logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ, ଦେବଗଡ ଜିଲା ବାରକୋଟ ବ୍ଲକ ସଇଡ଼ା ଗ୍ରାମ ପଞ୍ଚାୟତ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ, ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା ଗାଁରେ ଯେଉଁ ନଳକୂପ ରହିଛି ସେଥିରୁ ଅଧା ଅଚଳ ହୋଇପଡିଥିବା ବେଳେ ଯେଉଁ କେତୋଟି ବାକି ରହିଛି ସେଥିରେ ଲାଲ୍ ପାଣି ବାହାରୁଛି । ସେହି ପାଣିକୁ ବ୍ୟବହାର କରିବା ପାଇଁ ନଳ କୂପରେ ଘଣ୍ଟା ଘଣ୍ଟା ଲାଇନ୍ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ। ଲୋକଙ୍କୁ ମିଳୁନି ପିଇବା ପାଣି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। ବସୁଧା ଯୋଜନାରେ ଗାଁକୁ ପାଇପ୍ ପଡ଼ିଛି କିନ୍ତୁ ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ଏହା ବିଫଳ ହୋଇଛି । ଅବହେଳା ଯୋଗୁଁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବିଶୁଦ୍ଧ ପାନୀୟ ଜଳ । ରାତି ପାହିଲେ ଲୋକଙ୍କ ପାଣି ଚିନ୍ତା ବଢି ଯାଉଛି। ଗାଁରେ ଯେଉଁ ନଳକୂପ ରହିଛି ସେଥିରୁ ଅଧା ଅଚଳ ହୋଇପଡିଥିବା ବେଳେ ଯେଉଁ କେତୋଟି ବାକି ରହିଛି ସେଥିରେ ଲାଲ୍ ପାଣି ବାହାରୁଛି । ସେହି ପାଣିକୁ ବ୍ୟବହାର କରିବା ପାଇଁ ନଳ କୂପରେ ଘଣ୍ଟା ଘଣ୍ଟା ଲାଇନ୍ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ। ତେବେ ଏଭଳି ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସଇଡା ଗାଁରେ ଦେଖିବାକୁ ମିଳିଛି । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସଇଡା ଗ୍ରାମ । ଗାଁରେ ୫ଟି ସାହି ରହିଥିବାବେଳେ ପାଖାପାଖି ହଜାରେରୁ ଉର୍ଦ୍ଧ୍ବ ଲୋକ ଏଠାରେ ବସବାସ କରୁଛନ୍ତି । ଗାଁ ଠାରୁ ୩ କିଲୋମିଟର ଦୂରରେ ବସୁଧା ଯୋଜନାରେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଛି। ଗାଁରେ ଅଧା ପାଣି ପାଇପ୍ ମଧ୍ୟ ପଡ଼ିଛି । କିନ୍ତୁ ଗାଁ ଲୋକଙ୍କୁ ମିଳି ପାରୁନାହିଁ ବସୁଧା ଯୋଜନାରେ ପାଣି । ୫ ବର୍ଷ ପୂର୍ବେ ଗାଁରେ ଲାଗିଥିବା ପାଣି ପାଇପ୍ ଏବେ ଭାଙ୍ଗିରୁଜି ଯାଇଥିବା ବେଳେ ପାଣି ପାଇଁ ଲାଗିଥିବା ଅଧା ଷ୍ଟାଣ୍ଡପୋଷ୍ଟ ମଧ୍ୟ ଭାଙ୍ଗି ଗଲାଣି । ଯେଉଁ ଭଙ୍ଗା ଷ୍ଟାଣ୍ଡ ପୋଷ୍ଟ ରହିଛି ସେଠାରେ ଘଣ୍ଟା ଘଣ୍ଟା ଧରି ଜଗିଲେ ମଧ୍ୟ ପାଣି ଆସେନାହିଁ। ବର୍ଷ ତମାମ ଏଠାରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଗାଁରେ ଥିବା ଅଧିକାଂଶ ନଳକୂପ ସମ୍ପୁର୍ଣ୍ଣ ଅଚଳ ହୋଇପଡିଥିବା ବେଳେ ଯେଉଁ ଗୋଟିଏ ଦୁଇଟି ରହିଛି ସେଥିରେ ବହୁ କମ ପାଣି ବାହାରିବା ସହ ଲାଲ ଓ ଅପରିଷ୍କାର ପାଣି ଆସୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗାଁର ବଡ ସାହିରେ ରୁହନ୍ତି ୫ ଶହରୁ ଉର୍ଦ୍ଧ୍ବ ଲୋକ । ସାହିରେ ରହିଛି ୩ ଟି ନଳକୂପ। ସେଥିରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବାବେଳେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୫୦ରୁ ଉର୍ଦ୍ଧ୍ବ ପରିବାର । ଗୋଟିଏ ନଳକୂପରେ ପିଇବା ପାଣି ସଂଗ୍ରହ କରିବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଖରା ଦିନେ ଏହି ସମସ୍ୟା ଦ୍ଵିଗୁଣିତ ହୋଇଯାଏ । ଜଳସ୍ତର ଖସିଯିବାରୁ ନଳକୂପରୁ କମ ପାଣି ବାହାରେ । ଯାହା ଫଳରେ ଲୋକେ ବାଧ୍ୟ ହୋଇ ନଳକୂପର ଲାଲ୍ ପାଣି ବ୍ୟବହାର କରନ୍ତି । ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇ ପାରୁ ନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ପାଣି ସମସ୍ୟା ନେଇ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କିନ୍ତୁ ଏଯାଏଁ ଗାଁରେ କୌଣସି ପ୍ରକାର ସମସ୍ୟାକୁ ଦୃଷ୍ଟି ଦିଆଯାଇ ନାହିଁ । ଘଟଣା ସମ୍ପର୍କରେ ବାରକୋଟ ବିଡିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଦେଖାଯାଉ ଏ ଗାଁ ଲୋକଙ୍କ ପାଣି ସମସ୍ୟା କେବେ ଦୂର ହେଉଛି ।

