ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ.. ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସମ୍ମିଳନୀ କକ୍ଷରେ ୨୦୨୫–୨୬ ଖରିଫ ବର୍ଷର ଧାନ ସଂଗ୍ରହ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ମୋଟ ୧୬,୧୨,୦୦୦ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିବା ବେଳେ ଆଜି ସୁଦ୍ଧା ୧୨,୬୧,୪୭୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଏହା ସହିତ ଏପର୍ଯ୍ୟନ୍ତ ୩୭,୩୯୯ ଜଣ ଚାଷୀ ମଣ୍ଡି ମାଧ୍ୟମରେ ଧାନ ବିକ୍ରୟ କରିସାରିଛନ୍ତି। ଏହି ବର୍ଷ ଜିଲ୍ଲାର ୧୧୮ଟି ସେବା ସମବାୟ ସମିତି ଅଧୀନରେ ୧୨୨ଟି ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ କାର୍ଯ୍ୟ ଚାଲୁ ରହିଛି ଏବଂ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଚଳିତ ବର୍ଷ ଜିଲ୍ଲାର ୨୯ ଜଣ କଷ୍ଟମ ମିଲର ଏହି ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଛନ୍ତି। ବୈଠକରେ ଜିଲ୍ଲାପାଳ ଧାନ ସଂଗ୍ରହ କାର୍ଯ୍ୟକୁ ସୁଚାରୁ ଭାବେ ଓ ସମୟୋପଯୋଗୀ ଭାବରେ ସମ୍ପନ୍ନ କରିବା ପାଇଁ ସମ୍ବନ୍ଧିତ ବିଭାଗ ଓ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଅରୁଣ କୁମାର ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ବେଣୁଧର ପାଣିଗ୍ରାହୀ ସମେତ ସହକାରୀ ଯୋଗାଣ ଅଧିକାରୀ, ଉପନିବନ୍ଧକ ସମବାୟ ସମିତି, ସହକାରୀ ନିବନ୍ଧକ ସମବାୟ ସମିତି ଓ ଅନ୍ୟାନ୍ୟ ସମ୍ପର୍କିତ ଅଧିକାରୀମାନେ ଉପସ୍ଥିତ ଥିଲେ।

- ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I1
- karilopatana college rod kenal bridge ra bada nahi bahut accident hauchi1
- Post by ନିଷ୍ଠୁର ଦୁନିଆ Live1
- କଜ୍ଜଳବନ୍ଧ ରୁ ଚାନ୍ଦପଡ଼ା କେନାଲ ରାସ୍ତା ଦୀର୍ଘ ଦେଢ ବର୍ଷ ହେବ ପିଚୁ କାମ ଆସିଥିବା ସତ୍ତ୍ୱେ ହୋଇପାରୁନାହିଁ ଏହା ଦ୍ଵାରା ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବଡ ବଡ ଗୋଡ଼ି ଏବଂ ଧୂଳି ସହିତ ସାଇକେଲ ଏବଂ ମଟର ସାଇକେଲ ସବୁଦିନ ଦୁର୍ଘଟଣା ହେଉଛନ୍ତି2
- Post by ଯାଜପୁର ଖବର ପ୍ରସାରିତ1
- Post by Bikram Mohapatra1
- ପଶ୍ଚିମବଙ୍ଗ ଗସ୍ତ ସମୟରେ ମହାମହିମ ରାଷ୍ଟ୍ରପତି ଙ୍କୁ ମମତା ସରକାରଙ୍କ ଅସହଯୋଗ ଓ ଅସମ୍ମାନ ପ୍ରଦର୍ଶନ କୁ ନେଇ ସର୍ବସମ୍ମୁଖରେ ମମତା ବାନାର୍ଜୀ କ୍ଷମା ପ୍ରାର୍ଥନା ଦାବିକରିଛି ୟୁଥ ଫେଡେରେସନ, ଗିରିଧାରୀ ଛକଠାରେ ମମତା ସରକାର ଙ୍କୁ ଦୃଢ ନିନ୍ଦା କରିବା ସହିତ ନାରାବାଜି କରି ମମତା ବାନାର୍ଜୀ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବିଜୟଚନ୍ଦ୍ରପୁର ୟୁଥ ଫେଡେରେସନ ର ସଦସ୍ୟ.....1
- କେନ୍ଦ୍ରାପଡ଼ା ପୌରପାଳିକା ବିଭିନ୍ନ ୱାର୍ଡ ରେ ଥିବା ଡ୍ରେନେଜ ଗୁଡିକ ରେ ସ୍ଲାପ ନଥିବା କାରଣରୁ ଦୈନ ଦିନ ବ୍ୟବହୃତ ବର୍ଜ୍ୟବସ୍ତୁ ଗୁଡିକୁ ଲୋକେ ଉକ୍ତ ଡ୍ରେନ ରେ ପକାଇବା କାରଣରୁ ଡ୍ରେନ ପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି I ଯାହା ଦ୍ୱାରା ପାଣି ଗୁଡିକ ଡ୍ରେନ ମଧ୍ୟରେ ରହି ପଚି ସେଥିରୁ ମଶା ମାଛିଙ୍କ ଉତ୍ପନ ହେଉଛି, ଯାହା ଫଳରେ ମଶା ମାଛିଙ୍କ ଜାଳାରୁ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି,1