logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଶା ଦିବସରେ ପ୍ରଶାସନ ଓ ପୋଲିସ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍‌ରେ ପୋଲିସ-୧୧ ବିଜୟୀ *ମାଲକାନଗିରି, ୧/୪/୨୬:* (ରାମ କୃଷ୍ଣ ଚୌଧୁରୀ) ଓଡ଼ିଶା ଦିବସ ଅବସରରେ ମାଲକାନଗିରି ସହରର ଡି.ଏନ୍.କେ ଖେଳ ପଡ଼ିଆଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ ପ୍ରଶାସନ-୧୧ ଏବଂ ପୋଲିସ-୧୧ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହି ରୋମାଞ୍ଚକର ଲଢ଼େଇରେ ପୋଲିସ-୧୧ ଦଳ ବିଜୟ ହାସଲ କରିଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପ୍ରଶାସନ-୧୧ ଦଳର ନେତୃତ୍ୱ ନେଇଥିବା ବେଳେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍. ପୋଲିସ-୧୧ ଦଳର କ୍ୟାପଟେନ ଦାୟିତ୍ୱ ତୁଲାଇଥିଲେ। ଏହି ମ୍ୟାଚ୍ ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଭାପତି ସତବୀର ସିଂ ଏହି ମ୍ୟାଚ୍‌ ପରିଚାଳନା କରିଥିବା ବେଳେ ରଞ୍ଜନ ମହାନ୍ତି ଓ କ୍ରୀଡ଼ା ବିଭାଗର କର୍ମଚାରୀମାନେ ମ୍ୟାଚ୍ ଆୟୋଜନରେ ସହଯୋଗ କରିଥିଲେ। ଓଡ଼ିଶା ଦିବସ ପରି ଏକ ଗୌରବମୟ ଦିନରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ପଡ଼ିଆକୁ ଓହ୍ଲାଇ କ୍ରୀଡ଼ା ମାଧ୍ୟମରେ ଏକତା ଓ ଭ୍ରାତୃଭାବର ବାର୍ତ୍ତା ଦେଇଥିବାରୁ ସାଧାରଣରେ ଏହାକୁ ବେଶ୍ ପ୍ରଶଂସା କରାଯାଇଛି।

19 hrs ago
user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
19 hrs ago
f579e808-1875-405d-af3a-da81f6f801c6

ଓଡ଼ିଶା ଦିବସରେ ପ୍ରଶାସନ ଓ ପୋଲିସ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍‌ରେ ପୋଲିସ-୧୧ ବିଜୟୀ *ମାଲକାନଗିରି, ୧/୪/୨୬:* (ରାମ କୃଷ୍ଣ ଚୌଧୁରୀ) ଓଡ଼ିଶା ଦିବସ ଅବସରରେ ମାଲକାନଗିରି ସହରର ଡି.ଏନ୍.କେ ଖେଳ ପଡ଼ିଆଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ

3f9c4678-1b1b-4f66-bf55-abbf972a951b

ପ୍ରଶାସନ-୧୧ ଏବଂ ପୋଲିସ-୧୧ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହି ରୋମାଞ୍ଚକର ଲଢ଼େଇରେ ପୋଲିସ-୧୧ ଦଳ ବିଜୟ ହାସଲ କରିଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପ୍ରଶାସନ-୧୧ ଦଳର ନେତୃତ୍ୱ ନେଇଥିବା ବେଳେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍. ପୋଲିସ-୧୧ ଦଳର କ୍ୟାପଟେନ ଦାୟିତ୍ୱ ତୁଲାଇଥିଲେ। ଏହି ମ୍ୟାଚ୍ ଅବସରରେ ଅତିରିକ୍ତ

3ac7d646-2791-4500-a9c8-7697d54e38a4

ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଭାପତି ସତବୀର ସିଂ

e75c1483-e87c-45c9-9ac5-79429263a543

ଏହି ମ୍ୟାଚ୍‌ ପରିଚାଳନା କରିଥିବା ବେଳେ ରଞ୍ଜନ ମହାନ୍ତି ଓ କ୍ରୀଡ଼ା ବିଭାଗର କର୍ମଚାରୀମାନେ ମ୍ୟାଚ୍ ଆୟୋଜନରେ ସହଯୋଗ କରିଥିଲେ। ଓଡ଼ିଶା ଦିବସ ପରି ଏକ ଗୌରବମୟ ଦିନରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ପଡ଼ିଆକୁ ଓହ୍ଲାଇ କ୍ରୀଡ଼ା ମାଧ୍ୟମରେ ଏକତା ଓ ଭ୍ରାତୃଭାବର ବାର୍ତ୍ତା ଦେଇଥିବାରୁ ସାଧାରଣରେ ଏହାକୁ ବେଶ୍ ପ୍ରଶଂସା କରାଯାଇଛି।

More news from ଓଡ଼ିଶା and nearby areas
  • ଆଜି ମାଲକାନଗିରି ରାଜଶ୍ରୀ ହୋଟଲ ଠାରେ ସେଞ୍ଚୁରୀୟାନ ୟୁନିଭର୍ସିଟି ତରଫ ରୁ ଏକ ବୁଦ୍ଧିଜୀବୀ ସମ୍ମିଲନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ୟୁନିଭର୍ସିଟି ପକ୍ଷରୁ ବିଭିନ୍ନ ସ୍କିଲ ପାଠ୍ୟକ୍ରମ ଉପରେ ଆଲୋଚନା ହେବା ସହ ବିଭିନ୍ନ ସଂସ୍ଥାରେ ଚାକିରି କୁ ନେଇ ଆଲୋଚନା ହୋଇଥିଲା ।
    2
    ଆଜି ମାଲକାନଗିରି ରାଜଶ୍ରୀ ହୋଟଲ ଠାରେ ସେଞ୍ଚୁରୀୟାନ ୟୁନିଭର୍ସିଟି ତରଫ ରୁ ଏକ ବୁଦ୍ଧିଜୀବୀ ସମ୍ମିଲନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ୟୁନିଭର୍ସିଟି ପକ୍ଷରୁ ବିଭିନ୍ନ ସ୍କିଲ ପାଠ୍ୟକ୍ରମ ଉପରେ ଆଲୋଚନା ହେବା ସହ ବିଭିନ୍ନ ସଂସ୍ଥାରେ ଚାକିରି କୁ ନେଇ ଆଲୋଚନା ହୋଇଥିଲା ।
    user_NETVIZION MALKANGIRI
    NETVIZION MALKANGIRI
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    3 hrs ago
  • ମାଲକାନଗିରି, ଏପ୍ରିଲ ୧ (ରାମ କୃଷ୍ଣ ଚୌଧୁରୀ): ଉତ୍କଳ ଦିବସ ଅବସରରେ ମାଲକାନଗିରିରେ ପ୍ରଥମଥର ପାଇଁ ଏକ ଓଡ଼ିଆ ଚଳଚ୍ଚିତ୍ରର ପ୍ରିମିୟର୍ ଆୟୋଜିତ ହୋଇ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି। ‘ମୁରବୀ’ ନାମକ ଏହି ଚଳଚ୍ଚିତ୍ରର ପ୍ରିମିୟର୍ “ପ୍ରିମିୟର୍ ୱିଥ୍ ଫ୍ୟାମିଲି” ଥିମ୍‌ରେ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ଚଳଚ୍ଚିତ୍ରଟିକୁ Vishal Mourya ଓ Debiprasad Lenka ପ୍ରସ୍ତୁତ କରିଥିବା ବେଳେ, ଏହା ତାଙ୍କର ପ୍ରଥମ ଫିଚର୍ ଫିଲ୍ମ ପ୍ରଯୋଜନା। ଚଳଚ୍ଚିତ୍ରଟିକୁ Pinaki Singh ଓ Sisir Kumar Sahoo ନିର୍ଦ୍ଦେଶନା କରିଛନ୍ତି। ଚଳଚ୍ଚିତ୍ରର ସଙ୍ଗୀତ ରଚନା କରିଛନ୍ତି Agnimitra Behera ଓ ଗୀତ ଲେଖିଛନ୍ତି P. Santosh। ଚଳଚ୍ଚିତ୍ରରେ କୁଣା ତ୍ରିପାଠୀ, ଜୟପ୍ରକାଶ ଦାସ, ବିଜୟନୀ ମିଶ୍ର, ଅଙ୍କିତା ମହାନ୍ତି, ଉଦିତ ଗୁରୁ, ବି.