logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ 'ବିକାଶର ଧାରା ଓଡ଼ିଶା ସାରା' ଆଭିମୁଖ୍ୟରେ ପୁରୀଠାରେ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ-୨୦୨୬ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗତ ଦୁଇ ବର୍ଷର ସଫଳତା ଏବଂ ସହରୀ ରୂପାନ୍ତରଣର ଚିତ୍ର ପ୍ରଦର୍ଶିତ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ପୁରୀ ମହାନଗର ନିଗମକୁ ବିଶ୍ୱସ୍ତରୀୟ ମାନ୍ୟତା ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି ଅବସରରେ ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସହରୀ ଭିତ୍ତିଭୂମି, ପାନୀୟ ଜଳ ଏବଂ ଡିଜିଟାଲ ଶାସନ କ୍ଷେତ୍ରରେ ପୁଞ୍ଜିନିବେଶ ମାଧ୍ୟମରେ ସ୍ୱଚ୍ଛ ଓ ସୁଦୃଢ଼ ସହର ଗଠନ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ସେ ପୁରୀରେ ଏକ ହଜାରରୁ ଉର୍ଦ୍ଧ୍ୱ କ୍ଷମତା ବିଶିଷ୍ଟ ଆଧୁନିକ କନଭେନସନ ହଲ୍ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ଏଥିସହ, ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BCPPER)ରେ ପୁରୀର ଅନ୍ତର୍ଭୁକ୍ତି ସହରର ପର୍ଯ୍ୟଟନ ଓ ଆର୍ଥିକ ବିକାଶରେ ନୂଆ ଦିଗନ୍ତ ଖୋଲିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୫୦ଟି ସହରାଞ୍ଚଳକୁ 'ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନା'ରେ ସାମିଲ କରାଯିବା ନେଇ ସୂଚନା ଦିଆଯାଇଛି। ନାଗରିକମାନଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ଏକ 'QR କୋଡ୍-ଆଧାରିତ ପବ୍ଲିକ ଗ୍ରୀଭାନ୍ସ ଓ ମତାମତ ପ୍ଲାଟଫର୍ମ'ର ଶୁଭାରମ୍ଭ କରାଯାଇଛି, ଯାହାଦ୍ୱାରା ନାଗରିକମାନେ ସିଧାସଳଖ ସେମାନଙ୍କ ଅଭିଯୋଗ ଓ ମତାମତ ସରକାରଙ୍କ ନିକଟରେ ପହଞ୍ଚାଇ ପାରିବେ। ଏଥିସହିତ ବିଭାଗର “ଦୁଇ ବର୍ଷର ସଫଳତା ସମୀକ୍ଷା ରିପୋର୍ଟ (୨୦୨୪-୨୦୨୬)” ମଧ୍ୟ ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ଜଳସାଥୀ, ପିଏମ୍ ସ୍ୱନିଧି, ଗରିମା ଓ କ୍ରୁଟ୍ (CRUT) ଭଳି ଯୋଜନାର ହିତାଧିକାରୀମାନେ ନିଜ ନିଜ ସଫଳତାର ଅନୁଭୂତି ବାଣ୍ଟିଥିଲେ। ଶ୍ରେଷ୍ଠ ଜଳସାଥୀ ଏବଂ ସ୍ୱଚ୍ଛ ସାଥୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ପୁରୀ ମହାନଗର ନିଗମ କମିଶନର ସ୍ନେହା ଅରୁଗୁଳା ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ।

2 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
2 hrs ago

ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ 'ବିକାଶର ଧାରା ଓଡ଼ିଶା ସାରା' ଆଭିମୁଖ୍ୟରେ ପୁରୀଠାରେ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ-୨୦୨୬ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗତ ଦୁଇ ବର୍ଷର ସଫଳତା ଏବଂ ସହରୀ ରୂପାନ୍ତରଣର ଚିତ୍ର ପ୍ରଦର୍ଶିତ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ପୁରୀ ମହାନଗର ନିଗମକୁ ବିଶ୍ୱସ୍ତରୀୟ ମାନ୍ୟତା ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି ଅବସରରେ ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର

କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସହରୀ ଭିତ୍ତିଭୂମି, ପାନୀୟ ଜଳ ଏବଂ ଡିଜିଟାଲ ଶାସନ କ୍ଷେତ୍ରରେ ପୁଞ୍ଜିନିବେଶ ମାଧ୍ୟମରେ ସ୍ୱଚ୍ଛ ଓ ସୁଦୃଢ଼ ସହର ଗଠନ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ସେ ପୁରୀରେ ଏକ ହଜାରରୁ ଉର୍ଦ୍ଧ୍ୱ କ୍ଷମତା ବିଶିଷ୍ଟ ଆଧୁନିକ କନଭେନସନ ହଲ୍ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ଏଥିସହ, ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BCPPER)ରେ ପୁରୀର ଅନ୍ତର୍ଭୁକ୍ତି ସହରର ପର୍ଯ୍ୟଟନ ଓ ଆର୍ଥିକ ବିକାଶରେ ନୂଆ ଦିଗନ୍ତ ଖୋଲିବ

ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୫୦ଟି ସହରାଞ୍ଚଳକୁ 'ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନା'ରେ ସାମିଲ କରାଯିବା ନେଇ ସୂଚନା ଦିଆଯାଇଛି। ନାଗରିକମାନଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ଏକ 'QR କୋଡ୍-ଆଧାରିତ ପବ୍ଲିକ ଗ୍ରୀଭାନ୍ସ ଓ ମତାମତ ପ୍ଲାଟଫର୍ମ'ର ଶୁଭାରମ୍ଭ କରାଯାଇଛି, ଯାହାଦ୍ୱାରା ନାଗରିକମାନେ ସିଧାସଳଖ ସେମାନଙ୍କ ଅଭିଯୋଗ ଓ ମତାମତ ସରକାରଙ୍କ ନିକଟରେ ପହଞ୍ଚାଇ ପାରିବେ। ଏଥିସହିତ ବିଭାଗର “ଦୁଇ ବର୍ଷର ସଫଳତା ସମୀକ୍ଷା ରିପୋର୍ଟ (୨୦୨୪-୨୦୨୬)” ମଧ୍ୟ ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ଜଳସାଥୀ,

ପିଏମ୍ ସ୍ୱନିଧି, ଗରିମା ଓ କ୍ରୁଟ୍ (CRUT) ଭଳି ଯୋଜନାର ହିତାଧିକାରୀମାନେ ନିଜ ନିଜ ସଫଳତାର ଅନୁଭୂତି ବାଣ୍ଟିଥିଲେ। ଶ୍ରେଷ୍ଠ ଜଳସାଥୀ ଏବଂ ସ୍ୱଚ୍ଛ ସାଥୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ପୁରୀ ମହାନଗର ନିଗମ କମିଶନର ସ୍ନେହା ଅରୁଗୁଳା ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ 'ବିକାଶର ଧାରା ଓଡ଼ିଶା ସାରା' ଆଭିମୁଖ୍ୟରେ ପୁରୀଠାରେ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ-୨୦୨୬ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗତ ଦୁଇ ବର୍ଷର ସଫଳତା ଏବଂ ସହରୀ ରୂପାନ୍ତରଣର ଚିତ୍ର ପ୍ରଦର୍ଶିତ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ପୁରୀ ମହାନଗର ନିଗମକୁ ବିଶ୍ୱସ୍ତରୀୟ ମାନ୍ୟତା ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି ଅବସରରେ ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସହରୀ ଭିତ୍ତିଭୂମି, ପାନୀୟ ଜଳ ଏବଂ ଡିଜିଟାଲ ଶାସନ କ୍ଷେତ୍ରରେ ପୁଞ୍ଜିନିବେଶ ମାଧ୍ୟମରେ ସ୍ୱଚ୍ଛ ଓ ସୁଦୃଢ଼ ସହର ଗଠନ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ସେ ପୁରୀରେ ଏକ ହଜାରରୁ ଉର୍ଦ୍ଧ୍ୱ କ୍ଷମତା ବିଶିଷ୍ଟ ଆଧୁନିକ କନଭେନସନ ହଲ୍ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ଏଥିସହ, ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BCPPER)ରେ ପୁରୀର ଅନ୍ତର୍ଭୁକ୍ତି ସହରର ପର୍ଯ୍ୟଟନ ଓ ଆର୍ଥିକ ବିକାଶରେ ନୂଆ ଦିଗନ୍ତ ଖୋଲିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୫୦ଟି ସହରାଞ୍ଚଳକୁ 'ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନା'ରେ ସାମିଲ କରାଯିବା ନେଇ ସୂଚନା ଦିଆଯାଇଛି। ନାଗରିକମାନଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ଏକ 'QR କୋଡ୍-ଆଧାରିତ ପବ୍ଲିକ ଗ୍ରୀଭାନ୍ସ ଓ ମତାମତ ପ୍ଲାଟଫର୍ମ'ର ଶୁଭାରମ୍ଭ କରାଯାଇଛି, ଯାହାଦ୍ୱାରା ନାଗରିକମାନେ ସିଧାସଳଖ ସେମାନଙ୍କ ଅଭିଯୋଗ ଓ ମତାମତ ସରକାରଙ୍କ ନିକଟରେ ପହଞ୍ଚାଇ ପାରିବେ। ଏଥିସହିତ ବିଭାଗର “ଦୁଇ ବର୍ଷର ସଫଳତା ସମୀକ୍ଷା ରିପୋର୍ଟ (୨୦୨୪-୨୦୨୬)” ମଧ୍ୟ ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ଜଳସାଥୀ, ପିଏମ୍ ସ୍ୱନିଧି, ଗରିମା ଓ କ୍ରୁଟ୍ (CRUT) ଭଳି ଯୋଜନାର ହିତାଧିକାରୀମାନେ ନିଜ ନିଜ ସଫଳତାର ଅନୁଭୂତି ବାଣ୍ଟିଥିଲେ। ଶ୍ରେଷ୍ଠ ଜଳସାଥୀ ଏବଂ ସ୍ୱଚ୍ଛ ସାଥୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ପୁରୀ ମହାନଗର ନିଗମ କମିଶନର ସ୍ନେହା ଅରୁଗୁଳା ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ।
    4
    ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ 'ବିକାଶର ଧାରା ଓଡ଼ିଶା ସାରା' ଆଭିମୁଖ୍ୟରେ ପୁରୀଠାରେ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ-୨୦୨୬ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗତ ଦୁଇ ବର୍ଷର ସଫଳତା ଏବଂ ସହରୀ ରୂପାନ୍ତରଣର ଚିତ୍ର ପ୍ରଦର୍ଶିତ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ପୁରୀ ମହାନଗର ନିଗମକୁ ବିଶ୍ୱସ୍ତରୀୟ ମାନ୍ୟତା ଦିଆଯିବ ବୋଲି ଘୋଷଣା କରାଯାଇଛି।

