logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାୟଗଡ଼ ପୌରପରିଷଦ ଦ୍ୱାରା ‘ସଫେଇ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର ସହ ଆୟୋଜିତ ହେଲା ‘ବଡ଼ଖାନା’ ଆଜି ରାୟଗଡ଼ ପୌରପରିଷଦ ଅଡିଟରିୟମ ଠାରେ ସହରର ସ୍ୱଚ୍ଛତା ବଜାୟ ରଖୁଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏକ ଭବ୍ୟ ‘ସଫେଇ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି । ନିଷ୍ଠାର ସହ କାର୍ଯ୍ୟ କରୁଥିବା କିଛି ଚୟନିତ ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାୟ ୪୦୦ ରୁ ଅଧିକ ସଫେଇ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା, ଯେଉଁଠାରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା। ପ୍ରତ୍ୟେକ ପରିମଳ କର୍ମଚାରୀଙ୍କ ପାଇଁ ଏକ ସ୍ବାସ୍ଥ୍ୟ ପୁସ୍ତିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ସେମାନଙ୍କର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ବିବରଣୀ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଅଛି । ଏହି ପୁସ୍ତିକା ଭବିଷ୍ୟତରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ତଥା ଉପଚାର ପ୍ରଣାଳୀକୁ ଆହୁରି ସୁବିଧା ଜନକ କରିବା ସହିତ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସହାୟକ ହେବ । କାର୍ଯ୍ୟକ୍ରମ ଶେଷରେ ଏକ ‘ବଡ଼ଖାନା’ (ସାମୂହିକ ଭୋଜି) ର ଆୟୋଜନ ହୋଇଥିଲା। ଏଥିରେ ଉପସ୍ଥିତ ଅତିଥିମାନେ ନିଜେ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରିଷଣ କରି ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପି.ଡି. ଡୁଡା ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିସହ ପୌଇରପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପି. ମହେଶ ପାଟନାୟକ, ଉପାଧ୍ୟକ୍ଷ, ସମସ୍ତ କାଉନସିଲର, ସ୍ୱଚ୍ଛତା ବିଶେଷଜ୍ଞ, ସ୍ୱଚ୍ଛ ସାଥୀ ଏବଂ ସ୍ୱଚ୍ଛ ସୁପରଭାଇଜର ପ୍ରମୁଖ ଯୋଗ ଦେଇଥିଲେ। ସମ୍ମାନନୀୟ ଜିଲ୍ଲାପାଳ ମହୋଦୟ ଆଜିର ଏହି କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହିତ ଆଗାମୀ ସ୍ବଚ୍ଛ ସର୍ବେକ୍ଷଣ ୨୦୨୬ ରେ ରାୟଗଡ଼ ପୌରପରିଷଦର ସ୍ଥାନକୁ ଜାତୀୟ ସ୍ତରରେ ଉପରକୁ ଉଠାଇବା ଏବଂ ପୁରସ୍କୃତ ହେବାପାଇଁ ବିବେଚିତ କରିବାରେ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହାସହିତ ରାୟଗଡ ସହରରେ ଜମିରହିଥିବା ଆବର୍ଜନା ଗୁଡିକୁ ଖୁବଶୀଘ୍ର ପ୍ରକ୍ରିୟାକରଣ (ବାୟୋ ମାଇନିଙ୍ଗ) କରାଯାଇ ସହରକୁ ଆହୁରି ସୁନ୍ଦର ଏବଂ ଆବର୍ଜନା ମୁକ୍ତ କରାଯିବା ସହିତ ୱାର୍ଡ ନ - ୦୩ ଠାରେ ଏକ ବୃହତ ଆବର୍ଜନା ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇ ଉନ୍ନତମାନର ଯାନ୍ତ୍ରିକ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ରାୟଗଡ଼ ପୌରପରିଷଦର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ରାୟଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ନିଜ ଅଭିଭାଷଣରେ ମତ ରଖିଥିଲେ। ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

2 hrs ago
user_Narattam Kumar padhy
Narattam Kumar padhy
ସାମ୍ବାଦିକ ବିଷମାକଟକ, ରାୟଗଡା, ଓଡ଼ିଶା•
2 hrs ago
a61bfb5e-933a-493c-94f8-7bfb537c5e0b

