logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି। ପୁରୀର ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହରେ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୨୦ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଡକ୍ଟର ନୀଳକଣ୍ଠ ପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅନୁଷ୍ଠାନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଉଦଘାଟକ ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ଶିତାଂଶୁ ମୋହନ ଦ୍ବିବେଦୀ ଓ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଯୋଗଦେଇ ଗଙ୍ଗାଧର ମହାପାତ୍ରଙ୍କ ତ୍ୟାଗ, ଦେଶପ୍ରେମ ଓ ଓଡ଼ିଶାର ଉନ୍ନତିରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ଏହି ଅବସରରେ ଓଡ଼ିଶା ରାଜ୍ୟ ବାର କାଉନସିଲ ପକ୍ଷରୁ ଗଙ୍ଗାଧର ମହାପାତ୍ରଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ସେପରି, ଆଇନ ସେବା ଓ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବରିଷ୍ଠ ଆଇନଜୀବୀ ବିଜୟ ଦାଶ, ବନବିହାରୀ ନାୟକ, ସୁଶାନ୍ତ କୁମାର ରଥ ଓ ଶ୍ରେଷ୍ଠ ଆଇନ ସ୍ନାତକ ପବିତ୍ର ମୋହନ ଦଳାଇଙ୍କୁ “ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନ” ଦିଆଯାଇଥିଲା। ଅନୁଷ୍ଠାନର ଆରମ୍ଭରେ ପ୍ରଦୀପ ପ୍ରଜ୍ବଳନ ଓ ପୂଜା ଅର୍ଚ୍ଚନା ସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହାସହିତ, ଗଙ୍ଗାଧର ମହାପାତ୍ରଙ୍କ ଜନ୍ମସ୍ଥାନ ବିଶ୍ୱନାଥପୁରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରୀ ଗୋପୀନାଥଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ଉତ୍ସବରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକଙ୍କର ବିଶେଷ ଉପସ୍ଥିତି ଦେଖିବାକୁ ମିଳିଥିଲା।

9 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
9 hrs ago

ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି। ପୁରୀର ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହରେ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୨୦ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଡକ୍ଟର ନୀଳକଣ୍ଠ ପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅନୁଷ୍ଠାନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ

ଉଦଘାଟକ ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ଶିତାଂଶୁ ମୋହନ ଦ୍ବିବେଦୀ ଓ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଯୋଗଦେଇ ଗଙ୍ଗାଧର ମହାପାତ୍ରଙ୍କ ତ୍ୟାଗ, ଦେଶପ୍ରେମ ଓ ଓଡ଼ିଶାର ଉନ୍ନତିରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ଏହି ଅବସରରେ ଓଡ଼ିଶା

ରାଜ୍ୟ ବାର କାଉନସିଲ ପକ୍ଷରୁ ଗଙ୍ଗାଧର ମହାପାତ୍ରଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ସେପରି, ଆଇନ ସେବା ଓ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବରିଷ୍ଠ ଆଇନଜୀବୀ ବିଜୟ ଦାଶ, ବନବିହାରୀ ନାୟକ, ସୁଶାନ୍ତ କୁମାର ରଥ ଓ ଶ୍ରେଷ୍ଠ ଆଇନ ସ୍ନାତକ ପବିତ୍ର ମୋହନ ଦଳାଇଙ୍କୁ “ଗଙ୍ଗାଧର ମହାପାତ୍ର

ସ୍ମୃତି ସମ୍ମାନ” ଦିଆଯାଇଥିଲା। ଅନୁଷ୍ଠାନର ଆରମ୍ଭରେ ପ୍ରଦୀପ ପ୍ରଜ୍ବଳନ ଓ ପୂଜା ଅର୍ଚ୍ଚନା ସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହାସହିତ, ଗଙ୍ଗାଧର ମହାପାତ୍ରଙ୍କ ଜନ୍ମସ୍ଥାନ ବିଶ୍ୱନାଥପୁରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରୀ ଗୋପୀନାଥଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ଉତ୍ସବରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକଙ୍କର ବିଶେଷ ଉପସ୍ଥିତି ଦେଖିବାକୁ ମିଳିଥିଲା।

More news from ଓଡ଼ିଶା and nearby areas
  • Post by Manoj kumar baliyarsingh
    2
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    21 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ରଘୁ ଦିବାକର ଙ୍କ ବଳିଦାନର ଦିବସ ପାଳନ,,, ଅପ୍ରେଲ ଚାରି ଆଜିର ଦିନରେ ଫାସୀ ଖୁଣ୍ଟରେ ଝୁଲା ଯାଇଥିଲା ରଘୁ ଦିବାକର ଦୁଇ ଅମୁଲ୍ୟ ରତ୍ନ ଙ୍କୁ,,,
    1
    ରଘୁ ଦିବାକର ଙ୍କ ବଳିଦାନର ଦିବସ ପାଳନ,,,
ଅପ୍ରେଲ ଚାରି ଆଜିର ଦିନରେ ଫାସୀ ଖୁଣ୍ଟରେ ଝୁଲା ଯାଇଥିଲା ରଘୁ ଦିବାକର ଦୁଇ ଅମୁଲ୍ୟ ରତ୍ନ ଙ୍କୁ,,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    8 hrs ago
  • ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ବୁଝନ୍ତୁ,ଶିଖନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ସମାଜ ର ବିକାଶ କାମରେ ସହଯୋଗ କରନ୍ତୁ। ଆଜିର ଅନୁଚିନ୍ତା କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ ଚାନେଲ, ଓଡିଶା, ଭୁବନେଶ୍ୱର
    1
    ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ବୁଝନ୍ତୁ,ଶିଖନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ସମାଜ ର ବିକାଶ କାମରେ ସହଯୋଗ କରନ୍ତୁ।    
ଆଜିର ଅନୁଚିନ୍ତା 
କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ ଚାନେଲ, ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation Bhubaneswar (M.Corp.), Khordha•
    20 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • କଟକ ଲିଙ୍କ୍ ରୋଡର ଦୃଶ୍ୟ। ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। ବାରମ୍ବାର ରାସ୍ତା ରେ ଡିଜେଲ ଆମ ବସ୍ ଖରାପ ହେଉଥିବା ବେଳେ ରକ୍ଷଣ ବେକ୍ଷଣର ଅଭାବ ହେଉଥିବା ଅଭିଯୋଗ ହେଉଛି।
    1
    କଟକ ଲିଙ୍କ୍ ରୋଡର ଦୃଶ୍ୟ। ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। ବାରମ୍ବାର ରାସ୍ତା ରେ ଡିଜେଲ ଆମ ବସ୍ ଖରାପ ହେଉଥିବା ବେଳେ ରକ୍ଷଣ ବେକ୍ଷଣର ଅଭାବ ହେଉଥିବା ଅଭିଯୋଗ ହେଉଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    6 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    18 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    21 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.