logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ନିର୍ଯ୍ୟାତନା ଅଭିଯୋଗ କରି ଜଣେ ଆଇନ୍ ଛାତ୍ର ଓ ତାଙ୍କ ବାପା ଆତ୍ମହୁତି ଉଦ୍ୟମ କରିଛନ୍ତି। ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡିର ରାଣୀପାଳ ଗାଁର ଦ୍ୱିତୀୟ ବର୍ଷର ଆଇନ୍ ଛାତ୍ର ସରୋଜ ରାଉତ ଏବଂ ତାଙ୍କ ବାପା ପଦ୍ମନାଭ ରାଉତ ନିଜ ଦେହରେ ପେଟ୍ରୋଲ ଢାଳି ଏହି ଉଦ୍ୟମ କରିଥିଲେ। ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, ସରୋଜ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କିଛି ଦିନ ହେଲା ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଉଭୟ ପକ୍ଷରୁ ଏହି ବିଷୟରେ ଭାପୁର ଫାଣ୍ଡି ପୋଲିସକୁ ଜଣାଇ ଦିଆଯାଇଥିଲା। କିନ୍ତୁ, ସମ୍ପୃକ୍ତ ପୋଲିସ ଅଧିକାରୀ ଏକ ପାକ୍ଷିଆ ବିଚାର କରି ଆଇନ ଛାତ୍ର ସରୋଜ ଓ ତାଙ୍କ ପରିବାର ନାମରେ ମାମଲା ରୁଜୁ କରିଥିଲେ। ଏହାଦ୍ୱାରା ସରୋଜଙ୍କ ଶିକ୍ଷାଗତ କ୍ୟାରିୟର ନଷ୍ଟ କରାଯାଉଛି ବୋଲି ପରିବାର ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି। ପୋଲିସର ଏହି ଅତ୍ୟଧିକ ନିର୍ଯ୍ୟାତନା ସହି ନ ପାରି ବାପା ଓ ପୁଅ ଉଭୟ ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ। କାର୍ଯ୍ୟାଳୟ ପରିସରରେ ଉପସ୍ଥିତ କର୍ମଚାରୀଙ୍କ ହସ୍ତକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣରୁ ଉଭୟ ବର୍ତ୍ତି ଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

4 days ago
user_Dhenkanal News
Dhenkanal News
Media company Dhenkanal Sadar, Odisha•
4 days ago

ଢେଙ୍କାନାଳ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ନିର୍ଯ୍ୟାତନା ଅଭିଯୋଗ କରି ଜଣେ ଆଇନ୍ ଛାତ୍ର ଓ ତାଙ୍କ ବାପା ଆତ୍ମହୁତି ଉଦ୍ୟମ କରିଛନ୍ତି। ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡିର ରାଣୀପାଳ ଗାଁର ଦ୍ୱିତୀୟ ବର୍ଷର ଆଇନ୍ ଛାତ୍ର ସରୋଜ ରାଉତ ଏବଂ ତାଙ୍କ ବାପା ପଦ୍ମନାଭ ରାଉତ ନିଜ ଦେହରେ ପେଟ୍ରୋଲ ଢାଳି ଏହି ଉଦ୍ୟମ କରିଥିଲେ। ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, ସରୋଜ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କିଛି ଦିନ ହେଲା ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଉଭୟ ପକ୍ଷରୁ ଏହି ବିଷୟରେ ଭାପୁର ଫାଣ୍ଡି ପୋଲିସକୁ ଜଣାଇ ଦିଆଯାଇଥିଲା। କିନ୍ତୁ, ସମ୍ପୃକ୍ତ ପୋଲିସ ଅଧିକାରୀ ଏକ ପାକ୍ଷିଆ ବିଚାର କରି ଆଇନ ଛାତ୍ର ସରୋଜ ଓ ତାଙ୍କ ପରିବାର ନାମରେ ମାମଲା ରୁଜୁ କରିଥିଲେ। ଏହାଦ୍ୱାରା ସରୋଜଙ୍କ ଶିକ୍ଷାଗତ କ୍ୟାରିୟର ନଷ୍ଟ କରାଯାଉଛି ବୋଲି ପରିବାର ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି। ପୋଲିସର ଏହି ଅତ୍ୟଧିକ ନିର୍ଯ୍ୟାତନା ସହି ନ ପାରି ବାପା ଓ ପୁଅ ଉଭୟ ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ। କାର୍ଯ୍ୟାଳୟ ପରିସରରେ ଉପସ୍ଥିତ କର୍ମଚାରୀଙ୍କ ହସ୍ତକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣରୁ ଉଭୟ ବର୍ତ୍ତି ଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

More news from Odisha and nearby areas
