ସତ୍ୟବାଦୀ ସୁଆଣ୍ଡୋ ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ସତ୍ୟବାଦୀ- ୦୧/୦୪/୨୬ ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତିକୁ ଆହୁରି ଦୀପ୍ତିମାନ କରିବା ପାଇଁ ତାଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ସମଗ୍ର ସତ୍ୟବାଦୀ ଅଞ୍ଚଳ ତଥା ବନ ବିଦ୍ୟାଳୟର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ୪୯୫ କୋଟିରେ ସତ୍ୟବାଦୀ, ୯୦ କୋଟିରେ ବକୁଳବନର ପୁନର୍ବିକାଶ-ସମୁଦାୟ ୫୮୫ କୋଟି ଟଙ୍କାର ପ୍ରକଳ୍ପ, ପୁରୀରେ World Tourism Centre, କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା ହେବ, ସମଗ୍ର ପୁରୀ ଜିଲ୍ଲା ହେବ ଏକ ବିକଶିତ ଅଞ୍ଚଳ ଗୋଟିଏ ଜାତି ଉତ୍ଥାନର ମୂଳଶକ୍ତି ହେଉଛି ତା’ର ଅସ୍ମିତା, ଅସ୍ମିତା ବିନା ଗୋଟିଏ ଜାତି ଆତ୍ମା ବିହୀନ ମେସିନ୍ ପରି ସାଧାରଣ ସ୍ଥାନରେ ଜନ୍ମହୋଇ, ଅସାଧାରଣ କାମ କରି ମଣିଷ କିପରି ଇଶ୍ବରତୁଲ୍ୟ ହୋଇପାରେ, ତା’ର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଉତ୍କଳମଣି ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୧ ଏପ୍ରିଲ ୨୦୨୬ ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ। ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠରେ। ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ର ମାନଙ୍କ ସ୍ମୃତି ସହିତ ଯୋଡି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି କାର୍ଯ୍ୟକ୍ରମକୁ ବରପୁତ୍ର ମାନଙ୍କ ଜନ୍ମସ୍ଥାନରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମେ ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ ଓ ଉତ୍କଳମଣିଙ୍କ କୂଳ ଦେବତା ପ୍ରଭୁ ଶ୍ରୀ ରାଧା ବିନୋଦବିହାରୀଙ୍କୁ ଦର୍ଶନ କରିଥିଲେ। ଗୋପବନ୍ଧୁ ପାର୍କ ଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି, ଗୋପବନ୍ଧୁ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଏହାପରେ ସାକ୍ଷୀଗୋପାଳର ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ। ସାଧାରଣସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଥିଲେ ଯେ ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି ଓଡ଼ିଆ ଜାତି ଏକ ସମୃଦ୍ଧ ରାଜ୍ୟ ଭାବରେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ହୋଇ ବିଶ୍ବ ପଟଳରେ ଭାରତର ମର୍ଯ୍ୟାଦାକୁ ବୃଦ୍ଧି କରିବ। ସାଧାରଣ ଦିଶୁଥିବା ଏକ ସ୍ଥାନରେ ଜନ୍ମହୋଇ, ସବୁ ସାଧାରଣ ସାମଗ୍ରୀ ବ୍ୟବହାର କରି, ନିଜର କର୍ମବଳରେ ଜଣେ ବ୍ୟକ୍ତି କିପରି ଇଶ୍ବରତୁଲ୍ୟ ହୋଇପାରେ କହି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଣ୍ଡିତ ଗୋପବନ୍ଧୁଙ୍କୁ ସମଗ୍ର ଭାରତବର୍ଷ ପାଇଁ ଏକ ଉଦାହରଣ ବୋଲି କହିବା ସହିତ ଗୋପବନ୍ଧୁଙ୍କ ଦୁଃଖ, କଷ୍ଟ ଓ ତ୍ୟାଗ ଆଜି ଓଡ଼ିଆ ଜାତିର ଭାଗ୍ୟକୁ ବଦଳାଇ ଦେଇଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତିକୁ ଆହୁରି ଦୀପ୍ତିମାନ କରିବା ପାଇଁ ତାଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ଏହି ଅବସରରେ ସତ୍ୟବାଦୀ ମହୋତ୍ସବ ସମୟରେ ସେ କରିଥିବା ଘୋଷଣା ବିଷୟରେ ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ। ସତ୍ୟବାଦୀ ବନ ବିଦ୍ୟାଳୟ ଓ ସମଗ୍ର ଅଞ୍ଚଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୫୮୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବେ । ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ । ଐତିହାସିକ ବକୁଳବନର ପୁନରୁତ୍ଥାନ ଓ ବିକାଶ ପାଇଁ ପ୍ରାୟ ୯୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହାକୁ ଏକ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଇ ଏହାର ଐତିହାସିକ ପରିଚୟକୁ ସୁରକ୍ଷିତ କରାଯିବ । ଏହା ସହିତ ୪୯୫ କୋଟି ଟଙ୍କାରେ ସତ୍ୟବାଦୀ ଅଞ୍ଚଳର ପୁନର୍ବିକାଶ କରାଯିବ । ଏଠାରେ ହେରିଟେଜ କରିଡର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଆମ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ପାଇଁ ସମ୍ପୂର୍ଣ୍ଣଭାବେ ପ୍ରତିବଦ୍ଧ । ଗୋଟିଏ ଜାତିର ଉତ୍ଥାନର ମୂଳଶକ୍ତି ହେଉଛି ତା’ର ଅସ୍ମିତା । ଅସ୍ମିତା ବିନା ଗୋଟିଏ ଜାତି ଆତ୍ମା ବିହୀନ ମେସିନ୍ ପରି । ତେଣୁ, ଅର୍ଥନୈତିକ ବିକାଶ ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଆମର ପ୍ରାଥମିକତା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପରମ ଆରାଧ୍ୟ । ଜଗନ୍ନାଥଙ୍କ ଭକ୍ତିରେ ହିଁ ଓଡ଼ିଆ ଜାତିର ଶାନ୍ତି । ତାଙ୍କ ଆଶୀର୍ବାଦରେ ଓଡ଼ିଶା ଆଜି ୯୦ଟି ଗୌରବମୟ ବର୍ଷ ଅତିକ୍ରମ କରି ବର୍ତ୍ତମାନରେ ପହଞ୍ଚିଛି । ମହାପ୍ରଭୁଙ୍କ ଶୀକ୍ଷେତ୍ର ଓ ପୁରୀ ସହରର ବିକାଶ ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ମହାପ୍ରଭୁଙ୍କ ମହିମାର ପ୍ରସାର ପାଇଁ ପୁରୀଠାରେ ଏକ ହଜାର କୋଟି ଟଙ୍କା ବ୍ୟୟରେ ଏକ ବିଶ୍ବସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ପ୍ରତିଷ୍ଠା କରାଯିବା ସହିତ ଗୁଣ୍ଡିଚା ମନ୍ଦିର, ଏମାର ମଠ ଓ ରଘୁନନ୍ଦନ ଲାଇବ୍ରେରୀ ଭଳି ଐତିହାସିକ ଓ ଆଧ୍ୟାତ୍ମିକ ପୀଠର ଗୌରବର ପୁନଃଉଦ୍ଧାର କରାଯିବ। ପୁରୀକୁ ଅତ୍ୟାଧୁନିକ ପର୍ଯ୍ୟଟନସ୍ଥଳରେ ପରିଣତ କରିବା ପାଇଁ ଆମ ସରକାର ୧୫୦୦ ଏକର ପରିମିତ ଅଞ୍ଚଳରେ ଶାମୁକା ପ୍ରକଳ୍ପ କାର୍ଯ୍ୟକାରୀ କରିବେ । ଏହି ପ୍ରକଳ୍ପ ନୈସର୍ଗିକ ବେଳାଭୂମି ଓ ଅତ୍ୟାଧୁନିକ ଭିତ୍ତିଭୂମିର ସମନ୍ବୟରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ପୁରୀ ଠାରେ ଏକ World Tourism Centre ପ୍ରତିଷ୍ଠା କରାଯିବ। ପୁରୀରେ କୃଜ୍ ଟର୍ମିନାଲ୍ ପ୍ରତିଷ୍ଠା ପାଇଁ ମଧ୍ୟ ଆମେ ପଦକ୍ଷେପ ନେଇଛୁ । ଏହା ସହିତ ଆମର ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ପୁନରୁଦ୍ଧାର କରାଯାଇ ଏହାକୁ ମଧ୍ୟ ବିଶ୍ବସ୍ତରୀୟ ଇକୋଟୁରିଜିମ୍ ହବ୍ରେ ପରିଣତ କରାଯିବ । ପୁରୀରେ ଏୟାରପୋର୍ଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଛି । ଭୁବନେଶ୍ବରରୁ ପୁରୀ ଏନଏଚ୍ର ପ୍ରଶସ୍ତିକରଣ କରାଯିବ । ସମଗ୍ର ପୁରୀ ଜିଲ୍ଲା ଏକ ବିକଶିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ କରୁଥିବା ବିଷୟରେ କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ପ୍ରାୟ ୮୦ ହଜାର କୋଟି ଟଙ୍କାର ଜାତୀୟ ରାଜପଥ କାମ ଜାରି ରହିଛି । ଆମ ସରକାର ମଧ୍ୟ ତିନୋଟି ଗୁରୁତ୍ବପୂର୍ଣ୍ଣ ସଡକ ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି । ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ୨୮୭ କିଲୋମିଟର ବିଶ୍ବସ୍ତରୀୟ ସଡକ ୯ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ପାରଳାଖେମୁଣ୍ଡିରୁ ବରଗଡର ଅମ୍ବାଭନା ପର୍ଯ୍ୟନ୍ତ ନମୋ-ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ । ଏହାସହିତ ଦକ୍ଷିଣରୁ ଉତ୍ତରକୁ ଯୋଡି ମାଲକାନଗିରିର ମୋଟୁ ଠାରୁ ମୟୂରଭଞ୍ଜର ତିରିଙ୍ଗି ପର୍ଯ୍ୟନ୍ତ ୯୬୯ ଦୀର୍ଘ ଅଟଳ ଏକ୍ସପ୍ରେସ୍ ୱେ ମଧ୍ୟ ନିର୍ମାଣ କରାଯିବ ବୋଲି ସେ କହିଥିଲେ । ପୁରୀରେ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ସହିତ ଆହୁରି ୭ଟି ଏୟାରପୋର୍ଟ ନିର୍ମାଣ ପାଇଁ ଯୋଜନା କରାଯାଉଛି । ପ୍ରାୟ ୧୫ଟି ଜିଲ୍ଲାରେ ଗୋଟିଏ ଗୋଟିଏ ହେଲିପୋର୍ଟ ମଧ୍ୟ କରାଯିବ । ସାମୁଦ୍ରିକ ବାଣିଜ୍ୟ ଓ ଯୋଗାଯୋଗ ପାଇଁ କେନ୍ଦ୍ରାପଡା ଠାରେ ପ୍ରାୟ ୨୫ ହଜାର କୋଟି ଟଙ୍କା ବିନିଯୋଗରେ ଏକ ମେଗା ସିପ୍ ବିଲ୍ଡିଙ୍ଗ କ୍ଲଷ୍ଟର ନିର୍ମାଣ କରାଯିବ । ଗଞ୍ଜାମର ବାହୁଦା ଠାରେ ପ୍ରାୟ ୨୨ ହଜାର ଟଙ୍କା ବିନିଯୋଗରେ ଏକ ସାଟେଲାଇଟ୍ ପୋର୍ଟ ସହିତ ଅନେକ ଛୋଟ ଛୋଟ ବନ୍ଦର ନିର୍ମାଣର ପ୍ରକ୍ରିୟା ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଦୁଇ ବର୍ଷ ର ସଫଳତା ବିଷୟରେ କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ୧୦୯ଟି ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ କରିଛୁ। ଏହାର ଶିଳାନ୍ୟାସ କିମ୍ବା ଉଦ୍ଘାଟନ ହୋଇଛି। ଏହାଦ୍ବାରା ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଛି। ତେଣୁ, ଆମର ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ୍ୟ ଅଛି, ତାହା ନିଶ୍ଚିତ ପୂରଣ ହେବ । ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାର ଅର୍ଥନୀତିର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ମହିଳା ସଶକ୍ତିକରଣ ପାଇଁ ଆମେ ଏକ ନୂଆ ଯୋଜନା ଆରମ୍ଭ କରୁଛୁ। ଏହା ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏହି ଯୋଜନାରେ ଆର୍ଥିକ ଦୁର୍ବଳ ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ପାଇଁ ୨୦ ହଜାର ଟଙ୍କାର ସଞ୍ଚୟ ପାଣ୍ଠି ଖୋଲାଯିବ। ଝିଅ ଗ୍ରାଜୁଏଟ୍ ହେଲାପରେ ତାକୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ଏହାଦ୍ବାରା ସବୁ ଝିଅ ଅତିକମ୍ରେ ଗ୍ରାଜୁଏଟ୍ ହେବାପାଇଁ ନିଶ୍ଚିତ ଭାବରେ ଚାହିଁବେ। ସ୍ବାସ୍ଥ୍ୟ ସେବାରେ ଉନ୍ନତି ପାଇଁ ରାଜ୍ୟରେ ୪ ହଜାର ଡାକ୍ତର ପଦବୀ ପୂରଣ କରାଯାଇଛି, ଆହୁରି ୫ ହଜାର ପୂରଣ କରାଯିବ। ଆୟୁଷ ଶିକ୍ଷାର ବିକାଶ ପାଇଁ ଗଜପତି, ମାଲକାନଗିରି ଓ ରାୟଗଡା ଭଳି ଆକାଂକ୍ଷୀ ଜିଲ୍ଲାରେ ତିନୋଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ ଓ ନୂଆପଡାରେ ଦୁଇଟି ହୋମିଓପାଥିକ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତାକୁ ମୁଖ୍ୟମନ୍ତ୍ରୀ ପାଠ କରିବା ସହିତ ଉଭୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଭାରତର ରାଷ୍ଟ୍ରପତି, ଓଡିଶା ପୋଲିସର ୯୧ତମ ସ୍ଥାପନା ଦିବସ ଅବସରରେ ଉତ୍କୃଷ୍ଟ ସେବା ପାଇଁ ଐତିହାସିକ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର୍ ଆୱାର୍ଡ’ କୁ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ପୁରୀ ସାଂସଦ ଡ. ସମ୍ୱିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଉତ୍କଳମଣି ସ୍ମୃତି ପରିଷଦର ସଭାପତି ଶ୍ରୀଯୁକ୍ତ ଧୀରେନ୍ଦ୍ର ଦାସ ଏବଂ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ସତ୍ୟବାଦୀ ସୁଆଣ୍ଡୋ ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ସତ୍ୟବାଦୀ- ୦୧/୦୪/୨୬ ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତିକୁ ଆହୁରି ଦୀପ୍ତିମାନ କରିବା ପାଇଁ ତାଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ସମଗ୍ର ସତ୍ୟବାଦୀ ଅଞ୍ଚଳ ତଥା ବନ ବିଦ୍ୟାଳୟର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ୪୯୫ କୋଟିରେ ସତ୍ୟବାଦୀ, ୯୦ କୋଟିରେ ବକୁଳବନର ପୁନର୍ବିକାଶ-ସମୁଦାୟ ୫୮୫ କୋଟି ଟଙ୍କାର ପ୍ରକଳ୍ପ, ପୁରୀରେ World Tourism Centre, କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା ହେବ, ସମଗ୍ର ପୁରୀ ଜିଲ୍ଲା ହେବ ଏକ ବିକଶିତ ଅଞ୍ଚଳ ଗୋଟିଏ ଜାତି ଉତ୍ଥାନର ମୂଳଶକ୍ତି ହେଉଛି ତା’ର ଅସ୍ମିତା, ଅସ୍ମିତା ବିନା ଗୋଟିଏ ଜାତି ଆତ୍ମା ବିହୀନ ମେସିନ୍ ପରି ସାଧାରଣ ସ୍ଥାନରେ ଜନ୍ମହୋଇ, ଅସାଧାରଣ କାମ କରି ମଣିଷ କିପରି ଇଶ୍ବରତୁଲ୍ୟ ହୋଇପାରେ, ତା’ର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଉତ୍କଳମଣି ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୧ ଏପ୍ରିଲ ୨୦୨୬ ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ। ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠରେ। ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ର ମାନଙ୍କ ସ୍ମୃତି ସହିତ ଯୋଡି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି କାର୍ଯ୍ୟକ୍ରମକୁ ବରପୁତ୍ର ମାନଙ୍କ ଜନ୍ମସ୍ଥାନରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମେ ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ ଓ ଉତ୍କଳମଣିଙ୍କ କୂଳ ଦେବତା ପ୍ରଭୁ ଶ୍ରୀ ରାଧା ବିନୋଦବିହାରୀଙ୍କୁ ଦର୍ଶନ କରିଥିଲେ। ଗୋପବନ୍ଧୁ ପାର୍କ ଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି, ଗୋପବନ୍ଧୁ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଏହାପରେ ସାକ୍ଷୀଗୋପାଳର ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ। ସାଧାରଣସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଥିଲେ ଯେ ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି ଓଡ଼ିଆ ଜାତି ଏକ ସମୃଦ୍ଧ ରାଜ୍ୟ ଭାବରେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ହୋଇ ବିଶ୍ବ ପଟଳରେ ଭାରତର ମର୍ଯ୍ୟାଦାକୁ ବୃଦ୍ଧି କରିବ। ସାଧାରଣ ଦିଶୁଥିବା ଏକ ସ୍ଥାନରେ ଜନ୍ମହୋଇ, ସବୁ ସାଧାରଣ ସାମଗ୍ରୀ ବ୍ୟବହାର କରି, ନିଜର କର୍ମବଳରେ ଜଣେ ବ୍ୟକ୍ତି କିପରି ଇଶ୍ବରତୁଲ୍ୟ ହୋଇପାରେ କହି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଣ୍ଡିତ ଗୋପବନ୍ଧୁଙ୍କୁ ସମଗ୍ର ଭାରତବର୍ଷ ପାଇଁ ଏକ ଉଦାହରଣ ବୋଲି କହିବା ସହିତ ଗୋପବନ୍ଧୁଙ୍କ ଦୁଃଖ, କଷ୍ଟ ଓ ତ୍ୟାଗ ଆଜି ଓଡ଼ିଆ ଜାତିର ଭାଗ୍ୟକୁ ବଦଳାଇ ଦେଇଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତିକୁ ଆହୁରି ଦୀପ୍ତିମାନ କରିବା ପାଇଁ ତାଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ଏହି ଅବସରରେ ସତ୍ୟବାଦୀ ମହୋତ୍ସବ ସମୟରେ ସେ କରିଥିବା ଘୋଷଣା ବିଷୟରେ ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ। ସତ୍ୟବାଦୀ ବନ ବିଦ୍ୟାଳୟ ଓ ସମଗ୍ର ଅଞ୍ଚଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୫୮୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବେ । ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ । ଐତିହାସିକ ବକୁଳବନର ପୁନରୁତ୍ଥାନ ଓ ବିକାଶ ପାଇଁ ପ୍ରାୟ ୯୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହାକୁ ଏକ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଇ ଏହାର ଐତିହାସିକ ପରିଚୟକୁ ସୁରକ୍ଷିତ କରାଯିବ । ଏହା ସହିତ ୪୯୫ କୋଟି ଟଙ୍କାରେ ସତ୍ୟବାଦୀ ଅଞ୍ଚଳର ପୁନର୍ବିକାଶ କରାଯିବ । ଏଠାରେ ହେରିଟେଜ କରିଡର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଆମ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ପାଇଁ ସମ୍ପୂର୍ଣ୍ଣଭାବେ ପ୍ରତିବଦ୍ଧ । ଗୋଟିଏ ଜାତିର ଉତ୍ଥାନର ମୂଳଶକ୍ତି ହେଉଛି ତା’ର ଅସ୍ମିତା । ଅସ୍ମିତା ବିନା ଗୋଟିଏ ଜାତି ଆତ୍ମା ବିହୀନ ମେସିନ୍ ପରି । ତେଣୁ, ଅର୍ଥନୈତିକ ବିକାଶ ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଆମର ପ୍ରାଥମିକତା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପରମ ଆରାଧ୍ୟ । ଜଗନ୍ନାଥଙ୍କ ଭକ୍ତିରେ ହିଁ ଓଡ଼ିଆ ଜାତିର ଶାନ୍ତି । ତାଙ୍କ ଆଶୀର୍ବାଦରେ ଓଡ଼ିଶା ଆଜି ୯୦ଟି ଗୌରବମୟ ବର୍ଷ ଅତିକ୍ରମ କରି ବର୍ତ୍ତମାନରେ ପହଞ୍ଚିଛି । ମହାପ୍ରଭୁଙ୍କ ଶୀକ୍ଷେତ୍ର ଓ ପୁରୀ ସହରର ବିକାଶ ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ମହାପ୍ରଭୁଙ୍କ ମହିମାର ପ୍ରସାର ପାଇଁ ପୁରୀଠାରେ ଏକ ହଜାର କୋଟି ଟଙ୍କା ବ୍ୟୟରେ ଏକ ବିଶ୍ବସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ପ୍ରତିଷ୍ଠା କରାଯିବା ସହିତ ଗୁଣ୍ଡିଚା ମନ୍ଦିର, ଏମାର ମଠ ଓ ରଘୁନନ୍ଦନ ଲାଇବ୍ରେରୀ
ଭଳି ଐତିହାସିକ ଓ ଆଧ୍ୟାତ୍ମିକ ପୀଠର ଗୌରବର ପୁନଃଉଦ୍ଧାର କରାଯିବ। ପୁରୀକୁ ଅତ୍ୟାଧୁନିକ ପର୍ଯ୍ୟଟନସ୍ଥଳରେ ପରିଣତ କରିବା ପାଇଁ ଆମ ସରକାର ୧୫୦୦ ଏକର ପରିମିତ ଅଞ୍ଚଳରେ ଶାମୁକା ପ୍ରକଳ୍ପ କାର୍ଯ୍ୟକାରୀ କରିବେ । ଏହି ପ୍ରକଳ୍ପ ନୈସର୍ଗିକ ବେଳାଭୂମି ଓ ଅତ୍ୟାଧୁନିକ ଭିତ୍ତିଭୂମିର ସମନ୍ବୟରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ପୁରୀ ଠାରେ ଏକ World Tourism Centre ପ୍ରତିଷ୍ଠା କରାଯିବ। ପୁରୀରେ କୃଜ୍ ଟର୍ମିନାଲ୍ ପ୍ରତିଷ୍ଠା ପାଇଁ ମଧ୍ୟ ଆମେ ପଦକ୍ଷେପ ନେଇଛୁ । ଏହା ସହିତ ଆମର ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ପୁନରୁଦ୍ଧାର କରାଯାଇ ଏହାକୁ ମଧ୍ୟ ବିଶ୍ବସ୍ତରୀୟ ଇକୋଟୁରିଜିମ୍ ହବ୍ରେ ପରିଣତ କରାଯିବ । ପୁରୀରେ ଏୟାରପୋର୍ଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଛି । ଭୁବନେଶ୍ବରରୁ ପୁରୀ ଏନଏଚ୍ର ପ୍ରଶସ୍ତିକରଣ କରାଯିବ । ସମଗ୍ର ପୁରୀ ଜିଲ୍ଲା ଏକ ବିକଶିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ କରୁଥିବା ବିଷୟରେ କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ପ୍ରାୟ ୮୦ ହଜାର କୋଟି ଟଙ୍କାର ଜାତୀୟ ରାଜପଥ କାମ ଜାରି ରହିଛି । ଆମ ସରକାର ମଧ୍ୟ ତିନୋଟି ଗୁରୁତ୍ବପୂର୍ଣ୍ଣ ସଡକ ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି । ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ୨୮୭ କିଲୋମିଟର ବିଶ୍ବସ୍ତରୀୟ ସଡକ ୯ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ପାରଳାଖେମୁଣ୍ଡିରୁ ବରଗଡର ଅମ୍ବାଭନା ପର୍ଯ୍ୟନ୍ତ ନମୋ-ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ । ଏହାସହିତ ଦକ୍ଷିଣରୁ ଉତ୍ତରକୁ ଯୋଡି ମାଲକାନଗିରିର ମୋଟୁ ଠାରୁ ମୟୂରଭଞ୍ଜର ତିରିଙ୍ଗି ପର୍ଯ୍ୟନ୍ତ ୯୬୯ ଦୀର୍ଘ ଅଟଳ ଏକ୍ସପ୍ରେସ୍ ୱେ ମଧ୍ୟ ନିର୍ମାଣ କରାଯିବ ବୋଲି ସେ କହିଥିଲେ । ପୁରୀରେ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ସହିତ ଆହୁରି ୭ଟି ଏୟାରପୋର୍ଟ ନିର୍ମାଣ ପାଇଁ ଯୋଜନା କରାଯାଉଛି । ପ୍ରାୟ ୧୫ଟି ଜିଲ୍ଲାରେ ଗୋଟିଏ ଗୋଟିଏ ହେଲିପୋର୍ଟ ମଧ୍ୟ କରାଯିବ । ସାମୁଦ୍ରିକ ବାଣିଜ୍ୟ ଓ ଯୋଗାଯୋଗ ପାଇଁ କେନ୍ଦ୍ରାପଡା ଠାରେ ପ୍ରାୟ ୨୫ ହଜାର କୋଟି ଟଙ୍କା ବିନିଯୋଗରେ ଏକ ମେଗା ସିପ୍ ବିଲ୍ଡିଙ୍ଗ କ୍ଲଷ୍ଟର ନିର୍ମାଣ କରାଯିବ । ଗଞ୍ଜାମର ବାହୁଦା ଠାରେ ପ୍ରାୟ ୨୨ ହଜାର ଟଙ୍କା ବିନିଯୋଗରେ ଏକ ସାଟେଲାଇଟ୍ ପୋର୍ଟ ସହିତ ଅନେକ ଛୋଟ ଛୋଟ ବନ୍ଦର ନିର୍ମାଣର ପ୍ରକ୍ରିୟା ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଦୁଇ ବର୍ଷ ର ସଫଳତା ବିଷୟରେ କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ୧୦୯ଟି ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ କରିଛୁ। ଏହାର ଶିଳାନ୍ୟାସ କିମ୍ବା ଉଦ୍ଘାଟନ ହୋଇଛି। ଏହାଦ୍ବାରା ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଛି। ତେଣୁ, ଆମର ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ୍ୟ ଅଛି, ତାହା ନିଶ୍ଚିତ ପୂରଣ ହେବ । ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାର ଅର୍ଥନୀତିର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ମହିଳା ସଶକ୍ତିକରଣ ପାଇଁ ଆମେ ଏକ ନୂଆ ଯୋଜନା ଆରମ୍ଭ କରୁଛୁ। ଏହା ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏହି ଯୋଜନାରେ ଆର୍ଥିକ ଦୁର୍ବଳ ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ପାଇଁ ୨୦ ହଜାର ଟଙ୍କାର ସଞ୍ଚୟ ପାଣ୍ଠି ଖୋଲାଯିବ। ଝିଅ ଗ୍ରାଜୁଏଟ୍ ହେଲାପରେ ତାକୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ଏହାଦ୍ବାରା ସବୁ ଝିଅ ଅତିକମ୍ରେ ଗ୍ରାଜୁଏଟ୍ ହେବାପାଇଁ ନିଶ୍ଚିତ ଭାବରେ ଚାହିଁବେ। ସ୍ବାସ୍ଥ୍ୟ ସେବାରେ ଉନ୍ନତି ପାଇଁ ରାଜ୍ୟରେ ୪ ହଜାର ଡାକ୍ତର ପଦବୀ ପୂରଣ କରାଯାଇଛି, ଆହୁରି ୫ ହଜାର ପୂରଣ କରାଯିବ। ଆୟୁଷ ଶିକ୍ଷାର ବିକାଶ ପାଇଁ ଗଜପତି, ମାଲକାନଗିରି ଓ ରାୟଗଡା ଭଳି ଆକାଂକ୍ଷୀ ଜିଲ୍ଲାରେ ତିନୋଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ ଓ ନୂଆପଡାରେ ଦୁଇଟି ହୋମିଓପାଥିକ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତାକୁ ମୁଖ୍ୟମନ୍ତ୍ରୀ ପାଠ କରିବା ସହିତ ଉଭୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଭାରତର ରାଷ୍ଟ୍ରପତି, ଓଡିଶା ପୋଲିସର ୯୧ତମ ସ୍ଥାପନା ଦିବସ ଅବସରରେ ଉତ୍କୃଷ୍ଟ ସେବା ପାଇଁ ଐତିହାସିକ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର୍ ଆୱାର୍ଡ’ କୁ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ପୁରୀ ସାଂସଦ ଡ. ସମ୍ୱିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଉତ୍କଳମଣି ସ୍ମୃତି ପରିଷଦର ସଭାପତି ଶ୍ରୀଯୁକ୍ତ ଧୀରେନ୍ଦ୍ର ଦାସ ଏବଂ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
- ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ। ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠରେ। ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ର ମାନଙ୍କ ସ୍ମୃତି ସହିତ ଯୋଡି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି କାର୍ଯ୍ୟକ୍ରମକୁ ବରପୁତ୍ର ମାନଙ୍କ ଜନ୍ମସ୍ଥାନରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।2
- Post by Manoj kumar baliyarsingh4
- Post by Rajesh Samantaray1
- ଉତ୍କଳ ଦିବସ ଆୟୋଜକ ସମିତି, ନିମାପଡା ବଂକ୍ସି ଜଗବନ୍ଧୁ ଙ୍କ ମାଟିର ବୀର ପାଇକ ପୁଅ ମାନଙ୍କ ଦ୍ୱାରା ନିମାପଡା ମାଟିରେ ପାଇକ ଆଖଡ଼ା ପ୍ରଦର୍ଶନ1
- Post by NEWS MANORANJAN1
- ପବିତ୍ର ଉତ୍କଳ ଦିବସ ଅବସରରେ ଜୟଦେବ ଅଞ୍ଚଳରେ ଏକ ଭବ୍ୟ ‘ଜୟଦେବ ଗଣଦୌଡ଼’ ଅନୁଷ୍ଠିତ ହୋଇଯାଇଛି। ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟ ପ୍ରାୟୋଜିତ ଓ ନିର୍ଭୀକ ଖବରର ସହଯୋଗରେ ଓଡ଼ିଶା ଗଠନର ସ୍ମୃତି ଚାରଣ କରିବା ସହ ଜୟଦେବ ମାଟିର ପର୍ଯ୍ୟଟନ ସ୍ଥଳୀ ,କଳା, ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଓ ଏକତା ବଜାୟ ରଖିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଐତିହାସିକ ବୃଦ୍ଧନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ ପ୍ରସିଦ୍ଧ ଶିଶୁ ଅନନ୍ତ ପୀଠ ପର୍ଯ୍ୟନ୍ତ ପ୍ରାୟ ୩ କି.ମି ଯାଇ ଶେଷ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ଢ଼ାଲି , ତନୟା ଦାସ ଗୌସ୍ବାମୀ , ରଞ୍ଜନ ମହାପାତ୍ର, ବିଦ୍ୟାଭୂଷଣ ଭୋଳ,ନିର୍ଭୀକ ଖବରର ସମ୍ପାଦକ ଆଶୁତୋଷ ଚୌଧୁରୀ, ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଉତ୍କଳ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏଥିରେ ବାଳକ ବିଭାଗରେ ସୁବମ୍ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହରେକୃଷ୍ଣ ଭୋଇ ଦ୍ଵିତୀୟ ଓ ଆକାଶ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଳିକା ବିଭାଗରେ ରଶ୍ମିତା ଭୋଇ ପ୍ରଥମ , ଝରଣାରାଣୀ ନାୟକ ଦ୍ବିତୀୟ ଓ ଲକ୍ଷ୍ମୀପ୍ରିୟା ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଉଭୟ ବିଭାଗର ପ୍ରଥମ , ଦ୍ଵିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୫ ହଜାର , ୩ ହଜାର ,୨ ହଜାର ପୁରସ୍କାର ରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ଗଣଦୌଡ଼ରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ନିର୍ଭୀକ ଖବରର ସହ ସମ୍ପାଦକ ପ୍ରଳୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁରେଶ ବେହେରା, ପ୍ରାର୍ଥ ରବିନାରାୟଣ ମିଶ୍ର, ଗୁରୁ ପ୍ରସାଦ ଦାଶ , ଦୀପକ ସ୍ବାଇଁ, ବିଷ୍ଣୁପ୍ରସାଦ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।1
- Post by Gagan Bhoi4
- ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଫାଇବର ବ୍ୱେଲ୍ଡିଂ ବେଳେ ଫାଟିଲା ଗ୍ୟାସ ଟାଙ୍କି.. ଦୁଇ ଗୁରୁତର ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି.।2