logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ସରକାରଙ୍କ ଉପ-ସଚିବ ନବରଙ୍ଗପୁର ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଉପ-ସଚିବ ଜିତେନ୍ଦ୍ର କୁମାର ପାତ୍ର ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ କରି କ୍ଷେତ୍ର ସ୍ତରରେ ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଗସ୍ତ ଅବସରରେ ସେ ପ୍ରଥମେ ଜିଲ୍ଲାର ERO ମାନଙ୍କ ସହ ଆଲୋଚନା କରିଥିଲେ l ୭୫-ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଗ୍ନିପୁର ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଥିଲେ। ସେଠାରେ ଆପତ୍ତି ଏବଂ ଅଭିଯୋଗ ଶୁଣାଣି ର ସମୀକ୍ଷା କରିଥିଲେ l ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନେ ଫର୍ମ ପାଇଛନ୍ତି କି ନାହିଁ, ଫର୍ମ ପୂରଣରେ କୌଣସି ସମସ୍ୟା ରହିଛି କି ନାହିଁ ଏବଂ ବିଏଲଓମାନଙ୍କ ସହଯୋଗ ସମ୍ପର୍କରେ ଅବଗତ ହୋଇଥିଲେ। ସମସ୍ତ ଯୋଗ୍ୟ ଭୋଟରଙ୍କ ନିକଟରେ ପହଞ୍ଚି ସଠିକ୍ ଓ ତ୍ରୁଟିମୁକ୍ତ ତଥ୍ୟ ସଂଗ୍ରହ କରିବାକୁ ସେ ବିଏଲଓମାନଙ୍କୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ୭୪-ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ SIR କାର୍ଯ୍ୟର ଦୈନିକ ପ୍ରଗତି, ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହର ସ୍ଥିତି, ସୁପରଭାଇଜରମାନଙ୍କ ଅଗ୍ରଗତି ରିପୋର୍ଟ ଏବଂ ଫିଲ୍ଡ ସ୍ତରର କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ସମୀକ୍ଷା ବୈଠକରେ ଉପ-ସଚିବ ଶ୍ରୀ ପାତ୍ର କହିଥିଲେ ଯେ, ଭୋଟର ତାଲିକା ଗଣତନ୍ତ୍ରର ମୂଳଦୁଆ। ଏହାକୁ ଶତପ୍ରତିଶତ ସ୍ୱଚ୍ଛ, ନିର୍ଭୁଲ ଓ ସମ୍ପୂର୍ଣ୍ଣ କରିବା ସମସ୍ତଙ୍କ ପ୍ରାଥମିକ ଦାୟିତ୍ୱ। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ଏବଂ ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ନିୟମାନୁଯାୟୀ ଅପସାରଣ କରାଯାଉ, ସେଥିପ୍ରତି ସମସ୍ତେ ସତର୍କ ରହିବା ଆବଶ୍ୟକ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଗୁଣାତ୍ମକ ଭାବେ ସମ୍ପନ୍ନ କରିବାକୁ ହେବ। ସେ ଆହୁରି ବିଏଲଓ, ସୁପରଭାଇଜର ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ନିବିଡ଼ ସମନ୍ୱୟ ରକ୍ଷା କରି ଘରକୁ ଘର ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ପ୍ରତ୍ୟେକ ଭୋଟରଙ୍କୁ ଆବଶ୍ୟକ ସହଯୋଗ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ଓ ସମୀକ୍ଷା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଶ୍ୱଜିତ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରବାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକଟର ନିର୍ବାଚନ ଚିନ୍ମୟ ସାହୁ, ନବରଙ୍ଗପୁର ଏବଂ ନନ୍ଦାହାଣ୍ଡି ବ୍ଲକର ବିଡିଓ, ନିର୍ବାଚନ ସୁପରଭାଇଜର, ବୁଥ୍ ଲେଭେଲ ଅଫିସର (BLO) ଏବଂ ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

3 hrs ago
user_Nandini tv
Nandini tv
ନବରଙ୍ଗପୁର ପି.ଏସ., ନବରଙ୍ଗପୁର, ଓଡ଼ିଶା•
3 hrs ago
7477038c-d542-488b-b974-ef9f0a4c3ec7

More news from ଓଡ଼ିଶା and nearby areas