14 hrs ago
user_ବାରକୋଟ ଖବର
ବାରକୋଟ ଖବର
Court reporter Barkot, Deogarh•
14 hrs ago

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ, ଦେବଗଡ ଜିଲା ବାରକୋଟ ବ୍ଲକ ସଇଡ଼ା ଗ୍ରାମ ପଞ୍ଚାୟତ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ, ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା ଗାଁରେ ଯେଉଁ ନଳକୂପ ରହିଛି ସେଥିରୁ ଅଧା ଅଚଳ ହୋଇପଡିଥିବା ବେଳେ ଯେଉଁ କେତୋଟି ବାକି ରହିଛି ସେଥିରେ ଲାଲ୍ ପାଣି ବାହାରୁଛି । ସେହି ପାଣିକୁ ବ୍ୟବହାର କରିବା ପାଇଁ ନଳ କୂପରେ ଘଣ୍ଟା ଘଣ୍ଟା ଲାଇନ୍ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ। ଲୋକଙ୍କୁ ମିଳୁନି ପିଇବା ପାଣି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। ବସୁଧା ଯୋଜନାରେ ଗାଁକୁ ପାଇପ୍ ପଡ଼ିଛି କିନ୍ତୁ ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ଏହା ବିଫଳ ହୋଇଛି । ଅବହେଳା ଯୋଗୁଁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବିଶୁଦ୍ଧ ପାନୀୟ ଜଳ । ରାତି ପାହିଲେ ଲୋକଙ୍କ ପାଣି ଚିନ୍ତା ବଢି ଯାଉଛି। ଗାଁରେ ଯେଉଁ ନଳକୂପ ରହିଛି ସେଥିରୁ ଅଧା ଅଚଳ ହୋଇପଡିଥିବା ବେଳେ ଯେଉଁ କେତୋଟି ବାକି ରହିଛି ସେଥିରେ ଲାଲ୍ ପାଣି ବାହାରୁଛି । ସେହି ପାଣିକୁ ବ୍ୟବହାର କରିବା ପାଇଁ ନଳ କୂପରେ ଘଣ୍ଟା ଘଣ୍ଟା ଲାଇନ୍ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ। ତେବେ ଏଭଳି ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସଇଡା ଗାଁରେ ଦେଖିବାକୁ ମିଳିଛି । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସଇଡା ଗ୍ରାମ । ଗାଁରେ ୫ଟି ସାହି ରହିଥିବାବେଳେ ପାଖାପାଖି ହଜାରେରୁ ଉର୍ଦ୍ଧ୍ବ ଲୋକ ଏଠାରେ ବସବାସ କରୁଛନ୍ତି । ଗାଁ ଠାରୁ ୩ କିଲୋମିଟର ଦୂରରେ ବସୁଧା ଯୋଜନାରେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଛି। ଗାଁରେ ଅଧା ପାଣି ପାଇପ୍ ମଧ୍ୟ ପଡ଼ିଛି । କିନ୍ତୁ ଗାଁ ଲୋକଙ୍କୁ ମିଳି ପାରୁନାହିଁ ବସୁଧା ଯୋଜନାରେ ପାଣି । ୫ ବର୍ଷ ପୂର୍ବେ ଗାଁରେ ଲାଗିଥିବା ପାଣି ପାଇପ୍ ଏବେ ଭାଙ୍ଗିରୁଜି ଯାଇଥିବା ବେଳେ ପାଣି ପାଇଁ

ଲାଗିଥିବା ଅଧା ଷ୍ଟାଣ୍ଡପୋଷ୍ଟ ମଧ୍ୟ ଭାଙ୍ଗି ଗଲାଣି । ଯେଉଁ ଭଙ୍ଗା ଷ୍ଟାଣ୍ଡ ପୋଷ୍ଟ ରହିଛି ସେଠାରେ ଘଣ୍ଟା ଘଣ୍ଟା ଧରି ଜଗିଲେ ମଧ୍ୟ ପାଣି ଆସେନାହିଁ। ବର୍ଷ ତମାମ ଏଠାରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଗାଁରେ ଥିବା ଅଧିକାଂଶ ନଳକୂପ ସମ୍ପୁର୍ଣ୍ଣ ଅଚଳ ହୋଇପଡିଥିବା ବେଳେ ଯେଉଁ ଗୋଟିଏ ଦୁଇଟି ରହିଛି ସେଥିରେ ବହୁ କମ ପାଣି ବାହାରିବା ସହ ଲାଲ ଓ ଅପରିଷ୍କାର ପାଣି ଆସୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗାଁର ବଡ ସାହିରେ ରୁହନ୍ତି ୫ ଶହରୁ ଉର୍ଦ୍ଧ୍ବ ଲୋକ । ସାହିରେ ରହିଛି ୩ ଟି