logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅମରପାଲି ୟୁପି ସ୍କୁଲ ରେ ସୁରକ୍ଷା ସପ୍ତାହ ପାଳନ - ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ନୋଡାଲ ୟୁପି ସ୍କୁଲ ରେ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ଜଗଦଲା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଏବଂ ସ୍ୱେଚ୍ଛାସେବୀ ଅଶୋକ କୁମାର ସାହୁ ଓ ସ୍କୁଲ ପରିଚାଳନା କମିଟି ର ଉପସଭାପତି ଜୟନ୍ତୀ ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଶିକ୍ଷକ ତପକିରଣ ସାହୁ ସଭା କାର୍ଯ୍ୟ ସଂଯୋଜନା କରିଥିବା ବେଳେ ରାଜୀବ ଦୀପ ସ୍ୱାଗତ ଭାଷଣ ଓ ସନ୍ତୋଷ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଶିକ୍ଷକ ଆକାଶ କ୍ଷେତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍କୁଲର ଛାତ୍ରୀଛାତ୍ର ଙ୍କୁ ନେଇ କୁଇଜ୍, ବକୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା। କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

3 hrs ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
3 hrs ago
d1b7ab30-0e24-4dfd-ab51-df3c1a0f3a2f

ଅମରପାଲି ୟୁପି ସ୍କୁଲ ରେ ସୁରକ୍ଷା ସପ୍ତାହ ପାଳନ - ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ନୋଡାଲ ୟୁପି ସ୍କୁଲ ରେ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ଜଗଦଲା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଏବଂ ସ୍ୱେଚ୍ଛାସେବୀ ଅଶୋକ କୁମାର ସାହୁ ଓ ସ୍କୁଲ ପରିଚାଳନା କମିଟି ର ଉପସଭାପତି ଜୟନ୍ତୀ ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଶିକ୍ଷକ ତପକିରଣ ସାହୁ ସଭା କାର୍ଯ୍ୟ ସଂଯୋଜନା କରିଥିବା ବେଳେ ରାଜୀବ ଦୀପ ସ୍ୱାଗତ ଭାଷଣ ଓ ସନ୍ତୋଷ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଶିକ୍ଷକ ଆକାଶ କ୍ଷେତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍କୁଲର ଛାତ୍ରୀଛାତ୍ର ଙ୍କୁ ନେଇ କୁଇଜ୍, ବକୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା। କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l
    1
    ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l
ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ​ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍‌ ଚଢ଼ାଉ କରି ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ​ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ​ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ​ଅବକାରୀ ଇନ୍ସପେକ୍ଟର ଏସ୍‌.କେ. ମିଶ୍ର, ଏଏସ୍‌ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।
    1
    ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ 
​ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍‌ ଚଢ଼ାଉ କରି
୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ​ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ​ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ​ଅବକାରୀ ଇନ୍ସପେକ୍ଟର ଏସ୍‌.କେ. ମିଶ୍ର, ଏଏସ୍‌ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।
