logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଭାରତ ରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୁବର୍ଣ୍ଣପୁର, ଡ. ନୃପରାଜ ସାହୁ, ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁବର୍ଣ୍ଣପୁର, ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ, ଉପଜିଲ୍ଲାପାଳ ସୋନପୁର ଡ. ସୌମ୍ୟରୂପା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଶ୍ରୀମତୀ ଉଷାରାଣୀ ଦାସ, ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବରେ ଇତିହାସ ଅଧ୍ୟାପକ, ସୋନପୁର ମହାବିଦ୍ୟାଳୟ, ଡ଼ ସୁଦାମ ଦୀପ, ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଗ୍ରପୂଜ୍ୟ ଗଣେଶ ଏବଂ ଭାରତରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକର ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ସଭାରେ ଅତିଥି ମାନେ ତାଙ୍କର ବକ୍ତବ୍ୟ ରଖି ଭାରତରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକର ଙ୍କ ସ୍ମୃତିଚାରଣ କରିଥିଲେ । ମୁଖ୍ୟ ଅତିଥି ଡ. ନୃପରାଜ ସାହୁ, ଜିଲ୍ଲାପାଳ ସୁବର୍ଣ୍ଣପୁର ବାବାସାହେବ ଙ୍କ ମହାନ୍ ବ୍ୟକ୍ତିତ୍ୱର ଗାରିମା କହିଥିଲେ ଏବଂ ତାଙ୍କର ନୀତି ଆଦର୍ଶ ମାନିଲେ ଆମେ ଏକ ଭଲ ମଣିଷ ହୋଇ ପାରିବା ବୋଲି କହିଥିଲେ । ବାବାସାହେବ ଙ୍କ ଭଳି ଶିକ୍ଷା ଗ୍ରହଣରେ ବ୍ରତୀ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଡ଼ ସୁଦାମ ଦୀପ, ବାବାସାହେବଙ୍କ ଜୀବନ ଦର୍ଶନ ଏବଂ ନୂତନ ଭାରତ ଗଠନର ତାଙ୍କର ଭୂମିକା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ ତାଙ୍କର ବକ୍ତବ୍ୟ ରଖି ବାବାସାହେବ ଜଣେ ବହୁମୁଖି ପ୍ରତିଭାର ଅଧିକାରୀ ବୋଲି କହିବା ସହିତ ଜାତିପ୍ରଥା ର ମୂଳୋତ୍ପାଟନ, ଶିକ୍ଷାର ପ୍ରସାର, ନାରୀ ସ୍ଵାଧୀନତା, ଦଳିତ ଶୋଷିତଙ୍କ ନ୍ୟାୟ ପାଇଁ ଲଢେଇ ବିଷୟରେ କହିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଆୟୋଜିତ, ଚିତ୍ରାଙ୍କନ, ଓଡ଼ିଆ ଏବଂ ଇଂରାଜୀ ବକ୍ତୃତାର ପ୍ରତିଯୋଗୀତା ର ମୋଟ ୩୬ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସୁଶ୍ରୀ ପ୍ରୀତି ସୁନା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀ, ଜିଲ୍ଲା ସାଂସ୍କୃତି ଅଧିକାରିଣୀ ଶ୍ରୀମତୀ ଯମୁନା ପ୍ରଧାନ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ମଙ୍ଗଳ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଲଷ୍ମୀନାରାୟଣ ସାହୁ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ବୁଦ୍ଧିଜୀବି, ଯୁବବର୍ଗ ଓ ଜନସାଧାରଣ ଉପସ୍ଥିତ ଥିଲେ ।

21 hrs ago
user_Shree News
Shree News
ବୀରମହାରାଜପୁର, ସୋନପୁର, ଓଡ଼ିଶା•
21 hrs ago
34d190f0-7813-4a8b-90af-37e3a281d990

ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଭାରତ ରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୁବର୍ଣ୍ଣପୁର, ଡ. ନୃପରାଜ ସାହୁ, ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁବର୍ଣ୍ଣପୁର, ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ, ଉପଜିଲ୍ଲାପାଳ ସୋନପୁର ଡ. ସୌମ୍ୟରୂପା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଶ୍ରୀମତୀ ଉଷାରାଣୀ ଦାସ, ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବରେ ଇତିହାସ ଅଧ୍ୟାପକ, ସୋନପୁର ମହାବିଦ୍ୟାଳୟ, ଡ଼ ସୁଦାମ ଦୀପ, ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଗ୍ରପୂଜ୍ୟ ଗଣେଶ ଏବଂ ଭାରତରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକର ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ସଭାରେ ଅତିଥି ମାନେ ତାଙ୍କର ବକ୍ତବ୍ୟ ରଖି ଭାରତରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକର ଙ୍କ ସ୍ମୃତିଚାରଣ କରିଥିଲେ । ମୁଖ୍ୟ ଅତିଥି ଡ. ନୃପରାଜ ସାହୁ, ଜିଲ୍ଲାପାଳ ସୁବର୍ଣ୍ଣପୁର ବାବାସାହେବ ଙ୍କ ମହାନ୍ ବ୍ୟକ୍ତିତ୍ୱର ଗାରିମା କହିଥିଲେ ଏବଂ ତାଙ୍କର ନୀତି ଆଦର୍ଶ ମାନିଲେ ଆମେ ଏକ ଭଲ ମଣିଷ ହୋଇ ପାରିବା ବୋଲି କହିଥିଲେ । ବାବାସାହେବ ଙ୍କ ଭଳି ଶିକ୍ଷା ଗ୍ରହଣରେ ବ୍ରତୀ ହେବାକୁ

bd4992bb-8dd9-4c66-9531-1245272f5612

ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଡ଼ ସୁଦାମ ଦୀପ, ବାବାସାହେବଙ୍କ ଜୀବନ ଦର୍ଶନ ଏବଂ ନୂତନ ଭାରତ ଗଠନର ତାଙ୍କର ଭୂମିକା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ ତାଙ୍କର ବକ୍ତବ୍ୟ ରଖି ବାବାସାହେବ ଜଣେ ବହୁମୁଖି ପ୍ରତିଭାର ଅଧିକାରୀ ବୋଲି କହିବା ସହିତ ଜାତିପ୍ରଥା ର ମୂଳୋତ୍ପାଟନ, ଶିକ୍ଷାର ପ୍ରସାର, ନାରୀ ସ୍ଵାଧୀନତା, ଦଳିତ ଶୋଷିତଙ୍କ ନ୍ୟାୟ ପାଇଁ ଲଢେଇ ବିଷୟରେ କହିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଆୟୋଜିତ, ଚିତ୍ରାଙ୍କନ, ଓଡ଼ିଆ ଏବଂ ଇଂରାଜୀ ବକ୍ତୃତାର ପ୍ରତିଯୋଗୀତା ର ମୋଟ ୩୬ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସୁଶ୍ରୀ ପ୍ରୀତି ସୁନା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀ, ଜିଲ୍ଲା ସାଂସ୍କୃତି ଅଧିକାରିଣୀ ଶ୍ରୀମତୀ ଯମୁନା ପ୍ରଧାନ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ମଙ୍ଗଳ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଲଷ୍ମୀନାରାୟଣ ସାହୁ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ବୁଦ୍ଧିଜୀବି, ଯୁବବର୍ଗ ଓ ଜନସାଧାରଣ ଉପସ୍ଥିତ ଥିଲେ ।

