logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ପୁରୀ ବିଚ୍‌ରେ କଡା ସୁରକ୍ଷା ବ୍ୟବସ୍ଥା। ପୁରୀ ଜିଲ୍ଲାକୁ ଆସୁଥିବା ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ସୁରକ୍ଷା, ଶାନ୍ତି-ଶୃଙ୍ଖଳା ଓ ସ୍ବଚ୍ଛ ପର୍ଯ୍ୟଟନ ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆରକ୍ଷୀ ଅଧୀକ୍ଷକ, ପୁରୀ ଶ୍ରୀଯୁକ୍ତ ପ୍ରତୀକ ସିଂଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ପୁରୀ ପୋଲିସ୍ ପକ୍ଷରୁ ଏକ ବ୍ୟାପକ ବିଚ୍ ପ୍ୟାଟ୍ରୋଲିଂ ଓ ସୁରକ୍ଷା ଅଭିଯାନ ଚଳାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ପୁରୀ ସମୁଦ୍ରତଟ, ଚନ୍ଦ୍ରଭାଗା ବିଚ୍, ଇକୋ ରିଟ୍ରିଟ୍ ବିଚ୍, ପୁରୀ ସମୁଦ୍ରକୁଳ ସହ ପୁରୀ ଜିଲ୍ଲାର ସମସ୍ତ ପ୍ରମୁଖ ବିଚ୍ ଅଞ୍ଚଳରେ ପୋଲିସ୍ ଟିମ୍ ଦ୍ୱାରା ନିୟମିତ ଓ ସୁସଂଗଠିତ ପ୍ୟାଟ୍ରୋଲିଂ କରାଯାଇଛି। ଏସ୍‌ଡିପିଓ ନିମାପଡା, ଆଇଆଇସି କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା, ସମୁଦ୍ରକୁଳ, ବାଳିଆପଣ୍ଡା ସମେତ ସମସ୍ତ ଥାନାର ଆଇଆଇସି, ଅଧିକାରୀ ଓ ପୋଲିସ୍ କର୍ମଚାରୀମାନେ ଏହି ପ୍ୟାଟ୍ରୋଲିଂ ଅଭିଯାନରେ ସକ୍ରିୟ ଭାଗ ନେଇଥିଲେ। ପର୍ଯ୍ୟଟକମାନଙ୍କ ନିରାପତ୍ତା ଓ ସୁବିଧା ପାଇଁ ପୁରୀ ବିଚ୍‌ରେ ଏଟିଭି (ATV) ଭେହିକଲ୍ ଦ୍ୱାରା ବିଶେଷ ପ୍ୟାଟ୍ରୋଲିଂ କରାଯାଇଥିଲା, ଯାହା ଦ୍ୱାରା ସମୁଦ୍ରତଟର ସମସ୍ତ ସଂବେଦନଶୀଳ ଅଞ୍ଚଳକୁ ତ୍ୱରିତ ଭାବେ ନିରୀକ୍ଷଣ କରାଯାଇପାରିଥିଲା। ପ୍ୟାଟ୍ରୋଲିଂ ସମୟରେ ପୋଲିସ୍ ଟିମ୍ ପର୍ଯ୍ୟଟକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କୁ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଦେଇଥିଲେ। ସମୁଦ୍ର ସ୍ନାନ ସମୟରେ ସାବଧାନତା, ଲାଇଫଗାର୍ଡଙ୍କ ନିର୍ଦ୍ଦେଶ ମାନିବା, ଅସୁରକ୍ଷିତ ଅଞ୍ଚଳରେ ନ ସ୍ନାନ କରିବା, ମଦ୍ୟପାନ କରି ସମୁଦ୍ରତଟରେ ଯାତାୟାତ ନ କରିବା ଭଳି ବିଷୟରେ ପର୍ଯ୍ୟଟକମାନଙ୍କୁ ସଚେତନ କରାଯାଇଥିଲା। ଏହା ସହିତ ସମୁଦ୍ରତଟ ଅଞ୍ଚଳରେ ଅସାମାଜିକ ତତ୍ତ୍ୱ, ଅନାବଶ୍ୟକ ଭିଡ଼, ଅବୈଧ ବ୍ୟବସାୟ, ମଦକ ଦ୍ରବ୍ୟ ବିକ୍ରୟ ଓ ଉତ୍ପାତ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ଉପରେ କଡା ନଜର ରଖାଯାଇଥିଲା। ସନ୍ଦେହଜନକ ବ୍ୟକ୍ତି ଓ ଯାନବାହନଗୁଡ଼ିକୁ ଯାଞ୍ଚ କରାଯାଇ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ପୋଲିସ୍ ସଦା ସର୍ବଦା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛି। ପର୍ଯ୍ୟଟକମାନେ କୌଣସି ଅସୁବିଧା ବା ଆପତ୍ତିକାଳୀନ ପରିସ୍ଥିତିରେ ୧୧୨ ଡାଏଲ୍ କରିବା କିମ୍ବା ପର୍ଯ୍ୟଟକ ସହାୟତା ନମ୍ବର 6370967100 ମାଧ୍ୟମରେ ସହାୟତା ନେବାକୁ ଅନୁରୋଧ କରାଯାଉଛି। ଆଗାମୀ ଦିନରେ ମଧ୍ୟ ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ସମସ୍ତ ବିଚ୍ ଓ ପର୍ଯ୍ୟଟନ ସ୍ଥଳୀରେ ଏଭଳି ବିଶେଷ ପ୍ୟାଟ୍ରୋଲିଂ, ନିରୀକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ। ପୁରୀ ଜିଲ୍ଲା ପୋଲିସ୍ ପକ୍ଷରୁ ସମସ୍ତ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କୁ ଆଇନ-ଶୃଙ୍ଖଳା ରକ୍ଷାରେ ସହଯୋଗ କରିବା ଏବଂ ନିର୍ଦ୍ଦେଶାବଳୀ ମାନି ସୁରକ୍ଷିତ ଓ ସୁଖଦ ପର୍ଯ୍ୟଟନ ଅନୁଭୂତି ନେବାକୁ ଅନୁରୋଧ କରାଯାଉଛି।

22 hrs ago
user_Manoj kumar baliyarsingh
Manoj kumar baliyarsingh
Journalist ପୁରୀ (M), ପୁରୀ, ଓଡ଼ିଶା•
22 hrs ago
68285321-edb9-4905-8c98-50d6a28dc394

ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ପୁରୀ ବିଚ୍‌ରେ କଡା ସୁରକ୍ଷା ବ୍ୟବସ୍ଥା। ପୁରୀ ଜିଲ୍ଲାକୁ ଆସୁଥିବା ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ସୁରକ୍ଷା, ଶାନ୍ତି-ଶୃଙ୍ଖଳା ଓ ସ୍ବଚ୍ଛ ପର୍ଯ୍ୟଟନ ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆରକ୍ଷୀ ଅଧୀକ୍ଷକ, ପୁରୀ ଶ୍ରୀଯୁକ୍ତ ପ୍ରତୀକ ସିଂଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ପୁରୀ ପୋଲିସ୍ ପକ୍ଷରୁ ଏକ ବ୍ୟାପକ ବିଚ୍ ପ୍ୟାଟ୍ରୋଲିଂ ଓ ସୁରକ୍ଷା ଅଭିଯାନ ଚଳାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ପୁରୀ ସମୁଦ୍ରତଟ, ଚନ୍ଦ୍ରଭାଗା ବିଚ୍, ଇକୋ ରିଟ୍ରିଟ୍ ବିଚ୍, ପୁରୀ ସମୁଦ୍ରକୁଳ ସହ ପୁରୀ ଜିଲ୍ଲାର ସମସ୍ତ ପ୍ରମୁଖ ବିଚ୍ ଅଞ୍ଚଳରେ ପୋଲିସ୍ ଟିମ୍ ଦ୍ୱାରା ନିୟମିତ

