logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବିଷୁବ ମିଳନ ଓ କବିତା ପାଠ କାର୍ଯ୍ୟକ୍ରମ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମହାବିଷୁବ ମିଳନ ଓ କବିତା ପାଠୋତ୍ସବ ସାଉଥବଲଣ୍ଡାସ୍ଥିତ ଆଇଏନଟିୟୁସି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସାହିତ୍ୟ ଘରର ସଭାପତି ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ,ମୁଖ୍ୟ ବକ୍ତା ଭାବରେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗର ମୁଖ୍ୟ ତଥା ସାହିତ୍ୟିକ ଡ.ପ୍ରଶାନ୍ତ କୁମାର ରଥ ,ସମ୍ମାନୀତ ଅତିଥି ଭାବରେ ବର୍ଣ୍ଣାଳୀ ସାହିତ୍ୟ ସଂସଦର ସଭାପତି ଆଇନଜୀବୀ ଯଦୁମଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାହିତ୍ୟ ଘରର ଯୁଗ୍ମ ସଂପାଦକ ହରିହର ଭୂକ୍ତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ବିଭୂତି ଭୂଷଣ ସ୍ୱାଇଁ ବିଷୁବ ମିଳନ ପାଳନର ଆଭିମୁଖ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ “ଓଡିଆ ସାହିତ୍ୟର ଉତ୍ତରଣରେ ବିଷୁବ ମିଳନର ଭୂମିକା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ନିଜ ବକ୍ତବ୍ୟରେ ବିଷୁବ ମିଳନ ଓଡିଆ ସାହିତ୍ୟ କ୍ଷେତ୍ରରେ ଏକ ପ୍ରେରଣାର ଉତ୍ସ ତଥା ଏହି ଦିନଟିକୁ ସମସ୍ତ ଓଡିଆ ନବ ବର୍ଷ ଭାବରେ ପାଳନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହାସହିତ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ପ୍ରକାଶିତ ତ୍ରୈମାସିକ ଇ-ପତ୍ରିକା ‘ଆମ ଭାଷାର ଉଚ୍ଛ୍ୱାସ ପ୍ରତିଭାସ’ ଓ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ, ଗୋପାଳପ୍ରସାଦ ପକ୍ଷରୁ ପ୍ରକାଶିତ ବାର୍ଷିକ ଆଧ୍ୟାତ୍ମିକ ପତ୍ରିକା ‘ମା ହିଙ୍ଗୁଳା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସାହିତ୍ୟ ଘରର ସମ୍ପାଦକ ତ୍ରିନାଥ ସାହୁଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବି ମୁକୁନ୍ଦ ଚନ୍ଦ୍ର ସାମଲ, ହରିହର ଭୂକ୍ତା, ପତିତପାବନ ପ୍ରଧାନ, ଯଦୁମଣି ସାହୁ, ମାନସ କୁମାର ନନ୍ଦ, ଇଂ.ଅରୁଣ କୁମାର ଗଡ଼ନାୟକ ଓ ତ୍ରିନାଥ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସାହିତ୍ୟଘରର ସମ୍ପାଦକ ତ୍ରିନାଥ ସାହୁ ପରିଚାଳନା କରିଥିବା ବେଳେ ସାଙ୍ଗଠନିକ ସଂପାଦକ ପତିତପାବନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସାହିତ୍ୟ ଘରର କୋଷାଧ୍ୟକ୍ଷ ଅରୁଣ କୁମାର ରାଉତ, ଅଇଁଠୁ ଦେହୁରୀ, ହାଡ଼ିବନ୍ଧୁ ପ୍ରଧାନ, ଦୟାନିଧି ସାହୁ ପ୍ରମୁଖ ସହଯୋଗ କରିଥିଲେ ।

21 hrs ago
user_Basant Kumar Nayak
Basant Kumar Nayak
Local News Reporter ବିକ୍ରମପୁର, ଅନୁଗୁଳ, ଓଡ଼ିଶା•
21 hrs ago
8575cf9e-3df6-4ca9-a878-b6bfcc60a470

ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବିଷୁବ ମିଳନ ଓ କବିତା ପାଠ କାର୍ଯ୍ୟକ୍ରମ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମହାବିଷୁବ ମିଳନ ଓ କବିତା ପାଠୋତ୍ସବ ସାଉଥବଲଣ୍ଡାସ୍ଥିତ ଆଇଏନଟିୟୁସି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସାହିତ୍ୟ ଘରର ସଭାପତି ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ,ମୁଖ୍ୟ ବକ୍ତା ଭାବରେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗର ମୁଖ୍ୟ ତଥା ସାହିତ୍ୟିକ ଡ.ପ୍ରଶାନ୍ତ କୁମାର ରଥ ,ସମ୍ମାନୀତ ଅତିଥି ଭାବରେ ବର୍ଣ୍ଣାଳୀ ସାହିତ୍ୟ ସଂସଦର ସଭାପତି ଆଇନଜୀବୀ ଯଦୁମଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାହିତ୍ୟ ଘରର ଯୁଗ୍ମ ସଂପାଦକ ହରିହର ଭୂକ୍ତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ବିଭୂତି ଭୂଷଣ ସ୍ୱାଇଁ ବିଷୁବ ମିଳନ ପାଳନର ଆଭିମୁଖ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ “ଓଡିଆ ସାହିତ୍ୟର ଉତ୍ତରଣରେ ବିଷୁବ ମିଳନର ଭୂମିକା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ନିଜ ବକ୍ତବ୍ୟରେ ବିଷୁବ ମିଳନ ଓଡିଆ

845cf7d7-ddc3-44fd-80d7-f2770b505acc

ସାହିତ୍ୟ କ୍ଷେତ୍ରରେ ଏକ ପ୍ରେରଣାର ଉତ୍ସ ତଥା ଏହି ଦିନଟିକୁ ସମସ୍ତ ଓଡିଆ ନବ ବର୍ଷ ଭାବରେ ପାଳନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହାସହିତ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ପ୍ରକାଶିତ ତ୍ରୈମାସିକ ଇ-ପତ୍ରିକା ‘ଆମ ଭାଷାର ଉଚ୍ଛ୍ୱାସ ପ୍ରତିଭାସ’ ଓ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ, ଗୋପାଳପ୍ରସାଦ ପକ୍ଷରୁ ପ୍ରକାଶିତ ବାର୍ଷିକ ଆଧ୍ୟାତ୍ମିକ ପତ୍ରିକା ‘ମା ହିଙ୍ଗୁଳା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସାହିତ