Shuru
Apke Nagar Ki App…
କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରକ୍ତ ଦାନ ଶିବିର,53 ୟୁନିଟ ରକ୍ତ ସଂଗୃହିତ #kotpadbreakingnews #kotpad #chskotpad #blooddonation #koraput #nonfollowers #viralreel #fbviralvideo #BloodDonationCamp #Odisha #OdishaNews
Kopad Breaking News
କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରକ୍ତ ଦାନ ଶିବିର,53 ୟୁନିଟ ରକ୍ତ ସଂଗୃହିତ #kotpadbreakingnews #kotpad #chskotpad #blooddonation #koraput #nonfollowers #viralreel #fbviralvideo #BloodDonationCamp #Odisha #OdishaNews
More news from ଓଡ଼ିଶା and nearby areas
- କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରକ୍ତ ଦାନ ଶିବିର,53 ୟୁନିଟ ରକ୍ତ ସଂଗୃହିତ #kotpadbreakingnews #kotpad #chskotpad #blooddonation #koraput #nonfollowers #viralreel #fbviralvideo #BloodDonationCamp #Odisha #OdishaNews1
- ଜୟପୁର: ସହରର ମୁଖ୍ୟ ରାସ୍ତାରେ ବୃଦ୍ଧି ପାଉଥିବା ଯାତାୟାତ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି, ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ RTO ଓ ଜୟପୁର ଟାଉନ ପୋଲିସ ପକ୍ଷରୁ ସଂଯୁକ୍ତ ଭାବେ ପଦକ୍ଷେପ ନିଆଯାଉଛି।1
- ଦେଖନ୍ତୁ କଣ୍ଟାମାଳ ଗ୍ରାମ ର1
- ଆଦିବାସୀ ମାନଙ୍କ ଉପରେ ଦମନ ବଦଂ କର ନଚେତ ଆଦୋଂଲନ ହେବ --------------------------------------- ରାୟଗଡା, ଗୁଣପୁର ,ତା ୭/୦୪: ଆଜି ସକାଳୁ ସିଜମାଳି ଅଞ୍ଚଳରୁ ଖବର ମିଳିଛି ଗତକାଲି ରାତି ପ୍ରାୟ ୩ଟା (୭ ଅପ୍ରେଲ ଭୋର୍ ସମୟରେ) ସମୟରେ ସଶସ୍ତ୍ର ପୋଲିସ୍ ବାହିନୀ କଣ୍ଟାମାଳ ଗାଁଘେରାଉକରି,ଇଲେକ୍ଟି ସଂଯୋଗ ବିଚ୍ଛିନ୍ନ କରି ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛନ୍ତି, କିଛି ଘରଦ୍ୱାର ଭାଙ୍ଗିଛନ୍ତି, ବ୍ଲାକ ଫାୟାରିଙ୍ଗ କରିଛନ୍ତି ଓ କେତେକ ପୁରୁଷ ମହିଳାଙ୍କ ଉପରେ ଆକ୍ରମଣ କରିଛନ୍ତି।। ଟିଅର୍ ଗ୍ୟାସ୍ ପକାଇବା ଫଳରେ ଗୋଟିଏ ଗାଇ ମଧ୍ୟ ମରିଯାଇଛି । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା।ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ରାସ୍ତା ନିର୍ମାଣ ପାଇଁ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିଛନ୍ତି। ଏହା ରାୟଗଡ଼ା ଭଳି ଅନୁସୂଚିତ ଅଞ୍ଚଳରେ ସାମ୍ବିଧାନିକ ଅଧିକାର ଓ ମାନବିକ ଅଧିକାରର ସ୍ପଷ୍ଟ ଉଲ୍ଲଂଘନ । ଏପରି ଅଗଣତାନ୍ତ୍ରିକ ନିଷେଧାଦେଶ ଅବିଳମ୍ବେ ପ୍ରତ୍ୟାହାର କରିବା ଆବଶ୍ୟକ। ପ୍ରକାଶ ଥାଉକି ଗତ ୩ ଅପ୍ରେଲ ସନ୍ଧ୍ୟା ସମୟରେ ରାୟଗଡ଼ା ଉପ-ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ଭାରତୀୟ ନାଗରିକ ସଂହିତା ଧାରା ୧୬୩ ତଥା ପୂର୍ବରୁ ଥିବା ଭାରତୀୟ ଦଣ୍ଡବିଧି ନିୟମର ଧାରା ୧୪୪ ଅନୁଯାୟୀ ଏକ ନିଷେଧାଦେଶ ଜାରି କରାଯାଇଛି । ଡାକବାଜି ଯନ୍ତ୍ରରେ ଘୋଷଣା କରି ଏଥିରେ କୁହାଯାଇଛି ଯେ ରାଜ୍ୟ ସରକାର ସିଜିମାଳିକୁ ଏକ ରାସ୍ତା ନିର୍ମାଣ କରିବାକୁ ଯାଉଛନ୍ତି । ରାସ୍ତା ଠାରୁ ୧୦୦ ମିଟର ଦୂରତା ମଧ୍ୟରେ ୪ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । ଏହି ଆଦେଶଟି ୩ ଅପ୍ରେଲ ସଂଧ୍ୟା ୬ରୁ ଏକ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଦେଶକୁ ଅମାନ୍ୟ କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଛି । ସ୍ଥାନୀୟ ସିଜମାଳି ଅଞ୍ଚଳବାସୀ ଜାଣନ୍ତି ଯେ ଏହି ରାସ୍ତା ସେମାନଙ୍କର କୌଣସି ସୁବିଧା ପାଇଁ ନିର୍ମାଣ କରାଯାଉନାହିଁ, ବରଂ ବେଦାନ୍ତ କମ୍ପାନୀର ବକ୍ସାଇଟ ଖଣି ପାଇଁ ଏହା ନିର୍ମାଣ କରାଯାଉଛି । ରାୟଗଡ଼ା ଜିଲ୍ଲା ପୁଲିସ ଓ ପ୍ରଶାସନ ଯେ କମ୍ପାନୀର ସ୍ୱାର୍ଥରେ ଲାଗିଛନ୍ତି ଏହା ନିଷେଧାଦେଶରୁ ତାହା ଅଧିକ ସ୍ପଷ୍ଟ ହୋଇଯାଉଛି । କିନ୍ତୁ ସମଗ୍ର ରାୟଗଡ଼ା ଜିଲ୍ଲା ଏକ ଅନୁସୂଚୀତ ଅଞ୍ଚଳ ହୋଇଥିବା ବେଳେ ସେ ଅଞ୍ଚଳରେ ଯେକୌଣସି ବିକାଶମୂଳକ କାମ ପାଇଁ ଗ୍ରାମସଭାର ଅନୁମୋଦନ ଜରୁରୀ ଅଟେ, ଯାହା ଏହି ରାସ୍ତା ନିର୍ମାଣ ଘୋଷଣାରେ ଉଲଂଘନ କରାଯାଇଛି। ଆଦିବାସୀ ସମାଜରେ ଚାଷକାମ ଠାରୁ ଆରମ୍ଭ କରି ଜଙ୍ଗଲରୁ ଜାଳେଣି ସଂଗ୍ରହ ହେଉ ବା ଅନ୍ୟ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ହେଉ ପ୍ରତିଟି କାର୍ଯ୍ୟ ଗୋଷ୍ଠୀଗତ ଭାବେ କରାଯାଏ । ଗୋଷ୍ଠୀବଦ୍ଧ ସମାଜ ହୋଇଥିବା କାରଣରୁ ସେମାନଙ୍କ ଜୀବନ ଜୀବିକା ଓ ଦୈନନ୍ଦିନ ଚାଲିଚଳଣୀ, ଚାଷବାସ, ଗୋପାଳନ, ଭୋଜିଭାତ, ଖେଳକୂଦ ପାଇଁ ପ୍ରତିଟି କ୍ଷେତ୍ରରେ ଏହି ନିଷେଧାଦେଶ ମାନବାଧିକାର ଉଲ୍ଲଂଘନ କରିବ। ରାୟଗଡ଼ା ଜିଲ୍ଲା ପ୍ରଶାସନ ଉକ୍ତ ନିଷେଧାଦେଶ ସେମାନଙ୍କର ନିତିଦିନିଆ ଜୀବନ-ଜୀବିକାକୁ ଭୟଙ୍କର ଭାବେ କ୍ଷତିଗ୍ରସ୍ତ କରିବ । ସିଜିମାଳିର ସାଧାରଣ ଜନତା ସେମାନଙ୍କ ଅଞ୍ଚଳରେ ହେଉଥିବା ରାସ୍ତା ନିର୍ମାଣକୁ ତୀବ୍ର ବିରୋଧ କରୁଛନ୍ତି। ଏହି ରାସ୍ତା ସାଧାରଣ ଲୋକଙ୍କ ଉନ୍ନତି ପାଇଁ ନୁହେଁ, ବରଂ ସିଜିମାଳି ଅଞ୍ଚଳର ଜଳ, ଜମି, ଜଙ୍ଗଲ, ଖଣିଜ ସମ୍ପଦ ଓ ଆଦିବାସୀମାନଙ୍କ ଜୀବନ- ଜୀବିକାର ଲୁଣ୍ଠନ ପାଇଁ ନିର୍ମାଣ କରାଯାଉଛି। ଏହା ସହିତ, ଗତ ୧୧ ମାର୍ଚ୍ଚରେ ତଳ ତଳ ଆମପଦର ଗାଁ ର ୨୧ ଜଣ, ଯେଉଁମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୦ ଜଣ ମହିଳା ଅଛନ୍ତି ସେମାନଙ୍କୁ ଗିରଫ୍ କରାଯାଇଛି। ସେହିପରି ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ ଓ ତାଙ୍କ ସାଥୀ ସଂଗ୍ରାମୀ ସୁରେଶଙ୍କୁ ପୋଲିସ ମିଥ୍ୟା ମାମଲାରେ ଗତ ମାର୍ଚ୍ଚ ୨୭ ତାରିଖରେ ଗିରଫ କରି ଜେଲ୍ ରେ ରଖିଥିବା ଘଟଣା ଗୁରୁତର ଚିନ୍ତାର ବିଷୟ। ଏହାରୁ ସ୍ପଷ୍ଟ ଯେ ବେଦାନ୍ତ ଓ ଆଦାନୀ ପରି କମ୍ପାନୀମାନଙ୍କ ପକ୍ଷରେ ସିଜିମାଳି ଓ ଅନ୍ୟାନ୍ୟ ମାଳି ଅଞ୍ଚଳକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯୋଜନାବଦ୍ଧ ଭାବରେ ପଦକ୍ଷେପ ନେଉଛନ୍ତି। ପୋଲିସ ଓ ପ୍ରଶାସନ ଦ୍ୱାରା କମ୍ପାନୀ ପକ୍ଷରେ ସାଧାରଣ ଆଦିବାସୀମାନଙ୍କ ଉପରେ ଚାଲିଥିବା ଏହି ଜନବିରୋଧୀ, ଅଗଣତାନ୍ତ୍ରିକ ଓ ଅସାଂବିଧାନିକ କାର୍ଯ୍ୟକଳାପକୁ ସି ପି ଆଇ (ଏମଏଲ) ଲିବରେସନ ରାୟଗଡା ଜିଲ୍ଲା କମିଟି ଦୃଢ଼ ଭାବରେ ନିନ୍ଦା କରୁଛୁ ଏବଂ ନିମ୍ନଲିଖିତ ଦାବି କରୁଛୁ । ୧. ରାୟଗଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଧାରା ୧୬୩(ବି.ଏନ୍.ଏସ୍) ଓ ଧାରା ୧୪୪(ଭାରତୀୟ ଦଣ୍ଡବିଧି ସଂହିତା)ଧାରାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ୨. ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଜଳ, ଜମି, ଜଙ୍ଗଲ ଓ ଜୀବନ ଜୀବିକାର ସୁରକ୍ଷା ସୁନିଶ୍ଚିତ କରାଯାଉ ଓ ଗ୍ରାମସଭାର ଅନୁମତି ବିନା ଖଣି ଖନନ ପାଇଁ ଜାରି ପ୍ରକ୍ରିୟା ବନ୍ଦ କରାଯାଉ। ୩. ବେଦାନ୍ତ କମ୍ପାନୀ ପାଇଁ ହେଉଥିବା ରାସ୍ତା ନିର୍ମାଣ କାମକୁ ତୁରନ୍ତ ବନ୍ଦ କରାଯାଉ। ୪. ସିଜିମାଳି ଅଞ୍ଚଳରେ ମୁତୟନ ହୋଇଥିବା ପୋଲିସ୍ ପ୍ରତ୍ୟାହାର ବନ୍ଦ କରାଯାଉ ଏବଂ ପୋଲିସ୍ ପ୍ରଶାସନଙ୍କ ଜୋର-ଜୁଲୁମକୁ ବନ୍ଦ କରାଯାଉ। ୫. ସାଥୀ ଲିଙ୍ଗରାଜ ଆଜାଦ ଓ ସିଜିମାଳିର ଜଳ ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ ବେଦାନ୍ତ କମ୍ପାନୀ ବିରୋଧୀ ଆନ୍ଦୋଳନରେ ସମସ୍ତ ସାଥୀମାନଙ୍କ ନାମରେ ଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରାଯାଉ ଏବଂ ଜେଲ୍ ରେ ଥିବା ସମସ୍ତ ସାଥୀ ମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ। ୬. ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଆଦିବାସୀମାନଙ୍କ ଅଧିକାର ରକ୍ଷା ପାଇଁ ପେଶା (PESA) ଓ ଜଙ୍ଗଲ ଅଧିକାର ଆଇନ (FRA) କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ। ୭) ରାୟଗଡ଼ା ଜିଲ୍ଲା ତଥା ସିଜମାଳି ଅଞ୍ଚଳ ସମ୍ବିଧାନର ୫ମ ଅନୁଚ୍ଛେଦ ଅନୁସାରେ ଅନୁସୂଚିତ କ୍ଷେତ୍ର ହୋଇଥିବାରୁ ଏବଂ ରାଜ୍ୟପାଳ ଅନୁସୂଚିତ କ୍ଷେତ୍ରର ମୁଖ୍ୟ ହୋଇଥିବାରୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଅବିଳମ୍ବେ ଏହି ଘଟଣାରେ ହସ୍ତକ୍ଷେପ କରି ଓ ତାଙ୍କର ବିଶେଷ କ୍ଷମତା ପ୍ରୟୋଗ କରି ଗ୍ରାମସଭାର ସାମ୍ବିଧାନିକ ମାନ୍ୟତା କୁ ସ୍ୱୀକୃତି ଦିଅନ୍ତୁ। ନିବେଦକ ତ୍ରିପତି ଗମାଙ୍ଗ ଜିଲ୍ଲା ସମ୍ପାଦକ ସି ପି ଆଇ (ଏମଏଲ) ଲିବରେସନ ରାୟଗଡା, ଓଡିଶା1
- ମାଲକାନଗିରିରେ ରକ୍ତଦାନ ଶିବିର ଅନୁଷ୍ଠିତ ରକ୍ତଦାତାଙ୍କୁ ସମ୍ମାନିତ କଲେ ବିଧାୟକ ମାଲକାନଗିରି ଆଜି ଓଡ଼ିଆ ପର୍ବ ଅବସରରେ ମାଲକାନଗିରି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଶିକ୍ଷକ କଲେଜ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ବହୁ ଉତ୍ସାହର ସହ ଅଂଶଗ୍ରହଣ କରି ରକ୍ତଦାନ କରିଛନ୍ତି। ଜିଲ୍ଲା ଜରୁରୀକାଳୀନ ବିଭାଗ ମାଲକାନଗିରି। ଶିକ୍ଷକ, କଲେଜ ଛାତ୍ର ଏବଂ ସ୍ଥାନୀୟ ଯୁବକ। ଜରୁରୀକାଳୀନ ସମୟରେ ରକ୍ତର ଅଭାବ ଦୂର କରିବା ଏବଂ ରକ୍ତଭଣ୍ଡାରରେ ରକ୍ତ ମହଜୁଦ ରଖିବା। ଏହି ଅବସରରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରକ୍ତଦାନ ଏକ ମହତ କାର୍ଯ୍ୟ। ଜରୁରୀ ସମୟରେ ରକ୍ତର ଆବଶ୍ୟକତା ପୂରଣ କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଇଛି। ଯେଉଁମାନେ ରକ୍ତଦାନ କରିଛନ୍ତି, ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।ଆଜି ମଧ୍ୟାହ୍ନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ମାନ୍ୟବର ନରସିଂହ ମାଡ଼କାମୀ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ସାଧୁବାଦ ଜଣାଯାଇଛି। ବାଇଟ ୧- ଜିଲ୍ଲାପାଳ1