c7f6d567-d1f2-40bd-8bf3-ea6c36b319ae

ଓ ସୁସଂଗଠିତ ପ୍ୟାଟ୍ରୋଲିଂ କରାଯାଇଛି। ଏସ୍‌ଡିପିଓ ନିମାପଡା, ଆଇଆଇସି କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା, ସମୁଦ୍ରକୁଳ, ବାଳିଆପଣ୍ଡା ସମେତ ସମସ୍ତ ଥାନାର ଆଇଆଇସି, ଅଧିକାରୀ ଓ ପୋଲିସ୍ କର୍ମଚାରୀମାନେ ଏହି ପ୍ୟାଟ୍ରୋଲିଂ ଅଭିଯାନରେ ସକ୍ରିୟ ଭାଗ ନେଇଥିଲେ। ପର୍ଯ୍ୟଟକମାନଙ୍କ ନିରାପତ୍ତା ଓ ସୁବିଧା ପାଇଁ ପୁରୀ ବିଚ୍‌ରେ ଏଟିଭି (ATV) ଭେହିକଲ୍ ଦ୍ୱାରା ବିଶେଷ ପ୍ୟାଟ୍ରୋଲିଂ କରାଯାଇଥିଲା, ଯାହା ଦ୍ୱାରା ସମୁଦ୍ରତଟର ସମସ୍ତ ସଂବେଦନଶୀଳ ଅଞ୍ଚଳକୁ ତ୍ୱରିତ ଭାବେ ନିରୀକ୍ଷଣ କରାଯାଇପାରିଥିଲା। ପ୍ୟାଟ୍ରୋଲିଂ ସମୟରେ ପୋଲିସ୍ ଟିମ୍ ପର୍ଯ୍ୟଟକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କୁ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଦେଇଥିଲେ। ସମୁଦ୍ର ସ୍ନାନ

de2489f1-3882-46e0-96a5-e1a67c3eb533

ସମୟରେ ସାବଧାନତା, ଲାଇଫଗାର୍ଡଙ୍କ ନିର୍ଦ୍ଦେଶ ମାନିବା, ଅସୁରକ୍ଷିତ ଅଞ୍ଚଳରେ ନ ସ୍ନାନ କରିବା, ମଦ୍ୟପାନ କରି ସମୁଦ୍ରତଟରେ ଯାତାୟାତ ନ କରିବା ଭଳି ବିଷୟରେ ପର୍ଯ୍ୟଟକମାନଙ୍କୁ ସଚେତନ କରାଯାଇଥିଲା। ଏହା ସହିତ ସମୁଦ୍ରତଟ ଅଞ୍ଚଳରେ ଅସାମାଜିକ ତତ୍ତ୍ୱ, ଅନାବଶ୍ୟକ ଭିଡ଼, ଅବୈଧ ବ୍ୟବସାୟ, ମଦକ ଦ୍ରବ୍ୟ ବିକ୍ରୟ ଓ ଉତ୍ପାତ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ଉପରେ କଡା ନଜର ରଖାଯାଇଥିଲା। ସନ୍ଦେହଜନକ ବ୍ୟକ୍ତି ଓ ଯାନବାହନଗୁଡ଼ିକୁ ଯାଞ୍ଚ କରାଯାଇ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ପୋଲିସ୍ ସଦା ସର୍ବଦା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛି।

b0507e55-97c6-4131-af14-72891ae04c18

