ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ମାଙ୍କଡ଼ ଉପଦ୍ରଵ, ହନ୍ତସନ୍ତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ l ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲାର ପୁରୀ ସହର ବଡଦାଣ୍ଡରେ ଥିବା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କଥା l ଯେଉଁଠାରେ କୁକୁର ଠାରୁ ମାଙ୍କଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଉପଦ୍ରଵ ପ୍ରବଳ କିନ୍ତୁ ସୁରକ୍ଷା ବ୍ୟବସ୍ଥା ପୁରାଢ଼ିଲା l ସବୁଠାରୁ ଦୁଃଖର ବିଷୟ ହେଉଛି ସବୁଠାରୁ ଯନ୍ତ୍ରଣା ଦାୟକ ବିଭାଗ ଶଲ୍ୟ ଚିକିତ୍ସା ବିଭାଗ l ହଁ ଆଜ୍ଞା ଏହି ମୁଖ୍ୟ ଚିକିତ୍ସାଳୟ ର ଶଲ୍ୟ ଚିକିତ୍ସା ପୁରୁଷ ୱାର୍ଡର ଅବସ୍ଥା କହିଲେ ନସରେ l ଖାଣ୍ଟି ଓଡ଼ିଆ ଭାବରେ କହିବାକୁ ଗଲେ ଏହି ବିଭାଗ ର ସମସ୍ତ ଛୋଟା ଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ଘଟଣା ରେ ପଡି ଚିକିତ୍ସିତ ହେବାକୁ ଭର୍ତି ହୋଇଥାନ୍ତି l କିନ୍ତୁ ଏହି ୱାର୍ଡ ମାନଙ୍କରେ ୱାର୍ଡ ଠାରୁ ଶୌଚାଳୟ ପର୍ଯ୍ୟନ୍ତ ମାଙ୍କଡ଼ ମାନଙ୍କ ପ୍ରାଦୁର୍ଭାବ ଏଭଳି ବଢିଛି ଯେ ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି l ୱାର୍ଡ ଭିତରେ ପଶି ରୋଗୀ ମାନଙ୍କ ଖାଦ୍ୟ ଫିଙ୍ଗା ଫୋପଡ଼ା କରିବା ସହିତ ଶୌଚାଳୟ ଭିତରେ ଦିନରାତି ରହୁଥିବା ରୁ ରୋଗୀ ଏବଂ ରୋଗୀମାନଙ୍କ ସମ୍ପର୍କୀୟମାନେ ଝାଡା ପରିସ୍ରା ଯିବାପାଇଁ ଭୟଭୀତ ହେଉଛନ୍ତି l ତେଣୁ ଜିଲ୍ଲା ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ରଖି ତୁରନ୍ତ ମାଙ୍କଡ଼ମାନଙ୍କ ପ୍ରାଦୁର୍ଭାବକୁ ଦୂର କରିବାପାଇଁ ପଦକ୍ଷେପ ନେଇ ରୋଗୀମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ସାଧାରଣ ରେ ଆଲୋଚନା ହେଉଛି l
ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ମାଙ୍କଡ଼ ଉପଦ୍ରଵ, ହନ୍ତସନ୍ତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ l ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲାର ପୁରୀ ସହର ବଡଦାଣ୍ଡରେ ଥିବା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କଥା l ଯେଉଁଠାରେ କୁକୁର ଠାରୁ ମାଙ୍କଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଉପଦ୍ରଵ ପ୍ରବଳ କିନ୍ତୁ ସୁରକ୍ଷା ବ୍ୟବସ୍ଥା ପୁରାଢ଼ିଲା l
ସବୁଠାରୁ ଦୁଃଖର ବିଷୟ ହେଉଛି ସବୁଠାରୁ ଯନ୍ତ୍ରଣା ଦାୟକ ବିଭାଗ ଶଲ୍ୟ ଚିକିତ୍ସା ବିଭାଗ l ହଁ ଆଜ୍ଞା ଏହି ମୁଖ୍ୟ ଚିକିତ୍ସାଳୟ ର ଶଲ୍ୟ ଚିକିତ୍ସା ପୁରୁଷ ୱାର୍ଡର ଅବସ୍ଥା କହିଲେ ନସରେ l ଖାଣ୍ଟି ଓଡ଼ିଆ ଭାବରେ କହିବାକୁ ଗଲେ ଏହି ବିଭାଗ ର ସମସ୍ତ ଛୋଟା ଠାରୁ ଆରମ୍ଭ କରି ବିଭିନ୍ନ
ଦୁର୍ଘଟଣା ରେ ପଡି ଚିକିତ୍ସିତ ହେବାକୁ ଭର୍ତି ହୋଇଥାନ୍ତି l କିନ୍ତୁ ଏହି ୱାର୍ଡ ମାନଙ୍କରେ ୱାର୍ଡ ଠାରୁ ଶୌଚାଳୟ ପର୍ଯ୍ୟନ୍ତ ମାଙ୍କଡ଼ ମାନଙ୍କ ପ୍ରାଦୁର୍ଭାବ ଏଭଳି ବଢିଛି ଯେ ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି l ୱାର୍ଡ ଭିତରେ ପଶି ରୋଗୀ ମାନଙ୍କ ଖାଦ୍ୟ ଫିଙ୍ଗା ଫୋପଡ଼ା କରିବା
ସହିତ ଶୌଚାଳୟ ଭିତରେ ଦିନରାତି ରହୁଥିବା ରୁ ରୋଗୀ ଏବଂ ରୋଗୀମାନଙ୍କ ସମ୍ପର୍କୀୟମାନେ ଝାଡା ପରିସ୍ରା ଯିବାପାଇଁ ଭୟଭୀତ ହେଉଛନ୍ତି l ତେଣୁ ଜିଲ୍ଲା ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ରଖି ତୁରନ୍ତ ମାଙ୍କଡ଼ମାନଙ୍କ ପ୍ରାଦୁର୍ଭାବକୁ ଦୂର କରିବାପାଇଁ ପଦକ୍ଷେପ ନେଇ ରୋଗୀମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ସାଧାରଣ ରେ ଆଲୋଚନା ହେଉଛି l
- Jay Jagannath 🙏1
- ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ପ୍ରଶାନ୍ତି ନୃତ୍ୟସଂଗୀତ ପରିଷଦ, ପୁରୀ ପକ୍ଷରୁ ଗୁରୁ ସାଗରିକା ମହାପାତ୍ରଙ୍କ ନୃତ୍ୟ ପରିବେଷଣ କରାଯାଇଥିଲା । ପରେପରେ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ଟ୍ରଷ୍ଟର ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଆଲୋଚନା ଓ କବିତା ପାଠ ଅନୁଷ୍ଠାନର ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ସୈାଭାଗ୍ୟ କୁମାର ସାହୁ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶ୍ରୀମତୀ ରେଣୁକା ମିଶ୍ର, ଶ୍ରୀଯୁକ୍ତ ପ୍ରଦୀପ୍ତ ରାୟ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ, ଡକ୍ଟର ଅଭିମନ୍ୟୁ ଭୂୟାଁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ଡକ୍ଟର ଦିଲ୍ଲୀପ କୁମାର ସେନାପତି ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ରେଣୁକା ମିଶ୍ରଙ୍କ ରଚିତ ସୁଲଭ ପ୍ରକାଶନୀ ପକ୍ଷରୁ ପ୍ରକାଶିତ 'କର ପର ଉପକାର ' ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାଧାରଣ ସମ୍ପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶିବସୁନ୍ଦର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ମନୋଜ୍ଞ କବିତାପାଠକୁ ସଂଯୋଜନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ ଏବଂ 'ଦିବ୍ୟଦର୍ଶନ' ସମ୍ପାଦିକା ପ୍ରବାସିନୀ ମିଶ୍ର। ସଭାକାର୍ଯ୍ୟରେ ସହଯୋଗ କରିଥିଲେ ଯୋଗେନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଟ୍ଟନାୟକ, ସୁବାସ ଚନ୍ଦ୍ର ମିଶ୍ର, ସୁକାନ୍ତି ମିଶ୍ର, ରଶ୍ମି ରେଖା ସାମନ୍ତରାୟ, ମୀରା ମହାନ୍ତି , ରଚିତା ରାଉତରାୟ, ମିନତି ମିଶ୍ର, ଅନନ୍ତ ପ୍ରଧାନ, ଅଭିମନ୍ୟୁ ଗୁରୁ, ଚାରୁଲତା ମିଶ୍ର, ରଶ୍ମି ବେହେରା, ରୋଜାଲିନ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ।2
- Post by User5115 Susanta Kumar Pattnaik1
- ଧାନ ବିକିଵା ପାଇଁ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି:ଶେଷଦେବ ନନ୍ଦ1
- Flat for sale infront of the AIIMS1