    user_Ranjan Kumar Dash
    Ranjan Kumar Dash
    Local News Reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
    1
    ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ  କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ  କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
    user_Priya brata sahoo
    Priya brata sahoo
    ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    9 hrs ago
  • ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ୧ କ୍ୱିଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ
    1
    ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ୧ କ୍ୱିଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ
    user_Bansidhar Majhi
    Bansidhar Majhi
    Voice of people କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • ୧କ୍ୱିଣ୍ଟାଲ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଘଟଣା ସ୍ଥଳରୁ ମାଫିଆ ଫେରାର ଆଜି ମନମୁଣ୍ଡା ଥାନା ପୋଲିସ ଟିମ ଶଗଡା ଫାଣ୍ଡି ଅନ୍ତର୍ଗତ ସିଗାଡି ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗ୍ରାମ ଜଙ୍ଗଲ ନିକଟରେ ଚୋରା ଚାଲାଣ ପାଇଁ ରଖା ଯାଇଥିବା ୨ଗୋଟି ବସ୍ତାରେ ଗଞ୍ଜେଇ ପାଇଥିଲେ । ମାଜିଷ୍ଟେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ୧ କୁଇଣ୍ଟାଲ ହୋଇଥିଲା । କିଛି ଅଜଣା ଲୋକ ଉକ୍ତ ଗଞ୍ଜେଇ ପରିବହନ ନିମନ୍ତେ ଗଚ୍ଛିତ ରଖିଥିଲେ । ଏ ନେଇ ମନମୁଣ୍ଡା ଥାନାରେ ୩୪୫/୨୬ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବ ବେହେରା ସୂଚନା ଦେଇଛନ୍ତି | ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ସମୁଦାୟ ୧୧ ଟି ମାମଲା ରୁଜୁ କରି ୩୨ ଜଣ ଲୋକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସମୁଦାୟ ୩୯କୁଇଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।
    2
    ୧କ୍ୱିଣ୍ଟାଲ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଘଟଣା ସ୍ଥଳରୁ ମାଫିଆ ଫେରାର 
ଆଜି ମନମୁଣ୍ଡା ଥାନା ପୋଲିସ ଟିମ ଶଗଡା ଫାଣ୍ଡି ଅନ୍ତର୍ଗତ ସିଗାଡି ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗ୍ରାମ ଜଙ୍ଗଲ ନିକଟରେ ଚୋରା ଚାଲାଣ ପାଇଁ ରଖା ଯାଇଥିବା ୨ଗୋଟି ବସ୍ତାରେ ଗଞ୍ଜେଇ ପାଇଥିଲେ । ମାଜିଷ୍ଟେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ୧ କୁଇଣ୍ଟାଲ ହୋଇଥିଲା । କିଛି ଅଜଣା ଲୋକ ଉକ୍ତ ଗଞ୍ଜେଇ ପରିବହନ ନିମନ୍ତେ ଗଚ୍ଛିତ ରଖିଥିଲେ । ଏ ନେଇ ମନମୁଣ୍ଡା ଥାନାରେ ୩୪୫/୨୬ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବ ବେହେରା ସୂଚନା ଦେଇଛନ୍ତି | ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ସମୁଦାୟ ୧୧ ଟି ମାମଲା ରୁଜୁ କରି ୩୨ ଜଣ ଲୋକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସମୁଦାୟ ୩୯କୁଇଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।
    user_Hrudananda Meher
    Hrudananda Meher