ପର୍ଯ୍ୟଟକମାନେ କୌଣସି ଅସୁବିଧା ବା ଆପତ୍ତିକାଳୀନ ପରିସ୍ଥିତିରେ ୧୧୨ ଡାଏଲ୍ କରିବା କିମ୍ବା ପର୍ଯ୍ୟଟକ ସହାୟତା ନମ୍ବର 6370967100 ମାଧ୍ୟମରେ ସହାୟତା ନେବାକୁ ଅନୁରୋଧ କରାଯାଉଛି। ଆଗାମୀ ଦିନରେ ମଧ୍ୟ ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ସମସ୍ତ ବିଚ୍ ଓ ପର୍ଯ୍ୟଟନ ସ୍ଥଳୀରେ ଏଭଳି ବିଶେଷ ପ୍ୟାଟ୍ରୋଲିଂ, ନିରୀକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ। ପୁରୀ ଜିଲ୍ଲା ପୋଲିସ୍ ପକ୍ଷରୁ ସମସ୍ତ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କୁ ଆଇନ-ଶୃଙ୍ଖଳା ରକ୍ଷାରେ ସହଯୋଗ କରିବା ଏବଂ ନିର୍ଦ୍ଦେଶାବଳୀ ମାନି ସୁରକ୍ଷିତ ଓ ସୁଖଦ ପର୍ଯ୍ୟଟନ ଅନୁଭୂତି ନେବାକୁ ଅନୁରୋଧ କରାଯାଉଛି।

More news from ଓଡ଼ିଶା and nearby areas
  • ଆଇନ ସଚେତନତା ଶିବିର। ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୯.୧.୨୦୨୬ ରିଖ ଦିବା ୮.୩୦ ଘଟିକା ସମୟରେ ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ହାପିନେସ ଫାଉଣ୍ଡେସନର ସଦସ୍ୟ ବୃନ୍ଦ, ସ୍ପନ୍ଦନର ସଦସ୍ୟ ବୃନ୍ଦ ଏବଂ ପ୍ରଗତି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ସମ୍ପର୍କିତ ରାଲୀ ରେ ଯୋଗଦାନ କରି ନିସାମୁକ୍ତ ସମାଜ ପାଇଁ ଆହ୍ୱାନ ଦେଇଥିଲେ। ରାଲୀ ସମ୍ପାଦନ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ମିଳନି କକ୍ଷ୍ୟରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା I ଆଜିର ଏହି ସ୍ଵାସ୍ଥ୍ୟ ସେବା ଶିବିରରେ ଜିଲ୍ଲା କୋର୍ଟ ର ସମସ୍ତ ବିଚାରପତି, କର୍ମକର୍ତା, ଓକିଲ ସଂଘର କର୍ମକର୍ତା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ) ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସ୍ଵାସ୍ଥ୍ୟ ସେବା ପରୀକ୍ଷଣ କରାଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
    2
    ଆଇନ ସଚେତନତା ଶିବିର। 