- ଇଟାମାଟିରେ ନୂତନ ବର୍ଷର ବନ୍ଧୁମିଳନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ ଇଟାମାଟି (ନୟାଗଡ଼): ନୟାଗଡ଼ ଜିଲ୍ଲା ଇଟାମାଟିଠାରେ ଆଜି ନୂତନ ବର୍ଷର ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେପି ନାରୀ ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗ ଦେଇ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ମଣ୍ଡଳ ସଭାପତିଙ୍କ ଅଭିଭାଷଣ: ଏହି ସଭାରେ ମଣ୍ଡଳ ସଭାପତି ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଦଳ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ପୁରୀ ସାଂସଦଙ୍କ ଅନୁପସ୍ଥିତି: ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଯୋଗଦେବାର ସୂଚନା ରହିଥିଲା, ମାତ୍ର କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ଆସିପାରି ନଥିବା ସଭାରେ ସୂଚନା ଦିଆଯାଇଥିଲା। ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଶେଷରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ବନ୍ଧୁମିଳନ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା।4
- ଗୋମl ମା ଙ୍କ ଚମଡା 😥 ସପୋର୍ଟ suscribe1
- ଶିଶିର ସାରସ ଚଳିତ ବର୍ଷ ଜାନୁଆରୀ ୧୦ ରୁ ୧୮ ପର୍ଯ୍ୟନ୍ତ ପୁରୀ ୭/୧ ଶିଶିର ସାରସ୍ ୨୦୨୬ ମେଳାର ଆୟୋଜନର ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଚଳିତ ମାସ ୧୦ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ବହୁ ପ୍ରତିକ୍ଷିତ ପ୍ରଦର୍ଶନୀ ଭୁବନେଶ୍ୱର ୟୁନିଟ ୩ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ।ଏଥିପାଇଁ ଓରମାସ ପକ୍ଷରୁ ଆଜି ଓ ଆସନ୍ତା କାଲି ପୁରୀର ଲାଇଟହାଉସ୍ ନିକଟ ସି ବିଚ୍ରେ ଏକ ଆକାଶପତଙ୍ଗ ବା ଗୁଡି ଶୋ ଆୟୋଜିତ ହେଉଛି।। ଏହି ଆକାଶପତଙ୍ଗ ଶୋ ହେଉଛି ଶିଶିର ସାରସ୍ ମେଳାର ପ୍ରଚାର ପ୍ରସାର ପାଇଁ ଏକ ପ୍ରୟାସ।ଏଥିରେ ଯୋଗ ଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଓରମାସ ର ଡେପୁଟି ସିଇଓ ନିଗମ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସିସିର ସାରସ୍ ହେଉଛି ଏମିତି ଏକ କାର୍ଯ୍ୟକ୍ରମ ଯେଉଁଠାରେ ୨୦ଟି ରାଜ୍ୟ ଏବଂ ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲାର କଳା/ଶିଳ୍ପୀମାନେ ୩୭୫ ଟି ଷ୍ଟଲ୍ରେ ତାଙ୍କର ସର୍ବୋତ୍ତମ କଳା/ପଦାର୍ଥ ପ୍ରଦର୍ଶନ କରିବେ । ଏହା "ଭୋକାଲ୍ ଟୁ ଲୋକାଲ୍" ଭାବନାକୁ ଉତ୍ସାହିତ କରିବା ଓ "ଆତ୍ମନିର୍ଭର ଓଡ଼ିଶା" ଗଠନ ପକ୍ଷରେ ଏକ ଶକ୍ତିଶାଳୀ ପଦକ୍ଷେପ ଅଟୁଟ କରିବା ପ୍ରୟାସ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପୃଷ୍ଟି ସୂଚନା ଦେଇଥିଲେ। ରାଘୁରାଜପୁର ଚିତ୍ରକଳା, ଗୋପ ବ୍ଲକ ର ଦେଶୀ ଗାଈ ଘିଁ, ସତ୍ୟବାଦୀ ର ନଡ଼ିଆ ତେଲ, ନୀମାପଡ଼ାର ପମ୍ପଡ଼/ମିଠା/କନଫେକ୍ସନେରୀ ଓ ଚିଲିକାର ବିଶେଷ ସି ଖାଦ୍ୟ ଭଳି ଆମ ଜିଲ୍ଲାର ଶ୍ରେଷ୍ଠ ଉତ୍ପାଦକ ଗୋଷ୍ଠୀମାନଙ୍କ ଉତ୍ପାଦ ସିସିର ସାରସ୍ ମେଳାରେ ପ୍ରଦର୍ଶିତ ହେବ।ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ନିଶ୍ଚୟଭାବେ ଶିଶିର ସାରସ୍, ଭୁବନେଶ୍ୱରକୁ ପରିଦର୍ଶନ କରିବେ।ଯାହାକି କଳା, କୌଶଳ ଓ ସଂସ୍କୃତିର ଏକ ସଂଗମସ୍ଥଳ ଏବଂ ଏକ ମିନି ଭାରତର ପ୍ରତିନିଧିତ୍ବ ବୋଲି ଶ୍ରୀ ପୃଷ୍ଟି ଅନୁରୋଧ କରିଛନ୍ତି।4