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • ଆସନ୍ତାକାଲି ରାକ୍ଷୀପୂର୍ଣ୍ଣିମା । ଆଜି କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାସ୍ଥିତ ମଲିକ ହୋଟେଲରେ ମିଠା କିଣିବାପାଇଁ ଭଉଣୀ ଭାଇଙ୍କ ବହୁତ ଭିଡ଼ ।
    1
    ଆସନ୍ତାକାଲି ରାକ୍ଷୀପୂର୍ଣ୍ଣିମା । ଆଜି କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାସ୍ଥିତ ମଲିକ ହୋଟେଲରେ ମିଠା କିଣିବାପାଇଁ ଭଉଣୀ ଭାଇଙ୍କ ବହୁତ ଭିଡ଼ ।
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    4 hrs ago
  • ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଅଙ୍କୁର ଯାଦବଙ୍କ ଆହ୍ୱାନରେ ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ସମ୍ପାଦକ ଶ୍ରୀ ଉମାକାନ୍ତ ବାଗ ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ସଭାରେ ଉପସ୍ଥିତ ଥିବା ବରିଷ୍ଠ ଉପଦେଷ୍ଟା ଶ୍ରୀ ଅର୍ଜୁନ କୁମାର ଧଙ୍ଗଡ଼ାମାଝୀ, ଶ୍ରୀ ପୂର୍ଣଚନ୍ଦ୍ର ଗୌଡ଼ ଶ୍ରୀ ଶ୍ରବଣ କୁମାର ଗୁପ୍ତ ଓ ଶ୍ରୀ ସୀତାରାମ ଘି ଦୀପଧୂପ ଦେଇଥିଲେ l ସ୍ବର୍ଗତ ବି. ପି. ମଣ୍ଡଳଙ୍କୁ ତାଙ୍କ ଅବଦାନକୁ ମନେପକାଇ ଶ୍ରୀଯୁକ୍ତ ଶ୍ରବଣ କୁମାର ଗୁପ୍ତ ଉପସ୍ଥିତ ଥିବା ସମସ୍ତଙ୍କୁ ଅବଗତ କରାଇଥିଲେ l ସ୍ବର୍ଗତ ବିନ୍ଦେଶ୍ବରୀ ପ୍ରସାଦ ମଣ୍ଡଳ ସାମାଜିକ ନ୍ୟାୟ ଓ ସମାଜ ଗଠନରେ ପ୍ରମୁଖ ଭୂମିକା ନିଭେଇବା ସହିତ ୫୨% ଓବିସି ଙ୍କୁ ସମ୍ବିଧାନର ଧାରା ୩୪୦ ଅନୁଯାଇ ସ୍ୱତନ୍ତ୍ର ଅଧିକାର ଦେବା ପାଇଁ ଏକ କମିଟି ଗଠନ କରି ତାହାର ଅଧକ୍ଷ ଭାବେ ନିଯୁକ୍ତି ହୋଇଥିଲେ l ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ସମୟ ଧରି କଠିନ୍ନ ପରିଶ୍ରମ କଲାପରେ ତତକାଲିନା ସରକାର ଙ୍କୁ ଏକ ସଫଳ ଡ୍ରାଫ୍ଟ ପ୍ରସ୍ତୁତ କରି ସମର୍ପିତ କରିଥିଲେ l ଓବିସି ମାନଙ୍କର ସମସ୍ୟା ଓ ତାହାର ସମାଧାନ ପାଇଁ ଭାରତ ସରକାରଙ୍କୁ ଜଣାଇଥିଲେ l ସେହିଦିନ ଠାରୁ ଭାରତର ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଥିଲା l ଉକ୍ତ ସଭାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କ ବିଷୟରେ କିମ୍ବା ଆଜିର ସମାଜର ସ୍ଥିତି ଓ ଆବଶ୍ୟକତାକୁ ନେଇ କିଛି କିଛି ଆଲୋଚନା କରିଥିଲେ l ପରିଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଅର୍ଜୁନ କୁମାର ଭାଟି ଧନ୍ୟବାଦ ଦେଇ ସଭାକୁ ସାଙ୍ଗ ଘୋଷଣା କରିଥିଲେ l
    1
    ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l 
ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l 
ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଅଙ୍କୁର ଯାଦବଙ୍କ ଆହ୍ୱାନରେ ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ସମ୍ପାଦକ ଶ୍ରୀ ଉମାକାନ୍ତ ବାଗ ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ସଭାରେ ଉପସ୍ଥିତ ଥିବା ବରିଷ୍ଠ ଉପଦେଷ୍ଟା ଶ୍ରୀ ଅର୍ଜୁନ କୁମାର ଧଙ୍ଗଡ଼ାମାଝୀ, ଶ୍ରୀ ପୂର୍ଣଚନ୍ଦ୍ର ଗୌଡ଼  ଶ୍ରୀ ଶ୍ରବଣ କୁମାର ଗୁପ୍ତ ଓ ଶ୍ରୀ ସୀତାରାମ ଘି ଦୀପଧୂପ ଦେଇଥିଲେ l ସ୍ବର୍ଗତ ବି. ପି. ମଣ୍ଡଳଙ୍କୁ ତାଙ୍କ  ଅବଦାନକୁ ମନେପକାଇ  ଶ୍ରୀଯୁକ୍ତ ଶ୍ରବଣ କୁମାର ଗୁପ୍ତ  ଉପସ୍ଥିତ ଥିବା ସମସ୍ତଙ୍କୁ ଅବଗତ କରାଇଥିଲେ l  ସ୍ବର୍ଗତ ବିନ୍ଦେଶ୍ବରୀ ପ୍ରସାଦ ମଣ୍ଡଳ ସାମାଜିକ ନ୍ୟାୟ ଓ ସମାଜ ଗଠନରେ ପ୍ରମୁଖ ଭୂମିକା ନିଭେଇବା ସହିତ ୫୨% ଓବିସି ଙ୍କୁ ସମ୍ବିଧାନର ଧାରା ୩୪୦ ଅନୁଯାଇ  ସ୍ୱତନ୍ତ୍ର ଅଧିକାର ଦେବା ପାଇଁ ଏକ କମିଟି