ରାୟଗଡ଼ ପୌରପରିଷଦ ଦ୍ୱାରା ‘ସଫେଇ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର ସହ ଆୟୋଜିତ ହେଲା ‘ବଡ଼ଖାନା’ ଆଜି ରାୟଗଡ଼ ପୌରପରିଷଦ ଅଡିଟରିୟମ ଠାରେ ସହରର ସ୍ୱଚ୍ଛତା ବଜାୟ ରଖୁଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏକ ଭବ୍ୟ ‘ସଫେଇ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି । ନିଷ୍ଠାର ସହ କାର୍ଯ୍ୟ କରୁଥିବା କିଛି ଚୟନିତ ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାୟ ୪୦୦ ରୁ ଅଧିକ ସଫେଇ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା, ଯେଉଁଠାରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା। ପ୍ରତ୍ୟେକ ପରିମଳ କର୍ମଚାରୀଙ୍କ ପାଇଁ

16973e72-1d64-4758-8bad-bba4ed4a552e

ଏକ ସ୍ବାସ୍ଥ୍ୟ ପୁସ୍ତିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ସେମାନଙ୍କର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ବିବରଣୀ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଅଛି । ଏହି ପୁସ୍ତିକା ଭବିଷ୍ୟତରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ତଥା ଉପଚାର ପ୍ରଣାଳୀକୁ ଆହୁରି ସୁବିଧା ଜନକ କରିବା ସହିତ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସହାୟକ ହେବ । କାର୍ଯ୍ୟକ୍ରମ ଶେଷରେ ଏକ ‘ବଡ଼ଖାନା’ (ସାମୂହିକ ଭୋଜି) ର ଆୟୋଜନ ହୋଇଥିଲା। ଏଥିରେ ଉପସ୍ଥିତ ଅତିଥିମାନେ ନିଜେ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରିଷଣ କରି ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପି.ଡି. ଡୁଡା

6d03c150-5fd0-448c-9905-544db2e8a0d5

ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିସହ ପୌଇରପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପି. ମହେଶ ପାଟନାୟକ, ଉପାଧ୍ୟକ୍ଷ, ସମସ୍ତ କାଉନସିଲର, ସ୍ୱଚ୍ଛତା ବିଶେଷଜ୍ଞ, ସ୍ୱଚ୍ଛ ସାଥୀ ଏବଂ ସ୍ୱଚ୍ଛ ସୁପରଭାଇଜର ପ୍ରମୁଖ ଯୋଗ ଦେଇଥିଲେ। ସମ୍ମାନନୀୟ ଜିଲ୍ଲାପାଳ ମହୋଦୟ ଆଜିର ଏହି କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହିତ ଆଗାମୀ ସ୍ବଚ୍ଛ ସର୍ବେକ୍ଷଣ ୨୦୨୬ ରେ ରାୟଗଡ଼ ପୌରପରିଷଦର ସ୍ଥାନକୁ ଜାତୀୟ ସ୍ତରରେ ଉପରକୁ ଉଠାଇବା ଏବଂ ପୁରସ୍କୃତ ହେବାପାଇଁ ବିବେଚିତ କରିବାରେ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହାସହିତ ରାୟଗଡ ସହରରେ ଜମିରହିଥିବା ଆବର୍ଜନା ଗୁଡିକୁ ଖୁବଶୀଘ୍ର ପ୍ରକ୍ରିୟାକରଣ (ବାୟୋ

c0e48d2f-6749-49b6-bd3c-7d2c799dbc77

ମାଇନିଙ୍ଗ) କରାଯାଇ ସହରକୁ ଆହୁରି ସୁନ୍ଦର ଏବଂ ଆବର୍ଜନା ମୁକ୍ତ କରାଯିବା ସହିତ ୱାର୍ଡ ନ - ୦୩ ଠାରେ ଏକ ବୃହତ ଆବର୍ଜନା ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇ ଉନ୍ନତମାନର ଯାନ୍ତ୍ରିକ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ରାୟଗଡ଼ ପୌରପରିଷଦର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ରାୟଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ନିଜ ଅଭିଭାଷଣରେ ମତ ରଖିଥିଲେ। ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

