Shuru
Apke Nagar Ki App…
ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଅଳତି ନିକଟରେ ଏକ ଚାଞ୍ଚଲ୍ୟକର ଛୁରାମାଡ଼ ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଝିମିଟି ଖେଳରୁ ମହାଭାରତ ଭଳି ସାମାନ୍ୟ ଝଗଡ଼ା ଉଗ୍ର ରୂପ ନେବା ପରେ ଏହି ଛୁରାମାଡ଼ କରାଯାଇଛି। ଏହି ଘଟଣାରେ ଜଳଧର ବାରିକଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଏକ ଗ୍ୟାରେଜ ସ୍ପେୟାର ଦୋକାନର କର୍ମଚାରୀମାନଙ୍କ ମଧ୍ୟରେ ଉପୁଜିଥିବା ସାମାନ୍ୟ ଝଗଡ଼ା ହିଁ ଏହି ଛୁରାମାଡ଼ର କାରଣ ବୋଲି ଜଣାପଡିଛି।
NEWS7ODIA
ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଅଳତି ନିକଟରେ ଏକ ଚାଞ୍ଚଲ୍ୟକର ଛୁରାମାଡ଼ ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଝିମିଟି ଖେଳରୁ ମହାଭାରତ ଭଳି ସାମାନ୍ୟ ଝଗଡ଼ା ଉଗ୍ର ରୂପ ନେବା ପରେ ଏହି ଛୁରାମାଡ଼ କରାଯାଇଛି। ଏହି ଘଟଣାରେ ଜଳଧର ବାରିକଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଏକ ଗ୍ୟାରେଜ ସ୍ପେୟାର ଦୋକାନର କର୍ମଚାରୀମାନଙ୍କ ମଧ୍ୟରେ ଉପୁଜିଥିବା ସାମାନ୍ୟ ଝଗଡ଼ା ହିଁ ଏହି ଛୁରାମାଡ଼ର କାରଣ ବୋଲି ଜଣାପଡିଛି।
More news from ଓଡ଼ିଶା and nearby areas
- ଓଡ଼ିଶାର ବ୍ରହ୍ମପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣି ଦିଆଯାଇଛି। ଏହି ଭୟଙ୍କର ଆକ୍ରମଣରେ ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ବ୍ରହ୍ମପୁରର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।1
- ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇଛି। ସମ୍ପର୍କୀୟଙ୍କ ଘରୁ ଶୁଦ୍ଧିକ୍ରିୟା କାର୍ଯ୍ୟ ସାରି ଫେରୁଥିବା ବେଳେ, କିଛି ଦୁର୍ବୃତ୍ତ ତାଙ୍କୁ ରାସ୍ତା ଉପରେ ଘେରିଯାଇ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରିଛନ୍ତି।1
- ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ଅନ୍ତର୍ଗତ ଅଳତିରି ନିକଟରେ ଏକ ସାମାନ୍ୟ ଝଗଡ଼ାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଉପରକୁ ଛୁରାମାଡ଼ ହୋଇଛି। ଏହି ଘଟଣାରେ ଜଳଧର ବାରିକ୍ ନାମକ ଜଣେ ବ୍ୟକ୍ତି ଆହତ ହୋଇଥିବାବେଳେ, ଶୁଭମ୍ ମହାନ୍ତି ତାଙ୍କ ଉପରକୁ ଛୁରାମାଡ଼ କରିଛନ୍ତି। ସୂଚନା ଅନୁଯାୟୀ, ଗ୍ୟାରେଜ୍ ସ୍ପେୟାର ଦୋକାନର କର୍ମଚାରୀମାନଙ୍କ ମଧ୍ୟରେ ହୋଇଥିବା ଝଗଡ଼ାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ଛୁରାମାଡ଼ ଯୋଗୁଁ ଜଳଧର ବାରିକ୍ ଗୁରୁତର ଅବସ୍ଥାରେ ଆହତ ହୋଇଥିଲେ। ପ୍ରାଥମିକ ଭାବେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ, ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।1
