Shuru
Apke Nagar Ki App…
ବାଲେଶ୍ବର ଅରଡ଼ ବଜାରରେ ଖୋଲିଲା ଅତ୍ୟାଧୁନିକ ଲେଡିଜ ହଷ୍ଟେଲ ଦେବଦୀପ।
Odisha News Express
ବାଲେଶ୍ବର ଅରଡ଼ ବଜାରରେ ଖୋଲିଲା ଅତ୍ୟାଧୁନିକ ଲେଡିଜ ହଷ୍ଟେଲ ଦେବଦୀପ।
More news from ଓଡ଼ିଶା and nearby areas
- ତାତିଲେ ସୁଭଦ୍ରା ମା, ଅଟକାଇଲେ ମଦ ଗାଡ଼ି।ଅବକାରୀ ବିଭାଗ ଯାହା କରି ପାରିଲା ନାହିଁ, ତାହା କରି ଦେଖାଇଲେ ମହିଳା।1
- ପ୍ରଦେଶ ମହିଳା କଂଗ୍ରେସ ତରଫରୁ ସ୍ଵବର୍ଣ୍ଣରେଖା ବନ୍ୟା ରେ ପ୍ରବାଭିତ ହେଇଥିବା ଅଞ୍ଚଳ ପରିଦର୍ଶନ! ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରେ ଦୁଇଥର ବନ୍ୟା ଓ ବର୍ଷା ଯୋଗୁଁ ହଜାର ହଜାର ଚାଷଜମି ଏବେ ବି ଜଳମଗ୍ନ ହୋଇ ରହିଛି। ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଜମିରେ ଚାଷ ପଚି ନଷ୍ଟ ହେବା ସହିତ ଜଳ ଘେରରେ ଏବେବି ଲୋକମାନେ ରହୁଛନ୍ତି I ସରକାରଙ୍କ ପକ୍ଷରୁ ରିଲିଫ ସହାୟତା ବଣ୍ଟନ ପ୍ରହସନରେ ପରିଣତ ହୋଇଛି । ରାଜନୈତିକ ନେତାମାନେ ଜଳବୁଡି ଅଞ୍ଚଳକୁ ନଯାଇ ରାସ୍ତା ରେ ବୁଲି ଚୁଡା, ଗୁଡ, ବିସ୍କୁଟ ବାଣ୍ଟି ନାମ ନେବାକୁ ବସିଛନ୍ତି ବୋଲି ବିଜେପି ସରକାରଙ୍କ ଉପରେ ବର୍ଷି ବର୍ଷିଛନ୍ତି । ଚାଷୀମାନଙ୍କୁ ଋଣ ଛାଡ, ଆର୍ଥିକ ସହାୟତା ପ୍ରଦାନ, ବାସଗୃହ ପ୍ରଦାନ ସହିତ ଉଦ୍ବୃତ ବର୍ଷା ଓ ବନ୍ୟା ଜଳ ନିଷ୍କାସନର ମାଷ୍ଟର ପ୍ଲାନ ସବୁଦିନିଆ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି ।ନ ହେଲେ କଂଗ୍ରେସ ଦଳ ଲୋକଙ୍କ ପାଇଁ ରାଜରାସ୍ତ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମହିଳା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହିତ ପରିଦର୍ଶନରେ ଆସିଥିବା ରାଜ୍ୟ ମିଡିଆ ସମ୍ପାଦକ ଜୟସ୍ମିତା ମହାନ୍ତି, ବାଲେଶ୍ବର ମହିଳା କଂଗ୍ରେସ ସଭାପତି ଉର୍ମିଳା ମାଝୀ ଓ ଜଳେଶ୍ଵର କଂଗ୍ରେସର କର୍ମୀମାନେ ଉପସ୍ଥିତ ଥିଲେ ।1
- ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ1
- ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ : ୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା : ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ : ୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା : ଭୋଗରାଇ , ୨୬/୮: ଆଉ ଦୁଇ ଦିନ ପରେ ପବିତ୍ର ଭାଇ-ଭଉଣୀ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥାଏ। କିନ୍ତୁ ଦେଶର ସୁରକ୍ଷା ପାଇଁ ସୀମାରେ ନିୟୋଜିତ ବୀର ସୈନିକମାନେ ନିଜ କର୍ତ୍ତବ୍ୟ ଯୋଗୁଁ ଏହି ପବିତ୍ର ଦିନରେ ନିଜ ଭଉଣୀଙ୍କ ପାଖକୁ ଆସିପାରନ୍ତି ନାହିଁ। ଏହି