  • ପିଡେଲ ବାଜୁ ଗ୍ରାମ ରେ ବୃଦ୍ଧାଙ୍କୁ ହାତୀ କଚାଡ଼ି ମାରିବା ଘଟଣା ଘଟଣାସ୍ଥଳରେ ବନବିଭାଗ ରାଜସ୍ୱ ଓ ପୋଲିସ ବିଭାଗର ମିଳିତ ରେ ତଦନ୍ତ,ଶବ ବ୍ୟବଚ୍ଛେଦ ପରେ ପରିବାରର ବର୍ଗଙ୍କୁ ହସ୍ତାନ୍ତର। କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପିଡେଲବାଜୁ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୨୬ଟିକିଆ ଜଙ୍ଗଲୀ ହାତୀପଲର ଉତ୍ପାତରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ହାତୀପଲ ଗ୍ରାମରେ ପ୍ରବେଶ କରି ପ୍ରଥମେ ଚାଷଜମିର ଫସଲ ନଷ୍ଟ କରିବା ସହ ପିଡେଲବାଜୁ ଗାଁର ତିଲାଏ ହରିଜନ ଙ୍କ ଘର ଭାଙ୍ଗି ଜୀବନ ନେଇଛି ।ସୂଚନା ଅନୁଯାୟୀ, ତିଲାଏ ହରିଜନଙ୍କ ଘର କାନ୍ଥକୁ ହାତୀପଲ ଭାଙ୍ଗି ଦେଇଥିଲା। ସେହି ସମୟରେ ଘର ଭିତରେ ପାଞ୍ଚଜଣ ଶୋଇଥିଲେ। ହଠାତ୍ ହାତୀପଲକୁ ଦେଖି ଚାରିଜଣ ପୁରୁଷ ମହିଳା ଜୀବନ ବିକଳରେ ଘରୁ ବାହାରି ପଳାଇବାରେ ସଫଳ ହୋଇଥିବାବେଳେ ତିଲାଏ ହରିଜନ ଦୁର୍ଭାଗ୍ୟବଶତଃ ହାତୀପଲର ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ କୁ ଖଣ୍ଡ ବଖଣ୍ଡିତ କରି ଚାରିଆଡେ ଫିଙ୍ଗିଦେଇ ଥିଲା।ସକାଳୁ ଘଟଣାର ଖବର ପାଇ ବିଶ୍ୱନାଥପୁର ବନ ବିଭାଗ ଫରେଷ୍ଟର ସୁରେଶ ରାଉତ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ବିଶ୍ୱନାଥପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ପରେ ଏକ ମାମଲା ରୁଜୁ କରିଛି। ବିଶ୍ୱନାଥପୁର ଥାନା ଅଧିକାରୀ କଳ୍ପନା ବେହେରା, ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକ, ଏସିଏଫ ନରୋତ୍ତମ ମାଝୀ,ଡ଼. କିରଣ କୁମାର ସାହୁ ଘଟଣା ପହଞ୍ଚି ଘଟଣା ତଦନ୍ତ କରିଥିଲେ।। କୁମଖାଳ ସରପଞ୍ଚ ସାନ୍ଦ୍ରୁ ମାଝୀ ହାତୀ ଉପଦ୍ରଵକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଜି ଶନିବାର ରାତ୍ରୀ ଆଠଟା ସମୟରେ ବିଶ୍ଵନାଥ ପୁର ପୋଲିସ ସୁଚନା ଦେଇଛି। ଦୁଃଖଦ ଘଟଣା ରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଢେଇ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ ରାଜିବ ଗାନ୍ଧୀ ସେବା ସମିତି ସଭାପତି ମୁଲୁ ମାଝୀ, ବିଶ୍ଵନାଥ ପୁର ବିଜେପି ମଣ୍ଡଳ ସଭାପତି ତୁଳସୀ ମାଝୀ ସମ୍ପାଦକ ଘଟଣାସ୍ଥଳରେ ପହଞ୍ଚି ତିଥି ଅନୁଧ୍ୟାନ ସହିତ ଶୋକ ସନ୍ତୋପ ପରିବାର କୁ ଆଶ୍ଵସନା ଦେବା ସହିତ ଅମର ଆତ୍ମାର ସଦଗତି କାମନାରେ କରି ସମବେଦନା ଜଣାଇଛନ୍ତି।
    1
    ପିଡେଲ ବାଜୁ ଗ୍ରାମ ରେ ବୃଦ୍ଧାଙ୍କୁ ହାତୀ କଚାଡ଼ି ମାରିବା ଘଟଣା ଘଟଣାସ୍ଥଳରେ ବନବିଭାଗ ରାଜସ୍ୱ ଓ ପୋଲିସ ବିଭାଗର  ମିଳିତ ରେ ତଦନ୍ତ,ଶବ ବ୍ୟବଚ୍ଛେଦ ପରେ ପରିବାରର ବର୍ଗଙ୍କୁ ହସ୍ତାନ୍ତର।
କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପିଡେଲବାଜୁ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୨୬ଟିକିଆ ଜଙ୍ଗଲୀ ହାତୀପଲର ଉତ୍ପାତରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।  ହାତୀପଲ ଗ୍ରାମରେ ପ୍ରବେଶ କରି ପ୍ରଥମେ ଚାଷଜମିର ଫସଲ ନଷ୍ଟ କରିବା ସହ ପିଡେଲବାଜୁ ଗାଁର ତିଲାଏ ହରିଜନ ଙ୍କ ଘର ଭାଙ୍ଗି  ଜୀବନ ନେଇଛି ।ସୂଚନା ଅନୁଯାୟୀ, ତିଲାଏ ହରିଜନଙ୍କ ଘର କାନ୍ଥକୁ ହାତୀପଲ ଭାଙ୍ଗି ଦେଇଥିଲା। ସେହି ସମୟରେ ଘର ଭିତରେ ପାଞ୍ଚଜଣ  ଶୋଇଥିଲେ। ହଠାତ୍ ହାତୀପଲକୁ ଦେଖି ଚାରିଜଣ ପୁରୁଷ ମହିଳା ଜୀବନ ବିକଳରେ ଘରୁ ବାହାରି ପଳାଇବାରେ ସଫଳ ହୋଇଥିବାବେଳେ ତିଲାଏ ହରିଜନ ଦୁର୍ଭାଗ୍ୟବଶତଃ ହାତୀପଲର ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ କୁ ଖଣ୍ଡ ବଖଣ୍ଡିତ କରି ଚାରିଆଡେ ଫିଙ୍ଗିଦେଇ ଥିଲା।