ନଳକୂପ। ସେଥିରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବାବେଳେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୫୦ରୁ ଉର୍ଦ୍ଧ୍ବ ପରିବାର । ଗୋଟିଏ ନଳକୂପରେ ପିଇବା ପାଣି ସଂଗ୍ରହ କରିବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଖରା ଦିନେ ଏହି ସମସ୍ୟା ଦ୍ଵିଗୁଣିତ ହୋଇଯାଏ । ଜଳସ୍ତର ଖସିଯିବାରୁ ନଳକୂପରୁ କମ ପାଣି ବାହାରେ । ଯାହା ଫଳରେ ଲୋକେ ବାଧ୍ୟ ହୋଇ ନଳକୂପର ଲାଲ୍ ପାଣି ବ୍ୟବହାର କରନ୍ତି । ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇ ପାରୁ ନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ପାଣି ସମସ୍ୟା ନେଇ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କିନ୍ତୁ ଏଯାଏଁ ଗାଁରେ କୌଣସି ପ୍ରକାର ସମସ୍ୟାକୁ ଦୃଷ୍ଟି ଦିଆଯାଇ ନାହିଁ । ଘଟଣା ସମ୍ପର୍କରେ ବାରକୋଟ ବିଡିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଦେଖାଯାଉ ଏ ଗାଁ ଲୋକଙ୍କ ପାଣି ସମସ୍ୟା କେବେ ଦୂର ହେଉଛି ।

  • user_ବାରକୋଟ ଖବର
    ବାରକୋଟ ଖବର
    Barkot, Deogarh
    🙏
    14 hrs ago
More news from ଓଡ଼ିଶା and nearby areas
  • କାଳିଆପାଣିରେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା: ସ୍ଥାନୀୟ ମହଲ ରେ ଚର୍ଚ୍ଚା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ବଢ଼ିଛି। ଏହି କମ୍ପ୍ଲେକ୍ସ ଦ୍ୱାରା ଅନେକ ଛୋଟ ବ୍ୟବସାୟୀ ଓ ଯୁବକ ରୋଜଗାର ସୁଯୋଗ ପାଉଥିଲେ ବୋଲି କୁହାଯାଉଛି। ତେଣୁ ଏହାର ଭଙ୍ଗା କାର୍ଯ୍ୟବାହୀ ସ୍ଥାନୀୟ ମହଳରେ ପ୍ରଭାବ ପକାଇଛି। ଅନ୍ୟପଟେ, ପ୍ରଶାସନ ପକ୍ଷରୁ କାନୁନ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି। ସମସ୍ତ ପ୍ରସଙ୍ଗର ସଠିକ ତଥ୍ୟ ସ୍ପଷ୍ଟ ହେବା ଏବଂ ଆଇନ ଅନୁସାରେ ନିଷ୍ପକ୍ଷ ତଦନ୍ତ ହେବାକୁ ସାଧାରଣ ଲୋକ ଆଶା କରୁଛନ୍ତି। ଲୋକତନ୍ତ୍ରରେ ପାରଦର୍ଶିତା ଓ ନ୍ୟାୟ ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଉଚିତ। ଆଗାମୀ ଦିନରେ ଏହି ଘଟଣା କେମିତି ଦିଗନିର୍ଦ୍ଦେଶ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି। #kaliapani #Sukinda #JajpurOdisha #LocalNews #PublicConcern #RuleOfLaw #transparency #rajendra #kaliapaniUpdate #highlight
    2
    କାଳିଆପାଣିରେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା: ସ୍ଥାନୀୟ ମହଲ ରେ ଚର୍ଚ୍ଚା
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି।
ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ବଢ଼ିଛି। ଏହି କମ୍ପ୍ଲେକ୍ସ ଦ୍ୱାରା ଅନେକ ଛୋଟ ବ୍ୟବସାୟୀ ଓ ଯୁବକ ରୋଜଗାର ସୁଯୋଗ ପାଉଥିଲେ ବୋଲି କୁହାଯାଉଛି। ତେଣୁ ଏହାର ଭଙ୍ଗା କାର୍ଯ୍ୟବାହୀ ସ୍ଥାନୀୟ ମହଳରେ ପ୍ରଭାବ ପକାଇଛି।
ଅନ୍ୟପଟେ, ପ୍ରଶାସନ ପକ୍ଷରୁ କାନୁନ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି। ସମସ୍ତ ପ୍ରସଙ୍ଗର ସଠିକ ତଥ୍ୟ ସ୍ପଷ୍ଟ ହେବା ଏବଂ ଆଇନ ଅନୁସାରେ ନିଷ୍ପକ୍ଷ ତଦନ୍ତ ହେବାକୁ ସାଧାରଣ ଲୋକ ଆଶା କରୁଛନ୍ତି।
ଲୋକତନ୍ତ୍ରରେ ପାରଦର୍ଶିତା ଓ ନ୍ୟାୟ ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଉଚିତ। ଆଗାମୀ ଦିନରେ ଏହି ଘଟଣା କେମିତି ଦିଗନିର୍ଦ୍ଦେଶ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