ପରିପ୍ରେକ୍ଷୀରେ ଭୋଗରାଇ ଅଞ୍ଚଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଭୋଗରାଇର ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଛାତ୍ରୀମାନଙ୍କଠାରୁ ବୀର ସୈନିକ ଭାଇମାନଙ୍କ ପାଇଁ ୪ହଜାରରୁ ଉର୍ଦ୍ଧ୍ୱ ରାକ୍ଷୀ ସହିତ ଉତ୍ସାହିତ କରିବାପାଇଁ ୧ଟିକରି ଚିଠି ସଂଗ୍ରହ କରାଯାଇଛି। ଏହି ଅବସରରେ କଲେଜରେ ପଢୁଥିବା ଛାତ୍ରୀମାନେ ଆନନ୍ଦ ଓ ଉତ୍ସାହର ସହିତ ବୀର ସୈନିକମାନଙ୍କୁ ନିଜର ଭାଇ ଭାବେ ଗ୍ରହଣ କରି ଗୋଟିଏ ଗୋଟିଏ ରାକ୍ଷୀ ପ୍ରଦାନ କରିଛନ୍ତି। ଦେଶର ସୁରକ୍ଷା ପାଇଁ ନିଜ ଘର, ପରିବାର ଓ ପର୍ବପର୍ବାଣୀଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ସୈନିକମାନଙ୍କ ପ୍ରତି ଏହା ଏକ ସ୍ନେହ ଓ ସମ୍ମାନର ପ୍ରତୀକ ପାଲଟିଛି। ଦେଶ ପାଇଁ ଗୌରବ, ଦେଶ ପାଇଁ ସମର୍ପିତ ଏବଂ ଦେଶର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟକୁ ସର୍ବୋପରି ରଖୁଥିବା ବୀର ସୈନିକମାନଙ୍କ ପାଇଁ ରାକ୍ଷୀ ପଠାଇ ଭୋଗରାଇ ଛାତ୍ରୀମାନେ ନିଜ ଭାଇଚାରା ଓ ଦେଶପ୍ରେମର ନିଆରା ପରିଚୟ ଦେଇଛନ୍ତି। ଏଗୁଡିକ ଭାରତର ସୀମାନ୍ତ ଓ୍ବାଘା ବୋର୍ଡରକୁ ପଠାଯାଇଥିବା ସୂଚନା ଦେଇଛନ୍ତି।ସୈନିକ ଭାଇମାନଙ୍କ ପାଖକୁ ଏବିଭିପି ରାକ୍ଷୀ ପହଞ୍ଚାଇବାର ଏହି ଗୁରୁଦାୟିତ୍ୱ ନେଇଥିବାରୁ ଭୋଗରାଇ ଅଞ୍ଚଳର ଛାତ୍ରୀମାନେ ପ୍ରଶଂସା କରିଛନ୍ତି। ରାଜ ରାଜେଶ୍ୱରୀ ସିଂହ, ବୁଲି ଗଙ୍ଗାଇ, ଶୁଭଲଷ୍ମୀ ସାହୁ, ଗାୟତ୍ରୀ ପରାମାଣିକ, ରଶ୍ମିତା ଦାସ, ସାଗରିକ ଗଙ୍ଗାଇ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ l1
- ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ ସଂଶୋଧନ ଆଇନ–୨୦୨୬କୁ ରଦ୍ଦ ଦାବି : ଇଣ୍ଡିଆ ମେଂଟ1
- ଭୟଙ୍କର ଜଳ ପ୍ରଳୟ । ନେପାଳ ଭୂତିକୋଶୀ ନଦୀ ମାଡ଼ି ଆସିଲା । ହଠାତ୍ ତିବ୍ଦତରୁ ବିଶାଳ ଅତଡ଼ା ଖସି ଆସିଲା । ବିହାରରେ ବଢ଼ିପାରେ ଗଙ୍ଗା ନଦୀ । ନେପାଳର ବନ୍ୟା ବଢ଼ାଇଲା ଭାରତରେ ଚିନ୍ତା । #NepalFlood #FlashFlood #NepalFloods #BhoteKoshiRiver #Landslide #Tibet #BiharFlood #GangaRiver #IndiaFloodAlert #FloodCrisis1
- #ପାଣିରେ_ବୁଡ଼ିଗଲେ_୨୧_ଶ୍ରମିକ ବିହାର ଭାଗଲପୁରରେ ଡଙ୍ଗାବୁଡ଼ି। ବନ୍ୟା ମୁକାବିଲା ପାଇଁ ଏକ ନଦୀ ବନ୍ଧ ମରାମତି କରିବାକୁ ଶ୍ରମିକ ଓ ବାଲି ବସ୍ତା ନେଇ ଯାଉଥିବା ବେଳେ ନଦୀରେ ଓଲଟି ପଡ଼ିଲା ଦେଶୀ ଡଙ୍ଗା। ଫଳରେ ୨୧ ଜଣ ଥିବା ଏ ଡଙ୍ଗାରେ ସମସ୍ତେ ପାଣିରେ ପଡ଼ିଯାଇଥିଲେ। ପରେ ୧୯ ଜଣ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।1
- ବାଲେଶ୍ବର ଅରଡ଼ ବଜାରରେ ଖୋଲିଲା ଅତ୍ୟାଧୁନିକ ଲେଡିଜ ହଷ୍ଟେଲ ଦେବଦୀପ।1