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୯.୧.୨୦୨୬ ରିଖ ଦିବା ୮.୩୦ ଘଟିକା ସମୟରେ ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ହାପିନେସ ଫାଉଣ୍ଡେସନର ସଦସ୍ୟ ବୃନ୍ଦ,  ସ୍ପନ୍ଦନର ସଦସ୍ୟ ବୃନ୍ଦ ଏବଂ ପ୍ରଗତି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ସମ୍ପର୍କିତ ରାଲୀ ରେ ଯୋଗଦାନ କରି ନିସାମୁକ୍ତ ସମାଜ ପାଇଁ ଆହ୍ୱାନ ଦେଇଥିଲେ। ରାଲୀ ସମ୍ପାଦନ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ମିଳନି କକ୍ଷ୍ୟରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା I ଆଜିର ଏହି ସ୍ଵାସ୍ଥ୍ୟ ସେବା ଶିବିରରେ ଜିଲ୍ଲା କୋର୍ଟ ର ସମସ୍ତ ବିଚାରପତି, କର୍ମକର୍ତା, ଓକିଲ ସଂଘର କର୍ମକର୍ତା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ) ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସ୍ଵାସ୍ଥ୍ୟ ସେବା ପରୀକ୍ଷଣ କରାଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    10 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani
    1
    କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    3 hrs ago
  • ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମପଞ୍ଚାୟତ ଠାରେ R C B ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କଲେ ଖଲ୍ଲିକୋଟର ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି l
    2
    ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମପଞ୍ଚାୟତ ଠାରେ R C B ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କଲେ ଖଲ୍ଲିକୋଟର ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି l
    user_KHALLIKOTE KHABAR
    KHALLIKOTE KHABAR
    Journalist ଖଲ୍ଲିକୋଟ, ଗଞ୍ଜାମ, ଓଡ଼ିଶା•
    3 hrs ago
  • Post by Chocolate boy Kumar
    1
    Post by Chocolate boy Kumar
    user_Chocolate boy Kumar
    Chocolate boy Kumar
    Kodala, Ganjam•
    47 min ago
  • ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
    1
    ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ମଦର୍ସ ପବ୍ଲିକ୍ ସ୍କୁଲର ଛାତ୍ରମାନଙ୍କ ଦ୍ୱାରା ବେଳାଭୂମି ସଫେଇ। ପୁରୀ ଜାନୁଆରୀ ୦୯, ୨୦୨୬ "ଆମର ଅସ୍ତିତ୍ୱ ଆମ ପରିବେଶ ଉପରେ ନିର୍ଭର କରେ।" ଏହି ସତ୍ୟର ଗୁରୁତ୍ୱକୁ ଅନୁଭବ କରି, ପୁରୀର ମଦର୍ସ ପବ୍ଲିକ୍ ସ୍କୁଲର ଛାତ୍ରମାନେ ଶୁକ୍ରବାର (୦୯ ଜାନୁଆରୀ) ଦିନ ସେମାନଙ୍କର ପାଠ୍ୟପୁସ୍ତକକୁ ଅଳିଆ ବ୍ୟାଗ ପାଇଁ ବଦଳାଇ ଦେଇଥିଲେ। ଗ୍ଲୋଭସ୍ ଏବଂ ଏକ ମିଳିତ ଉଦ୍ଦେଶ୍ୟ ଭାବନା ସହିତ ସଜ୍ଜିତ ହୋଇ, ଛାତ୍ରମାନେ ସହରର ବେଳାଭୂମିର ଏକ ଅଂଶକୁ ପରିବର୍ତ୍ତନ କରିଥିଲେ, ପ୍ରମାଣ କରିଥିଲେ ଯେ ବୟସ ପରିବେଶଗତ ପରିଚାଳନା ପାଇଁ କୌଣସି ପ୍ରତିବନ୍ଧକ ନୁହେଁ। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ, ସ୍ୱେଚ୍ଛାସେବକମାନେ ୪୫ କିଲୋଗ୍ରାମରୁ ଅଧିକ ଅଳିଆ ସଂଗ୍ରହ କରିଥିଲେ। ଏହି ଅଳିଆ ଜବତ ଆଧୁନିକ ବ୍ୟବହାରର ଏକ ଗୁରୁତର ପ୍ରତିଫଳନ ଥିଲା: କଳଙ୍କିତ ଧାତୁ ସ୍କ୍ରାପ୍, ପରିତ୍ୟକ୍ତ ମାଛ ଧରିବା ଜାଲ ଏବଂ ହଜାର ହଜାର ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବୋତଲ। "ଆମେ ଆମର ପାଠ୍ୟପୁସ୍ତକରେ ସମୁଦ୍ର ପ୍ରଦୂଷଣ ବିଷୟରେ ପଢ଼ିଛୁ, କିନ୍ତୁ ନିଜ ଆଖିରେ ଏହାକୁ ଦେଖିବା ଏକ ଜାଗ୍ରତ ଘଣ୍ଟି," ୭ମ ଶ୍ରେଣୀର ଛାତ୍ର କହିଛନ୍ତି। ଜଣେ ଶିକ୍ଷକ କହିଛନ୍ତି, “ଆମେ ଛୋଟ ଛୋଟ ପ୍ଲାଷ୍ଟିକ୍ ଖଣ୍ଡ ମଧ୍ୟ ପାଇଲୁ ଯାହା ପ୍ରାୟ ବାଲି ସହିତ ମିଶିଯାଇଛି। ଏହା ଆପଣଙ୍କୁ ଅନୁଭବ କରାଏ ଯେ ସଫା କରିବା ଭଲ, କିନ୍ତୁ ଉତ୍ସରେ ଅପଚୟକୁ ବନ୍ଦ କରିବା ହେଉଛି ପ୍ରକୃତ ଲକ୍ଷ୍ୟ।” ସେଥିପାଇଁ, ଦେଶବ୍ୟାପୀ ସ୍ୱଚ୍ଛ ଭାରତ ଅଭିଯାନ ଅଭିଯାନର ଅଂଶ ଭାବରେ ଆୟୋଜିତ ଏହି ପଦକ୍ଷେପ କେବଳ ଶାରୀରିକ ଶ୍ରମ ବିଷୟରେ ନଥିଲା। ଏହା ଦର୍ଶକଙ୍କ ପାଇଁ ଏକ ଚଳପ୍ରଚଳ ଶ୍ରେଣୀଗୃହ ଏବଂ ସଚେତନତା ଅଭିଯାନ ଭାବରେ କାର୍ଯ୍ୟ କରିଥିଲା। ସ୍ଥାନୀୟ ସାମୁଦ୍ରିକ ଜୀବନ ଉପରେ ଆବର୍ଜନାର ପ୍ରଭାବ ବୁଝାଇବା ପାଇଁ ପରିବେଶ ବିଜ୍ଞାନ ଶିକ୍ଷକମାନେ ଉପସ୍ଥିତ ଥିଲେ। ଅଭିଯାନର ପ୍ରଭାବ ବାଲି ବାହାରେ ପ୍ରତିଧ୍ୱନିତ ହୋଇଥିଲା। ଛାତ୍ରମାନଙ୍କ ଶକ୍ତି ଦ୍ୱାରା ଅନୁପ୍ରାଣିତ ସ୍ଥାନୀୟ ବିକ୍ରେତାମାନେ ପୁନଃବ୍ୟବହାରଯୋଗ୍ୟ ପାତ୍ରରେ ପାଣି ଯୋଗାଇ ଏବଂ ସେମାନଙ୍କ ଷ୍ଟଲ ଚାରିପାଖର ଅଞ୍ଚଳ ସଫା କରି ଏଥିରେ ଯୋଗ ଦେଇଥିଲେ। ସଂଗୃହିତ ଅବର୍ଜନାକୁ ଲ୍ୟାଣ୍ଡଫିଲ୍ ବଦଳରେ ପୁନଃଚକ୍ରଣ କେନ୍ଦ୍ରକୁ ପଠାଯିବା ନିଶ୍ଚିତ କରିବା ପାଇଁ ମହାନଗର ନିଗମ ସ୍ୱତନ୍ତ୍ର ନିଷ୍କାସନ ଟ୍ରକ୍ ଯୋଗାଇ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରିଥିଲା। ସୂର୍ଯ୍ୟ ତା'ର ଶିଖରରେ ପହଞ୍ଚିବା ପରେ, ବେଳାଭୂମି ଅଚିହ୍ନା ଦେଖାଯାଉଥିଲା - କେବଳ ଅଳିଆ ଚାଲିଯାଇଥିବାରୁ ନୁହେଁ, ବରଂ ସମ୍ପ୍ରଦାୟର ନବୀକରଣ ଆତ୍ମା ​​ଯୋଗୁଁ। “ଏହି ଛାତ୍ରମାନେ କେବଳ ଏକ ବେଳାଭୂମି ସଫା କରିନଥିଲେ; ସେମାନେ ଆମର ବିବେକକୁ ସଫା କରିଥିଲେ,” ଜଣେ ସ୍ଥାନୀୟ ବାସିନ୍ଦା ଉଲ୍ଲେଖ କରିଥିଲେ। "ଯଦି ସେମାନେ ପୃଥିବୀର ଦାୟିତ୍ୱ ନେଇପାରିବେ, ତେବେ ଆମେ ମଧ୍ୟ ନେଇପାରିବୁ।" ଯୁବପିଢ଼ିଙ୍କ ବାର୍ତ୍ତା ସ୍ପଷ୍ଟ: ଜୁଆର ମୋଡ଼ ନେଉଛି, ଏବଂ ସେମାନେ ହିଁ ଏକ ସ୍ୱଚ୍ଛ, ସବୁଜ ଦିଗନ୍ତ ଆଡକୁ ପଥ କଢ଼ାଇ ନେଉଛନ୍ତି।
    4
    ମଦର୍ସ ପବ୍ଲିକ୍ ସ୍କୁଲର ଛାତ୍ରମାନଙ୍କ ଦ୍ୱାରା ବେଳାଭୂମି ସଫେଇ।
ପୁରୀ ଜାନୁଆରୀ ୦୯, ୨୦୨୬
"ଆମର ଅସ୍ତିତ୍ୱ ଆମ ପରିବେଶ ଉପରେ ନିର୍ଭର କରେ।"
ଏହି ସତ୍ୟର ଗୁରୁତ୍ୱକୁ ଅନୁଭବ କରି, ପୁରୀର ମଦର୍ସ ପବ୍ଲିକ୍ ସ୍କୁଲର ଛାତ୍ରମାନେ ଶୁକ୍ରବାର (୦୯ ଜାନୁଆରୀ) ଦିନ ସେମାନଙ୍କର ପାଠ୍ୟପୁସ୍ତକକୁ ଅଳିଆ ବ୍ୟାଗ ପାଇଁ ବଦଳାଇ ଦେଇଥିଲେ। ଗ୍ଲୋଭସ୍ ଏବଂ ଏକ ମିଳିତ ଉଦ୍ଦେଶ୍ୟ ଭାବନା ସହିତ ସଜ୍ଜିତ ହୋଇ, ଛାତ୍ରମାନେ ସହରର ବେଳାଭୂମିର ଏକ ଅଂଶକୁ ପରିବର୍ତ୍ତନ କରିଥିଲେ, ପ୍ରମାଣ କରିଥିଲେ ଯେ ବୟସ ପରିବେଶଗତ ପରିଚାଳନା ପାଇଁ କୌଣସି ପ୍ରତିବନ୍ଧକ ନୁହେଁ।
ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ, ସ୍ୱେଚ୍ଛାସେବକମାନେ ୪୫ କିଲୋଗ୍ରାମରୁ ଅଧିକ ଅଳିଆ ସଂଗ୍ରହ କରିଥିଲେ। ଏହି ଅଳିଆ ଜବତ ଆଧୁନିକ ବ୍ୟବହାରର ଏକ ଗୁରୁତର ପ୍ରତିଫଳନ ଥିଲା: କଳଙ୍କିତ ଧାତୁ ସ୍କ୍ରାପ୍, ପରିତ୍ୟକ୍ତ ମାଛ ଧରିବା ଜାଲ ଏବଂ ହଜାର ହଜାର ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବୋତଲ।