ଏମ୍. ବୈଶାଳୀ, ପ୍ରସଞ୍ଜୀତ ମହାପାତ୍ର, କଳ୍ପନା ରାଉତ, ଆମିର ଦାସ ଓ ସୁସ୍ମିତା ପ୍ରଧାନ ଭଳି ଅଭିନେତାମାନେ ଅଭିନୟ କରିଛନ୍ତି। ଭୁବନେଶ୍ୱର କିମ୍ବା କଟକର ପରମ୍ପରାଗତ ପ୍ରିମିୟର୍ ସ୍ଥାନକୁ ଛାଡ଼ି ମାଲକାନଗିରିକୁ ବାଛିବା ନିର୍ମାତାମାନଙ୍କର ଏକ ବିଶେଷ ପଦକ୍ଷେପ ଭାବେ ଦେଖାଯାଉଛି। ଏହା ଜିଲ୍ଲା ପାଇଁ ଗର୍ବର କଥା ବୋଲି ସ୍ଥାନୀୟ ଲୋକମାନେ ମନ୍ତବ୍ୟ ଦେଇଛନ୍ତି। ଏହି ପ୍ରିମିୟର୍‌ରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି, ମିଡିଆ ପ୍ରତିନିଧି ଓ ଅନେକ ଦର୍ଶକ ଯୋଗଦେଇଥିଲେ। ଏହା ସମଗ୍ର ଜିଲ୍ଲା ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା। ‘ମୁରବୀ’ ଚଳଚ୍ଚିତ୍ରଟିକୁ CBFC ଦ୍ୱାରା UA 7+ ସର୍ଟିଫିକେଟ୍ ମିଳିଛି ଏବଂ ଏହା ପରିବାର ସହ ଦେଖିବାଯୋଗ୍ୟ ଚଳଚ୍ଚିତ୍ର ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ରଟି ଆସନ୍ତା ୧୪ ଏପ୍ରିଲରେ ସମଗ୍ର ଦେଶରେ ମୁକ୍ତିଲାଭ କରିବ l
    4
    ମାଲକାନଗିରି, ଏପ୍ରିଲ ୧ (ରାମ କୃଷ୍ଣ ଚୌଧୁରୀ): 
ଉତ୍କଳ ଦିବସ ଅବସରରେ ମାଲକାନଗିରିରେ ପ୍ରଥମଥର ପାଇଁ ଏକ ଓଡ଼ିଆ ଚଳଚ୍ଚିତ୍ରର ପ୍ରିମିୟର୍ ଆୟୋଜିତ ହୋଇ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି। ‘ମୁରବୀ’ ନାମକ ଏହି ଚଳଚ୍ଚିତ୍ରର ପ୍ରିମିୟର୍ “ପ୍ରିମିୟର୍ ୱିଥ୍ ଫ୍ୟାମିଲି” ଥିମ୍‌ରେ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା।
ଏହି ଚଳଚ୍ଚିତ୍ରଟିକୁ Vishal Mourya ଓ Debiprasad Lenka ପ୍ରସ୍ତୁତ କରିଥିବା ବେଳେ, ଏହା ତାଙ୍କର ପ୍ରଥମ ଫିଚର୍ ଫିଲ୍ମ ପ୍ରଯୋଜନା। ଚଳଚ୍ଚିତ୍ରଟିକୁ Pinaki Singh ଓ Sisir Kumar Sahoo ନିର୍ଦ୍ଦେଶନା କରିଛନ୍ତି। ଚଳଚ୍ଚିତ୍ରର ସଙ୍ଗୀତ ରଚନା କରିଛନ୍ତି Agnimitra Behera ଓ ଗୀତ ଲେଖିଛନ୍ତି P. Santosh।
ଚଳଚ୍ଚିତ୍ରରେ କୁଣା ତ୍ରିପାଠୀ, ଜୟପ୍ରକାଶ ଦାସ, ବିଜୟନୀ ମିଶ୍ର, ଅଙ୍କିତା ମହାନ୍ତି, ଉଦିତ ଗୁରୁ, ବି.ଏମ୍. ବୈଶାଳୀ, ପ୍ରସଞ୍ଜୀତ ମହାପାତ୍ର, କଳ୍ପନା ରାଉତ, ଆମିର ଦାସ ଓ ସୁସ୍ମିତା ପ୍ରଧାନ ଭଳି ଅଭିନେତାମାନେ ଅଭିନୟ କରିଛନ୍ତି।