#kaliapani #Sukinda #JajpurOdisha #LocalNews #PublicConcern #RuleOfLaw #transparency  #rajendra #kaliapaniUpdate #highlight
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    17 hrs ago
  • ହରଭଙ୍ଗା ବ୍ଲକରେ ବିଶ୍ୱ ମାତୃଭାଷା ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହରାଭଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ଫେବୃଆରୀ ୨୧ ବିଶ୍ୱ ମାତୃଭାଷା ଦିବସ ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ବାର୍ତ୍ତା ଦେବାସହ ଶୋଭାଯାତ୍ରା ରେ ଗ୍ରାମ ସାହି ପରିକ୍ରମା କରାଯାଉଥିବା ଦେଖିବାକୁ ମିଳିଥିଲା। ବ୍ଲଚ୍ଚ ର ଛତରଙ୍ଗ, ଖରାଭୂଇଁ, ନୂଆପଡା, କୁସଙ୍ଗ, ହରଭଙ୍ଗା ସମେତ ସମସ୍ତ ବିଦ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛତରଙ୍ଗ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ବଜ଼ାର ପରିକ୍ରମା କରିଥିଲେ। ଏହି ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟତ୍ରୀ, ଗୁରୁଜୀ ଗୁରୁମା, ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।
    1
    ହରଭଙ୍ଗା ବ୍ଲକରେ ବିଶ୍ୱ ମାତୃଭାଷା ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହରାଭଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ  ଫେବୃଆରୀ ୨୧ ବିଶ୍ୱ ମାତୃଭାଷା ଦିବସ ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ବାର୍ତ୍ତା ଦେବାସହ ଶୋଭାଯାତ୍ରା ରେ ଗ୍ରାମ ସାହି ପରିକ୍ରମା କରାଯାଉଥିବା ଦେଖିବାକୁ ମିଳିଥିଲା। ବ୍ଲଚ୍ଚ ର ଛତରଙ୍ଗ, ଖରାଭୂଇଁ, ନୂଆପଡା, କୁସଙ୍ଗ, ହରଭଙ୍ଗା ସମେତ ସମସ୍ତ ବିଦ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛତରଙ୍ଗ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ବଜ଼ାର ପରିକ୍ରମା କରିଥିଲେ। ଏହି ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟତ୍ରୀ, ଗୁରୁଜୀ ଗୁରୁମା, ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।
    user_Mozilla Khabara
    Mozilla Khabara
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    6 hrs ago
  • କରଞ୍ଜିଆ,୨୧/୨(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବାଣୀତୀର୍ଥ ପରିସରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷା ପ୍ରଶାସକ ଅଲେଖ ଚନ୍ଦ୍ର ସେଠୀ ଯୋଗଦାନ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିବା କବି, ଲେଖକ ତଥା ପ୍ରାବନ୍ଧିକ ମାନଙ୍କର ସ୍ମୃତି ଚାରଣ ପୂର୍ବକ ଶିଶୁଙ୍କୁ ଉତ୍ସାହିତ କରିଥଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷକ ପଦନ ନାଏକ ଯୋଗଦାନ କରି ମାତୃଭାଷା ପ୍ରତି ଆମର ଶ୍ରଦ୍ଧା ଓ ସମ୍ମାନ ରହିଲେ ଏ ଜାତିର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ପରିଚାଳନା ସମିତିର ଉପସଭାପତି ଇଞ୍ଜିନିୟର ତ୍ରିଲୋଚନ ସେଠୀ ଏହି ଦିବସ ପାଳନର ଆଭିମୁଖ୍ୟ କଥନ କରିଥଲେ। ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ନୃତ୍ୟ, ଲୋକଗୀତ,ଅନ୍ତାକ୍ଷରୀ, କବିତା, ଗଳ୍ପକଥନ, ସୁଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁ ଓ ପରିଚାଳନା ସମିତିର କୋଷାଧ୍ୟକ୍ଷ କୈଳାଶ ମୁଦୁଲିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ସହଯୋଗ ପ୍ରଦାନ କରିଥିଲେ।