ସକାଳୁ ଘଟଣାର ଖବର ପାଇ ବିଶ୍ୱନାଥପୁର ବନ ବିଭାଗ ଫରେଷ୍ଟର ସୁରେଶ ରାଉତ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ବିଶ୍ୱନାଥପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ପରେ ଏକ ମାମଲା ରୁଜୁ କରିଛି। ବିଶ୍ୱନାଥପୁର ଥାନା ଅଧିକାରୀ କଳ୍ପନା ବେହେରା, ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକ, ଏସିଏଫ ନରୋତ୍ତମ ମାଝୀ,ଡ଼. କିରଣ କୁମାର ସାହୁ ଘଟଣା ପହଞ୍ଚି ଘଟଣା ତଦନ୍ତ କରିଥିଲେ।। କୁମଖାଳ ସରପଞ୍ଚ ସାନ୍ଦ୍ରୁ ମାଝୀ ହାତୀ ଉପଦ୍ରଵକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଜି ଶନିବାର ରାତ୍ରୀ ଆଠଟା ସମୟରେ ବିଶ୍ଵନାଥ ପୁର ପୋଲିସ ସୁଚନା ଦେଇଛି। ଦୁଃଖଦ ଘଟଣା ରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଢେଇ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ ରାଜିବ ଗାନ୍ଧୀ ସେବା ସମିତି ସଭାପତି ମୁଲୁ ମାଝୀ, ବିଶ୍ଵନାଥ ପୁର ବିଜେପି ମଣ୍ଡଳ ସଭାପତି ତୁଳସୀ ମାଝୀ ସମ୍ପାଦକ ଘଟଣାସ୍ଥଳରେ ପହଞ୍ଚି ତିଥି ଅନୁଧ୍ୟାନ ସହିତ ଶୋକ ସନ୍ତୋପ ପରିବାର କୁ ଆଶ୍ଵସନା ଦେବା ସହିତ ଅମର ଆତ୍ମାର ସଦଗତି କାମନାରେ କରି ସମବେଦନା ଜଣାଇଛନ୍ତି।
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    19 min ago
  • କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା
    1
    କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    1 hr ago
  • ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।
    1
    ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ  ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।
    user_କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • 🌹🌹🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    13 hrs ago
  • ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    1
    ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର
ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ  ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l  ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି  l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ  ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l
ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    41 min ago
  • ବିକାଶର ଅନେକ ଦୂରରେ କମାରଖୋଲ ଗାଁ, ନାହିଁ ନାହିଁରେ ବିତୁଛି ଅଭିଶପ୍ତ ଗାଁର ଜୀବନ I ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଖଇରା ପଞ୍ଚାୟତର ଉପାନ୍ତ କମାର ଖୋଲ ଗାଁ ନାହିଁ ନାହିଁରେ ବିତୁଛି ଜୀବନ I
    1
    ବିକାଶର ଅନେକ ଦୂରରେ କମାରଖୋଲ ଗାଁ, ନାହିଁ ନାହିଁରେ ବିତୁଛି ଅଭିଶପ୍ତ ଗାଁର ଜୀବନ I 
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଖଇରା ପଞ୍ଚାୟତର ଉପାନ୍ତ କମାର ଖୋଲ ଗାଁ ନାହିଁ ନାହିଁରେ ବିତୁଛି ଜୀବନ I
    user_Hareram karuan
    Hareram karuan
    ସାମ୍ବାଦିକ ନୂଆପଡା, ନୂଆପଡ଼ା, ଓଡ଼ିଶା•
    12 hrs ago
  • ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ
    1
    ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ
ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    10 hrs ago
  • କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    1
    କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ
    1
    ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି 
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ  ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। 
ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.