ଏହି ଅବସରରେ ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସହରୀ ଭିତ୍ତିଭୂମି, ପାନୀୟ ଜଳ ଏବଂ ଡିଜିଟାଲ ଶାସନ କ୍ଷେତ୍ରରେ ପୁଞ୍ଜିନିବେଶ ମାଧ୍ୟମରେ ସ୍ୱଚ୍ଛ ଓ ସୁଦୃଢ଼ ସହର ଗଠନ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ସେ ପୁରୀରେ ଏକ ହଜାରରୁ ଉର୍ଦ୍ଧ୍ୱ କ୍ଷମତା ବିଶିଷ୍ଟ ଆଧୁନିକ କନଭେନସନ ହଲ୍ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ଏଥିସହ, ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BCPPER)ରେ ପୁରୀର ଅନ୍ତର୍ଭୁକ୍ତି ସହରର ପର୍ଯ୍ୟଟନ ଓ ଆର୍ଥିକ ବିକାଶରେ ନୂଆ ଦିଗନ୍ତ ଖୋଲିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ୫୦ଟି ସହରାଞ୍ଚଳକୁ 'ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନା'ରେ ସାମିଲ କରାଯିବା ନେଇ ସୂଚନା ଦିଆଯାଇଛି। ନାଗରିକମାନଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ଏକ 'QR କୋଡ୍-ଆଧାରିତ ପବ୍ଲିକ ଗ୍ରୀଭାନ୍ସ ଓ ମତାମତ ପ୍ଲାଟଫର୍ମ'ର ଶୁଭାରମ୍ଭ କରାଯାଇଛି, ଯାହାଦ୍ୱାରା ନାଗରିକମାନେ ସିଧାସଳଖ ସେମାନଙ୍କ ଅଭିଯୋଗ ଓ ମତାମତ ସରକାରଙ୍କ ନିକଟରେ ପହଞ୍ଚାଇ ପାରିବେ। ଏଥିସହିତ ବିଭାଗର “ଦୁଇ ବର୍ଷର ସଫଳତା ସମୀକ୍ଷା ରିପୋର୍ଟ (୨୦୨୪-୨୦୨୬)” ମଧ୍ୟ ଉନ୍ମୋଚିତ ହୋଇଛି।

କାର୍ଯ୍ୟକ୍ରମରେ ଜଳସାଥୀ, ପିଏମ୍ ସ୍ୱନିଧି, ଗରିମା ଓ କ୍ରୁଟ୍ (CRUT) ଭଳି ଯୋଜନାର ହିତାଧିକାରୀମାନେ ନିଜ ନିଜ ସଫଳତାର ଅନୁଭୂତି ବାଣ୍ଟିଥିଲେ। ଶ୍ରେଷ୍ଠ ଜଳସାଥୀ ଏବଂ ସ୍ୱଚ୍ଛ ସାଥୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ପୁରୀ ମହାନଗର ନିଗମ କମିଶନର ସ୍ନେହା ଅରୁଗୁଳା ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • ଆଜି ଓଡ଼ିଶାରେ ମୌସୁମୀ ସକ୍ରିୟ ରହିଛି ଏବଂ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ, ପୁରୀରେ ବହୁ ପ୍ରତୀକ୍ଷିତ ରଥଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି, ଯେଉଁଥିରେ ପ୍ରଶାସନ ଭକ୍ତମାନଙ୍କ ସୁବିଧା ନିମନ୍ତେ ବିଶେଷ ବ୍ୟବସ୍ଥା ଗ୍ରହଣ କରିଛି। ରାଜ୍ୟରେ ଅଗ୍ନି ନିରାପତ୍ତାକୁ ଗୁରୁତ୍ୱ ଦେଇ, ସ୍କୁଲ ଏବଂ କୋଚିଂ ସେଣ୍ଟରଗୁଡ଼ିକରେ ଅଗ୍ନି ନିରାପତ୍ତା ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ, ଡିଜିଟାଲ୍ ଠକେଇ ମାମଲାରେ ଓଡ଼ିଶା ପୋଲିସ୍ ଦ୍ୱାରା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଠକେଇରେ ହଡ଼ପ ହୋଇଥିବା ଟଙ୍କା ଫେରସ୍ତ କରାଯାଇଛି। ରେଳ ଚଳାଚଳରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି, ଯାହା ଅନୁଯାୟୀ କିଛି ପୁରୀ ଅଭିମୁଖୀ ଟ୍ରେନ୍ ସୁରକ୍ଷା କାର୍ଯ୍ୟ ଯୋଗୁଁ ପ୍ରଭାବିତ ହୋଇଛନ୍ତି। କ୍ରୀଡ଼ା ଜଗତରେ, ଜାତୀୟ ଇଣ୍ଟର-ଷ୍ଟେଟ୍ ଆଥଲେଟିକ୍ସରେ ଓଡ଼ିଶା ସମ୍ବନ୍ଧୀୟ ଖବର ରହିଛି।
    1
    ଆଜି ଓଡ଼ିଶାରେ ମୌସୁମୀ ସକ୍ରିୟ ରହିଛି ଏବଂ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ, ପୁରୀରେ ବହୁ ପ୍ରତୀକ୍ଷିତ ରଥଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି, ଯେଉଁଥିରେ ପ୍ରଶାସନ ଭକ୍ତମାନଙ୍କ ସୁବିଧା ନିମନ୍ତେ ବିଶେଷ ବ୍ୟବସ୍ଥା ଗ୍ରହଣ କରିଛି।

