logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାଲାକାନଗିରିର କୃଷୁୱାଡା ରେ ଭୂଦାନ 75ବର୍ଷ ପୂର୍ଣ୍ଣ ସ୍ମୃତିରେ ସଦଭାବନା ଯାତ୍ରା ମାଲାକାନଗିରି, (ରାମ କୃଷ୍ଣ ଚୌଧୁରୀ): ଭୂଦାନ ଆନ୍ଦୋଳନର ସ୍ମୃତି ଓ ତାହାର ମୂଲ୍ୟବୋଧକୁ ଉଜାଗର କରିବା ପାଇଁ ଆଜି ମାଲାକାନଗିରି ଜିଲ୍ଲାର କୃଷିୱାଡା ଗ୍ରାମରେ ସଦଭାବନା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଯାତ୍ରାରେ ରମେଶ ଭାଇ, ରାଜେନ୍ଦ୍ର ଭାଇ, ରାକେଶ ଭାଇ, ଜାଲେନ୍ଦ୍ର ସେବକରାମ, ନରେନ୍ଦ୍ର ଭାଇ ଓ କୋପା କୁଞ୍ଜମ ସହ ଅନେକ ସମାଜସେବୀ ଓ ସ୍ଥାନୀୟ ଗ୍ରାମବାସୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଯାତ୍ରା ମାଧ୍ୟମରେ ସମାଜରେ ସମତା, ସହଯୋଗ ଓ ସାମ୍ପ୍ରଦାୟିକ ସମ୍ମିଳନର ବାର୍ତ୍ତା ପ୍ରସାରିତ କରାଯାଇଥିଲା। ଏହି ଅବସରରେ ଭୂଦାନ ଆନ୍ଦୋଳନର ପ୍ରବର୍ତ୍ତକ ଆଚାର୍ଯ୍ୟ ବିନୋବା ଭାଭେଙ୍କ ଆଦର୍ଶ ଓ ସମାଜ ପ୍ରତି ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା। ଅଂଶଗ୍ରହୀମାନେ କହିଥିଲେ ଯେ, ଏପରି ସଦଭାବନା ଯାତ୍ରା ମାଧ୍ୟମରେ ସମାଜରେ ଶାନ୍ତି, ଏକତା ଓ ଭାଇଚାରାର ଭାବନା ଆହୁରି ସୁଦୃଢ଼ ହେବ।

1 day ago
user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
1 day ago
f10efd30-845e-47d5-b00c-b8dd23f8b9f4
7b3f991e-9d4a-4f02-ac33-ea0ba418bdcc

ମାଲାକାନଗିରିର କୃଷୁୱାଡା ରେ ଭୂଦାନ 75ବର୍ଷ ପୂର୍ଣ୍ଣ ସ୍ମୃତିରେ ସଦଭାବନା ଯାତ୍ରା ମାଲାକାନଗିରି, (ରାମ କୃଷ୍ଣ ଚୌଧୁରୀ): ଭୂଦାନ ଆନ୍ଦୋଳନର ସ୍ମୃତି ଓ ତାହାର ମୂଲ୍ୟବୋଧକୁ ଉଜାଗର କରିବା ପାଇଁ ଆଜି ମାଲାକାନଗିରି ଜିଲ୍ଲାର କୃଷିୱାଡା ଗ୍ରାମରେ ସଦଭାବନା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଯାତ୍ରାରେ ରମେଶ ଭାଇ, ରାଜେନ୍ଦ୍ର ଭାଇ, ରାକେଶ ଭାଇ, ଜାଲେନ୍ଦ୍ର ସେବକରାମ, ନରେନ୍ଦ୍ର ଭାଇ ଓ କୋପା କୁଞ୍ଜମ ସହ ଅନେକ ସମାଜସେବୀ ଓ ସ୍ଥାନୀୟ ଗ୍ରାମବାସୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଯାତ୍ରା ମାଧ୍ୟମରେ ସମାଜରେ ସମତା, ସହଯୋଗ ଓ ସାମ୍ପ୍ରଦାୟିକ ସମ୍ମିଳନର ବାର୍ତ୍ତା ପ୍ରସାରିତ କରାଯାଇଥିଲା। ଏହି ଅବସରରେ ଭୂଦାନ ଆନ୍ଦୋଳନର ପ୍ରବର୍ତ୍ତକ ଆଚାର୍ଯ୍ୟ ବିନୋବା ଭାଭେଙ୍କ ଆଦର୍ଶ ଓ ସମାଜ ପ୍ରତି ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା। ଅଂଶଗ୍ରହୀମାନେ କହିଥିଲେ ଯେ, ଏପରି ସଦଭାବନା ଯାତ୍ରା ମାଧ୍ୟମରେ ସମାଜରେ ଶାନ୍ତି, ଏକତା ଓ ଭାଇଚାରାର ଭାବନା ଆହୁରି ସୁଦୃଢ଼ ହେବ।

More news from ଓଡ଼ିଶା and nearby areas
  • ମାଥିଲି ବ୍ଲକର ମହୁପଦର ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ମେଗା ସ୍ୱାସ୍ଥ୍ୟ ଓ ପୋଷଣ ଶିବିର ଅନୁଷ୍ଠିତ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନ ୨.୦ ର ଏକ ଅଂଶସ୍ୱରୂପ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମାଥିଲି ବ୍ଲକର ମହୁପଦର ଗ୍ରାମ ପଞ୍ଚାୟତଠାରେ ଏକ ସ୍ୱତନ୍ତ୍ର ମେଗା ସ୍ୱାସ୍ଥ୍ୟ ଓ ପୋଷଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀ ଯୋଗ ଦେଇଥିଲେ। ଏହି ଶିବିରରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ, ଫାର୍ମାସିଷ୍ଟ ଏବଂ ନର୍ସିଂ ଅଫିସରମାନେ ସାମିଲ ହୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ। ଏଥିସହିତ ସିଡିପିଓଙ୍କ ନେତୃତ୍ୱରେ ଆଇସିଡିଏସ ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀମାନେ ହିତାଧିକାରୀଙ୍କୁ ଉତ୍ତମ ଖାଦ୍ୟପେୟ ଓ ସୁରକ୍ଷିତ ପୋଷଣ ଅଭ୍ୟାସ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ମହୁପଦର, କମାରପାଲି, ସାଲିମି ଏବଂ ତେମୁରୁପାଲି ପରି ଦୁର୍ଗମ ଅଞ୍ଚଳରୁ ଆସିଥିବା ଶତାଧିକ ଗର୍ଭବତୀ ମହିଳା, ପ୍ରସୂତି ମା, ୦-୬ ବର୍ଷର ଶିଶୁ ଏବଂ ସମ୍ଭାବ୍ୟ ଯକ୍ଷ୍ମା ଓ ଅଣ-ସଂକ୍ରାମକ ରୋଗୀଙ୍କର ଏଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କୁ ମାଗଣା ଔଷଧ ସହ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ୍ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ପରିମଳ ଓ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ସଚେତନତା ସହ ପ୍ରଦର୍ଶନୀ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଥିଲି ବିଡିଓ ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରା ପରିଚାଳିତ ପୋଷଣ-୧୫ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଶିଶୁମାନଙ୍କ ମଧ୍ୟରେ ଅପୁଷ୍ଟି ଜନିତ ସମସ୍ୟା ଦୂର କରିବା ଏବଂ ଗର୍ଭବତୀ ଓ କିଶୋରୀମାନଙ୍କୁ ସଠିକ୍ ପୋଷଣ ଯୋଗାଇବା ପାଇଁ ବିଭିନ୍ନ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ ଜାରି ରହିଛି ବୋଲି ସେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଶେଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ମାଥିଲି ଏବିଏଫ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
    4
    ମାଥିଲି ବ୍ଲକର ମହୁପଦର ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ମେଗା ସ୍ୱାସ୍ଥ୍ୟ ଓ ପୋଷଣ ଶିବିର ଅନୁଷ୍ଠିତ
ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ  ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନ ୨.୦ ର ଏକ ଅଂଶସ୍ୱରୂପ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମାଥିଲି ବ୍ଲକର ମହୁପଦର ଗ୍ରାମ ପଞ୍ଚାୟତଠାରେ ଏକ ସ୍ୱତନ୍ତ୍ର ମେଗା ସ୍ୱାସ୍ଥ୍ୟ ଓ ପୋଷଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀ ଯୋଗ ଦେଇଥିଲେ।
ଏହି ଶିବିରରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟ  ପକ୍ଷରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ, ଫାର୍ମାସିଷ୍ଟ ଏବଂ ନର୍ସିଂ ଅଫିସରମାନେ ସାମିଲ ହୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ। ଏଥିସହିତ ସିଡିପିଓଙ୍କ ନେତୃତ୍ୱରେ ଆଇସିଡିଏସ  ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀମାନେ ହିତାଧିକାରୀଙ୍କୁ ଉତ୍ତମ ଖାଦ୍ୟପେୟ ଓ ସୁରକ୍ଷିତ ପୋଷଣ ଅଭ୍ୟାସ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।