ଭୁବନେଶ୍ୱର କିମ୍ବା କଟକର ପରମ୍ପରାଗତ ପ୍ରିମିୟର୍ ସ୍ଥାନକୁ ଛାଡ଼ି ମାଲକାନଗିରିକୁ ବାଛିବା ନିର୍ମାତାମାନଙ୍କର ଏକ ବିଶେଷ ପଦକ୍ଷେପ ଭାବେ ଦେଖାଯାଉଛି। ଏହା ଜିଲ୍ଲା ପାଇଁ ଗର୍ବର କଥା ବୋଲି ସ୍ଥାନୀୟ ଲୋକମାନେ ମନ୍ତବ୍ୟ ଦେଇଛନ୍ତି।
ଏହି ପ୍ରିମିୟର୍‌ରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି, ମିଡିଆ ପ୍ରତିନିଧି ଓ ଅନେକ ଦର୍ଶକ ଯୋଗଦେଇଥିଲେ। ଏହା ସମଗ୍ର ଜିଲ୍ଲା ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା।
‘ମୁରବୀ’ ଚଳଚ୍ଚିତ୍ରଟିକୁ CBFC ଦ୍ୱାରା UA 7+ ସର୍ଟିଫିକେଟ୍ ମିଳିଛି ଏବଂ ଏହା ପରିବାର ସହ ଦେଖିବାଯୋଗ୍ୟ ଚଳଚ୍ଚିତ୍ର ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ରଟି ଆସନ୍ତା ୧୪ ଏପ୍ରିଲରେ ସମଗ୍ର ଦେଶରେ ମୁକ୍ତିଲାଭ କରିବ l
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    21 hrs ago
  • *ମାଲକାନଗିରି ଜିଲ୍ଲାରେ ଜନଗଣନା-୨୦୨୭ ପାଇଁ ପ୍ରସ୍ତୁତି ଜୋରଦାର* *ଜିଲ୍ଲାପାଳଙ୍କ ଦ୍ୱାରା ଜନଗଣନା ରଥର ଶୁଭାରମ୍ଭ* ଆସନ୍ତା ୨୦୨୭ ଜନଗଣନାକୁ ସଫଳ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଜନଗଣନା ରଥ-୨୦୨୭ ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ମାଧ୍ୟମରେ ଗୃହ ଗଣନା ଓ ଜନଗଣନା ପ୍ରକ୍ରିୟା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଚଳିତ ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।ଡିଜିଟାଲ୍ ସ୍ୱ-ଗଣନା ମାଧ୍ଯମରେ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରେ ଜନସାଧାରଣ ନିଜେ se.census.gov.in ପୋର୍ଟାଲ୍ ବ୍ୟବହାର କରି ନିଜ ତଥ୍ୟ ଅନ୍‌ଲାଇନ୍ରେ ଦେଇପାରିବେ।କ୍ଷେତ୍ର ସ୍ତରୀୟ ଗଣନା ପାଇଁ ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ଗଣନାକାରୀମାନେ ଘରକୁ ଘର ବୁଲି ୩୩ଟି ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ।ଏହି ବୃହତ କାର୍ଯ୍ୟ ପାଇଁ ଜିଲ୍ଲାରେ ୧୨୭୯ ଜଣ ଗଣନାକାରୀ ଏବଂ ୨୨୨ ଜଣ ନିରୀକ୍ଷକ ନିୟୋଜିତ ହୋଇଛନ୍ତି। ଏପ୍ରିଲ ୧ ତାରିଖ ଠାରୁ ଏପ୍ରିଲ ୧୫ ସ୍ଵଗଣନା ଏବଂ ଏପ୍ରିଲ ୧୭ ରୁ ମେ ୧୫ ଏହି ତିରିଶି ଦିନ ପାଇଁ ପ୍ରକୃତ ଗୃହଗଣନା ଘରେ ଘରେ ହେବ। ଜନଗଣନା ଆସନ୍ତା ଫେବୃଆରୀ ୨୦୨୭ ରେ ହେବ । ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ଜନଗଣନା ଅଧିକାରୀ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ଉପଖଣ୍ଡ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ଡେପୁଟି ଜନଗଣନା ଅଧିକାରୀ ମୁନା ତୁରୁକ୍ ଏବଂ କେନ୍ଦ୍ରୀୟ ପ୍ରଭାରୀ ଅକ୍ଷୟ ମୁଦଗଲ୍ ପ୍ରମୁଖ ଉପସ୍ଥିତ ଥିଲେ। ଦେଶ ଓ ରାଜ୍ୟର ଭବିଷ୍ୟତ ଯୋଜନା ପାଇଁ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଜନସାଧାରଣ ସଠିକ୍ ତଥ୍ୟ ପ୍ରଦାନ କରି ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
    2
    *ମାଲକାନଗିରି ଜିଲ୍ଲାରେ ଜନଗଣନା-୨୦୨୭ ପାଇଁ ପ୍ରସ୍ତୁତି ଜୋରଦାର*
*ଜିଲ୍ଲାପାଳଙ୍କ ଦ୍ୱାରା ଜନଗଣନା ରଥର ଶୁଭାରମ୍ଭ*
ଆସନ୍ତା ୨୦୨୭ ଜନଗଣନାକୁ ସଫଳ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ  ଜନଗଣନା ରଥ-୨୦୨୭ ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ମାଧ୍ୟମରେ ଗୃହ ଗଣନା ଓ ଜନଗଣନା ପ୍ରକ୍ରିୟା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଚଳିତ ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।ଡିଜିଟାଲ୍ ସ୍ୱ-ଗଣନା ମାଧ୍ଯମରେ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରେ ଜନସାଧାରଣ ନିଜେ se.census.gov.in ପୋର୍ଟାଲ୍ ବ୍ୟବହାର କରି ନିଜ ତଥ୍ୟ ଅନ୍‌ଲାଇନ୍ରେ ଦେଇପାରିବେ।କ୍ଷେତ୍ର ସ୍ତରୀୟ ଗଣନା ପାଇଁ ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ଗଣନାକାରୀମାନେ ଘରକୁ ଘର ବୁଲି ୩୩ଟି ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ।ଏହି ବୃହତ କାର୍ଯ୍ୟ ପାଇଁ ଜିଲ୍ଲାରେ ୧୨୭୯ ଜଣ ଗଣନାକାରୀ  ଏବଂ ୨୨୨ ଜଣ ନିରୀକ୍ଷକ ନିୟୋଜିତ ହୋଇଛନ୍ତି। 
ଏପ୍ରିଲ ୧ ତାରିଖ ଠାରୁ ଏପ୍ରିଲ ୧୫ ସ୍ଵଗଣନା ଏବଂ ଏପ୍ରିଲ ୧୭ ରୁ ମେ ୧୫ ଏହି ତିରିଶି ଦିନ ପାଇଁ ପ୍ରକୃତ ଗୃହଗଣନା ଘରେ ଘରେ ହେବ। ଜନଗଣନା ଆସନ୍ତା ଫେବୃଆରୀ ୨୦୨୭ ରେ ହେବ । ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ଜନଗଣନା ଅଧିକାରୀ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ଉପଖଣ୍ଡ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ଡେପୁଟି ଜନଗଣନା ଅଧିକାରୀ ମୁନା ତୁରୁକ୍ ଏବଂ କେନ୍ଦ୍ରୀୟ ପ୍ରଭାରୀ ଅକ୍ଷୟ ମୁଦଗଲ୍ ପ୍ରମୁଖ ଉପସ୍ଥିତ ଥିଲେ। ଦେଶ ଓ ରାଜ୍ୟର ଭବିଷ୍ୟତ ଯୋଜନା ପାଇଁ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଜନସାଧାରଣ ସଠିକ୍ ତଥ୍ୟ ପ୍ରଦାନ କରି ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    23 hrs ago