ଗଠନ କରି ତାହାର ଅଧକ୍ଷ ଭାବେ ନିଯୁକ୍ତି ହୋଇଥିଲେ l ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ସମୟ ଧରି କଠିନ୍ନ ପରିଶ୍ରମ କଲାପରେ ତତକାଲିନା ସରକାର ଙ୍କୁ ଏକ ସଫଳ ଡ୍ରାଫ୍ଟ ପ୍ରସ୍ତୁତ କରି ସମର୍ପିତ କରିଥିଲେ l ଓବିସି ମାନଙ୍କର ସମସ୍ୟା ଓ ତାହାର ସମାଧାନ ପାଇଁ ଭାରତ ସରକାରଙ୍କୁ ଜଣାଇଥିଲେ l ସେହିଦିନ ଠାରୁ ଭାରତର ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଥିଲା l ଉକ୍ତ ସଭାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କ ବିଷୟରେ କିମ୍ବା ଆଜିର ସମାଜର ସ୍ଥିତି ଓ ଆବଶ୍ୟକତାକୁ ନେଇ କିଛି କିଛି ଆଲୋଚନା କରିଥିଲେ l ପରିଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ  ଅର୍ଜୁନ କୁମାର ଭାଟି ଧନ୍ୟବାଦ ଦେଇ ସଭାକୁ ସାଙ୍ଗ ଘୋଷଣା କରିଥିଲେ l
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    5 hrs ago
  • ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ହୋଇଯାଇଛି l ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ଲଛିପୁର, ୨୫/୮: ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଛିପୁର ଠାରେ ଆଜି, ୨୫ ଅଗଷ୍ଟ ୨୦୨୬ ଠାରୁ ଆସନ୍ତା ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସଂସ୍କୃତ ସପ୍ତାହ ପାଳନ ଆରମ୍ଭ ହୋଇଛି। ଆଜି ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ଜ୍ଞାନ, ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ଅମୂଲ୍ୟ ଭଣ୍ଡାର ସଂସ୍କୃତ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ସହ ଏହାର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଲକ୍ଷ୍ୟ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ହୃଷୀକେଶ ଦେହେରୀ ଯୋଗଦେଇ ସଂସ୍କୃତ ଭାଷା ଓ ଯୋଗର ମହତ୍ତ୍ୱ ଉପରେ ନିଜର ମତ ରଖିଥିଲେ।ସେ କହିଥିଲେ, ସଂସ୍କୃତ ଭାଷା ଭାରତୀୟ ଜ୍ଞାନ ପରମ୍ପରାର ଏକ ମହାନ ଆଧାର। ବେଦ, ଉପନିଷଦ, ଭଗବଦ୍‌ଗୀତା, ଆୟୁର୍ବେଦ ଓ ଯୋଗଶାସ୍ତ୍ର ଭଳି ଜ୍ଞାନର ବିଶାଳ ଭଣ୍ଡାର ସଂସ୍କୃତ ଭାଷା ସହ ଗଭୀର ଭାବେ ଜଡ଼ିତ। ଯୋଗ ଓ ସଂସ୍କୃତ ପରସ୍ପର ପରିପୂରକ। ଯୋଗର ମୂଳ ତତ୍ତ୍ୱ ଓ ଶାସ୍ତ୍ରୀୟ ଧାରଣାକୁ ବୁଝିବାରେ ସଂସ୍କୃତ ଜ୍ଞାନର ଗୁରୁତ୍ୱ ରହିଛି। ତେଣୁ ଛାତ୍ରଛାତ୍ରୀମାନେ ସଂସ୍କୃତ ସହ ଯୋଗକୁ ମଧ୍ୟ ନିଜ ଜୀବନରେ ଆପଣାଇବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅଜିତ କୁମାର ରଣା ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ CRCC ପ୍ରଫୁଲ୍ଲ କୁମାର ବିଶ୍ୱାଳ ଯୋଗଦେଇ ସଂସ୍କୃତ ଭାଷାର ଉପାଦେୟତା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଜୀବନରେ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟାନ୍ୟ ଅତିଥି ଭାବେ SMC ଉପସଭାପତି ବାସନ୍ତୀ ବାଘ, ପଞ୍ଚସଖା ସେତୁର ସଭାପତି ସାଚ୍ଚିଦାନନ୍ଦ ସାହୁ ଓ ଶଙ୍କର ପ୍ରସାଦ ସା ଯୋଗଦେଇଥିଲେ। ସେମାନେ ସଂସ୍କୃତ ଭାଷାର ସୁରକ୍ଷା, ପ୍ରଚାର-ପ୍ରସାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ପ୍ରତି ଆଗ୍ରହ ସୃଷ୍ଟି ଦିଗରେ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତ ରଖିଥିଲେ।ସଂସ୍କୃତ ସପ୍ତାହ ଅବସରରେ ଶ୍ଲୋକ ପାଠ, ସଂସ୍କୃତ ଭାଷଣ, ସୁଭାଷିତ ପାଠ, ସଂସ୍କୃତ ନୃତ୍ୟ, ଲଘୁନାଟକ ସମେତ ବିଭିନ୍ନ ଶିକ୍ଷାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭାଷାଜ୍ଞାନ, ସୃଜନଶୀଳତା ଓ ଭାରତୀୟ ସଂସ୍କୃତି ପ୍ରତି ଗର୍ବବୋଧ ବୃଦ୍ଧି କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସେବକ ସେବିକା ସଂପୂର୍ଣ୍ଣ ସହଯୋକ କରିଥଲେ।ଅରୁଣ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶାନ୍ତି ପାଠ ସହ ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
