Shuru
Apke Nagar Ki App…
ଇଟାମାଟିର ଖଟିଆସାହି ଠାରେ ମା ତାରିଣୀଙ୍କ ଛବିଶ ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି।
SP NEWS LIVE ODIA
ଇଟାମାଟିର ଖଟିଆସାହି ଠାରେ ମା ତାରିଣୀଙ୍କ ଛବିଶ ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି।
More news from ଓଡ଼ିଶା and nearby areas
- ଇଟାମାଟିର ଖଟିଆସାହି ଠାରେ ମା ତାରିଣୀଙ୍କ ଛବିଶ ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି।1
- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର କୁହୁଡି ଗ୍ରାମପଞ୍ଚାୟତ ସମ୍ମୁଖସ୍ଥ ରଜ ପଡ଼ିଆରେ ମା ବ୍ୟାଘ୍ର ଦେବୀ ସାଂସ୍କୃତିକ ପରିଷଦ ଏବଂ ଅନ୍ନପୂର୍ଣ୍ଣା ଫାଇନାନ୍ସର ମିଳିତ ଆନୁକୂଲ୍ୟରେ ପଞ୍ଚମ ରଜ ମହୋତ୍ସବ ଆୟୋଜିତ ହୋଇଛି। ଅନ୍ନପୂର୍ଣ୍ଣା ଫାଇନାନ୍ସର ସିଇଓ ଡକ୍ଟର ସଞ୍ଜୟ ପଟ୍ଟନାୟକ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ମହୋତ୍ସବର ପ୍ରଥମ ଦିବସରେ ପାରମ୍ପରିକ ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାଜ୍ୟସ୍ତରୀୟ ନାଟକ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ରଜ ମହୋତ୍ସବର ପ୍ରଥମ ଦିବସ ଅପରାହ୍ନରେ ପୁଚିଖେଳ, ଝୋଟି, ଦଉଡ଼ି ଡିଆଁ, ଏବଂ ଦୋଳିଖେଳ ସହିତ ବିଭିନ୍ନ ପାରମ୍ପରିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମହିଳା, ଯୁବକ ଓ ଶିଶୁମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବର୍ଗରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ସମସ୍ତ ପ୍ରତିଯୋଗିତା ପରିଷଦର ସମ୍ପାଦକ ଶ୍ରୀମନ୍ତ ମହାପାତ୍ର ଏବଂ ଅନ୍ନପୂର୍ଣ୍ଣା ଫାଇନାନ୍ସର ସିଇଓ ଡକ୍ଟର ସଞ୍ଜୟ ପଟ୍ଟନାୟକଙ୍କ ଉପସ୍ଥିତିରେ କରାଯାଇଥିଲା। ଅନ୍ନପୂର୍ଣ୍ଣା ଫାଇନାନ୍ସର ବହୁ କର୍ମଚାରୀ ମଧ୍ୟ ଏହି ପ୍ରତିଯୋଗିତାଗୁଡ଼ିକରେ ସକ୍ରିୟ ସହଯୋଗ କରିଥିଲେ। ପଞ୍ଚମ କୁହୁଡି ରଜ ମହୋତ୍ସବରେ ଅଂଶଗ୍ରହଣ କରିଥିବା ମହିଳା ଓ ଝିଅମାନେ ଫ୍ରିଜ୍ ଏବଂ ମୋବାଇଲ୍ ଭଳି ପୁରସ୍କାର ଲାଭ କରିଛନ୍ତି।1
- 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା' ମାଧ୍ୟମରେ NFSA ଏବଂ SFSS ହିତାଧିକାରୀମାନେ ବର୍ତ୍ତମାନ ନିୟମିତ ଭାବେ ଅତିରିକ୍ତ ୫ କିଲୋଗ୍ରାମ ନିଶୁଳ୍କ ଚାଉଳ ପାଇବେ। ଏହା କେବଳ ଏକ ଯୋଜନା ନୁହେଁ, ବରଂ ଲକ୍ଷ ଲକ୍ଷ ପରିବାରର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା, ସେମାନଙ୍କ ଆର୍ଥିକ ବୋଝ ହ୍ରାସ କରିବା ଏବଂ ପ୍ରତ୍ୟେକ ଘରର ସଶକ୍ତିକରଣ ପାଇଁ ଲୋକଙ୍କ ସରକାର ଦ୍ୱାରା ନିଆଯାଇଥିବା ଏକ ଦୃଢ଼ ପଦକ୍ଷେପ ଭାବରେ ଦର୍ଶାଯାଇଛି। ଏହି ପଦକ୍ଷେପ ସମୃଦ୍ଧ କୃଷକ, ସୁରକ୍ଷିତ ପରିବାର ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କୁହାଯାଇଛି।1
- ଆଜି ହିନ୍ଦୋଳ ଫରେଷ୍ଟ ରେଞ୍ଜର ନୂଆକୋଟ ଡିହସାହି ନିକଟରେ ହାତୀ ଘଉଡାଇବାକୁ ଯାଉଥିବା ବେଳେ ବନ କର୍ମଚାରୀଙ୍କ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ଚାରି ଜଣ ବନ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତ କର୍ମଚାରୀମାନଙ୍କୁ ହିନ୍ଦୋଳ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି।1
- ପ୍ରବୀଣାଙ୍କ ମୃତ୍ୟୁ ମାମଲାର ଫାଇଲ ତାଙ୍କ ପିତା ମାତା ଖୋଲିଥିବା ସୂଚନା ମିଳିଛି।1
- ପୁରୀ ସହରରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଛି, ଯେଉଁଥିରେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଏହି ଅଭିଯାନରେ ସହରର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରାଯିବା ପରେ ମୋଟ ୮ଟି ମାମଲା ରୁଜୁ ହୋଇଛି ଏବଂ ୨୩ ଜଣ ବୃତ୍ତିଗତ ଅପରାଧୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅପରାଧୀମାନଙ୍କ ମଧ୍ୟରୁ ପୁରୀର ସି-ବିଚ୍ ଏବଂ ବାସେଳିସାହି ଥାନା ଅଞ୍ଚଳରୁ ୧୦ ଜଣଙ୍କୁ ଡକାୟତି ପାଇଁ ପ୍ରସ୍ତୁତି କରୁଥିବାବେଳେ କାବୁ କରାଯାଇଛି। ସେହିପରି କୁମ୍ଭାରପଡ଼ା, ସିଂହଦ୍ୱାର ଏବଂ ତାଳବଣିଆ ଥାନା ଅଞ୍ଚଳରୁ ଦାଦାବଟି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ବଳିଆପଣ୍ଡା ଓ ସି-ବିଚ୍ ଥାନା ଅଞ୍ଚଳରୁ ନିଶା ଦ୍ରବ୍ୟ ଏବଂ ଦେଶୀ ମଦ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଅପରାଧୀମାନଙ୍କ ନିକଟରୁ ୩ଟି ଖଣ୍ଡା, ୪ଟି ଛୁରୀ, ୫ଟି ଲୁହା ରଡ଼, ଗୋଟିଏ ଲାଠି, ୧୯୩୦ ଟଙ୍କା, ୫୬ ବୋତଲ କୋରେକ୍ସ କଫ ସିରପ୍, ୭୫୦ ଲିଟର ପୋଚ ଏବଂ ୫ ଲିଟର ଦେଶୀ ମଦ ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ସଙ୍ଗୀନ ମାମଲା ରହିଛି। ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ୧୫ ପର୍ଯ୍ୟନ୍ତ ପୁରୀ ପୋଲିସର ଏହି ଅଭିଯାନ ଜାରି ରହିଛି, ଯେଉଁଥିରେ ସହରରୁ ୩୦୭ ଜଣ ଅସାମାଜିକ ବ୍ୟକ୍ତି ଗିରଫ ହୋଇଥିବାବେଳେ ବହୁ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଛି।4
- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର କୁହୁଡି ଗ୍ରାମପଞ୍ଚାୟତ ସମ୍ମୁଖସ୍ଥ ରଜ ପଡ଼ିଆରେ ମା ବ୍ୟାଘ୍ର ଦେବୀ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ରଜମହୋତ୍ସବ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ଏହି ମହୋତ୍ସବର ପ୍ରଥମ ଦିବସରେ ପାରମ୍ପରିକ ଖେଳକୁଦ ପ୍ରତିଯୋଗିତା ସହିତ ସାଂସ୍କୃତିକ ସନ୍ଧ୍ୟା ଏବଂ ରାଜ୍ୟସ୍ତରୀୟ ନାଟକ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ରଜମହୋତ୍ସବର ପ୍ରଥମ ଦିବସ ଅପରାହ୍ନରେ ପୁଚିଖେଳ, ଝୋଟି, ଦଉଡ଼ି ଡିଆଁ, ଦୋଳିଖେଳ ସହିତ ବିଭିନ୍ନ ପାରମ୍ପରିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମହିଳା, ଯୁବକ ଓ ଶିଶୁମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ବର୍ଗରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ପରିଷଦର ସମ୍ପାଦକ ଶ୍ରୀମନ୍ତ ମହାପାତ୍ରଙ୍କ ପରିଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସର ସିଇଓ ଡକ୍ଟର ସଞ୍ଜୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ସମାଜସେବୀ ଜୟଦେବ ବେହେରା, ପୂର୍ବତନ ସରପଞ୍ଚ ବିପିନ ଉଦୟସିଂ ଏବଂ ସରପଞ୍ଚ ପ୍ରିୟମ୍ବଦା ବେହେରା ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ। ସଭା ପରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟା ଦର୍ଶକଙ୍କ ମନ ମୋହିନେଇଥିଲା, ଯେଉଁଥିରେ ନିରାକାର ପୁର ସାଇ ଡ୍ୟାନ୍ସ ଏକାଡେମୀ ଗ୍ରୁପର କଳାକାରମାନେ ଆକର୍ଷଣୀୟ ତଥା ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ରାତ୍ରିରେ ରାଜ୍ୟସ୍ତରୀୟ ମୁକ୍ତ ନାଟକର ପ୍ରଥମ ଦିନରେ ଓମଶ୍ରୀ ନାଟ୍ୟ ପରିଷଦ କେଶୁରା ସଂଗଠନ ପକ୍ଷରୁ ସାମାଜିକ ନାଟକ “ସ୍ଵାମୀ ପାଇଁ ମୁଁ ନାୟକକୁ ଯିଵି” ମଞ୍ଚସ୍ଥ କରାଯାଇଥିଲା, ଯାହା ଦର୍ଶକଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା। ଏହାବ୍ୟତୀତ, ରଜପଡ଼ିଆରେ ଲାଗିଥିବା ମିନାବଜାର, ବିଭିନ୍ନ ମନୋରଞ୍ଜନଧର୍ମୀ ଷ୍ଟଲ ଓ ସେଲ୍ଫି ପଏଣ୍ଟରେ ମଧ୍ୟ ପ୍ରବଳ ଭିଡ଼ ଜମିଥିଲା ଏବଂ ପରିବାର ସହ ଆସିଥିବା ଦର୍ଶକମାନେ ଉତ୍ସବର ଭରପୁର ଆନନ୍ଦ ଉଠାଇଥିଲେ।4
- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପାଟପୁର ଥାନା ଅନ୍ତର୍ଗତ କଙ୍କୋରୋଡ଼ା ଛକରେ ଥିବା ଏକ ମଦ ଦୋକାନରେ ଦୁର୍ବୁତ୍ତମାନେ ପଶି ଆତଙ୍କ ଖେଳାଇବା ସହ ଜଣେ ମଦ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି। ଦୁର୍ବୁତ୍ତଙ୍କ ଆକ୍ରମଣରେ ଦୋକାନୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1