    1
    କରଞ୍ଜିଆ,୨୧/୨(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବାଣୀତୀର୍ଥ ପରିସରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷା ପ୍ରଶାସକ ଅଲେଖ ଚନ୍ଦ୍ର ସେଠୀ ଯୋଗଦାନ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିବା କବି, ଲେଖକ ତଥା ପ୍ରାବନ୍ଧିକ ମାନଙ୍କର ସ୍ମୃତି ଚାରଣ ପୂର୍ବକ ଶିଶୁଙ୍କୁ ଉତ୍ସାହିତ କରିଥଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷକ ପଦନ ନାଏକ ଯୋଗଦାନ କରି ମାତୃଭାଷା ପ୍ରତି ଆମର ଶ୍ରଦ୍ଧା ଓ ସମ୍ମାନ ରହିଲେ ଏ ଜାତିର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ପରିଚାଳନା ସମିତିର ଉପସଭାପତି ଇଞ୍ଜିନିୟର ତ୍ରିଲୋଚନ ସେଠୀ ଏହି ଦିବସ ପାଳନର ଆଭିମୁଖ୍ୟ କଥନ କରିଥଲେ। ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ନୃତ୍ୟ, ଲୋକଗୀତ,ଅନ୍ତାକ୍ଷରୀ, କବିତା, ଗଳ୍ପକଥନ, ସୁଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁ ଓ ପରିଚାଳନା ସମିତିର କୋଷାଧ୍ୟକ୍ଷ କୈଳାଶ ମୁଦୁଲିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ସହଯୋଗ ପ୍ରଦାନ କରିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    8 hrs ago
  • ବୌଦ୍ଧ ଜିଲ୍ଲା ପୁରୁଣାକଟକ ବ୍ୟାଙ୍କ୍ କଲୋନୀରେ ବଡ଼ ଧରଣର ବାଣ ବିସ୍ପୋରଣ I
    1
    ବୌଦ୍ଧ ଜିଲ୍ଲା ପୁରୁଣାକଟକ ବ୍ୟାଙ୍କ୍ କଲୋନୀରେ ବଡ଼ ଧରଣର ବାଣ ବିସ୍ପୋରଣ I
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    10 hrs ago
  • ପ୍ରାପ୍ତେଷୁ, ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ମୁଖ୍ୟମନ୍ତ୍ରୀ,ଓଡ଼ିଶା । Q ରେଞ୍ଜ ଅଧିକାରୀଙ୍କ ଜରିଆରେ, କେନ୍ଦୁପତ୍ର ସଂସ୍ଥା, ଓଡ଼ିଶା ସରକାର। ବିଷୟ :- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦାବୀ ପତ୍ର ସମ୍ପର୍କରେ । ମହାଶୟ, ଆଜି ଆମେ ନିମ୍ନ ସ୍ବାକ୍ଷରକାରୀ ତୋଳାଳୀ, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ ଏବଂ ଆନୁସଙ୍ଗିକ ଶ୍ରମିକ ମାନେ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଦାବୀ ପତ୍ର ଅନୁଯାୟୀ ଦାବୀ ପୂରଣ ପାଇଁ ଗଣ ଧାରଣା ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ । ଏଣୁ ଏହା ଆପଣଙ୍କ ଅବଗତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେବାକୁ ଆମେ ଅନୁରୋଧ କରୁଅଛୁ । ନିମ୍ନଲିଖିତ ପ୍ରଦତ୍ତ ଦାବୀ ଗୁଡ଼ିକ ହେଲା :- ୧) କେନ୍ଦୁପତ୍ର ତୋଳାଳୀ ମାନଙ୍କର କେନ୍ଦୁପତ୍ର କେରି ପ୍ରତି ଦର ବୃଦ୍ଧି କରାଯାଉ । ୨) ସିଜିନାଲ କର୍ମଚାରୀ ମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି ଅନୁପାତରେ ୨୦୨୪ ମସିହା ଜୁଲାଇ ୧୮ ତାରିଖରୁ ମାସିକ ମଜୁରୀ ବୃଦ୍ଧି କରାଯାଉ । ୩) ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ବଣ୍ଡଲ ପ୍ରତି ଦର ବୃଦ୍ଧି କରାଯାଉ । ୪) କେନ୍ଦୁପତ୍ର ଫଡି ଉଚ୍ଛେଦ ବନ୍ଦ କରାଯାଉ । ୫) ପ୍ରସ୍ତାବିତ ୫/୬ ଟି ଡିଭିଜନରେ ପରୋକ୍ଷ ଘରୋଇକରଣ ବନ୍ଦ କରାଯାଉ । ୬) କେନ୍ଦୁପତ୍ରରେ ଜି.ଏସ.