    1
    ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ହୋଇଯାଇଛି l
ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ
ଲଛିପୁର, ୨୫/୮: ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଛିପୁର ଠାରେ ଆଜି, ୨୫ ଅଗଷ୍ଟ ୨୦୨୬ ଠାରୁ ଆସନ୍ତା ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସଂସ୍କୃତ ସପ୍ତାହ ପାଳନ ଆରମ୍ଭ ହୋଇଛି। ଆଜି ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ଜ୍ଞାନ, ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ଅମୂଲ୍ୟ ଭଣ୍ଡାର ସଂସ୍କୃତ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ସହ ଏହାର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଲକ୍ଷ୍ୟ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ହୃଷୀକେଶ ଦେହେରୀ ଯୋଗଦେଇ ସଂସ୍କୃତ ଭାଷା ଓ ଯୋଗର ମହତ୍ତ୍ୱ ଉପରେ ନିଜର ମତ ରଖିଥିଲେ।ସେ କହିଥିଲେ, ସଂସ୍କୃତ ଭାଷା ଭାରତୀୟ ଜ୍ଞାନ ପରମ୍ପରାର ଏକ ମହାନ ଆଧାର। ବେଦ, ଉପନିଷଦ, ଭଗବଦ୍‌ଗୀତା, ଆୟୁର୍ବେଦ ଓ ଯୋଗଶାସ୍ତ୍ର ଭଳି ଜ୍ଞାନର ବିଶାଳ ଭଣ୍ଡାର ସଂସ୍କୃତ ଭାଷା ସହ ଗଭୀର ଭାବେ ଜଡ଼ିତ। ଯୋଗ ଓ ସଂସ୍କୃତ ପରସ୍ପର ପରିପୂରକ। ଯୋଗର ମୂଳ ତତ୍ତ୍ୱ ଓ ଶାସ୍ତ୍ରୀୟ ଧାରଣାକୁ ବୁଝିବାରେ ସଂସ୍କୃତ ଜ୍ଞାନର ଗୁରୁତ୍ୱ ରହିଛି। ତେଣୁ ଛାତ୍ରଛାତ୍ରୀମାନେ ସଂସ୍କୃତ ସହ ଯୋଗକୁ ମଧ୍ୟ ନିଜ ଜୀବନରେ ଆପଣାଇବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅଜିତ କୁମାର ରଣା ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ CRCC ପ୍ରଫୁଲ୍ଲ କୁମାର ବିଶ୍ୱାଳ ଯୋଗଦେଇ ସଂସ୍କୃତ ଭାଷାର ଉପାଦେୟତା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଜୀବନରେ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟାନ୍ୟ ଅତିଥି ଭାବେ SMC ଉପସଭାପତି ବାସନ୍ତୀ ବାଘ, ପଞ୍ଚସଖା ସେତୁର ସଭାପତି ସାଚ୍ଚିଦାନନ୍ଦ ସାହୁ ଓ ଶଙ୍କର ପ୍ରସାଦ ସା ଯୋଗଦେଇଥିଲେ। ସେମାନେ ସଂସ୍କୃତ ଭାଷାର ସୁରକ୍ଷା, ପ୍ରଚାର-ପ୍ରସାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ପ୍ରତି ଆଗ୍ରହ ସୃଷ୍ଟି ଦିଗରେ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତ ରଖିଥିଲେ।ସଂସ୍କୃତ ସପ୍ତାହ ଅବସରରେ ଶ୍ଲୋକ ପାଠ, ସଂସ୍କୃତ ଭାଷଣ, ସୁଭାଷିତ ପାଠ, ସଂସ୍କୃତ ନୃତ୍ୟ, ଲଘୁନାଟକ ସମେତ ବିଭିନ୍ନ ଶିକ୍ଷାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭାଷାଜ୍ଞାନ, ସୃଜନଶୀଳତା ଓ ଭାରତୀୟ ସଂସ୍କୃତି ପ୍ରତି ଗର୍ବବୋଧ ବୃଦ୍ଧି କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସେବକ ସେବିକା ସଂପୂର୍ଣ୍ଣ ସହଯୋକ କରିଥଲେ।ଅରୁଣ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶାନ୍ତି ପାଠ ସହ ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.