ମହୁପଦର, କମାରପାଲି, ସାଲିମି ଏବଂ ତେମୁରୁପାଲି ପରି ଦୁର୍ଗମ ଅଞ୍ଚଳରୁ ଆସିଥିବା ଶତାଧିକ ଗର୍ଭବତୀ ମହିଳା, ପ୍ରସୂତି ମା, ୦-୬ ବର୍ଷର ଶିଶୁ ଏବଂ ସମ୍ଭାବ୍ୟ ଯକ୍ଷ୍ମା ଓ ଅଣ-ସଂକ୍ରାମକ ରୋଗୀଙ୍କର ଏଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କୁ ମାଗଣା ଔଷଧ ସହ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ୍ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ପରିମଳ ଓ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ସଚେତନତା ସହ ପ୍ରଦର୍ଶନୀ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଥିଲି ବିଡିଓ ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରା ପରିଚାଳିତ ପୋଷଣ-୧୫ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଶିଶୁମାନଙ୍କ ମଧ୍ୟରେ ଅପୁଷ୍ଟି ଜନିତ ସମସ୍ୟା ଦୂର କରିବା ଏବଂ ଗର୍ଭବତୀ ଓ କିଶୋରୀମାନଙ୍କୁ ସଠିକ୍ ପୋଷଣ ଯୋଗାଇବା ପାଇଁ ବିଭିନ୍ନ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ ଜାରି ରହିଛି ବୋଲି ସେ କହିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଶେଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ମାଥିଲି ଏବିଏଫ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    42 min ago
  • କୋରାପୁଟ ଘାଟିରେ ଟ୍ରକ୍ ଦୁର୍ଘଟନାଗ୍ରସ୍ତ କୋରାପୁଟରୁ ଜୟପୁର ଅଭିମୁଖେ ଆସୁଥିବା ସମୟରେ ଜୟପୁର ଘାଟିରେ ଗୋଟିଏ ଟ୍ରକ୍ ଦୁର୍ଘଟନାଗ୍ରସ୍ତ ହୋଇ ଉଲଟି ପଡିଛି। ଟ୍ରକଟି ପ୍ରାୟ ୮୦ ଫୁଟ୍ ତଳକୁ ଖସି ପଡିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଜୟପୁର ସଦର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଟ୍ରକ୍ ଡ୍ରାଇଭର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳୁଛି।
    1
    କୋରାପୁଟ ଘାଟିରେ ଟ୍ରକ୍ ଦୁର୍ଘଟନାଗ୍ରସ୍ତ
କୋରାପୁଟରୁ ଜୟପୁର ଅଭିମୁଖେ ଆସୁଥିବା ସମୟରେ ଜୟପୁର ଘାଟିରେ ଗୋଟିଏ ଟ୍ରକ୍ ଦୁର୍ଘଟନାଗ୍ରସ୍ତ ହୋଇ ଉଲଟି ପଡିଛି। ଟ୍ରକଟି ପ୍ରାୟ ୮୦ ଫୁଟ୍ ତଳକୁ ଖସି ପଡିଥିବା ସୂଚନା ମିଳିଛି।
ଘଟଣା ସ୍ଥଳରେ ଜୟପୁର ସଦର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଟ୍ରକ୍ ଡ୍ରାଇଭର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳୁଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    19 hrs ago
  • Post by Pramodkumar Jena
    1
    Post by Pramodkumar Jena
    user_Pramodkumar Jena
    Pramodkumar Jena
    Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    22 hrs ago
  • ଦେଖନ୍ତୁ କଣ୍ଟାମାଳ ଗ୍ରାମ ର
    1
    ଦେଖନ୍ତୁ କଣ୍ଟାମାଳ ଗ୍ରାମ ର
    user_Baleswar Naik
    Baleswar Naik
    Thuamul Rampur, Kalahandi•
    6 hrs ago
  • ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି । ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
    4
    ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା  ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି ।  ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
    user_Bhaskar Swain
    Bhaskar Swain
    Nurse ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    8 hrs ago
  • ଓଡିଶା ଚଳଚିତ୍ର ଜଗତର ଅପୂରଣୀୟ କ୍ଷତି,କାନ୍ଦୁଛି ପିପିଲି ଶ୍ରୀଯୁକ୍ତ ରଵି ସ୍ଵାଇ ଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
    1