More news from ଓଡ଼ିଶା and nearby areas
  • Post by Narattam Kumar padhy
    1
    Post by Narattam Kumar padhy
    user_Narattam Kumar padhy
    Narattam Kumar padhy
    ସାମ୍ବାଦିକ ବିଷମାକଟକ, ରାୟଗଡା, ଓଡ଼ିଶା•
    22 min ago
  • କଳାହାଣ୍ଡି: ଗତ ବିଲମ୍ବିତ ରାତିରେ ଭବାନୀପାଟଣା ସହର ରେ ଗୁଳିକାଣ୍ଡ।ଦୁଇ ମାଉଜର ପିସ୍ତଲ ଜବତ ସହ ତିନିଜଣ ଯୁବକ କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ଟାଉନଥାନା ପୋଲିସ।ମଦ୍ୟପ ଯୁବକ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ ଘଟାଇଥିବା ସୂଚନା।
    1
    କଳାହାଣ୍ଡି:  ଗତ ବିଲମ୍ବିତ ରାତିରେ ଭବାନୀପାଟଣା ସହର ରେ ଗୁଳିକାଣ୍ଡ।ଦୁଇ ମାଉଜର ପିସ୍ତଲ ଜବତ  ସହ ତିନିଜଣ ଯୁବକ କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ଟାଉନଥାନା ପୋଲିସ।ମଦ୍ୟପ ଯୁବକ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ ଘଟାଇଥିବା ସୂଚନା।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    19 hrs ago
  • Post by Pramodkumar Jena
    1
    Post by Pramodkumar Jena
    user_Pramodkumar Jena
    Pramodkumar Jena
    Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    40 min ago
  • ମୋହନା ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ସଚେତନତା ରଥ କୁ ଶୁଭ ଆରମ୍ବ କରିଛନ୍ତି ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ବିଶୋଇ ଏହି ରଥ ବିଭିନ୍ନ ଗ୍ରାମ ରେ ପହଁଚି ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କରିବ ବୋଲି ସୂଚନା ମେଳିଛି
    1
    ମୋହନା ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ସଚେତନତା ରଥ କୁ ଶୁଭ ଆରମ୍ବ କରିଛନ୍ତି ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ବିଶୋଇ ଏହି ରଥ ବିଭିନ୍ନ ଗ୍ରାମ ରେ ପହଁଚି ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କରିବ ବୋଲି ସୂଚନା ମେଳିଛି
    user_Ansubhai Pandey
    Ansubhai Pandey
    ସାମ୍ବାଦିକ ମୋହନା, ଗଜପତି, ଓଡ଼ିଶା•
    15 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    15 hrs ago
  • ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା। ଗ୍ରାମରେ ୧୫ ଘର ପରିବାର ବସ ବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଧାନ ଜମିରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ମହିଳା ମାନେ କହିଛନ୍ତି। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଛି। ଆଗକୁ ଆସୁଛି ଖରାଦିନ।ଗ୍ରାମବାସୀ ଜଳ କଷ୍ଟ ଭୋଗିବା ପୂର୍ବରୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବ ଜରୁରୀ ହୋଇ ପଡିଛି।
    1
    ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା। ଗ୍ରାମରେ ୧୫ ଘର ପରିବାର ବସ ବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଧାନ ଜମିରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ମହିଳା ମାନେ କହିଛନ୍ତି। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଛି। ଆଗକୁ ଆସୁଛି ଖରାଦିନ।ଗ୍ରାମବାସୀ ଜଳ କଷ୍ଟ ଭୋଗିବା ପୂର୍ବରୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବ ଜରୁରୀ ହୋଇ ପଡିଛି।
    user_KADAMBINI
    KADAMBINI
    ସାମ୍ବାଦିକ ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    17 hrs ago
  • ବନ୍ଧଡ଼ିହ ଠାରେ ଚବିଶ ପ୍ରହରୀ ନାମ ସଂକୀର୍ତନ ଅନୁଷ୍ଠିତ l ଖାଲି ଭିଜୁଆଲ ପକାଇବେ, ମୋର ଫଟୋ ତଳେ ଦେବେ l
    1
    ବନ୍ଧଡ଼ିହ ଠାରେ ଚବିଶ ପ୍ରହରୀ ନାମ ସଂକୀର୍ତନ ଅନୁଷ୍ଠିତ l 
ଖାଲି ଭିଜୁଆଲ ପକାଇବେ, ମୋର ଫଟୋ ତଳେ ଦେବେ l
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    17 hrs ago
  • Post by Pramodkumar Jena
    4
    Post by Pramodkumar Jena
    user_Pramodkumar Jena
    Pramodkumar Jena
    Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.