  • ଢେଙ୍କାନାଳ ଜିଲ୍ଲା ଅlତିଣ୍ଡା ଗ୍ରାମରେ ଏକ ଅଚାନକ ଚଡ଼କ ମାରିବା ଫଳରେ ଗୋଟିଏ କଞ୍ଚା ତାଳଗଛ ଜଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଗଛଟି ମାଧବ ଦାସଙ୍କର ବୋଲି ଜଣାପଡିଛି।
    1
    ଢେଙ୍କାନାଳ ଜିଲ୍ଲା ଅlତିଣ୍ଡା ଗ୍ରାମରେ ଏକ ଅଚାନକ ଚଡ଼କ ମାରିବା ଫଳରେ ଗୋଟିଏ କଞ୍ଚା ତାଳଗଛ ଜଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଗଛଟି ମାଧବ ଦାସଙ୍କର ବୋଲି ଜଣାପଡିଛି।
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    21 hrs ago
  • ଫ୍ରାନ୍ସଠାରେ ଆୟୋଜିତ G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ତାଙ୍କ ସହିତ ବିଶ୍ୱର ଅନ୍ୟ ସର୍ବୋଚ୍ଚ ନେତାମାନେ ମଧ୍ୟ ଏକତ୍ରିତ ହୋଇ ମିଳିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
    1
    ଫ୍ରାନ୍ସଠାରେ ଆୟୋଜିତ G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ତାଙ୍କ ସହିତ ବିଶ୍ୱର ଅନ୍ୟ ସର୍ବୋଚ୍ଚ ନେତାମାନେ ମଧ୍ୟ ଏକତ୍ରିତ ହୋଇ ମିଳିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାଲିମି ଥାନା ଅନ୍ତର୍ଗତ ରଞ୍ଜଗୋଳ ଗାଁରୁ ଆଜି ସକାଳୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଝାଡ଼ପବନରେ ବିଦ୍ୟୁତ୍ ତାର ଲୁଗା ଶୁଖାଇବା ତାର ସହ ଲାଗିଯିବା ଫଳରେ, ଲୁଗା ଶୁଖାଉଥିବା ସମୟରେ ଦୁଇ ଯାଆ ମନୀଷା ଦେହୁରୀ ଏବଂ ରଞ୍ଜୁ ଦେହୁରୀଙ୍କର ମୃତ୍ୟୁ ହୋଇଛି। ବାଲିମି ଥାନାର ରଞ୍ଜଗୋଳ ଗାଁରେ ଏହି ବଡ଼ ଅଘଟଣ ଘଟିବା ପରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯାଆଙ୍କର ଅକାଳ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାଲିମି ଥାନା ଅନ୍ତର୍ଗତ ରଞ୍ଜଗୋଳ ଗାଁରୁ ଆଜି ସକାଳୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଝାଡ଼ପବନରେ ବିଦ୍ୟୁତ୍ ତାର ଲୁଗା ଶୁଖାଇବା ତାର ସହ ଲାଗିଯିବା ଫଳରେ, ଲୁଗା ଶୁଖାଉଥିବା ସମୟରେ ଦୁଇ ଯାଆ ମନୀଷା ଦେହୁରୀ ଏବଂ ରଞ୍ଜୁ ଦେହୁରୀଙ୍କର ମୃତ୍ୟୁ ହୋଇଛି। ବାଲିମି ଥାନାର ରଞ୍ଜଗୋଳ ଗାଁରେ ଏହି ବଡ଼ ଅଘଟଣ ଘଟିବା ପରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯାଆଙ୍କର ଅକାଳ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • ବଳିଆନ୍ତା ବ୍ଲକର ପୁରୁଣାଶାସନ ସ୍ଥିତ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରରେ ଏବର୍ଷର ପ୍ରଥମ ଯାଆଁଳ ଉତ୍ପାଦନ ସମ୍ପନ୍ନ ହୋଇଛି।
    1
    ବଳିଆନ୍ତା ବ୍ଲକର ପୁରୁଣାଶାସନ ସ୍ଥିତ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରରେ ଏବର୍ଷର ପ୍ରଥମ ଯାଆଁଳ ଉତ୍ପାଦନ ସମ୍ପନ୍ନ ହୋଇଛି।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • ମହାକାଳପଡ଼ା BDO (ବିଡିଓ) ଅଫିସରଙ୍କ ସମ୍ପର୍କରେ ଥିବା ଏକ ସତ ଲୋକଲୋଚନକୁ ଆସିଛି।
    1
    ମହାକାଳପଡ଼ା BDO (ବିଡିଓ) ଅଫିସରଙ୍କ ସମ୍ପର୍କରେ ଥିବା ଏକ ସତ ଲୋକଲୋଚନକୁ ଆସିଛି।
    user_ଓଡ଼ିଶା NEWS
    ଓଡ଼ିଶା NEWS
    ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    2 hrs ago