More news from ଓଡ଼ିଶା and nearby areas
  • ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    1
    ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • Post by SAHADEV MEHER
    1
    Post by SAHADEV MEHER
    user_SAHADEV MEHER
    SAHADEV MEHER
    ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ।
    1
    ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    22 hrs ago
  • ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୁରୁଣା କଟକ ସତସଙ୍ଗ କେନ୍ଦ୍ର ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଅରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ଜଣେ ଗୁରୁତର ହୋଇଛନ୍ତି । ମୃତକ ରାଜେଶ ନାଏକ ହୋଇଥିବା ବେଳେ ଗୁରୁତର ଜଣକ ହେଲେ ଜଗନ୍ନାଥ ନାଏକ । ଉଭୟଙ୍କ ଘର ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମରେ । ମିଳିଥିବା ​ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ରାମ୍ଭିକଟା ଗ୍ରାମର ରାଜେଶ ଏବଂ ଜଗନ୍ନାଥ ଏକ ବାଇକ ଯୋଗେ ଭୋର ସମୟରେ ନିଜ ଘର ରାମ୍ଭିକଟାକୁ ଫେରୁଥିଲେ। ପୁରୁଣାକଟକ ଥାନା ସତସଙ୍ଗ କେନ୍ଦ୍ର ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ​ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜଗନ୍ନାଥଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୌଦ୍ଧ ଓ ସକାଳେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ପୁରୁଣାକଟକ ପୋଲିସ ପୁରୁଣା କଟକ ଡାକ୍ତର ଖାନାରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି |
    1
    ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୁରୁଣା କଟକ ସତସଙ୍ଗ କେନ୍ଦ୍ର ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଅରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ଜଣେ ଗୁରୁତର ହୋଇଛନ୍ତି ।  ମୃତକ  ରାଜେଶ  ନାଏକ ହୋଇଥିବା ବେଳେ ଗୁରୁତର ଜଣକ ହେଲେ ଜଗନ୍ନାଥ ନାଏକ । ଉଭୟଙ୍କ ଘର ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମରେ । ମିଳିଥିବା ​ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ରାମ୍ଭିକଟା ଗ୍ରାମର ରାଜେଶ ଏବଂ ଜଗନ୍ନାଥ ଏକ ବାଇକ ଯୋଗେ ଭୋର ସମୟରେ ନିଜ ଘର  ରାମ୍ଭିକଟାକୁ ଫେରୁଥିଲେ। ପୁରୁଣାକଟକ ଥାନା ସତସଙ୍ଗ କେନ୍ଦ୍ର ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ​ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜଗନ୍ନାଥଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୌଦ୍ଧ ଓ ସକାଳେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ପୁରୁଣାକଟକ ପୋଲିସ ପୁରୁଣା କଟକ ଡାକ୍ତର ଖାନାରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି |
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    19 hrs ago
  • महिला आरक्षण विधेयक पर पीएम @narendramodi ने कहा, 25-30 साल पहले जब से विचार सामने आया, आवश्यकता महसूस हुई। हम इसको लागू कर देते हैं और हम आज उसको काफी परिपक्वता तक पहुंचा देते हैं...और आवश्यकता के अनुसार उसमें समय-समय पर सुधार भी होते हैं...और यही तो लोकतंत्र की ब्यूटी होती है।
    1
    महिला आरक्षण विधेयक पर पीएम @narendramodi ने कहा, 25-30 साल पहले जब से विचार सामने आया, आवश्यकता महसूस हुई। हम इसको लागू कर देते हैं और हम आज उसको काफी परिपक्वता तक पहुंचा देते हैं...और आवश्यकता के अनुसार उसमें समय-समय पर सुधार भी होते हैं...और यही तो लोकतंत्र की ब्यूटी होती है।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ବଲାଙ୍ଗୀର ରେ ଭୀମ ଜୟନ୍ତୀ ପାଳିତ ଜୟ ଭୀମ ଜୟ ଭୀମ ନାରା ରେ ଗର୍ଜିଲା ସହର (ଅନୀଲ ମୂଗ୍ରି ) ଭୀମ ଆର୍ମି ଜୟ ଭୀମ ସଂଗଠନ #ବଲାଙ୍ଗୀର #ଭୀମ_ଜୟନ୍ତୀ #ମୋର_ଅଧିକାର
    1
    ବଲାଙ୍ଗୀର ରେ ଭୀମ ଜୟନ୍ତୀ ପାଳିତ ଜୟ ଭୀମ ଜୟ ଭୀମ ନାରା ରେ ଗର୍ଜିଲା ସହର (ଅନୀଲ ମୂଗ୍ରି ) ଭୀମ ଆର୍ମି ଜୟ ଭୀମ ସଂଗଠନ 
#ବଲାଙ୍ଗୀର #ଭୀମ_ଜୟନ୍ତୀ #ମୋର_ଅଧିକାର
    user_ମୋର୍ ଅଧିକାର
    ମୋର୍ ଅଧିକାର
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ଭୀମ ଆର୍ମିମାନଙ୍କ ଦ୍ଵାରା ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଚିରି ଅପମାନ କରିଥିବା ରୁ ଆଜି ବିରମହାରାଜପୁର ବଜରଙ୍ଗ ଦଲ ଦ୍ବାରା ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛେ ।
    1
    ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ଭୀମ ଆର୍ମିମାନଙ୍କ ଦ୍ଵାରା ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଚିରି ଅପମାନ କରିଥିବା ରୁ ଆଜି ବିରମହାରାଜପୁର ବଜରଙ୍ଗ ଦଲ ଦ୍ବାରା ୧୨ ଘଣ୍ଟିଆ ବିରମହାରାଜପୁର  ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛେ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.