- ଓଡ଼ିଶାର କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଅନ୍ତର୍ଗତ ପୁରୁଣାବାନ୍ଧଗୋଡ଼ାଠାରେ ଥିବା ଜଗନ୍ନାଥ ମନ୍ଦିରରେ ଏକ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଏହି ଅବସରରେ “ଓଁ ଭୂ ର୍ଭୂବଃ ସ୍ବଃ ତତ୍ସବିତୁର୍ବରଣ୍ଯଂ ଭର୍ଗୋଦେବସ୍ଯଧିମହୀ ଧୀୟୋଯୋନଃ ପ୍ରଚୋଦୟାତ୍” ମନ୍ତ୍ର ଜପ କରାଯାଇଥିଲା।1
- ମଦ୍ୟପାନ କରିବା ପରେ ମଣିଷ ନିଜର ସବୁକିଛି ଭୁଲିଯାଏ ଏବଂ ଶେଷରେ ପଶୁ ପାଲଟିଯାଏ। କଳିଯୁଗର ମଦୁଆମାନଙ୍କ ପାଇଁ ଏହା ଏକ ବାସ୍ତବତା।1
- ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟୋରିଆଲ୍ “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ” ଚଳିତ ବର୍ଷର +୨ ପରୀକ୍ଷାରେ ଐତିହାସିକ ତଥା ଚମତ୍କାର ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୪୫ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ଗର୍ବ ବଢ଼ାଇଛନ୍ତି। ଏହି ସଫଳତାରେ ୧୦ ଜଣ ଛାତ୍ରଛାତ୍ରୀ ୫୦୦ ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ଛାତ୍ର ଧୃତିସୁଦଂର ସ୍ୱାଇଁ ୫୫୫ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବାବେଳେ, ରାଜଲକ୍ଷ୍ମୀ ସ୍ୱାଇଁ ୫୪୪ ମାର୍କ ରଖି ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ସେହିପରି, କାହୁଁଚରଣ ପରିଡ଼ା ୪୮୭ ନମ୍ବର ରଖି ଓଳାଭର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଜକନିକା ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ରାଜକିଶୋର ନାଥ ଶର୍ମାଙ୍କ ମତରେ, “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ”ର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ। ସେ ଆହୁରି ମଧ୍ୟ କହିଥିଲେ ଯେ, ସଂସ୍ଥାରେ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି। ଏହି ଅଭୂତପୂର୍ବ ସଫଳତା ପାଇଁ ପଦାର୍ଥ ବିଜ୍ଞାନର ଅଧ୍ୟାପକ ବାପୁଜୀ ମହାପାତ୍ର, ଗଣିତ ବିଭାଗ ଅଧ୍ୟାପକ ଚନ୍ଦନ ତ୍ରିପାଠୀ ଏବଂ ଇଂରାଜୀ ଅଧ୍ୟାପକ ରଞ୍ଜୟ କୁମାର ପ୍ରଧାନ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ଅଧ୍ୟାପିକା ପ୍ରଣତୀ ଦାସ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।1
- ଯୁବପିଢ଼ିଙ୍କୁ ରିଲ୍ସ ନିଶା ବାଇଆ କରୁଥିବା ବେଳେ, କେବଳ ଲାଇକ ଓ ସେୟାର ପାଇଁ ଅକାରଣରେ ଜୀବନ ହାନି ଘଟୁଛି।1
- ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଅଳତି ନିକଟରେ ଏକ ଚାଞ୍ଚଲ୍ୟକର ଛୁରାମାଡ଼ ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଝିମିଟି ଖେଳରୁ ମହାଭାରତ ଭଳି ସାମାନ୍ୟ ଝଗଡ଼ା ଉଗ୍ର ରୂପ ନେବା ପରେ ଏହି ଛୁରାମାଡ଼ କରାଯାଇଛି। ଏହି ଘଟଣାରେ ଜଳଧର ବାରିକଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଏକ ଗ୍ୟାରେଜ ସ୍ପେୟାର ଦୋକାନର କର୍ମଚାରୀମାନଙ୍କ ମଧ୍ୟରେ ଉପୁଜିଥିବା ସାମାନ୍ୟ ଝଗଡ଼ା ହିଁ ଏହି ଛୁରାମାଡ଼ର କାରଣ ବୋଲି ଜଣାପଡିଛି।1