ରାଜ୍ୟରେ ଅଗ୍ନି ନିରାପତ୍ତାକୁ ଗୁରୁତ୍ୱ ଦେଇ, ସ୍କୁଲ ଏବଂ କୋଚିଂ ସେଣ୍ଟରଗୁଡ଼ିକରେ ଅଗ୍ନି ନିରାପତ୍ତା ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ, ଡିଜିଟାଲ୍ ଠକେଇ ମାମଲାରେ ଓଡ଼ିଶା ପୋଲିସ୍ ଦ୍ୱାରା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଠକେଇରେ ହଡ଼ପ ହୋଇଥିବା ଟଙ୍କା ଫେରସ୍ତ କରାଯାଇଛି।

ରେଳ ଚଳାଚଳରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି, ଯାହା ଅନୁଯାୟୀ କିଛି ପୁରୀ ଅଭିମୁଖୀ ଟ୍ରେନ୍ ସୁରକ୍ଷା କାର୍ଯ୍ୟ ଯୋଗୁଁ ପ୍ରଭାବିତ ହୋଇଛନ୍ତି। କ୍ରୀଡ଼ା ଜଗତରେ, ଜାତୀୟ ଇଣ୍ଟର-ଷ୍ଟେଟ୍ ଆଥଲେଟିକ୍ସରେ ଓଡ଼ିଶା ସମ୍ବନ୍ଧୀୟ ଖବର ରହିଛି।
    user_Top Headlines News Today
    Top Headlines News Today
    Software Developer ପୁରୀ (M), ପୁରୀ, ଓଡ଼ିଶା•
    13 hrs ago
  • ନିର୍ଜଳା ଏକାଦଶୀ ଅବସରରେ ମହାପ୍ରଭୁଙ୍କ ସେନା ପଟା ଲାଗି କାର୍ଯ୍ୟ ଆରମ୍ଭ ହୋଇଛି, ଯାହା ଶ୍ରୀମନ୍ଦିରରେ ପହଣ୍ଡି କାଳୀନ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିମ୍ବଦନ୍ତୀ ଓ ପରମ୍ପରା ଅନୁଯାୟୀ, ଆଜି ଜଗନ୍ନାଥ ମହାପ୍ରଭୁଙ୍କ ଅଜା ଘର ବାଡ଼ିରୁ ବଉଳ କାଠ ସଂଗ୍ରହ କରାଯାଇଛି। ଚଳିତ ବର୍ଷ ସାକ୍ଷୀଗୋପାଳ ପୁରହିତପୁର ଗାଁର ସାରୁଗଡ଼ିଆରୁ ଏହି ବଉଳ କାଠ ନିଆଯାଉଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଭୋଇ ସେବାୟତ ଓ ମହାରଣା ସେବାୟତମାନେ ବଉଳ ଗଛ କାଟିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସନ୍ଧ୍ୟା ପୂର୍ବରୁ କାଠ କାଟିବା ଶେଷ ହେବା ସହ ଏହାକୁ ଶଗଡ଼ିରେ ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯିବ। ବର୍ତ୍ତମାନ ବଉଳ ଗଛ ନିକଟରେ ଶଙ୍ଖ ବାଜିବା, ହୁଳହୁଳି ଓ ହରିବୋଲ ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ପୁରା ଅଞ୍ଚଳ ପ୍ରକମ୍ପିତ ହେଉଛି। ପ୍ରତିବର୍ଷ ସ୍ନାନ ଓ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ, ବଡ଼ଠାକୁର (ବଳଭଦ୍ର) ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ସାକ୍ଷୀଗୋପାଳ ବକୁଳବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଙ୍କ ନିକଟରୁ ସେନାପଟା ଓ ବାହୁଟ ସେବା ପାଇଁ ବଉଳ କାଠ ବୁହା ବଳଦ ଶଗଡ଼ିକୁ ଶ୍ରୀକ୍ଷେତ୍ରକୁ ବିଦାୟ ଦିଆଯାଏ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ବଉଳ କାଠକୁ ମହାଆଡ଼ମ୍ବରରେ ଶଗଡ଼ିରେ ଶ୍ରୀକ୍ଷେତ୍ର ଧାମକୁ ନିଆଯାଉଛି।
    3
    ନିର୍ଜଳା ଏକାଦଶୀ ଅବସରରେ ମହାପ୍ରଭୁଙ୍କ ସେନା ପଟା ଲାଗି କାର୍ଯ୍ୟ ଆରମ୍ଭ ହୋଇଛି, ଯାହା ଶ୍ରୀମନ୍ଦିରରେ ପହଣ୍ଡି କାଳୀନ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିମ୍ବଦନ୍ତୀ ଓ ପରମ୍ପରା ଅନୁଯାୟୀ, ଆଜି ଜଗନ୍ନାଥ ମହାପ୍ରଭୁଙ୍କ ଅଜା ଘର ବାଡ଼ିରୁ ବଉଳ କାଠ ସଂଗ୍ରହ କରାଯାଇଛି। ଚଳିତ ବର୍ଷ ସାକ୍ଷୀଗୋପାଳ ପୁରହିତପୁର ଗାଁର ସାରୁଗଡ଼ିଆରୁ ଏହି ବଉଳ କାଠ ନିଆଯାଉଛି।

ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଭୋଇ ସେବାୟତ ଓ ମହାରଣା ସେବାୟତମାନେ ବଉଳ ଗଛ କାଟିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସନ୍ଧ୍ୟା ପୂର୍ବରୁ କାଠ କାଟିବା ଶେଷ ହେବା ସହ ଏହାକୁ ଶଗଡ଼ିରେ ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯିବ। ବର୍ତ୍ତମାନ ବଉଳ ଗଛ ନିକଟରେ ଶଙ୍ଖ ବାଜିବା, ହୁଳହୁଳି ଓ ହରିବୋଲ ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ପୁରା ଅଞ୍ଚଳ ପ୍ରକମ୍ପିତ ହେଉଛି।

ପ୍ରତିବର୍ଷ ସ୍ନାନ ଓ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ, ବଡ଼ଠାକୁର (ବଳଭଦ୍ର) ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ସାକ୍ଷୀଗୋପାଳ ବକୁଳବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଙ୍କ ନିକଟରୁ ସେନାପଟା ଓ ବାହୁଟ ସେବା ପାଇଁ ବଉଳ କାଠ ବୁହା ବଳଦ ଶଗଡ଼ିକୁ ଶ୍ରୀକ୍ଷେତ୍ରକୁ ବିଦାୟ ଦିଆଯାଏ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ବଉଳ କାଠକୁ ମହାଆଡ଼ମ୍ବରରେ ଶଗଡ଼ିରେ ଶ୍ରୀକ୍ଷେତ୍ର ଧାମକୁ ନିଆଯାଉଛି।
    user_ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    29 min ago
  • ଜଟଣୀ ନଗର ପାଳ ଅନନ୍ତ ବେହେରା ରାଜ୍ୟ ସରକାରଙ୍କୁ ଇଙ୍ଗିତ କରି ହରଡ଼ ଘଣାରେ ପଡ଼ିଥିବା ଜଣାପଡ଼ିଛି। ତାଙ୍କର ଏହି କାର୍ଯ୍ୟକଳାପ ଯୋଗୁଁ ସେ ବର୍ତ୍ତମାନ ଏକ ସମସ୍ୟାଜନକ ପରିସ୍ଥିତିରେ ରହିଛନ୍ତି।
    1
    ଜଟଣୀ ନଗର ପାଳ ଅନନ୍ତ ବେହେରା ରାଜ୍ୟ ସରକାରଙ୍କୁ ଇଙ୍ଗିତ କରି ହରଡ଼ ଘଣାରେ ପଡ଼ିଥିବା ଜଣାପଡ଼ିଛି। ତାଙ୍କର ଏହି କାର୍ଯ୍ୟକଳାପ ଯୋଗୁଁ ସେ ବର୍ତ୍ତମାନ ଏକ ସମସ୍ୟାଜନକ ପରିସ୍ଥିତିରେ ରହିଛନ୍ତି।
    user_NEWS ODISHA
    NEWS ODISHA
    ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ରାଜ୍ୟରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ଯାହା ଓଡ଼ିଶାର ବିକାଶ ଯାତ୍ରାକୁ ଏକ ନୂତନ ଗତି ପ୍ରଦାନ କରିଛି। ଏହି ପ୍ରଗତିର ନୂତନ ଅଧ୍ୟାୟ 'ଲୋକଙ୍କ ସରକାର'ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜର ପବିତ୍ର ମାଟିରୁ ଆରମ୍ଭ ହୋଇଛି, ଯାହା 'ବିକାଶର ଧାରା, ଓଡ଼ିଶା ସାରା' ମନ୍ତ୍ରକୁ ସାର୍ଥକ କରିଛି। ଶିଳ୍ପ, ଶକ୍ତି, ରେଳ ଏବଂ ସଡ଼କ ଭିତ୍ତିଭୂମିରେ କରାଯାଇଥିବା ଏହି ବୃହତ୍ ନିବେଶ ଓଡ଼ିଶାକୁ ସମୃଦ୍ଧି, ରୋଜଗାର ଏବଂ ସର୍ବାଙ୍ଗୀନ ବିକାଶର ଏକ ନୂତନ ଶିଖରକୁ ନେଇଯିବ ବୋଲି ଆଶା କରାଯାଉଛି।
    1
    ରାଜ୍ୟରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ଯାହା ଓଡ଼ିଶାର ବିକାଶ ଯାତ୍ରାକୁ ଏକ ନୂତନ ଗତି ପ୍ରଦାନ କରିଛି। ଏହି ପ୍ରଗତିର ନୂତନ ଅଧ୍ୟାୟ 'ଲୋକଙ୍କ ସରକାର'ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜର ପବିତ୍ର ମାଟିରୁ ଆରମ୍ଭ ହୋଇଛି, ଯାହା 'ବିକାଶର ଧାରା, ଓଡ଼ିଶା ସାରା' ମନ୍ତ୍ରକୁ ସାର୍ଥକ କରିଛି।

ଶିଳ୍ପ, ଶକ୍ତି, ରେଳ ଏବଂ ସଡ଼କ ଭିତ୍ତିଭୂମିରେ କରାଯାଇଥିବା ଏହି ବୃହତ୍ ନିବେଶ ଓଡ଼ିଶାକୁ ସମୃଦ୍ଧି, ରୋଜଗାର ଏବଂ ସର୍ବାଙ୍ଗୀନ ବିକାଶର ଏକ ନୂତନ ଶିଖରକୁ ନେଇଯିବ ବୋଲି ଆଶା କରାଯାଉଛି।
    user_Debadarshan Routray
    Debadarshan Routray
    Graphic designer ନିଆଳି, କଟକ, ଓଡ଼ିଶା•
    6 hrs ago
  • NEET ପ୍ରଶ୍ନପତ୍ର ପ୍ରଘଟ, CBSE ମୂଲ୍ୟାୟନ ବିଭ୍ରାଟ ଏବଂ ବିଭିନ୍ନ ପରୀକ୍ଷାରେ ବାରମ୍ବାର ଅନିୟମିତତା ଓ ଲିକ୍ ଘଟଣାକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ତଥା ବିରୋଧୀ ନେତା ରାହୁଳ ଗାନ୍ଧୀଙ୍କ 'ଛାତ୍ରୋଂକି ଗୁଞ୍ଜ' ଅଭିଯାନ ଆରମ୍ଭ ହୋଇଛି, ଯାହା ଅଧୀନରେ କଂଗ୍ରେସ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଛି। ଏହି ଅଭିଯାନ ମାଧ୍ୟମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇଛି। ଭୁବନେଶ୍ୱରର ଏମ୍ପାୟାର ହୋଟେଲରେ ଆୟୋଜିତ 'ଛାତ୍ରୋଂକି ଗୁଞ୍ଜ' ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା AICC ମିଡ଼ିଆ ବିଭାଗ ଅଧ୍ୟକ୍ଷ ପୱନ ଖେରା ଗଣମାଧ୍ୟମ ପ୍ରତିନିଧି ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଯୁବକ ଯୁବତୀଙ୍କୁ ସମ୍ବୋଧିତ କରିଥିଲେ। ଶ୍ରୀ ଖେରା କହିଥିଲେ ଯେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦିଲ୍ଲୀସ୍ଥିତ ବିଳାସମୟ କୋଠାରେ ଯୋଗ ଦିବସ ପାଳନ କରି ରିଲ୍ସ ତିଆରିରେ ବ୍ୟସ୍ତ ରହୁଛନ୍ତି, ଯାହାକି ଜଣେ ଶିକ୍ଷାମନ୍ତ୍ରୀଙ୍କ କାମ ନୁହେଁ। ସେ ଅଭିଯୋଗ କରିଥିଲେ ଯେ ଏହି ସରକାର ଅମଳରେ ବିଗତ ୧୦ ବର୍ଷ ମଧ୍ୟରେ ୯୦ ଥର ପ୍ରଶ୍ନପତ୍ର ଲିକ୍ ହୋଇସାରିଛି, ଯାହା ୭ କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଛି। ଶ୍ରୀ ଖେରା ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ଚର୍ଚ୍ଚା'କୁ ମଧ୍ୟ ସମାଲୋଚନା କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ପରୀକ୍ଷା କିପରି କରାଯାଏ ଜାଣି ନ ଥିବା ବେଳେ ପରୀକ୍ଷା କିପରି ଦିଆଯାଏ, ସେ ନେଇ ଜ୍ଞାନ ଦେଉଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଉଲ୍ଲେଖ କରିଥିଲେ। ରାହୁଳ ଗାନ୍ଧୀ ବହୁ ବର୍ଷ ଆଗରୁ କହି ଆସୁଛନ୍ତି ଯେ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳିବା ବନ୍ଦ କରାଯାଉ, କିନ୍ତୁ ବର୍ତ୍ତମାନ 'NEET-ଲିକ୍-ରିପିଟ୍' ଏକ ପରମ୍ପରାରେ ପରିଣତ ହୋଇଛି। ସେ NEET ପରୀକ୍ଷା ଦେଉଥିବା ପିଲାମାନଙ୍କ ପରିବାର ଉପରେ କଣ ବିତୁଥିବ, ତାହା ଚିନ୍ତା କରିବାକୁ ଆହ୍ୱାନ ଦେଇଥିଲେ। ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ସମସ୍ତ ରାଜନୈତିକ ଦଳ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
    1
    NEET ପ୍ରଶ୍ନପତ୍ର ପ୍ରଘଟ, CBSE ମୂଲ୍ୟାୟନ ବିଭ୍ରାଟ ଏବଂ ବିଭିନ୍ନ ପରୀକ୍ଷାରେ ବାରମ୍ବାର ଅନିୟମିତତା ଓ ଲିକ୍ ଘଟଣାକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ତଥା ବିରୋଧୀ ନେତା ରାହୁଳ ଗାନ୍ଧୀଙ୍କ 'ଛାତ୍ରୋଂକି ଗୁଞ୍ଜ' ଅଭିଯାନ ଆରମ୍ଭ ହୋଇଛି, ଯାହା ଅଧୀନରେ କଂଗ୍ରେସ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଛି। ଏହି ଅଭିଯାନ ମାଧ୍ୟମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇଛି।

