ନବରଙ୍ଗପୁର ଜିଲ୍ଲାର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଆଜି ନୂତନ ଭାବେ ପ୍ରତିଷ୍ଠିତ ବଜାର ବ୍ରାଞ୍ଚ ପୋଷ୍ଟ ଅଫିସ୍ ଉଦଘାଟିତ ହୋଇଯାଇଛି। ନବରଙ୍ଗପୁରର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ଏହାର ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ଶ୍ରୀ ମାଝୀ କହିଥିଲେ ଯେ, ଗ୍ରାମାଞ୍ଚଳରେ ଡାକ ସେବାର ବିସ୍ତାର ହେଲେ ସାଧାରଣ ଜନତାଙ୍କୁ ଡାକ, ବ୍ୟାଙ୍କିଂ, ବୀମା ଏବଂ ଅନ୍ୟାନ୍ୟ ସରକାରୀ ସେବା ସହଜରେ ଉପଲବ୍ଧ ହେବ। ଏହା ସ୍ଥାନୀୟ ବ୍ୟବସାୟୀ, ଚାଷୀ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ ସୁବିଧା ଆଣିଦେବ। ପୋଷ୍ଟ ଅଫିସ୍ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ବ୍ରାଞ୍ଚ ପୋଷ୍ଟ ଅଫିସ୍ ମାଧ୍ୟମରେ ସ୍ପିଡ୍ ପୋଷ୍ଟ, ପଞ୍ଜିକୃତ ଡାକ, ମନିଅର୍ଡର, ପୋଷ୍ଟାଲ ଲାଇଫ୍ ଇନ୍ସ୍ୟୁରାନ୍ସ, ସୁକନ୍ୟା ସମୃଦ୍ଧି ଯୋଜନା ଓ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ ସେବା ମଧ୍ୟ ଉପଲବ୍ଧ ହେବ। ଉଦଘାଟନ ଉତ୍ସବରେ ସ୍ଥାନୀୟ ଜନପ୍ରତିନିଧି, ଡାକ ବିଭାଗର କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ସମସ୍ତେ ଏହି ନୂତନ ସୁବିଧା ପାଇଁ ଆନନ୍ଦ ପ୍ରକାଶ କରିଛନ୍ତି। ବଜାର ବ୍ରାଞ୍ଚ ପୋଷ୍ଟ ଅଫିସ୍ ଆଜିଠାରୁ ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟକ୍ଷମ ହୋଇଛି। ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷ କୁନୁ ନାୟକ, ପୌର ନିର୍ବାହୀ ଅଧିକାରୀ ଡ଼ ଅଶୋକ କର୍ଣ୍ଣ, ପୋଷ୍ଟାଲ ଅଧୀକ୍ଷକ, ଜୟପୁର ସତ୍ୟବାଦୀ ବିଶ୍ୱାଳ, ପୋଷ୍ଟ ମାଷ୍ଟର ଜିତେନ୍ଦ୍ର କୁମାର ବିଶୋଇ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

- କୋଟପାଡ଼ ଅଞ୍ଚଳରେ ଶାଳ ମଞ୍ଜି ଗୋଟାଳିମାନେ ଶାଳ ମଞ୍ଜି ବିକ୍ରି କରି କ୍ଷତି ସହୁଥିବା ଜଣାପଡ଼ିଛି।1
- ବନ୍ୟଜନ୍ତୁ ଚୋରା ଚାଲାଣ ବିରୋଧରେ ନବରଙ୍ଗପୁର ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନବରଙ୍ଗପୁର ରେଞ୍ଜ ଅନ୍ତର୍ଗତ ଦସପୁର ଜଙ୍ଗଲ ନିକଟରେ ଚାଲିଥିବା ଏକ ଗୁପ୍ତ ଡିଲ୍ ବେଳେ ବନ ବିଭାଗ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଏହି ଘଟଣାରେ ବନ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ବାଇକ ମଧ୍ୟ ଜବତ କରିଛି। ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିକୁ ଚାରି ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଡିଲ୍ ଚାଲିଥିଲା ବୋଲି ସୂଚନା ମିଳିଛି। ବର୍ତ୍ତମାନ ଚୋରା ଚାଲାଣର ଚେର କେତେ ଦୂର ଲମ୍ବିଛି, ସେନେଇ ନବରଙ୍ଗପୁର ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଛି।1
- ଜୟପୁର ସହରରେ ଆସନ୍ତା ଜୁନ ୧ ତାରିଖରୁ ଟ୍ରାଫିକ ନିୟମକୁ ଅତ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ପାର୍କିଂ କରାଯାଇଥିବା ସମସ୍ତ ଗାଡ଼ି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜୟପୁର ଏସଡିପିଓ ଅର୍ଚିତା ମିତ୍ତଲ ସୂଚନା ଦେଇଛନ୍ତି।1
