ମାଲକାନଗିରିର ସରକାରୀ ପଲିଟେକ୍ନିକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଶ୍ରୀ ସିବଜନ ହରିଜନ ଏବଂ ମୁଖ୍ୟ ଅତିଥି ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ, ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ମେକାନିକାଲ ବରିଷ୍ଟ ଅଧ୍ୟାପିକା ମିସ୍ ଶର୍ମିଳା ସବର, ଇଲେକ୍ଟ୍ରିକାଲ ବରିଷ୍ଟ ଅଧ୍ୟାପକ ଶ୍ରୀ ପ୍ରିୟବ୍ରତ ବଳିଆରସିଂହ ନାୟକ, ସେକ୍ସନ ଅଫିସର ଶ୍ରୀ ମାନସ ରଞ୍ଜନ ରାଉତ, ଶ୍ରୀ ଆଶିଷ ଶର୍ମା, ଶ୍ରୀ ସିଦ୍ଧାର୍ଥ କାମିଲା ଏବଂ ଶ୍ରୀମତୀ ଦୀପିକା ସରକାରଙ୍କ ସମେତ ଅନୁଷ୍ଠାନର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ ଉପସ୍ଥିତ ବ୍ୟକ୍ତି ଏକତ୍ରିତ ହୋଇ ସାମୂହିକ ଯୋଗାଭ୍ୟାସ କରିବା ସହିତ ଦୈନନ୍ଦିନ ଜୀବନରେ ଯୋଗ କରିବା ପାଇଁ ସଂକଳ୍ପ ନେଇଥିଲେ। ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପାଦିତ ହୋଇଛି।
ମାଲକାନଗିରିର ସରକାରୀ ପଲିଟେକ୍ନିକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଶ୍ରୀ ସିବଜନ ହରିଜନ ଏବଂ ମୁଖ୍ୟ ଅତିଥି ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ, ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ମେକାନିକାଲ ବରିଷ୍ଟ ଅଧ୍ୟାପିକା ମିସ୍ ଶର୍ମିଳା ସବର, ଇଲେକ୍ଟ୍ରିକାଲ ବରିଷ୍ଟ ଅଧ୍ୟାପକ ଶ୍ରୀ ପ୍ରିୟବ୍ରତ ବଳିଆରସିଂହ ନାୟକ, ସେକ୍ସନ ଅଫିସର ଶ୍ରୀ ମାନସ ରଞ୍ଜନ ରାଉତ, ଶ୍ରୀ ଆଶିଷ ଶର୍ମା, ଶ୍ରୀ ସିଦ୍ଧାର୍ଥ କାମିଲା ଏବଂ ଶ୍ରୀମତୀ ଦୀପିକା ସରକାରଙ୍କ ସମେତ ଅନୁଷ୍ଠାନର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ ଉପସ୍ଥିତ ବ୍ୟକ୍ତି ଏକତ୍ରିତ ହୋଇ ସାମୂହିକ ଯୋଗାଭ୍ୟାସ କରିବା ସହିତ ଦୈନନ୍ଦିନ ଜୀବନରେ ଯୋଗ କରିବା ପାଇଁ ସଂକଳ୍ପ ନେଇଥିଲେ। ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପାଦିତ ହୋଇଛି।
- ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମାଲକାନଗିରି ମାଟିର ଗର୍ବ, ଦେଶର ପ୍ରଖ୍ୟାତ ତୀରନ୍ଦାଜ ତଥା ଦକ୍ଷ ପ୍ରଶିକ୍ଷକ ରାଜେଶ ହାସଦାକ୍ଙ୍କର ଗତ ଜୁନ୍ ୨୦, ୨୦୨୬ରେ ପରଲୋକ ହୋଇଯାଇଛି। ସନ୍ଥାଳ ଜନଜାତିରୁ ଆସିଥିବା ରାଜେଶ ନିଜ କଠିନ ପରିଶ୍ରମ ଓ ସଂଘର୍ଷ ବଳରେ ଆନ୍ତର୍ଜାତିକ ସ୍ତରରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିଲେ। ତାଙ୍କ ବିୟୋଗରେ ସମଗ୍ର କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମରଶରୀର ମାଲକାନଗିରି ସ୍ଥିତ ଏମଭି-୨ ଗ୍ରାମରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶହ ଶହ ସ୍ଥାନୀୟ ବାସିନ୍ଦା, କ୍ରୀଡ଼ାବିତ୍ ଏବଂ ଗୁଣଗ୍ରାହୀ ତାଙ୍କର ଶେଷ ଦର୍ଶନ କରିବା ସହ ଅଶ୍ରୁଳ ବିଦାୟ ଜଣାଇଛନ୍ତି। ରାଜେଶ ହାସଦାକ୍ ନିଜ ଖେଳ ଜୀବନରେ ଅନେକ ସଫଳତାର ଶୀର୍ଷ ଛୁଇଁଥିଲେ। ୧୯୯୮ ମସିହାରେ ବ୍ୟାଙ୍କକକ୍ଠାରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ସେ ଭାରତୀୟ ଦଳର ପ୍ରତିନିଧିତ୍ୱ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଏହା ସହିତ, ୨୦୦୨ରେ ଚୀନ୍ଠାରେ ଅନୁଷ୍ଠିତ ସେକେଣ୍ଡ ଏସିଆନ ଗ୍ରାଣ୍ଡ ପ୍ରିକ୍ସରେ ସେ ଷଷ୍ଠ ସ୍ଥାନ ହାସଲ କରିଥିଲେ। ସେ ନିଜର କ୍ରୀଡ଼ା କ୍ୟାରିୟର ମଧ୍ୟରେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାରେ ୧୩ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ଜିତି ରାଜ୍ୟର ସୁନାମ ବଢ଼ାଇଥିଲେ। ଆହତ ସମସ୍ୟା ଯୋଗୁଁ ଖେଳରୁ ଅବସର ନେବା ପରେ ମଧ୍ୟ ସେ ଧନୁର୍ବିଦ୍ୟାକୁ ପ୍ରାଣ ଭରି ଭଲ ପାଉଥିଲେ। ସେ ଭୁବନେଶ୍ୱରସ୍ଥିତ ପ୍ରତିଷ୍ଠିତ କିସ୍ ଅନୁଷ୍ଠାନ ଏବଂ ଓଡ଼ିଶା ଆର୍ଚେରୀ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ। ନିଜ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ମାଧ୍ୟମରେ ସେ ୪୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ତୀରନ୍ଦାଜ ଗଢ଼ି ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିଥିଲେ। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏକଲବ୍ୟ ପ୍ରଶସ୍ତି ପତ୍ର, ନାଲ୍କୋ ସ୍ପୋର୍ଟସ ଆୱାର୍ଡ, ଅଶୋକ ପଟ୍ଟନାୟକ ମେମୋରିଆଲ ସ୍ପୋର୍ଟସ ଆୱାର୍ଡ ଶ୍ରେଷ୍ଠ କୋଚ୍, ଏବଂ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ କେବଳ ଜଣେ ଖେଳାଳି ନଥିଲେ, ବରଂ ଜନଜାତି ସମୁଦାୟ ଓ ସମଗ୍ର ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଜଣେ ଆଦର୍ଶ ଏବଂ ପ୍ରେରଣାର ଉତ୍ସ ସାଜିଥିଲେ। ଓଡ଼ିଶାରେ ତୀରନ୍ଦାଜୀ ଖେଳର ଉନ୍ନତି ଓ ବିକାଶ ପାଇଁ ତାଙ୍କର ତ୍ୟାଗ, ନିଷ୍ଠା ଏବଂ ଅବଦାନ ସଦା ସର୍ବଦା ସ୍ମରଣୀୟ ରହିବ। ତାଙ୍କର ଏହି ଅକାଳ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି।4
- କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରୁ ମୋଟ ୫ ଜଣ ପରୀକ୍ଷାର୍ଥୀ NEET ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି।1
- ଜୀବନରେ ବୟସ ବଢ଼ିବା ସହିତ ଅନେକ ସମୟରେ ଉତ୍ସାହ କମିଯାଏ, କିନ୍ତୁ ଏ କ୍ଷେତ୍ରରେ ବୟସ ବୃଦ୍ଧି ସତ୍ତ୍ୱେ ଉତ୍ସାହରେ କୌଣସି ହ୍ରାସ ଘଟିନାହିଁ।1
- ଡାବୁଗାଁ ବନ ବିଭାଗ ପକ୍ଷରୁ ପାତ୍ରୀ ଜଙ୍ଗଲ ନିକଟରେ ଚାଲିଥିବା ଏକ ମହାବଳ ବାଘ ଛାଲ ବିକ୍ରି କାରବାରକୁ ପଣ୍ଡ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ବାଘ ଛାଲ ସହିତ ଧରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ବିନବରଙ୍ଗପୁର ଡିଏଫଓ ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ନବରଙ୍ଗପୁର ଏବଂ ଡାବୁଗାଁ ବନବିଭାଗ ପାତ୍ରୀ ଜଙ୍ଗଲ ନିକଟରେ ଚଢ଼ାଉ କରିଥିଲା। ତିନି ଜଣ ବେପାରୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲର ମୂଲଚାଲ କରୁଥିବା ସମୟରେ ବନ ବିଭାଗ ସେମାନଙ୍କୁ ମାଡ଼ି ବସିଥିଲା। ତେବେ ଦୁଇ ଜଣ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଜଣେ ବେପାରୀଙ୍କ ସହ ବାଘ ଛାଲ ଜବତ କରାଯାଇଛି।1
- ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ 'ବିକାଶର ଧାରା, ଓଡ଼ିଶା ସାରା' କାର୍ଯ୍ୟକ୍ରମର ଏକ ପ୍ରମୁଖ ଦିବସ 'ସ୍ୱାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା' କୋଷାଗୁମୁଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ 'ବିକାଶର ଧାରା, ଓଡ଼ିଶା ସାରା'ର ଚତୁର୍ଥ ଦିବସ ଭାବେ ପାଳିତ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ, ଉଦ୍ୟୋଗୀକରଣ ଏବଂ ସରକାରଙ୍କ ବିଭିନ୍ନ ଯୁବକଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। କୋଷାଗୁମୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହୋଇଛି।1
- ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ଆଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ବ୍ଲକ ପ୍ରଶାସନ, ରାଜନେତା, ସ୍କୁଲ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ଏହି ଯୋଗ ଦିବସରେ ଯୋଗ ଦେଇଥିଲେ। ସମସ୍ତେ ଏକ ମନ ଓ ଏକ ଧ୍ୟାନରେ ଯୋଗାଭ୍ୟାସ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ପାଇଁ ଗଜାମୁଗ ଓ ଚଣା ବଣ୍ଟାଯାଇଥିଲା। ବିଡ଼ିଓ ଆଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ ଏବଂ ସିମାଞ୍ଚଳ ବିଶୋଇ ଯୋଗ ଗୁରୁଭାବେ ଉପସ୍ଥିତ ଥିଲେ। ସିମାଞ୍ଚଳ ବିଶୋଇ ସମସ୍ତଙ୍କୁ ଯୋଗ ଶିକ୍ଷା ଦେବା ସହ ପ୍ରତିଦିନ ଯୋଗ କରିବା ପାଇଁ ଶପଥ ପାଠ କରାଇଥିଲେ। ଯୋଗକୁ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ଭାବରେ ବର୍ଣ୍ଣନା କରାଯାଇଛି, ଯାହା ଶାରୀରିକ ଓ ମାନସିକ ସୁସ୍ଥତା ବୃଦ୍ଧି ପାଇଁ ଅନ୍ୟତମ ବିଶ୍ୱାସଯୋଗ୍ୟ ମାଧ୍ୟମ ଭାବରେ ଉଭା ହୋଇଛି। ଏହି ଦିବସ ପାଳନର ପ୍ରମୁଖ କାରଣ ହେଉଛି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସ। ତାଙ୍କରି ଉଦ୍ୟମ ଯୋଗୁଁ ଜୁନ୍ ୨୧ ତାରିଖକୁ ଜାତିସଂଘ ସାଧାରଣ ସଭା ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା। ସେହି ଦିନଠାରୁ ସମଗ୍ର ବିଶ୍ୱ ଯୋଗ ଦିବସ ପାଳନ କରିଆସୁଛି।4
- କୋରାପୁଟ ଜିଲ୍ଲାରେ ଅଦା ଦରରେ ଏକ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ପୂର୍ବରୁ ଏଠାରେ ଅଦା ପ୍ରତି କିଲୋଗ୍ରାମ ୬୦ ଟଙ୍କାରେ ବିକ୍ରି ହେଉଥିଲା। ତେବେ, ବର୍ତ୍ତମାନ ଏହି ଅଦା ୧୬୦ ଟଙ୍କାରେ ବିକ୍ରି ହେଉଛି।1