Shuru
Apke Nagar Ki App…
ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇଛି। ସମ୍ପର୍କୀୟଙ୍କ ଘରୁ ଶୁଦ୍ଧିକ୍ରିୟା କାର୍ଯ୍ୟ ସାରି ଫେରୁଥିବା ବେଳେ, କିଛି ଦୁର୍ବୃତ୍ତ ତାଙ୍କୁ ରାସ୍ତା ଉପରେ ଘେରିଯାଇ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରିଛନ୍ତି।
ବନ୍ତ ଖବର
ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇଛି। ସମ୍ପର୍କୀୟଙ୍କ ଘରୁ ଶୁଦ୍ଧିକ୍ରିୟା କାର୍ଯ୍ୟ ସାରି ଫେରୁଥିବା ବେଳେ, କିଛି ଦୁର୍ବୃତ୍ତ ତାଙ୍କୁ ରାସ୍ତା ଉପରେ ଘେରିଯାଇ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରିଛନ୍ତି।
More news from ଓଡ଼ିଶା and nearby areas
- ଭୁବନ ବିଜ୍ଞାପିତ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖବର ଅନୁଯାୟୀ, ଖାଇବାକୁ ମାଗିବାରୁ ଜଣେ ପଡ଼ୋଶୀ ମହିଳା ସାତ ବର୍ଷର ମାଆ ଛେଉଣ୍ଡ ନାବାଳିକା ଉପରେ ଗରମ ଚାହା ଛାଟିଦେଇଛନ୍ତି।1
- କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦୁଇଟି ଯାଆଁଳା ଝିଅ ଜନ୍ମ ହେବାକୁ ନେଇ ଶାଶୁଘର ଲୋକେ ମାନବିକତାକୁ ଭୁଲିଯାଇଛନ୍ତି। ଶାଶୁ, ଶ୍ୱଶୁର ଏବଂ ନଣନ୍ଦଙ୍କ ସମେତ ପରିବାରର ସଦସ୍ୟମାନେ ଗାଁ ଦାଣ୍ଡରେ ବୋହୂ ଓ ପୁଅଙ୍କୁ ନିସ୍ତୁକ ଭାବେ ମାଡ଼ ମାରିଛନ୍ତି।1
- ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟୋରିଆଲ୍ “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ” ଚଳିତ ବର୍ଷର +୨ ପରୀକ୍ଷାରେ ଐତିହାସିକ ତଥା ଚମତ୍କାର ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୪୫ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ଗର୍ବ ବଢ଼ାଇଛନ୍ତି। ଏହି ସଫଳତାରେ ୧୦ ଜଣ ଛାତ୍ରଛାତ୍ରୀ ୫୦୦ ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ଛାତ୍ର ଧୃତିସୁଦଂର ସ୍ୱାଇଁ ୫୫୫ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବାବେଳେ, ରାଜଲକ୍ଷ୍ମୀ ସ୍ୱାଇଁ ୫୪୪ ମାର୍କ ରଖି ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ସେହିପରି, କାହୁଁଚରଣ ପରିଡ଼ା ୪୮୭ ନମ୍ବର ରଖି ଓଳାଭର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଜକନିକା ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ରାଜକିଶୋର ନାଥ ଶର୍ମାଙ୍କ ମତରେ, “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ”ର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ। ସେ ଆହୁରି ମଧ୍ୟ କହିଥିଲେ ଯେ, ସଂସ୍ଥାରେ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି। ଏହି ଅଭୂତପୂର୍ବ ସଫଳତା ପାଇଁ ପଦାର୍ଥ ବିଜ୍ଞାନର ଅଧ୍ୟାପକ ବାପୁଜୀ ମହାପାତ୍ର, ଗଣିତ ବିଭାଗ ଅଧ୍ୟାପକ ଚନ୍ଦନ ତ୍ରିପାଠୀ ଏବଂ ଇଂରାଜୀ ଅଧ୍ୟାପକ ରଞ୍ଜୟ କୁମାର ପ୍ରଧାନ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ଅଧ୍ୟାପିକା ପ୍ରଣତୀ ଦାସ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।1