  • ଢେଙ୍କାନାଳ ସହର ଉପକଣ୍ଠ ବନମାଳୀ ପ୍ରସାଦରେ ଆଜି ରଜ ସଂକ୍ରାନ୍ତି ଅବସରରେ ଏକ ନିଆରା ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବ ରଜକୁ ନେଇ ସମଗ୍ର ଅଞ୍ଚଳରେ ଖୁସି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ବେଳେ ବନମାଳୀ ପ୍ରସାଦର ସ୍ୱତନ୍ତ୍ର ଆୟୋଜନ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ରଜ ପର୍ବରେ ଓଡ଼ିଆ ଘରେ ଘରେ ପିଠାପଣାର ମହକ ସହ ରଜ ପାନ, ନୂଆ ପୋଷାକ ଏବଂ ଦୋଳି ଖେଳର ମଜା ଦେଖିବାକୁ ମିଳେ। ଏହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ବନମାଳୀ ପ୍ରସାଦର ଯୁବଗୋଷ୍ଠୀ ପକ୍ଷରୁ ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରକାର ରଜ ଦୋଳିର ଆୟୋଜନ କରାଯାଇଛି। ବଡ଼ ବଡ଼ କାଠ ଗଣ୍ଡି, ବାଉଁଶ, ମଜବୁତ ଦଉଡ଼ି ଏବଂ ଲୁହା ପିସ୍ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ଦୋଳିଗୁଡ଼ିକ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରିଛି।
    1
    ଢେଙ୍କାନାଳ ସହର ଉପକଣ୍ଠ ବନମାଳୀ ପ୍ରସାଦରେ ଆଜି ରଜ ସଂକ୍ରାନ୍ତି ଅବସରରେ ଏକ ନିଆରା ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବ ରଜକୁ ନେଇ ସମଗ୍ର ଅଞ୍ଚଳରେ ଖୁସି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ବେଳେ ବନମାଳୀ ପ୍ରସାଦର ସ୍ୱତନ୍ତ୍ର ଆୟୋଜନ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।

ରଜ ପର୍ବରେ ଓଡ଼ିଆ ଘରେ ଘରେ ପିଠାପଣାର ମହକ ସହ ରଜ ପାନ, ନୂଆ ପୋଷାକ ଏବଂ ଦୋଳି ଖେଳର ମଜା ଦେଖିବାକୁ ମିଳେ। ଏହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ବନମାଳୀ ପ୍ରସାଦର ଯୁବଗୋଷ୍ଠୀ ପକ୍ଷରୁ ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରକାର ରଜ ଦୋଳିର ଆୟୋଜନ କରାଯାଇଛି। ବଡ଼ ବଡ଼ କାଠ ଗଣ୍ଡି, ବାଉଁଶ, ମଜବୁତ ଦଉଡ଼ି ଏବଂ ଲୁହା ପିସ୍ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ଦୋଳିଗୁଡ଼ିକ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରିଛି।
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    22 hrs ago
  • ଢେଙ୍କାନାଳ ସ୍ଥିତ ସନ ହସ୍ପିଟାଲର ଜଣେ କର୍ମଚାରୀ ସକାଳେ କାର୍ଯ୍ୟକୁ ଯାଉଥିବାବେଳେ ଏକ ବାଇକ୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଘଟଣା ଡାକ୍ତରଖାନା ସମ୍ମୁଖରେ ହିଁ ଘଟିଥିଲା, ଯେତେବେଳେ ବାଇକ୍ ଆଗକୁ ହଠାତ୍ ଏକ କୁକୁର ପଶିଯିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିଲା। ବିଡମ୍ବନାର ବିଷୟ ଯେ, ଦୁର୍ଘଟଣାଟି ଡାକ୍ତରଖାନା ସାମନାରେ ଘଟିଥିଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ଜଣକ କୌଣସି ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି।
    2
    ଢେଙ୍କାନାଳ ସ୍ଥିତ ସନ ହସ୍ପିଟାଲର ଜଣେ କର୍ମଚାରୀ ସକାଳେ କାର୍ଯ୍ୟକୁ ଯାଉଥିବାବେଳେ ଏକ ବାଇକ୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଘଟଣା ଡାକ୍ତରଖାନା ସମ୍ମୁଖରେ ହିଁ ଘଟିଥିଲା, ଯେତେବେଳେ ବାଇକ୍ ଆଗକୁ ହଠାତ୍ ଏକ କୁକୁର ପଶିଯିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିଲା। ବିଡମ୍ବନାର ବିଷୟ ଯେ, ଦୁର୍ଘଟଣାଟି ଡାକ୍ତରଖାନା ସାମନାରେ ଘଟିଥିଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ଜଣକ କୌଣସି ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.