ଶ୍ରୀଲୋକନାଥଙ୍କ ପୀଠରେ ଭକ୍ତଙ୍କୁ ସେବା: ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦହି ସର୍ବତ ବଣ୍ଟନ। ପୁରୀ: ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଦେଖିବାକୁ ମିଳିଛି ସେବାର ଅନନ୍ୟ ଉଦାହରଣ l ପବିତ୍ର ସରନ୍ତି ସୋମବାର ଅବସରରେ ମହାଦେବଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ, ସେମାନଙ୍କୁ ଶୋଷରୁ ରକ୍ଷା କରିବା ପାଇଁ ଆଗେଇ ଆସିଛି "ପୁରୀ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ" l ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କାଙ୍କ ନେତୃତ୍ୱରେ ମନ୍ଦିର ନିକଟରେ ଏକ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ପ୍ରାୟ ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଶୀତଳ ଦହି ସର୍ବତ ବଣ୍ଟନ କରାଯାଇ ସେବା ପ୍ରଦାନ କରାଯାଇଛି l ଏହି ସେବା କାର୍ଯ୍ୟରେ ଅନୁଷ୍ଠାନର ସମ୍ପାଦିକା ସସ୍ମିତା ଶତପଥୀ ପରିଚାଳନା କରିଥିବା ବେଳେ, ସମସ୍ତ କର୍ମକର୍ତ୍ତା ନିଜକୁ ନିୟୋଜିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଚକ୍ରଧର ମହାପାତ୍ର, ନିର୍ଦ୍ଦେଶିକା ପ୍ରିୟାଂଶୀ ଦାସ, ଉପ-ନିର୍ଦ୍ଦେଶିକା ମମତା ମିଶ୍ର, କାର୍ଯ୍ୟକାରୀ ଉପସଭାପତି ଝାନସୀ ରାଣୀ ମିଶ୍ର, ଯୁଗ୍ମ ସମ୍ପାଦିକା ନମିତା ଶତପଥୀ, ଉପସଭାପତି ମଧୁସ୍ମିତା ସାହୁ ଏବଂ କୋଷାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ଦେ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ l ଗଣମାଧ୍ୟମ ଜରିଆରେ ଅନୁଷ୍ଠାନର ସଭାପତି ଜିଲ୍ଲା ପ୍ରଶାସନକୁ ଏକ ବିଶେଷ ଅନୁରୋଧ କରିଛନ୍ତି l ଯଦି ପ୍ରଶାସନ ତରଫରୁ ଉପଯୁକ୍ତ ସହଯୋଗ ମିଳେ, ତେବେ ଆଗାମୀ ଦିନରେ ଲୋକସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ଅନୁଷ୍ଠାନର ସମସ୍ତ ସଭ୍ୟସଭ୍ୟା ପ୍ରସ୍ତୁତ ଅଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି l ଏହି ସେବା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ଗାୟତ୍ରୀ ଜେନା, ଦେବାଶିଷ ମହାପାତ୍ର, ଆଲୋକ ଦାସ, ତ୍ରିନାଥ ଜେନା, ରାଜଲକ୍ଷ୍ମୀ ଦାଶ, ସଂଯୁକ୍ତା ବେହେରା, ଶ୍ରଦ୍ଧାଞ୍ଜଳୀ ଓ ସୁପ୍ରିୟା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ l