- ନୂଆପଡା -୦୮/୦୪- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଘୋଗୁଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଚାରୀ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ସଭାରେ ଜିଲ୍ଲାପାଳ ସମସ୍ତ କର୍ମଚାରୀଙ୍କୁ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଓ ବାୟୋମେଟ୍ରିକ ଉପସ୍ଥାପନା ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଶାସନ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସମସ୍ତଙ୍କୁ ସମର୍ପିତ ଭାବରେ କାମ କରିବାକୁ ସେ ଆହ୍ୱାନ କରିଥିଲେ। ସମସ୍ତ କର୍ମଚାରୀଙ୍କ ପାଇଁ ହେଲମେଟ୍ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ନିୟମ ଉଲ୍ଲଂଘନ କରିଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସଚେତନ କରିଥିଲେ। ଇଣ୍ଡେକ୍ସ ରେଜିଷ୍ଟର, ଲଗ ବୁକ, କ୍ୟାଶ ବୁକ ଓ ସିଏଲ୍ ରେଜିଷ୍ଟରକୁ ନିୟମିତ ଯାଞ୍ଚ ଓ ସଠିକ ଭାବେ ରକ୍ଷାଣବେକ୍ଷଣ କରିବା ସହ କାର୍ଯ୍ୟାଳୟର ସମସ୍ତ ରେକର୍ଡ ସୁଚାରୁ ଭାବେ ପରିଚାଳନା ପାଇଁ ସେ ଜୋର ଦେଇଥିଲେ। କାର୍ଯ୍ୟଦକ୍ଷତାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିମାସ ଶ୍ରେଷ୍ଠ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ। ସଭାରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।3
- ରନ୍ଧନ ଗ୍ୟାସ ଅଭାବରେ ତୁମୁଡିବନ୍ଧ ବ୍ଲକ ର ସୁଭଦ୍ରା ଶକ୍ତି କେଫ ବନ୍ଦ ରନ୍ଧନ ଗ୍ୟାସ ଅଭାବରେ ତୁମୁଡିବନ୍ଧ ବ୍ଲକ ର ସୁଭଦ୍ରା ଶକ୍ତି କେଫ ବନ୍ଦ ହୋଇଯାଇଛି। ବିଭିନ୍ନ କାମ ପାଇଁ ବ୍ଲକ ସଦର ମହକୁମା କୁ ଆସି ସୁଭଦ୍ରା ଶକ୍ତି କେଫ ଜରିଆରେ ଜନସାଧାରଣ ସୁଲଭ ମୂଲ୍ୟ ରେ ଖାଦ୍ୟ ପାଉଥିଲେ। ସୁଭଦ୍ରା ଶକ୍ତି କେଫ ବନ୍ଦ ହୋଇଥିବା ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ କାମ ପାଇଁ ତୁମୁଡିବନ୍ଧ ବ୍ଲକ ସଦର ମହକୁମା କୁ ଆସି ସୁଭଦ୍ରା ଶକ୍ତି କେଫ ଜରିଆରେ ସୁଲଭ ମୂଲ୍ୟ ରେ ଖାଦ୍ୟ ନ ପାଉଥିବା ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଣୁ ତୁରନ୍ତ ରନ୍ଧନ ଗ୍ୟାସ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ କୁ ଅଞ୍ଚଳ ବାସୀ ନିବେଦନ କରିଛନ୍ତି। ତୁମୁଡିବନ୍ଧ ରୁ ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।1
- #ଜନପ୍ରତିନିଧିଙ୍କୁ_କଣ_କହିଲେ_କୋଟପାଡ଼_ବିଧାୟକ ଜନ ପ୍ରତିନିଧି ମାନଙ୍କୁ କଣ ଶିକ୍ଷା ଦେଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା #kotpadbreakingnews #kotpad #mlakotpad #rupubhatra #samitimeeting #koraput #odisha #OdishaNews1