*ମାଲକାନଗିରି ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ: ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ଅନୁଷ୍ଠିତ* *ମାଲକାନଗିରି, ୨୯ ଅଗଷ୍ଟ:* ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅବସରରେ ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ସମଗ୍ର ଜିଲ୍ଲାରେ ବ୍ୟାପକ ଭାବେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଦ୍ୟାଳୟ ସମେତ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା। ଜିଲ୍ଲା ସ୍ତରୀୟ ଏହି ପାଳନ ଅବସରରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ, ମାଲକାନଗିରି ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ, ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ ଉପସ୍ଥିତ ରହି ଖେଳାଳିମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏହି ସ୍ମରଣୀୟ ଅବସରରେ ଅତିରିକ୍ତ ଜିଲ୍ଲାପାଳ କ୍ରୀଡ଼ାବିତ୍ ଓ ଯୁବ ସମାଜକୁ ଏକ ବିଶେଷ ବାର୍ତ୍ତା ଦେଇ କହିଛନ୍ତି ଯେ, ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଜୀବନରେ ଶୃଙ୍ଖଳା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଏକତା ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଦୈନିକ ଅନ୍ତତଃ ପକ୍ଷେ ଏକ ଘଣ୍ଟା ଖେଳ ପଡ଼ିଆରେ ବିତାଇବା ଆବଶ୍ୟକ। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରୀଡ଼ାବିତ୍ ଓ ସଫଳ ଖେଳାଳିମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସାମଗ୍ରିକ ଅଭିଯାନରେ ଜିଲ୍ଲାର ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
*ମାଲକାନଗିରି ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ: ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ଅନୁଷ୍ଠିତ* *ମାଲକାନଗିରି, ୨୯ ଅଗଷ୍ଟ:* ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅବସରରେ ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ସମଗ୍ର ଜିଲ୍ଲାରେ ବ୍ୟାପକ ଭାବେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଦ୍ୟାଳୟ ସମେତ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା। ଜିଲ୍ଲା ସ୍ତରୀୟ ଏହି ପାଳନ ଅବସରରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ
ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ, ମାଲକାନଗିରି ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ, ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ ଉପସ୍ଥିତ ରହି ଖେଳାଳିମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏହି ସ୍ମରଣୀୟ ଅବସରରେ ଅତିରିକ୍ତ ଜିଲ୍ଲାପାଳ କ୍ରୀଡ଼ାବିତ୍ ଓ ଯୁବ ସମାଜକୁ ଏକ ବିଶେଷ ବାର୍ତ୍ତା ଦେଇ କହିଛନ୍ତି ଯେ, ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ
ଏହା ଜୀବନରେ ଶୃଙ୍ଖଳା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଏକତା ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଦୈନିକ ଅନ୍ତତଃ ପକ୍ଷେ ଏକ ଘଣ୍ଟା ଖେଳ ପଡ଼ିଆରେ ବିତାଇବା ଆବଶ୍ୟକ। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରୀଡ଼ାବିତ୍ ଓ ସଫଳ ଖେଳାଳିମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସାମଗ୍ରିକ ଅଭିଯାନରେ ଜିଲ୍ଲାର ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
- #କାହିଁକି_କୋଟପାଡ଼_ନବିନ୍_ଟକିଜରେ_ଚଢ଼ାଉ କୋଟପାଡ଼ ନବିନ୍ ଟକିଜ୍ ରେ ଜୟପୁର ଉପଜିଲ୍ଲାପାଳ,କୋଟପାଡ଼ ତହସିଲଦାର,ପୋଲିସ୍ ପ୍ରଶାସନ ଓ ଅଗ୍ନିସମ ବିଭାଗର ମିଳିତ ଚଢାଉ,ତଦନ୍ତ ଜାରି #kotpad #nabintakij #koraput #subcollector #fbviralvideo #viralvideo #odisha #OdishaNews #kotpadbreakingnews1
- ଜୟପୁର ଜୟନଗରରେ ଭୟାବହ ସଡ଼କ ଦୁର୍ଘଟଣା ଭୂତନାଥ ମନ୍ଦିର ନିକଟରେ ଘଟିଲା ଅଘଟଣ ଦୁର୍ଘଟଣାରେ ୨ ଜଣ ଗୁରୁତର, ସୂଚନା ଆସୁଛି ଜୟପୁର ଜୟନଗରରେ ଭୟାବହ ସଡ଼କ ଦୁର୍ଘଟଣା ଭୂତନାଥ ମନ୍ଦିର ନିକଟରେ ଘଟିଲା ଅଘଟଣ ଦୁର୍ଘଟଣାରେ ୨ ଜଣ ଗୁରୁତର, ସୂଚନା ଆସୁଛି1
- ତିଜିମାଳି ଖଣି ଖନନକୁ ବିରୋଧ ଆନ୍ଦୋଳନକାରୀ ହିରାମଳ ନାଏକଙ୍କୁ ପୋଲିସ ଉଠାଇନେବା ଅଭିଯୋଗ ଶ୍ରାବଣୀ ପର୍ବର ଯଜ୍ଞସ୍ଥଳରୁ ନେଇଗଲା କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ; ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଥୁଆମୂଳ ରାମପୁର:୨୮!୮ (ପିଏନ୍ ଏସ )କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ତିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ଚାଲିଥିବା ବିରୋଧ ଓ ଆନ୍ଦୋଳନ ମଧ୍ୟରେ ଏବେ ଜଣେ ଆନ୍ଦୋଳନକାରୀଙ୍କୁ ପୋଲିସ ନେଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଦସ୍ୟ ତଥା ତିଜିମାଳି ଖଣି ଖନନ ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ହିରାମଳ ନାଏକଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଡାକକୋଟା ଗାଁରେ ଗାୟତ୍ରୀ ପରିବାର ପକ୍ଷରୁ ଶ୍ରାବଣୀ ପର୍ବ ଅବସରରେ ଏକ ଧାର୍ମିକ ଉତ୍ସବ ଓ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ତ୍ସବରେ ଯୋଗଦେବା ପାଇଁ ହିରାମଳ ନାଏକ ଡାକକୋଟା ଗାଁକୁ ଆସିଥିଲେ। ଯଜ୍ଞସ୍ଥଳରେ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ ତାଙ୍କୁ ସେଠାରୁ ନେଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି। ହିରାମଳ ନାଏକ ତିଜିମାଳି ପାହାଡ଼ରେ ଖଣି ଖନନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ସାମିଲ ରହିଆସିଛନ୍ତି। ତିଜିମାଳି ପାହାଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜମି, ଜଙ୍ଗଲ, ପାହାଡ଼ ଓ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ମତ ଓ ଦାବି ରହିଥିବା ବେଳେ ଖଣି ଖନନ ପ୍ରସଙ୍ଗକୁ ନେଇ ସମୟ ସମୟରେ ବିରୋଧର ସ୍ୱର ମଧ୍ୟ ଶୁଣିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଜଣେ ସକ୍ରିୟ ଆନ୍ଦୋଳନକାରୀଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ଯଜ୍ଞସ୍ଥଳରୁ ପୋଲିସ ନେଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଓ ଆଲୋଚନା ଦେଖାଦେଇଛି। ତେବେ ହିରାମଳ ନାଏକଙ୍କୁ କେଉଁ ନିର୍ଦ୍ଦିଷ୍ଟ କାରଣରୁ ପୋଲିସ ନେଇଛି, ତାଙ୍କ ବିରୋଧରେ କୌଣସି ଅଭିଯୋଗ କିମ୍ବା ମାମଲା ରହିଛି କି ନାହିଁ, ତାଙ୍କୁ ପଚରାଉଚରା ପାଇଁ ନିଆଯାଇଛି ନା ଅନ୍ୟ କୌଣସି କାରଣ ରହିଛି—ସେନେଇ ଏଯାଏଁ ସ୍ପଷ୍ଟତା ମିଳିନାହିଁ। ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ। ଫଳରେ ହିରାମଳ ନାଏକଙ୍କୁ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ପୋଲିସ ନେଇଛି, ତାହା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଓ ଚର୍ଚ୍ଚା ଜାରି ରହିଛି। ଅନ୍ୟପକ୍ଷରେ, ତିଜିମାଳି ଖଣି ଖନନକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କେଉଁ ଦିଗକୁ ଯିବ ଏବଂ ହିରାମଳ ନାଏକଙ୍କୁ ପୋଲିସ ନେଇଯିବା ଘଟଣାରେ ପ୍ରଶାସନ ଓ ପୋଲିସ ପକ୍ଷରୁ କି ପ୍ରକାର ସ୍ପଷ୍ଟୀକରଣ ଦିଆଯିବ, ତାହା ଉପରେ ଏବେ ନଜର ରହିଛି। ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବା ପରେ ହିଁ ଏହି ଘଟଣାର ପ୍ରକୃତ ପୃଷ୍ଠଭୂମି ସାମ୍ନାକୁ ଆସିପାରିବ। କଳାହାଣ୍ଡି ଜିଲ୍ଲା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ1
- NAACH JHUM BAND PARTY 💥B. MUSKUNI1
- ବିଷମ କଟକ ବ୍ଲକ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉର୍ଲ୍ଲକା ବିଷମ କଟକ ବ୍ଲକ୍ରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା। ଆଜି ୨୯ ଅଗଷ୍ଟ ୨୦୨୬ରେ ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା ବିଷମ କଟକ ବ୍ଲକ୍ର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଏମ୍ପିଏଲ୍ଏଡିଏସ୍ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି, ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ। ସାଂସଦଙ୍କ ସହ ରାୟଗଡ଼ା ବିଧାୟକ କାଡ୍ରାକା ଆପଲ୍ଲା ସ୍ୱାମୀ, ବିଷମ କଟକ ବ୍ଲକ୍ର ସାଂସଦ ପ୍ରତିନିଧି ଅଶୋକ ଆଚାର୍ଯ୍ୟ, ବିଷମ କଟକ ବିଡିଓ ଶିବ ପ୍ରସାଦ ପଟ୍ଟନାୟକଙ୍କ ସମେତ ଏଇ, ଜେଇ ଏବଂ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଟିମ୍ ପକ୍ଷରୁ ଚିଲ୍ଡ୍ରେନ୍ ପାର୍କ , ନିଳିଆ ବନ୍ଧ ଫେଭର୍ ବ୍ଲକ୍ ରାସ୍ତା ନିର୍ମାଣ କାମ, ଚାଞ୍ଚଡ଼ାଗୁଡ଼ା, ଡାକୁଲଗୁଡ଼ା ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରାଯାଇଥିଲା। ସେଠାରେ ଏମ୍ପିଏଲ୍ଏଡିଏସ୍ ଯୋଜନା ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ଅଞ୍ଚଳବାସୀଙ୍କ ଆବଶ୍ୟକତା ଏବଂ ଜନସାଧାରଣଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ସଠିକ୍ ଭାବେ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଷମ କଟକ ବ୍ଲକ୍ର ବିଭିନ୍ନ ଅଞ୍ଚଳର ଏହି ଅନୁଧ୍ୟାନ ଦ୍ୱାରା ଏମ୍ପିଏଲ୍ଏଡିଏସ୍ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ବାସ୍ତବ ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିବା ବେଳେ, ଆଗାମୀ ଦିନରେ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।4
- କୋଶଲ ଉଚ୍ଚ ବିଦ୍ୟାଳୟ ସୋନପୁରରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ। ସୋନପୁର କୋଶଲ ଉଚ୍ଚ ବିଦ୍ୟାଳୟରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ। #My_Self_Voice #Please_Like_Comment_And_Subscribe. 🙏1
- ସ୍କୁଲ ପରିସରରୁ ଚନ୍ଦନ ଗଛ ଚୋରୀ #Kotpad #koraput #OdishaNews1
- ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପ୍ରତିଯୋଗିତା - ୨୦୨୬ ଜୟପୁର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପ୍ରତିଯୋଗିତା - ୨୦୨୬ ଜୟପୁର1
- ନିଟ୍ ସଫଳତା: ଆଦିବାସୀ ଛାତ୍ରଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି ତା-୨୯-୮-୨୬ ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି ତା-୨୯-୮-୨୬ ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ତା-୨୯-୮-୨୬ ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ।4