ଶ୍ରୀଲୋକନାଥଙ୍କ ପୀଠରେ ଭକ୍ତଙ୍କୁ ସେବା: ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦହି ସର୍ବତ ବଣ୍ଟନ। ପୁରୀ: ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଦେଖିବାକୁ ମିଳିଛି ସେବାର ଅନନ୍ୟ ଉଦାହରଣ l ପବିତ୍ର ସରନ୍ତି ସୋମବାର ଅବସରରେ ମହାଦେବଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ, ସେମାନଙ୍କୁ ଶୋଷରୁ ରକ୍ଷା କରିବା ପାଇଁ ଆଗେଇ ଆସିଛି "ପୁରୀ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ" l ଅନୁଷ୍ଠାନର
ସଭାପତି ପ୍ରସନ୍ନ କୁମାର ଲେଙ୍କାଙ୍କ ନେତୃତ୍ୱରେ ମନ୍ଦିର ନିକଟରେ ଏକ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ପ୍ରାୟ ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଶୀତଳ ଦହି ସର୍ବତ ବଣ୍ଟନ କରାଯାଇ ସେବା ପ୍ରଦାନ କରାଯାଇଛି l ଏହି ସେବା କାର୍ଯ୍ୟରେ ଅନୁଷ୍ଠାନର ସମ୍ପାଦିକା ସସ୍ମିତା ଶତପଥୀ ପରିଚାଳନା କରିଥିବା ବେଳେ, ସମସ୍ତ କର୍ମକର୍ତ୍ତା ନିଜକୁ ନିୟୋଜିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଚକ୍ରଧର
ମହାପାତ୍ର, ନିର୍ଦ୍ଦେଶିକା ପ୍ରିୟାଂଶୀ ଦାସ, ଉପ-ନିର୍ଦ୍ଦେଶିକା ମମତା ମିଶ୍ର, କାର୍ଯ୍ୟକାରୀ ଉପସଭାପତି ଝାନସୀ ରାଣୀ ମିଶ୍ର, ଯୁଗ୍ମ ସମ୍ପାଦିକା ନମିତା ଶତପଥୀ, ଉପସଭାପତି ମଧୁସ୍ମିତା ସାହୁ ଏବଂ କୋଷାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ଦେ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ l ଗଣମାଧ୍ୟମ ଜରିଆରେ ଅନୁଷ୍ଠାନର ସଭାପତି ଜିଲ୍ଲା ପ୍ରଶାସନକୁ ଏକ ବିଶେଷ ଅନୁରୋଧ କରିଛନ୍ତି l ଯଦି ପ୍ରଶାସନ ତରଫରୁ ଉପଯୁକ୍ତ ସହଯୋଗ ମିଳେ, ତେବେ ଆଗାମୀ ଦିନରେ
ଲୋକସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ଅନୁଷ୍ଠାନର ସମସ୍ତ ସଭ୍ୟସଭ୍ୟା ପ୍ରସ୍ତୁତ ଅଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି l ଏହି ସେବା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ଗାୟତ୍ରୀ ଜେନା, ଦେବାଶିଷ ମହାପାତ୍ର, ଆଲୋକ ଦାସ, ତ୍ରିନାଥ ଜେନା, ରାଜଲକ୍ଷ୍ମୀ ଦାଶ, ସଂଯୁକ୍ତା ବେହେରା, ଶ୍ରଦ୍ଧାଞ୍ଜଳୀ ଓ ସୁପ୍ରିୟା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ l
- Post by Rajesh Samantaray1
- Post by Manoj kumar baliyarsingh4
- Post by ଦେବ ବେହେରା3
- Niali : ଜନ ଆକ୍ରୋଶ ମହିଳା ସମାବେଶ ମାଧବ ମଣ୍ଡଳ#jindabadniali#nialiblock1
- Post by ମନୋଜ କୁମାର ପୁଣ୍ଟିଆ1
- ଦୁହିଁ ଦୁହିଁଙ୍କୁ ସମ୍ମାନ ସହ ବଞ୍ଚନ୍ତି,ତେଣୁ ଆପଣ ମାନଙ୍କ ଆଶିଷ ଦରକାର,ଜୟ ଗୋ ମାତା,ବଜରଙ୍ଗ ଦଳ,ଭୁବନେଶ୍ୱର,ଓଡିଶା,1
- Beer Pachami or National Beer Week celebrations, India.1
- Post by Rajesh Samantaray1