"ଆମେ ଆମର ପାଠ୍ୟପୁସ୍ତକରେ ସମୁଦ୍ର ପ୍ରଦୂଷଣ ବିଷୟରେ ପଢ଼ିଛୁ, କିନ୍ତୁ ନିଜ ଆଖିରେ ଏହାକୁ ଦେଖିବା ଏକ ଜାଗ୍ରତ ଘଣ୍ଟି," ୭ମ ଶ୍ରେଣୀର ଛାତ୍ର କହିଛନ୍ତି। ଜଣେ ଶିକ୍ଷକ କହିଛନ୍ତି, “ଆମେ ଛୋଟ ଛୋଟ ପ୍ଲାଷ୍ଟିକ୍ ଖଣ୍ଡ ମଧ୍ୟ ପାଇଲୁ ଯାହା ପ୍ରାୟ ବାଲି ସହିତ ମିଶିଯାଇଛି। ଏହା ଆପଣଙ୍କୁ ଅନୁଭବ କରାଏ ଯେ ସଫା କରିବା ଭଲ, କିନ୍ତୁ ଉତ୍ସରେ ଅପଚୟକୁ ବନ୍ଦ କରିବା ହେଉଛି ପ୍ରକୃତ ଲକ୍ଷ୍ୟ।”
ସେଥିପାଇଁ, ଦେଶବ୍ୟାପୀ ସ୍ୱଚ୍ଛ ଭାରତ ଅଭିଯାନ ଅଭିଯାନର ଅଂଶ ଭାବରେ ଆୟୋଜିତ ଏହି ପଦକ୍ଷେପ କେବଳ ଶାରୀରିକ ଶ୍ରମ ବିଷୟରେ ନଥିଲା। ଏହା ଦର୍ଶକଙ୍କ ପାଇଁ ଏକ ଚଳପ୍ରଚଳ ଶ୍ରେଣୀଗୃହ ଏବଂ ସଚେତନତା ଅଭିଯାନ ଭାବରେ କାର୍ଯ୍ୟ କରିଥିଲା। ସ୍ଥାନୀୟ ସାମୁଦ୍ରିକ ଜୀବନ ଉପରେ ଆବର୍ଜନାର ପ୍ରଭାବ ବୁଝାଇବା ପାଇଁ ପରିବେଶ ବିଜ୍ଞାନ ଶିକ୍ଷକମାନେ ଉପସ୍ଥିତ ଥିଲେ।
ଅଭିଯାନର ପ୍ରଭାବ ବାଲି ବାହାରେ ପ୍ରତିଧ୍ୱନିତ ହୋଇଥିଲା। ଛାତ୍ରମାନଙ୍କ ଶକ୍ତି ଦ୍ୱାରା ଅନୁପ୍ରାଣିତ ସ୍ଥାନୀୟ ବିକ୍ରେତାମାନେ ପୁନଃବ୍ୟବହାରଯୋଗ୍ୟ ପାତ୍ରରେ ପାଣି ଯୋଗାଇ ଏବଂ ସେମାନଙ୍କ ଷ୍ଟଲ ଚାରିପାଖର ଅଞ୍ଚଳ ସଫା କରି ଏଥିରେ ଯୋଗ ଦେଇଥିଲେ। ସଂଗୃହିତ ଅବର୍ଜନାକୁ ଲ୍ୟାଣ୍ଡଫିଲ୍ ବଦଳରେ ପୁନଃଚକ୍ରଣ କେନ୍ଦ୍ରକୁ ପଠାଯିବା ନିଶ୍ଚିତ କରିବା ପାଇଁ ମହାନଗର ନିଗମ ସ୍ୱତନ୍ତ୍ର ନିଷ୍କାସନ ଟ୍ରକ୍ ଯୋଗାଇ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରିଥିଲା।
ସୂର୍ଯ୍ୟ ତା'ର ଶିଖରରେ ପହଞ୍ଚିବା ପରେ, ବେଳାଭୂମି ଅଚିହ୍ନା ଦେଖାଯାଉଥିଲା - କେବଳ ଅଳିଆ ଚାଲିଯାଇଥିବାରୁ ନୁହେଁ, ବରଂ ସମ୍ପ୍ରଦାୟର ନବୀକରଣ ଆତ୍ମା ​​ଯୋଗୁଁ।
“ଏହି ଛାତ୍ରମାନେ କେବଳ ଏକ ବେଳାଭୂମି ସଫା କରିନଥିଲେ; ସେମାନେ ଆମର ବିବେକକୁ ସଫା କରିଥିଲେ,” ଜଣେ ସ୍ଥାନୀୟ ବାସିନ୍ଦା ଉଲ୍ଲେଖ କରିଥିଲେ। "ଯଦି ସେମାନେ ପୃଥିବୀର ଦାୟିତ୍ୱ ନେଇପାରିବେ, ତେବେ ଆମେ ମଧ୍ୟ ନେଇପାରିବୁ।"
ଯୁବପିଢ଼ିଙ୍କ ବାର୍ତ୍ତା ସ୍ପଷ୍ଟ: ଜୁଆର ମୋଡ଼ ନେଉଛି, ଏବଂ ସେମାନେ ହିଁ ଏକ ସ୍ୱଚ୍ଛ, ସବୁଜ ଦିଗନ୍ତ ଆଡକୁ ପଥ କଢ଼ାଇ ନେଉଛନ୍ତି।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.