ବରଗଡ଼ ଜିଲ୍ଲାର ଯୁବ ଗବେଷକଙ୍କ ସଫଳତା : ଆନ୍ତର୍ଜାତୀୟ ସମ୍ମିଳନୀର ସର୍ବୋତ୍ତମ ଗବେଷଣା ପତ୍ର ପୁରସ୍କାର ବରଗଡ଼ ଜିଲ୍ଲାର ଯୁବ ଗବେଷକଙ୍କ ସଫଳତା : ଆନ୍ତର୍ଜାତୀୟ ସମ୍ମିଳନୀରେ ସର୍ବୋତ୍ତମ ଗବେଷଣା ପତ୍ର ପୁରସ୍କାର ବରଗଡ଼, ୧୧ ମାର୍ଚ୍ଚ : ବରଗଡ଼ ଜିଲ୍ଲାର ଭଟଲି ବ୍ଲକ ଅନ୍ତର୍ଗତ ସୁଲସୁଲିଆ ଗ୍ରାମର ଯୁବ ଗବେଷକ ଅଲେଖ ମେହେର ତାଙ୍କ ଗବେଷଣା କାର୍ଯ୍ୟ ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ Indian Institute of Technology Hyderabad ର ଲିବରାଲ ଆର୍ଟ୍ସ ବିଭାଗରେ ଅର୍ଥନୀତି ବିଷୟରେ ପିଏଚଡିର ତୃତୀୟ ବର୍ଷର ଛାତ୍ର ଅଟନ୍ତି। ସମ୍ପ୍ରତି “International Conference on Digitalization for Inclusive Finance and Sustainability” ନାମକ ଆନ୍ତର୍ଜାତୀୟ ସମ୍ମିଳନୀରେ ସେ ତାଙ୍କ ଗବେଷଣା ପତ୍ର ପାଇଁ Best Research Paper Award ଅର୍ଜନ କରିଛନ୍ତି। ଏହି ସମ୍ମିଳନୀ National Institute of Bank Management ଓ Reserve Bank of India ର College of Agricultural Banking ଙ୍କ ଯୁଗ୍ମ ଆୟୋଜନରେ ପୁଣେ ଠାରେ ଅନୁଷ୍ଠିତ ହୋଇଥିଲା। ଅଲେଖ ମେହେରଙ୍କ ପ୍ରାରମ୍ଭିକ ଶିକ୍ଷା ସୁଲସୁଲିଆ ଗ୍ରାମରେ ହୋଇଥିଲା। ପରେ ସେ Gangadhar Meher College ଓ Gangadhar Meher University ରେ ଅର୍ଥନୀତିରେ +2 ଓ +3 ଶିକ୍ଷା ଗ୍ରହଣ କରିଥିଲେ। ସ୍ନାତକ ପଢ଼ା ସମୟରେ ପରିବାରର ଆର୍ଥିକ ସମସ୍ୟା ଥିବାରୁ ସେ ଟ୍ୟୁସନ ପଢ଼ାଇ କରି ନିଜ ପଢ଼ା ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ସେ University of Hyderabad ରେ ଅର୍ଥନୀତିରେ MA କରିଥିଲେ ଏବଂ ସେହି ସମୟରେ UGC NET ପରୀକ୍ଷାରେ ମଧ୍ୟ ସଫଳତା ଅର୍ଜନ କରିଥିଲେ। ୨୦୨୧ ମସିହାରେ MA ସମାପ୍ତ କରି ସେ Gangadhar Meher University ର School of Commerce ରେ Guest Faculty ଭାବେ କାର୍ଯ୍ୟ କରିଥିଲେ। ପରେ ଉଚ୍ଚ ଶିକ୍ଷା ଲକ୍ଷ୍ୟରେ ସେ Indian Institute of Technology Hyderabad ରେ ପିଏଚଡି ପାଇଁ ଯୋଗଦେଇ ୨୦୨୩ ମସିହାରେ UGC NET ଓ JRF ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ। ଆର୍ଥିକ ସମସ୍ୟା ସତ୍ତ୍ୱେ ଦୃଢ଼ ସଙ୍କଳ୍ପ ଓ ଶିକ୍ଷକମାନଙ୍କ ମାର୍ଗଦର୍ଶନ ଦ୍ୱାରା ଏହି ସଫଳତା ଅର୍ଜନ କରିଥିବା ଅଲେଖ ମେହେର ତାଙ୍କ ଗାଇଡ୍ ଡା. ଦିନବନ୍ଧୁ ସେଠି ଓ ପରିବାରକୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି। ପରିବାରର ପ୍ରଥମ ସ୍ନାତକ ଭାବେ ତାଙ୍କ ଏହି ସଫଳତା ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହେବ ବୋଲି କୁହାଯାଉଛି। ବର୍ତ୍ତମାନ ତାଙ୍କ ଗବେଷଣା କ୍ଷେତ୍ର ମୁଖ୍ୟତଃ ଟଙ୍କା ଓ ବ୍ୟାଙ୍କିଂ, ଆର୍ଥିକ ବଜାର ଏବଂ ଉଦୟମାନ ଅର୍ଥନୀତି ସମ୍ପର୍କିତ ବିଷୟ ଉପରେ କେନ୍ଦ୍ରିତ ଅଛି।

- ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ଭୀମ ଆର୍ମିମାନଙ୍କ ଦ୍ଵାରା ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଚିରି ଅପମାନ କରିଥିବା ରୁ ଆଜି ବିରମହାରାଜପୁର ବଜରଙ୍ଗ ଦଲ ଦ୍ବାରା ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛେ ।1
- Post by SAHADEV MEHER1