  • ଜୟପୁର: ଗ୍ରୀଷ୍ମ ଋତୁର ତୀବ୍ର ତାପଦାହକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ସୁବିଧା ପାଇଁ କୋରାପୁଟ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।
    1
    ଜୟପୁର: ଗ୍ରୀଷ୍ମ ଋତୁର ତୀବ୍ର ତାପଦାହକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ସୁବିଧା ପାଇଁ କୋରାପୁଟ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    1 hr ago
  • କୋଟପାଡ଼ କଟପ୍ପା #kotpad #katapaa #kotpadkatapaa #viral #viralfbreels #katapaviralvideo
    1
    କୋଟପାଡ଼ କଟପ୍ପା #kotpad #katapaa #kotpadkatapaa #viral #viralfbreels #katapaviralvideo
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    6 hrs ago
  • ଜିଲ୍ଲା ପୋଲିସ ପଡ଼ିଆରେ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ
    1
    ଜିଲ୍ଲା ପୋଲିସ ପଡ଼ିଆରେ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ
    user_Koraput News
    Koraput News
    ସାମ୍ବାଦିକ କୋରାପୁଟ, କୋରାପୁଟ, ଓଡ଼ିଶା•
    7 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    19 hrs ago
  • ମାଲକାନଗିରି ଜିଲ୍ଲା ପୌରପରିଷଦ 8 ନମ୍ବର ୱାର୍ଡ ବୁଟିଗୁଡା ଗ୍ରାମରେ ଡ୍ରେନ କୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜକୁ ଛଅ ମାସ ଅଧିକ ହେବ ଡ୍ରେନ ରୁ ପ୍ଲେଟ କାଡିଦିଆ ଯାଇଛି କିନ୍ତୁ ତାହା ପୁନର୍ବାର ଡ୍ରେନ ଉପରେ ପକା ଯାଇ ନାହିଁ। ଯାହା ଫଳରେ ବୁଟିଗୁଡା ଗ୍ରାମବାସିଙ୍କୁ ଚଲା ବୁଲା କରିବାରେ ଅସୁବିଧା ହେଉଛି। ଡ୍ରେନ ଭିତରେ ବୃଦ୍ଧ ବାପା ମା ମାନେ ଛୋଟ ଛୋଟ ପିଲାମାନେ ପଡିଯିବା ସହିତ ଦିନକୁ ଦିନ ପିଲାଛୁଆ ମାନେ ମଧ୍ୟ ସେହି ଡ୍ରେନ ରେ ପଡ଼ିଯାଉଛନ୍ତି ଓ ଖଣ୍ଡିଆ ଖବରା ହେଉଛନ୍ତି । ଆଉ ଡ୍ରେନ ଭିତରୁ ଆସୁଥିବା ଦୁର୍ଗନ୍ଧ ହେତୁ ବିଭିନ୍ନ ପ୍ରକାର ରୋଗ ରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସି, ଦୁର୍ଗନ୍ଧ ହେତୁ ସାହି ର ଘରେ ରହିବା କଷ୍ଟକର ହେଇଯାଉଛି । ଏ ନେଇ ୮ ନମ୍ବର ୱାର୍ଡ ମେମ୍ବର କିଅବା ମୁନିସିପାଲିଟି ଚେଇରମେନ ଙ୍କୁ ଅବଗତ କରି ଲିଖିତ ଭାବେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ୮ ନମ୍ବର ୱାର୍ଡବାସି ମନ୍ତବ୍ୟ ଦେଇଛନ୍ତି। ଯେହେତୁ ଜିଲ୍ଲା ପ୍ରଶାସନ କୁ ଗ୍ରାମ ବାସୀଙ୍କ ତରଫରୁ ଅନୁରୋଧ କରାଯାଉଅଛି ଯେ "ବୁଟି ଗୁଡା" ୮ ନମ୍ବର ୱାର୍ଡବାସି ଏହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଗଲେ ଗ୍ରାମବାସୀ ଙ୍କ ଉନ୍ନତି ହୁଅନ୍ତା ଏବଂ ପ୍ରକୃତରେ ଭଗବାନ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ଆଶୀର୍ବାଦ କରନ୍ତେ।
    4
    ମାଲକାନଗିରି ଜିଲ୍ଲା ପୌରପରିଷଦ 8 ନମ୍ବର ୱାର୍ଡ ବୁଟିଗୁଡା ଗ୍ରାମରେ ଡ୍ରେନ କୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜକୁ ଛଅ ମାସ ଅଧିକ ହେବ ଡ୍ରେନ ରୁ ପ୍ଲେଟ କାଡିଦିଆ ଯାଇଛି କିନ୍ତୁ ତାହା ପୁନର୍ବାର ଡ୍ରେନ ଉପରେ ପକା ଯାଇ ନାହିଁ। ଯାହା ଫଳରେ ବୁଟିଗୁଡା ଗ୍ରାମବାସିଙ୍କୁ ଚଲା ବୁଲା କରିବାରେ ଅସୁବିଧା ହେଉଛି। ଡ୍ରେନ ଭିତରେ ବୃଦ୍ଧ ବାପା ମା ମାନେ ଛୋଟ ଛୋଟ  ପିଲାମାନେ ପଡିଯିବା ସହିତ ଦିନକୁ ଦିନ ପିଲାଛୁଆ ମାନେ ମଧ୍ୟ ସେହି ଡ୍ରେନ ରେ ପଡ଼ିଯାଉଛନ୍ତି ଓ ଖଣ୍ଡିଆ ଖବରା ହେଉଛନ୍ତି । ଆଉ ଡ୍ରେନ ଭିତରୁ ଆସୁଥିବା ଦୁର୍ଗନ୍ଧ ହେତୁ ବିଭିନ୍ନ ପ୍ରକାର ରୋଗ ରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସି, ଦୁର୍ଗନ୍ଧ ହେତୁ ସାହି  ର ଘରେ  ରହିବା କଷ୍ଟକର ହେଇଯାଉଛି । ଏ ନେଇ ୮ ନମ୍ବର ୱାର୍ଡ ମେମ୍ବର କିଅବା ମୁନିସିପାଲିଟି ଚେଇରମେନ  ଙ୍କୁ ଅବଗତ କରି ଲିଖିତ ଭାବେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ୮ ନମ୍ବର ୱାର୍ଡବାସି ମନ୍ତବ୍ୟ ଦେଇଛନ୍ତି। ଯେହେତୁ ଜିଲ୍ଲା ପ୍ରଶାସନ କୁ ଗ୍ରାମ ବାସୀଙ୍କ ତରଫରୁ ଅନୁରୋଧ କରାଯାଉଅଛି ଯେ "ବୁଟି ଗୁଡା"  ୮ ନମ୍ବର ୱାର୍ଡବାସି ଏହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଗଲେ ଗ୍ରାମବାସୀ ଙ୍କ ଉନ୍ନତି ହୁଅନ୍ତା ଏବଂ ପ୍ରକୃତରେ ଭଗବାନ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ଆଶୀର୍ବାଦ କରନ୍ତେ।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.