    ଓଡିଶା ଚଳଚିତ୍ର ଜଗତର ଅପୂରଣୀୟ କ୍ଷତି,କାନ୍ଦୁଛି ପିପିଲି ଶ୍ରୀଯୁକ୍ତ ରଵି ସ୍ଵାଇ ଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    1 hr ago
  • ନୂଆପଡା -୦୮/୦୪- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଘୋଗୁଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଚାରୀ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ସଭାରେ ଜିଲ୍ଲାପାଳ ସମସ୍ତ କର୍ମଚାରୀଙ୍କୁ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଓ ବାୟୋମେଟ୍ରିକ ଉପସ୍ଥାପନା ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଶାସନ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସମସ୍ତଙ୍କୁ ସମର୍ପିତ ଭାବରେ କାମ କରିବାକୁ ସେ ଆହ୍ୱାନ କରିଥିଲେ। ସମସ୍ତ କର୍ମଚାରୀଙ୍କ ପାଇଁ ହେଲମେଟ୍ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ନିୟମ ଉଲ୍ଲଂଘନ କରିଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସଚେତନ କରିଥିଲେ। ଇଣ୍ଡେକ୍ସ ରେଜିଷ୍ଟର, ଲଗ ବୁକ, କ୍ୟାଶ ବୁକ ଓ ସିଏଲ୍ ରେଜିଷ୍ଟରକୁ ନିୟମିତ ଯାଞ୍ଚ ଓ ସଠିକ ଭାବେ ରକ୍ଷାଣବେକ୍ଷଣ କରିବା ସହ କାର୍ଯ୍ୟାଳୟର ସମସ୍ତ ରେକର୍ଡ ସୁଚାରୁ ଭାବେ ପରିଚାଳନା ପାଇଁ ସେ ଜୋର ଦେଇଥିଲେ। କାର୍ଯ୍ୟଦକ୍ଷତାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିମାସ ଶ୍ରେଷ୍ଠ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ। ସଭାରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
    3
    ନୂଆପଡା -୦୮/୦୪- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଘୋଗୁଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଚାରୀ ସଭା ଅନୁଷ୍ଠିତ ହୋଇଯାଇଛି।
ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ।
ସଭାରେ ଜିଲ୍ଲାପାଳ ସମସ୍ତ କର୍ମଚାରୀଙ୍କୁ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଓ ବାୟୋମେଟ୍ରିକ ଉପସ୍ଥାପନା ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଶାସନ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସମସ୍ତଙ୍କୁ ସମର୍ପିତ ଭାବରେ କାମ କରିବାକୁ ସେ ଆହ୍ୱାନ କରିଥିଲେ।
ସମସ୍ତ କର୍ମଚାରୀଙ୍କ ପାଇଁ ହେଲମେଟ୍ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ନିୟମ ଉଲ୍ଲଂଘନ କରିଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସଚେତନ କରିଥିଲେ।
ଇଣ୍ଡେକ୍ସ ରେଜିଷ୍ଟର, ଲଗ ବୁକ, କ୍ୟାଶ ବୁକ ଓ ସିଏଲ୍ ରେଜିଷ୍ଟରକୁ ନିୟମିତ ଯାଞ୍ଚ ଓ ସଠିକ ଭାବେ ରକ୍ଷାଣବେକ୍ଷଣ କରିବା ସହ କାର୍ଯ୍ୟାଳୟର ସମସ୍ତ ରେକର୍ଡ ସୁଚାରୁ ଭାବେ ପରିଚାଳନା ପାଇଁ ସେ ଜୋର ଦେଇଥିଲେ।
କାର୍ଯ୍ୟଦକ୍ଷତାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିମାସ ଶ୍ରେଷ୍ଠ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ।
ସଭାରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    1 hr ago
  • Post by Pramodkumar Jena
    1
    Post by Pramodkumar Jena
    user_Pramodkumar Jena
    Pramodkumar Jena
    Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.