବଂ ପ୍ରାଚୀନ ବୃଷଭ ପ୍ରତିମା ମଧ୍ୟରେ ବିଦ୍ୟମାନ ରହିଛି ପଶୁପାଳନ ଓ କୃଷି ସଭ୍ୟତାର ସ୍ବାକ୍ଷର। ପିତୃ ଓ ପ୍ରକୃତି ଉପାସନା ଆଦି ଧର୍ମାଚାରର ପ୍ରତିକ ଭାବେ ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି କ୍ରମରେ କୃଷି ସହ ସହବନ୍ଧିତ ହୋଇ ଆସୁଛି ଅନେକ ଲୋକ ଅନୁଷ୍ଠାନ ଓ ପର୍ବପର୍ବାଣୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଅଦିବାସୀ ବହୁଳ ଗ୍ରାମ ଖଲିଗଡ଼ ଠାରେ ପାଳିତ ହୋଇଥିବା ପାଟରାଣୀଙ୍କ ଯାତ୍ରାରେ ଆଦି ଧର୍ମାଚାରର ଝଲକ ଝଲ ଝଲ ହୋଇ ପ୍ରତିଫଳିତ ହୋଇଛି। ଗାଁର ଶାନ୍ତି, ମଙ୍ଗଳ, ଉତ୍ତମ ବର୍ଷା ଓ ଭଲ ଫସଳ ହେବା ଆଶା ନେଇ ପାଳିତ ହୋଇଥାଏ ମାଁ ପାଟରାଣୀଙ୍କ ଯାତ୍ରା। ପରମ୍ପରା ଅନୁଯାୟୀ, ଏହି ଯାତ୍ରା ପ୍ରତିବର୍ଷ ଶ୍ରାବଣ ମାସର ଶେଷ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ମାଁ ପାଟରାଣୀଙ୍କ ସମେତ ଦେବୀ କପାଟଦରେନ୍, କୋଲାଜାନୀ, କଲାକଆଁର୍, ବାଆଦୀ କଆଁର୍, ସାତ ଭଉଣୀ ଓ ଜଳ କାମିନି ଆଦି ଦେବାଦେବୀଙ୍କଠାରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ଶ୍ରଦ୍ଧା ସହକାରେ ଦେବାଦେବୀଙ୍କୁ ତେଲ ହଲଦି ଲାଗି କରାଯାଏ। ପରେ ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ପ୍ରଦାନ କରାଯାଇ ଗାଁର ମଙ୍ଗଳ ଓ ଭଲ ବର୍ଷା ପାଇଁ ଆରାଧନା କରାଯାଏ। ଚଳିତ ବର୍ଷ ଏହି ଦେବ ପୂଜାକୁ ପୂଜକ ମାନସିଂ ପୁଝାରୀ ଓ ଧନେଶ୍ୱର ପୁଝାରୀ, ଶିରା ନରସିଂ ଚଲାନ ଓ ନବେ ମାଝୀ ସମ୍ପାଦନ କରିଥିଲେ। କୃଷି ଭିତ୍ତିକ ଏହି ପର୍ବର ଗୌନ୍ତିଆ  ଗୋବର ମାଝୀ, ଗଣା ଖଗେଶ୍ଵର ମହାନନ୍ଦ, ସେବକ ରାମସିଂ ବାଗ, ଭିବିଷଣ ନାଏକ ଓ ଭୁବନେ ଲଦୂଆଙ୍କ ସମେତ ପରିଚାଳନା କମିଟିର ପଦୁ ନାଏକ, ପଦ୍ମନ ଚଳାନ, ବିରେନ କନ୍ଧ, ବନୁ ମାଝୀ, ସୁକଚନ୍‌ ମାଝୀ, ତ୍ରିନାଥ ପୁଝାରୀ, ପୁରୁନ୍ କନ୍ଧ, ଜଗନ୍ନାଥ ପୁଝାରୀ, ଜୟସିଂଙ୍ଗ ମାଝୀ, ଅମୃରୁ ମାଝୀ, ଧର୍ମୁ ମାଝୀ, କୁମ ମାଝୀ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ।
    user_Jagadish Naik
    Jagadish Naik
    କୋକସରା, କଳାହାଣ୍ଡି, ଓଡ଼ିଶା•
    13 hrs ago
  • କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼ #khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼ #khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir
    1
    କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼
#khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir
କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼
#khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir
    user_ଦୁଷ୍ମନ୍ତ କୁମାର ଗହିର
    ଦୁଷ୍ମନ୍ତ କୁମାର ଗହିର
    Local News Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    15 hrs ago