- ଓଡ଼ିଶାରେ ଜଣେ ବୃଦ୍ଧା ମହିଳା ନିଜର ଭତ୍ତା ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଧୁବାବୁ ପେନସନ୍ ଯୋଜନା ସମ୍ବନ୍ଧରେ ତାଙ୍କର ଅସନ୍ତୋଷ ପ୍ରକାଶ କରି ବୃଦ୍ଧା ଜଣକ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ ସେ ନିଜର ଶକ୍ତ ମତାମତ ଶୁଣାଇଛନ୍ତି।1
- ପିସି କାରବାରକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।1
- ଗତ ଶନିବାର ଦାମନଯୋଡି ଶିଳ୍ପାଞ୍ଚଳରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଛି। ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲ ବିଶାଖାପାଟଣମ୍ ଏବଂ ନାଲକୋ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଏକ ମାରାଥନ ଓ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି)ଙ୍କ ସହ ବିଭିନ୍ନ ବିଭାଗର ମହାପ୍ରବନ୍ଧକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେମାନେ ଜନସାଧାରଣଙ୍କୁ ତମାଖୁ, ଧୂମ୍ରପାନ ଏବଂ ମାଦକଦ୍ରବ୍ୟ ବର୍ଜନ କରିବା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। କ୍ୟାନସର ହସ୍ପିଟାଲର ଡକ୍ଟର ସୂର୍ଯ୍ୟପ୍ରକାଶ ଏବଂ ନାଲକୋ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ମିଳିତ ଭାବେ ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।1
- ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମରେ ଜଣେ ବିବାହିତ ପୁରୁଷ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ କଳହକୁ ଏହି ଘଟଣାର ମୁଖ୍ୟ କାରଣ ବୋଲି ଜଣାପଡିଛି।1
- କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ତାପ ପ୍ରବାହ ଜାରି ରହିଥିବାବେଳେ ଜଳ ସଙ୍କଟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ପରିସ୍ଥିତିରେ 'ବସୁଧା' ଯୋଜନା ଅଧୀନରେ ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଲୋକଙ୍କ ପାଖରେ ପାଣି ପହଞ୍ଚିପାରୁନାହିଁ, ଯାହା ଫଳରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି। ଏପରି ଏକ ଘଟଣା ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀ ଠାରେ ଦେଖିବାକୁ ମିଳିଛି। ଟାଏଁ ଟାଏଁ ଖରାରେ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରି ମହିଳାମାନେ ସେମାନଙ୍କ ମୌଳିକ ଅଧିକାର – ପିଇବା ପାଣି – ପାଇଁ ସଂଘର୍ଷ କରିଥିଲେ। ଏହି ରାସ୍ତାରୋକ ଆନ୍ଦୋଳନ ସମ୍ପର୍କରେ ଖବର ପାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ପ୍ରତିଶ୍ରୁତି ପରେ ଆଜି ଶନିବାର ଅପରାହ୍ନ ତିନିଟା ସମୟରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ କରିଥିବା ରାସ୍ତାରୋକ ପ୍ରତିଶ୍ରୁତି ପରେ ଶେଷ ହୋଇଥିବାବେଳେ ଯାତାୟତ ସ୍ୱାଭାବିକ ହୋଇଥିଲା।1