- ଆଜି ରାତି ପ୍ରାୟ ୯ ଘଟିକା ସମୟରେ କରଞ୍ଜିଆ-ସହାରପଡ଼ା ମୁଖ୍ୟ ରାସ୍ତାର ପାକୁଟ୍ ସାହି ନିକଟରେ ଏକ ହାତୀପଲ ଡେରା ପକାଇଥିବା ଦେଖାଯାଇଛି। ଏହି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ହାତୀପଲକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ, ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ବନ କର୍ମଚାରୀମାନଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ବନ ବିଭାଗ ହାତୀମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।1
- ଯୁବପିଢ଼ିଙ୍କୁ ରିଲ୍ସ ନିଶା ବାଇଆ କରୁଥିବା ବେଳେ, କେବଳ ଲାଇକ ଓ ସେୟାର ପାଇଁ ଅକାରଣରେ ଜୀବନ ହାନି ଘଟୁଛି।1
- ଢେଙ୍କାନାଳରେ ବିଜୁ ଜନତା ପକ୍ଷରୁ ବାଜି ଚୌକରୁ ଏକ ବିରାଟ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଉକ୍ତ ଶୋଭାଯାତ୍ରାରେ ବିଜୁ ଜନତା ମହିଳା ନେତ୍ରୀ ସୈଂହାଙ୍ଗୀ ନି ଛରିଆ ଅଂଶଗ୍ରହଣ କରିଥିଲେ।1
- ସୂଚନା ପ୍ରକାଶ ପାଇବା ପରେ ପ୍ରଶାସନ ଚେତି ଉଠିଥିଲା। ଏହି କାର୍ଯ୍ୟାନୁଷ୍ଠାନ ପରେ, ସମ୍ପୃକ୍ତ ଦୁଇ ଭଉଣୀଙ୍କୁ ଶିଶୁ କଲ୍ୟାଣ ସମିତି ନିକଟକୁ ପଠାଯାଇଛି।1
- ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟରିଆଲ “ICM ଇଷ୍ଟିଚ୍ୟୁଟ ଅଫ କମର୍ଶ” ଚଳିତ ବର୍ଷର +୨ ବାଣିଜ୍ୟ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୨୯ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କୁ ଗୌରବ ଆଣିଛନ୍ତି। ଏଥିମଧ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ସ୍ଵାଗତିକା ସେଠୀ ୫୭୫ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ବେଳେ ସ୍ମୃତିରେଖା ସାହୁ ୫୬୯, ନିତ୍ୟାସୁନ୍ଦର ପଡିହାରୀ ୫୬୩, ଜ୍ଞାନରଞ୍ଜନ ଗାହଣ ୫୬୦, ସମୀର କୁମାର ଗେରୁ ୫୫୨, ଭାନୁ ପ୍ରତାପ ବରାଳ ୫୫୨, ଝରଣା ପାଢ଼ୀ ୫୪୮, ସରୋଜ କାନ୍ତ ପ୍ରଧାନ ୫୩୬, ସୌରଭ କୁମାର ସାହୁ ୫୩୧ ଏବଂ ଆଲୋକ ସ୍ୱାଇଁ ୫୨୭ ନମ୍ବର ରଖି ବାଣିଜ୍ୟ ବିଭାଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ICM ଇଷ୍ଟିଚ୍ୟୁଟ ଅଫ କମର୍ଶର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ହିଁ ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ ବୋଲି ଅନୁଷ୍ଠାନର ଏକାଡେମୀ ମୁଖ୍ୟ ଚିନ୍ମୟ ଜଗଦେବ ମତ ପ୍ରକାଶ କରିଛନ୍ତି। ସଂସ୍ଥାରେ ଅଧ୍ୟୟନ ପାଇଁ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ରହିଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି।1
- କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ପିକଅପ୍ ଭ୍ୟାନ୍ ଏକ ବୋଲେରୋକୁ ଧକ୍କା ଦେଇଥିଲା। ସୂଚନା ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ତୁରନ୍ତ ଗୁରୁତର ଆହତମାନଙ୍କୁ ମେଡିକାଲ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି।1