  • ନାଲକୋ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପକ୍ଷରୁ "ଆଭୋକାଡୋ -୨୦୨୬” ଅଭିଯାନ ପରିବେଶ ସୁରକ୍ଷା ସହିତ ସ୍ଥାନୀୟ ଅର୍ଥନୀତି ଓ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି ଦାମନଯୋଡି ନାଲକୋ ପଞ୍ଚପଟମାଳି ବକ୍ସାଇଟ୍ ଖଣି। "ଆଭୋକାଡୋ ବର୍ଷ–୨୦୨୬” ଅବସରରେ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନ। ଖଣି ପରିସରରୁ ସିଜିଏମ୍ ମାଇନ୍ସ ଶ୍ରୀ ପୁରୁଷୋତ୍ତମ ମହାନ୍ତ ଏବଂ ସିଜିଏମ୍ ଓ ଆଣ୍ଡ୍ ଏମ୍ ଶ୍ରୀ ଏନ୍. ସୁଧାକର ଏହି ଅଭିଯାନକୁ ଉଦଘାଟନ କରିଛନ୍ତି। ନାଲକୋ ଖଣି ଅଞ୍ଚଳର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୨ ହଜାର ଚାରା ରୋପଣ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଛି। ଏହି ବୃକ୍ଷରୋପଣ ଅଭିଯାନରେ ଆଭୋକାଡୋ ଚାରାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ। ସବୁଜ ପରିବେଶ,ସ୍ଥାୟୀ ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ସମୃଦ୍ଧି—ଏହି ତିନିଟି ଲକ୍ଷ୍ୟ ନେଇ ପଞ୍ଚପଟ୍ଟମାଳି ଖଣିର ଏହି ପ୍ରୟାସ ଆଗାମୀ ଦିନରେ ଆୟ ଓ ଜୀବିକାର ନୂତନ ସୁଯୋଗ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିଜିଏମ୍ ମାଇନ୍ସ କହିଛନ୍ତି।
    1
    ନାଲକୋ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପକ୍ଷରୁ "ଆଭୋକାଡୋ -୨୦୨୬” ଅଭିଯାନ 
ପରିବେଶ ସୁରକ୍ଷା ସହିତ ସ୍ଥାନୀୟ ଅର୍ଥନୀତି ଓ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି ଦାମନଯୋଡି ନାଲକୋ ପଞ୍ଚପଟମାଳି ବକ୍ସାଇଟ୍ ଖଣି। "ଆଭୋକାଡୋ ବର୍ଷ–୨୦୨୬” ଅବସରରେ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନ। ଖଣି ପରିସରରୁ ସିଜିଏମ୍ ମାଇନ୍ସ ଶ୍ରୀ ପୁରୁଷୋତ୍ତମ ମହାନ୍ତ ଏବଂ ସିଜିଏମ୍ ଓ ଆଣ୍ଡ୍ ଏମ୍ ଶ୍ରୀ ଏନ୍. ସୁଧାକର ଏହି ଅଭିଯାନକୁ ଉଦଘାଟନ କରିଛନ୍ତି। ନାଲକୋ ଖଣି ଅଞ୍ଚଳର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୨ ହଜାର ଚାରା ରୋପଣ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଛି। ଏହି ବୃକ୍ଷରୋପଣ ଅଭିଯାନରେ ଆଭୋକାଡୋ ଚାରାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ। ସବୁଜ ପରିବେଶ,ସ୍ଥାୟୀ ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ସମୃଦ୍ଧି—ଏହି ତିନିଟି ଲକ୍ଷ୍ୟ ନେଇ ପଞ୍ଚପଟ୍ଟମାଳି ଖଣିର ଏହି ପ୍ରୟାସ ଆଗାମୀ ଦିନରେ ଆୟ ଓ ଜୀବିକାର ନୂତନ ସୁଯୋଗ ସୃଷ୍ଟି କରିବା  ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିଜିଏମ୍ ମାଇନ୍ସ କହିଛନ୍ତି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    1 day ago
  • ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଜମଯନ୍ତ୍ରଣା, ଏଠି ଅଭିଯୋଗ ପରେ ବି ନିରୋବୋଦ୍ରୋଷ୍ଟା ପ୍ରଶାସନ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ର ଦେଓପଟ୍ଟାଙ୍ଗି ପଂଚାୟତ ର ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଯମଯନ୍ତ୍ରଣା ଚାଲନ୍ତୁ ଦେଖିବା ରିପୋଟ