ଭୁବନେଶ୍ୱରର ଏମ୍ପାୟାର ହୋଟେଲରେ ଆୟୋଜିତ 'ଛାତ୍ରୋଂକି ଗୁଞ୍ଜ' ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା AICC ମିଡ଼ିଆ ବିଭାଗ ଅଧ୍ୟକ୍ଷ ପୱନ ଖେରା ଗଣମାଧ୍ୟମ ପ୍ରତିନିଧି ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଯୁବକ ଯୁବତୀଙ୍କୁ ସମ୍ବୋଧିତ କରିଥିଲେ। ଶ୍ରୀ ଖେରା କହିଥିଲେ ଯେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦିଲ୍ଲୀସ୍ଥିତ ବିଳାସମୟ କୋଠାରେ ଯୋଗ ଦିବସ ପାଳନ କରି ରିଲ୍ସ ତିଆରିରେ ବ୍ୟସ୍ତ ରହୁଛନ୍ତି, ଯାହାକି ଜଣେ ଶିକ୍ଷାମନ୍ତ୍ରୀଙ୍କ କାମ ନୁହେଁ। ସେ ଅଭିଯୋଗ କରିଥିଲେ ଯେ ଏହି ସରକାର ଅମଳରେ ବିଗତ ୧୦ ବର୍ଷ ମଧ୍ୟରେ ୯୦ ଥର ପ୍ରଶ୍ନପତ୍ର ଲିକ୍ ହୋଇସାରିଛି, ଯାହା ୭ କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଛି।