ଟି. ହ୍ରାସ ପରେ ବିକ୍ରି ମୂଲ୍ୟ ବୃଦ୍ଧି ପାଇଁ ସମୀକ୍ଷା କରାଯାଉ । ୭) ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେ.ଏଲ.ଡି.ବି. ର ଆବଶ୍ୟକୀୟ ସଂଶୋଧନ ସହ ସଂଘର ମତାମତ ନେଇ ସଂଘର ସଦସ୍ୟ ମନୋନୀତ କରାଯାଉ । ୮) ପି.ସି.ସି.ଏଫ୍. ଙ୍କ ଅଧ୍ଯକ୍ଷତାରେ ଗଠିତ ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନଙ୍କ କଲ୍ୟାଣ ଟ୍ରଷ୍ଟ ବୋର୍ଡର ବୈଠକ ଶୀଘ୍ର ଆହ୍ବାନ କରାଯାଉ । ୯)ବୋନସ ପ୍ରଦାନ ଶତକଢା ହିସାବରେ ଗତ ବର୍ଷ ଠାରୁ ଅଧିକ ବୃଦ୍ଧି କରାଯାଉ । ୧୦) ମୃତକ ପରିବାରଙ୍କ ମୃତ୍ୟୁ କାଳୀନ ସହାୟତା ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ ।
    1
    ପ୍ରାପ୍ତେଷୁ,
ଶ୍ରୀ ମୋହନ ଚରଣ ମାଝୀ,
ମାନ୍ୟବର ମୁଖ୍ୟମନ୍ତ୍ରୀ,ଓଡ଼ିଶା ।
Q ରେଞ୍ଜ ଅଧିକାରୀଙ୍କ ଜରିଆରେ, କେନ୍ଦୁପତ୍ର ସଂସ୍ଥା, ଓଡ଼ିଶା ସରକାର।
ବିଷୟ :- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦାବୀ ପତ୍ର ସମ୍ପର୍କରେ ।
ମହାଶୟ,
ଆଜି ଆମେ ନିମ୍ନ ସ୍ବାକ୍ଷରକାରୀ ତୋଳାଳୀ, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ ଏବଂ ଆନୁସଙ୍ଗିକ ଶ୍ରମିକ ମାନେ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଦାବୀ ପତ୍ର ଅନୁଯାୟୀ ଦାବୀ ପୂରଣ ପାଇଁ ଗଣ ଧାରଣା ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ ।
ଏଣୁ ଏହା ଆପଣଙ୍କ ଅବଗତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେବାକୁ ଆମେ ଅନୁରୋଧ କରୁଅଛୁ ।
ନିମ୍ନଲିଖିତ ପ୍ରଦତ୍ତ ଦାବୀ ଗୁଡ଼ିକ ହେଲା :-
୧) କେନ୍ଦୁପତ୍ର ତୋଳାଳୀ ମାନଙ୍କର କେନ୍ଦୁପତ୍ର କେରି ପ୍ରତି ଦର ବୃଦ୍ଧି କରାଯାଉ ।
୨) ସିଜିନାଲ କର୍ମଚାରୀ ମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି ଅନୁପାତରେ ୨୦୨୪ ମସିହା ଜୁଲାଇ ୧୮ ତାରିଖରୁ ମାସିକ ମଜୁରୀ ବୃଦ୍ଧି କରାଯାଉ ।
୩) ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ବଣ୍ଡଲ ପ୍ରତି ଦର ବୃଦ୍ଧି କରାଯାଉ ।
୪) କେନ୍ଦୁପତ୍ର ଫଡି ଉଚ୍ଛେଦ ବନ୍ଦ କରାଯାଉ ।
୫) ପ୍ରସ୍ତାବିତ ୫/୬ ଟି ଡିଭିଜନରେ ପରୋକ୍ଷ ଘରୋଇକରଣ ବନ୍ଦ କରାଯାଉ ।
୬) କେନ୍ଦୁପତ୍ରରେ ଜି.ଏସ.ଟି. ହ୍ରାସ ପରେ ବିକ୍ରି ମୂଲ୍ୟ ବୃଦ୍ଧି ପାଇଁ ସମୀକ୍ଷା କରାଯାଉ ।
୭) ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେ.ଏଲ.ଡି.ବି. ର ଆବଶ୍ୟକୀୟ ସଂଶୋଧନ ସହ ସଂଘର ମତାମତ ନେଇ ସଂଘର ସଦସ୍ୟ ମନୋନୀତ କରାଯାଉ ।
୮) ପି.ସି.ସି.ଏଫ୍. ଙ୍କ ଅଧ୍ଯକ୍ଷତାରେ ଗଠିତ ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନଙ୍କ କଲ୍ୟାଣ ଟ୍ରଷ୍ଟ ବୋର୍ଡର ବୈଠକ ଶୀଘ୍ର ଆହ୍ବାନ କରାଯାଉ ।
୯)ବୋନସ ପ୍ରଦାନ ଶତକଢା ହିସାବରେ ଗତ ବର୍ଷ ଠାରୁ ଅଧିକ ବୃଦ୍ଧି କରାଯାଉ ।
୧୦) ମୃତକ ପରିବାରଙ୍କ ମୃତ୍ୟୁ କାଳୀନ ସହାୟତା ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    15 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • ପୁରୁଣା କଟକରେ ବାଣ ଗୋଦାମରେ ପୁଣି ବିସ୍ଫୋରଣ, ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟି ଅଟକ ଆଜି ପୁଣି ଥରେ କମ୍ପିଲା ପୁରୁଣା କଟକ। ଏକ ବେଆଇନ ବାଣ ଗୋଦାମରେ ଭୟାବହ ବିସ୍ଫୋରଣ ଘଟି ସାରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ପୁରୁଣା କଟକ ସ୍ଥିତ ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଥିବା ବାଣ ଗୋଦାମରେ ହଠାତ୍ ନିଆଁ ଲାଗିଯିବା ସହ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖପାଖ ଘରର କାନ୍ଥ ଏବଂ କାଚ ଝରକା ଫାଟି ଯାଇଛି। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏହି ମାମଲାରେ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବେଆଇନ ଭାବେ ବାଣ ମହଜୁଦ ରଖିଥିବା ଅଭିଯୋଗରେ ଜଣାଶୁଣା ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୁରକ୍ଷା ନିୟମକୁ ବେଖାତିର କରି କିଭଳି ଏତେ ପରିମାଣର ବାଣ ସେଠାରେ ରଖାଯାଇଥିଲା, ସେ ନେଇ ତଦନ୍ତ ଜାରି ରହିଛି। ସ୍ଥାନୀୟ ବାସିନ୍ଦା ଏହି ଘଟଣା ପରେ ଭୟଭୀତ ଥିବାବେଳେ ସହର ଭିତରେ ଥିବା ଏଭଳି ବେଆଇନ ଗୋଦାମ ଗୁଡ଼ିକ ଉପରେ ଚଢ଼ାଉ କରିବାକୁ ଦାବି କରିଛନ୍ତି।
    1
    ପୁରୁଣା କଟକରେ ବାଣ ଗୋଦାମରେ ପୁଣି ବିସ୍ଫୋରଣ, ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟି ଅଟକ
ଆଜି ପୁଣି ଥରେ କମ୍ପିଲା ପୁରୁଣା କଟକ। ଏକ ବେଆଇନ ବାଣ ଗୋଦାମରେ ଭୟାବହ ବିସ୍ଫୋରଣ ଘଟି ସାରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ପୁରୁଣା କଟକ ସ୍ଥିତ ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଥିବା ବାଣ ଗୋଦାମରେ ହଠାତ୍ ନିଆଁ ଲାଗିଯିବା ସହ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖପାଖ ଘରର କାନ୍ଥ ଏବଂ କାଚ ଝରକା ଫାଟି ଯାଇଛି।
ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏହି ମାମଲାରେ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବେଆଇନ ଭାବେ ବାଣ ମହଜୁଦ ରଖିଥିବା ଅଭିଯୋଗରେ ଜଣାଶୁଣା ବାଣ ବେପାରୀ ଆଲୋକ ଦତ୍ତ କାଣ୍ଟିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୁରକ୍ଷା ନିୟମକୁ ବେଖାତିର କରି କିଭଳି ଏତେ ପରିମାଣର ବାଣ ସେଠାରେ ରଖାଯାଇଥିଲା, ସେ ନେଇ ତଦନ୍ତ ଜାରି ରହିଛି। ସ୍ଥାନୀୟ ବାସିନ୍ଦା ଏହି ଘଟଣା ପରେ ଭୟଭୀତ ଥିବାବେଳେ ସହର ଭିତରେ ଥିବା ଏଭଳି ବେଆଇନ ଗୋଦାମ ଗୁଡ଼ିକ ଉପରେ ଚଢ଼ାଉ କରିବାକୁ ଦାବି କରିଛନ୍ତି।
    user_Mozilla Khabara
    Mozilla Khabara
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    6 hrs ago
  • କରଞ୍ଜିଆ,୨୧/୨(ପାର୍ଥ ପ୍ରଶନ୍ନ ମିଶ୍ର):ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ କରଞ୍ଜିଆ ଉପଖଣ୍ଡର ଯଶିପୁର ଓ ଶୁକୃଳି ବ୍ଲକର ଷ୍ଟ୍ରବେରୀ ଲଣ୍ଡନ ଏବଂ ଦୁବାଇକୁ ପାଲାଡିଅମ ନାମକ ଏକ ସଂସ୍ଥା ଜରିଆରେ ପ୍ରଥମ ପର୍ଯ୍ୟାୟରେ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ପଠାଯାଇଥିବା ସୂଚନା ମିଳିଛି l ଲଣ୍ଡନ ଏବଂ ଦୁବାଇରେ କରଞ୍ଜିଆ ଅଞ୍ଚଳର ଷ୍ଟ୍ରବେରୀର ଚାହିଦା ଅଧିକ ରହିଛି l ଗତ ଦୁଇ ବର୍ଷ ହେଲା କରଞ୍ଜିଆ ଅଞ୍ଚଳରେ କୃଷି ଉଦ୍ୟାନ ବିଭାଗର ସହାୟତାରେ ଷ୍ଟ୍ରବେରୀ ଚାଷ କରି ଆସୁଛନ୍ତି ଚାଷୀ l ପୂର୍ବରୁ ସ୍ଥାନୀୟ ବଜାରରେ ବିକ୍ରି କରିବା ସହିତ ଜିଲ୍ଲା, ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରେ ଯେପରିକି ଟାଟା, ରାଞ୍ଚି, କଲିକତା ଆଦି ମାର୍କେଟରେ ବିକ୍ରି କରୁଥିଲେ l ଚଳିତ ବର୍ଷ ମଧ୍ୟ ୨୫୦ ଗ୍ରାମ ଓଜନର ପ୍ୟାକେଟ କୁ ଶହେ ଟଙ୍କାରେ ବିକ୍ରି କରୁଛନ୍ତି।  ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ତିନିଶହ ଚାଳିଶ ପ୍ୟାକେଟ ଷ୍ଟ୍ରବେରୀ ବିଦେଶ ପଠା ଯାଇଥିବାରୁ ଚାଷୀ ଅଧିକ ଲାଭବାନ ହେବାର ଆଶା ବାନ୍ଧିଛନ୍ତି l ଦିନ ତମାମ ଷ୍ଟ୍ରବେରୀ ସଂଗ୍ରହ ପରେ ଶୀତଳୀ କରଣ କରି କଲିକତା ପର୍ଯ୍ୟନ୍ତ ଯାଇଥିଲା ସେଠାରୁ ଆକାଶ ମାର୍ଗରେ ବିଦେଶ ଯିବାର ବନ୍ଦୋବସ୍ତ କରିଛି ଉକ୍ତ ସଂସ୍ଥା l କରଞ୍ଜିଆ ଅଞ୍ଚଳର ଚାଷୀଙ୍କ ଅମଳ ଷ୍ଟ୍ରବେରୀ ବିଦେଶ ରପ୍ତାନି ହେଉଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ ଉପଖଣ୍ଡର ଉକ୍ତ ୨ ଗୋଟି ବ୍ଲୋକର ୧୧ ଏକର ଜାଗାରେ ବିଶେଷ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ଵାରା ଏହି ଷ୍ଟ୍ରବେରୀ ଚାଷ କରାଯାଇଛି।ସହକାରୀ କୃଷି ନିର୍ଦ୍ଦେଶକ ଯଶିପୁର ଓ ସହକାରୀ କୃଷି ନିର୍ଦ୍ଦେଶକ କରଞ୍ଜିଆଙ୍କ କାର୍ଯ୍ୟାଳୟ ପକ୍ଷରୁ ସହଯୋଗ କରାଯାଇଥିବା ମହିଳା ଚାଷୀ କସ୍ତୁରୀ ଚାତାର ସୂଚନା ଦେଇଛନ୍ତି।
    1
    କରଞ୍ଜିଆ,୨୧/୨(ପାର୍ଥ ପ୍ରଶନ୍ନ ମିଶ୍ର):ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ କରଞ୍ଜିଆ ଉପଖଣ୍ଡର ଯଶିପୁର ଓ ଶୁକୃଳି ବ୍ଲକର ଷ୍ଟ୍ରବେରୀ ଲଣ୍ଡନ ଏବଂ ଦୁବାଇକୁ ପାଲାଡିଅମ ନାମକ ଏକ ସଂସ୍ଥା ଜରିଆରେ ପ୍ରଥମ ପର୍ଯ୍ୟାୟରେ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ପଠାଯାଇଥିବା ସୂଚନା ମିଳିଛି l ଲଣ୍ଡନ ଏବଂ ଦୁବାଇରେ କରଞ୍ଜିଆ ଅଞ୍ଚଳର ଷ୍ଟ୍ରବେରୀର ଚାହିଦା ଅଧିକ ରହିଛି l ଗତ ଦୁଇ ବର୍ଷ ହେଲା କରଞ୍ଜିଆ ଅଞ୍ଚଳରେ କୃଷି ଉଦ୍ୟାନ ବିଭାଗର ସହାୟତାରେ ଷ୍ଟ୍ରବେରୀ ଚାଷ କରି ଆସୁଛନ୍ତି ଚାଷୀ l ପୂର୍ବରୁ ସ୍ଥାନୀୟ ବଜାରରେ ବିକ୍ରି କରିବା ସହିତ ଜିଲ୍ଲା, ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରେ ଯେପରିକି ଟାଟା, ରାଞ୍ଚି, କଲିକତା ଆଦି ମାର୍କେଟରେ ବିକ୍ରି କରୁଥିଲେ l ଚଳିତ ବର୍ଷ ମଧ୍ୟ ୨୫୦ ଗ୍ରାମ ଓଜନର ପ୍ୟାକେଟ କୁ ଶହେ ଟଙ୍କାରେ ବିକ୍ରି କରୁଛନ୍ତି।  ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ତିନିଶହ ଚାଳିଶ ପ୍ୟାକେଟ ଷ୍ଟ୍ରବେରୀ ବିଦେଶ ପଠା ଯାଇଥିବାରୁ ଚାଷୀ ଅଧିକ ଲାଭବାନ ହେବାର ଆଶା ବାନ୍ଧିଛନ୍ତି l ଦିନ ତମାମ ଷ୍ଟ୍ରବେରୀ ସଂଗ୍ରହ ପରେ ଶୀତଳୀ କରଣ କରି କଲିକତା ପର୍ଯ୍ୟନ୍ତ ଯାଇଥିଲା ସେଠାରୁ ଆକାଶ ମାର୍ଗରେ ବିଦେଶ ଯିବାର ବନ୍ଦୋବସ୍ତ କରିଛି ଉକ୍ତ ସଂସ୍ଥା l କରଞ୍ଜିଆ ଅଞ୍ଚଳର ଚାଷୀଙ୍କ ଅମଳ ଷ୍ଟ୍ରବେରୀ ବିଦେଶ ରପ୍ତାନି ହେଉଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ ଉପଖଣ୍ଡର ଉକ୍ତ ୨ ଗୋଟି ବ୍ଲୋକର ୧୧ ଏକର ଜାଗାରେ ବିଶେଷ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ଵାରା ଏହି ଷ୍ଟ୍ରବେରୀ ଚାଷ କରାଯାଇଛି।ସହକାରୀ କୃଷି ନିର୍ଦ୍ଦେଶକ ଯଶିପୁର ଓ ସହକାରୀ କୃଷି ନିର୍ଦ୍ଦେଶକ କରଞ୍ଜିଆଙ୍କ କାର୍ଯ୍ୟାଳୟ ପକ୍ଷରୁ ସହଯୋଗ କରାଯାଇଥିବା ମହିଳା ଚାଷୀ କସ୍ତୁରୀ ଚାତାର ସୂଚନା ଦେଇଛନ୍ତି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    8 hrs ago
  • लाइव: प्रधानमंत्री श्री नरेंद्र मोदी ने इंडिया AI इम्पैक्ट समिट के दौरान लीडर्स के प्लेनरी सेशन में हिस्सा लिया।
    1
    लाइव: प्रधानमंत्री श्री नरेंद्र मोदी ने इंडिया AI इम्पैक्ट समिट के दौरान लीडर्स के प्लेनरी सेशन में हिस्सा लिया।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.