    1
    ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଜମଯନ୍ତ୍ରଣା, ଏଠି ଅଭିଯୋଗ ପରେ ବି ନିରୋବୋଦ୍ରୋଷ୍ଟା ପ୍ରଶାସନ 
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ର ଦେଓପଟ୍ଟାଙ୍ଗି ପଂଚାୟତ ର ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଯମଯନ୍ତ୍ରଣା ଚାଲନ୍ତୁ ଦେଖିବା ରିପୋଟ
    user_Kuna Khara
    Kuna Khara
    ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    3 hrs ago
  • ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
    1
    ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
    user_Udanti Live Office
    Udanti Live Office
    ସିନାପାଲି, ନୂଆପଡ଼ା, ଓଡ଼ିଶା•
    5 hrs ago
  • ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ନିୟମଗିରି କୁର୍ଲୀ ଗ୍ରାମପଞ୍ଚାୟତର ଥୁଆଗୁଡ଼ା ଘାଟିରେ ଘଟିଛି ଭୟଙ୍କର ଅଟୋ ଦୁର୍ଘଟଣା। ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋରିକ୍ସା ଘାଟି ରାସ୍ତାରେ ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛକୁ ଧକ୍କା ଦେଇଥିଲା। ପରେ ଅଟୋଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ବହୁଜନ ସମାଜ ପାର୍ଟିର ରାଜ୍ୟ ପ୍ରଭାରୀ ଜିତୁ ଜାକସିକା ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଓ କମାଣ୍ଡର ଯୋଗେ ଆହତମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମେଡିକାଲ ସୂତ୍ର ଅନୁସାରେ, ଚିକିତ୍ସା ପରେ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାୟଗଡ ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    4
    ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ନିୟମଗିରି କୁର୍ଲୀ ଗ୍ରାମପଞ୍ଚାୟତର ଥୁଆଗୁଡ଼ା ଘାଟିରେ ଘଟିଛି ଭୟଙ୍କର ଅଟୋ ଦୁର୍ଘଟଣା।
ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋରିକ୍ସା ଘାଟି ରାସ୍ତାରେ ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛକୁ ଧକ୍କା ଦେଇଥିଲା। ପରେ ଅଟୋଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା।
ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।
ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ବହୁଜନ ସମାଜ ପାର୍ଟିର ରାଜ୍ୟ ପ୍ରଭାରୀ ଜିତୁ ଜାକସିକା ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଓ କମାଣ୍ଡର ଯୋଗେ ଆହତମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମେଡିକାଲ ସୂତ୍ର ଅନୁସାରେ, ଚିକିତ୍ସା ପରେ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାୟଗଡ ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.