- महिला आरक्षण विधेयक पर पीएम @narendramodi ने कहा, 25-30 साल पहले जब से विचार सामने आया, आवश्यकता महसूस हुई। हम इसको लागू कर देते हैं और हम आज उसको काफी परिपक्वता तक पहुंचा देते हैं...और आवश्यकता के अनुसार उसमें समय-समय पर सुधार भी होते हैं...और यही तो लोकतंत्र की ब्यूटी होती है।1
- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଧର୍ମୁ ସେଠ୍ ନାମକ ଜଣେ ୮୦ ଭାଗ ଭିନ୍ନକ୍ଷମ ଯୋଗ୍ୟତା ଥାଇ ବର୍ଷାଧିକ କାଳ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇ ନିରାଶ ହେବା ସାର ହୋଇଛି। ଅନଲାଇନ୍ ପଞ୍ଜୀକରଣ ତଥା ଅର୍ଥ ଖର୍ଚ୍ଚ କରି ବଲାଙ୍ଗୀର ଯାଇ ବାରମ୍ବାର ଖର୍ଚ୍ଚାନ୍ତ ର ଶିକାର ହେଉଥିବା ସାର ହୋଇଛି। ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି।4
- ରେଙ୍ଗାଲି ବ୍ଲକ ଲଇଡା ଗ୍ରାପର ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ ଠାରୁ ଲଇଡl କୁ ସଂଯୋଜଗ କରୁଥିବା କଂକ୍ରିଟରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି l ବାରମ୍ବାର ପଞ୍ଚlୟତ, ବ୍ଲକ କୁ ଅଭିଯୋଗ ଅନୁରୋଧ କଲେ ସମସ୍ତେ ନିଦା ବିଷ୍ଣୁ ସାଜିଛନ୍ତି l ଲଇଡ଼l ଠାରୁ ଗୋଷ୍ଠୀସ୍ୱlସ୍ଥ୍ୟ କେନ୍ଦ୍ର, ଲଇଡା ମହାବିଦ୍ୟାଳୟ ଆଦି କୁ ଏହି ରାସ୍ତା ଦେଇ ଲୋକେ ଯିବାଆସିବା କରନ୍ତି l2
- ଖରାଦିନେ ବିଦୂତ କାଟ ହେବନାହିଁ ବୋଲି ସରକାର ଘୋଷଣା କରିଥିବା ବେଳେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯେଉଁ ଗୃହ ରେ ପିଲାମାନଙ୍କୁ ଟୀକା କରଣ କରାଯାଉଛି ସେହି ଗୃହ ରେ ବିଦ୍ୟୁତ ରେ କଟା ଯାଇଛି।ଜାହା ଫଳରେ ପିଲା ମାନେ ଗରମରେ ହାନ୍ତୋଷନ୍ତ ହେବାର ଦେଖିବାକୁ ମିଳିଛି1
- ବୀରମହାରାଜପୁର ବନ୍ଦ ସଫଳ ସୁବର୍ଣ୍ଣପୁର: ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୀରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ପାଳନ। ବୁଧବାର ଆମ୍ବେଦକର ଶୋଭାଯାତ୍ରା ବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଫଟୋ ଚିରିବା ଘଟଣାର ପ୍ରତିବାଦରେ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଥିଲା। ଜରୁରୀ ସେବା ବ୍ୟତୀତ ବୀରମହାରାଜପୁର ସହରର ଦୋକାନ ବଜାର, ସ୍କୁଲ କଲେଜ, ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ସମେତ ଗାଡି ଚଳାଚଳ ବନ୍ଦ ରହିଥିଲା।1
- ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ1
- କୃତୀ ପ୍ରତିଭାଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟସ୍ତର ତୀରନ୍ଦାଜ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ବୁଟୁପାଲିର ଦୁଇ କୃତୀ ଭାଇଭଉଣୀ ଟେନିଶା ମେହେର ଓ ଦୁର୍ଗାଦତ୍ତ ମେହେରଙ୍କୁ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ସମ୍ବର୍ଦ୍ଧିତ କରି ଉଭୟଙ୍କୁ ଖେଳ ଉପକରଣ ଯୋଗେଇଦେବେ ବୋଲି କହିଛନ୍ତି । ସେହିପରି ବୌଦ୍ଧ ଜିଲ୍ଲା କ୍ରୀଡା ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଉଭୟଙ୍କୁ ଶୁଭେତ୍ସା ଜଣେଇବା ସହିତ ଜିଲ୍ଲାରେ କିପରି ତୀରନ୍ଦାଜ କ୍ରୀଡ଼ାର ଆହୁରି ଉନ୍ନତି ହୋଇପାରିବ ସେ ବିଷୟରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ।1