ଶ୍ରୀ ଖେରା ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ଚର୍ଚ୍ଚା'କୁ ମଧ୍ୟ ସମାଲୋଚନା କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ପରୀକ୍ଷା କିପରି କରାଯାଏ ଜାଣି ନ ଥିବା ବେଳେ ପରୀକ୍ଷା କିପରି ଦିଆଯାଏ, ସେ ନେଇ ଜ୍ଞାନ ଦେଉଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଉଲ୍ଲେଖ କରିଥିଲେ। ରାହୁଳ ଗାନ୍ଧୀ ବହୁ ବର୍ଷ ଆଗରୁ କହି ଆସୁଛନ୍ତି ଯେ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳିବା ବନ୍ଦ କରାଯାଉ, କିନ୍ତୁ ବର୍ତ୍ତମାନ 'NEET-ଲିକ୍-ରିପିଟ୍' ଏକ ପରମ୍ପରାରେ ପରିଣତ ହୋଇଛି। ସେ NEET ପରୀକ୍ଷା ଦେଉଥିବା ପିଲାମାନଙ୍କ ପରିବାର ଉପରେ କଣ ବିତୁଥିବ, ତାହା ଚିନ୍ତା କରିବାକୁ ଆହ୍ୱାନ ଦେଇଥିଲେ। ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ସମସ୍ତ ରାଜନୈତିକ ଦଳ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 min ago
  • ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ରୋଡ୍ ସ୍ଥିତ ଜଳବାୟୁ ଟାୱାର ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଶିଶୁ କାନ୍ଦିବାର ଶବ୍ଦ ଶୁଭିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ଜଣେ ଦେଖଣାହାରୀ ଏହି ଶବ୍ଦ ଶୁଣି ଭରତପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲ ପାଖ ରାସ୍ତାକଡ଼ ବୁଦାରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁଟିକୁ ଖୋଜି ପାଇ ନଥିଲା।
    1
    ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ରୋଡ୍ ସ୍ଥିତ ଜଳବାୟୁ ଟାୱାର ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଶିଶୁ କାନ୍ଦିବାର ଶବ୍ଦ ଶୁଭିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ଜଣେ ଦେଖଣାହାରୀ ଏହି ଶବ୍ଦ ଶୁଣି ଭରତପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲ ପାଖ ରାସ୍ତାକଡ଼ ବୁଦାରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁଟିକୁ ଖୋଜି ପାଇ ନଥିଲା।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    34 min ago
  • ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ମୂଳଦୁଆକୁ ସୁଦୃଢ଼ କରିବା ସହ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପୁରୀର ଲୋକନାଥ ରୋଡ଼ସ୍ଥିତ ଛପନ ଛକଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୀଳାଚଳ କ୍ଷତ୍ରୀୟ ଖଣ୍ଡାୟତ ମହାସଭା, ନବଦେଶ, ଛପନଦେଶ ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏହି ବକୁଳ ବୃକ୍ଷ ରୋପଣ କରାଯାଇଛି। ସଂଗଠନର ଜିଲ୍ଲା ସଭାପତି ଶ୍ରୀଧର ଜେନା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ପ୍ରକୃତିବନ୍ଧୁ ପ୍ରଦୀପ ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ମହାପ୍ରଭୁଙ୍କ ଚନ୍ଦନଯାତ୍ରା ସମୟରେ ବଉଳଫୁଲର ମାଳ ଭକ୍ତମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥାଏ। ତେବେ ବର୍ତ୍ତମାନ ସମୟରେ ଏହି ବଉଳଫୁଲର ଅଭାବ ଦେଖାଦେଉଛି। ତେଣୁ ଶ୍ରୀକ୍ଷେତ୍ରର ଏହି ପୁରାତନ ପରମ୍ପରାକୁ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବା ଲକ୍ଷ୍ୟରେ ଏହି ବକୁଳ ବୃକ୍ଷ ରୋପଣ କରାଯାଇଛି। ସଭ୍ୟମାନେ ମତବ୍ୟକ୍ତ କରିଛନ୍ତି ଯେ, ସାଂସ୍କୃତିକ ଉତ୍ତରାଧିକାର ଓ ପ୍ରକୃତିର ସନ୍ତୁଳନ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନିହାତି ଜରୁରୀ।
    4
    ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ମୂଳଦୁଆକୁ ସୁଦୃଢ଼ କରିବା ସହ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପୁରୀର ଲୋକନାଥ ରୋଡ଼ସ୍ଥିତ ଛପନ ଛକଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୀଳାଚଳ କ୍ଷତ୍ରୀୟ ଖଣ୍ଡାୟତ ମହାସଭା, ନବଦେଶ, ଛପନଦେଶ ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏହି ବକୁଳ ବୃକ୍ଷ ରୋପଣ କରାଯାଇଛି।

ସଂଗଠନର ଜିଲ୍ଲା ସଭାପତି ଶ୍ରୀଧର ଜେନା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ପ୍ରକୃତିବନ୍ଧୁ ପ୍ରଦୀପ ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ।

ଅନୁଷ୍ଠାନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ମହାପ୍ରଭୁଙ୍କ ଚନ୍ଦନଯାତ୍ରା ସମୟରେ ବଉଳଫୁଲର ମାଳ ଭକ୍ତମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥାଏ। ତେବେ ବର୍ତ୍ତମାନ ସମୟରେ ଏହି ବଉଳଫୁଲର ଅଭାବ ଦେଖାଦେଉଛି। ତେଣୁ ଶ୍ରୀକ୍ଷେତ୍ରର ଏହି ପୁରାତନ ପରମ୍ପରାକୁ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବା ଲକ୍ଷ୍ୟରେ ଏହି ବକୁଳ ବୃକ୍ଷ ରୋପଣ କରାଯାଇଛି। ସଭ୍ୟମାନେ ମତବ୍ୟକ୍ତ କରିଛନ୍ତି ଯେ, ସାଂସ୍କୃତିକ ଉତ୍ତରାଧିକାର ଓ ପ୍ରକୃତିର ସନ୍ତୁଳନ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନିହାତି ଜରୁରୀ।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.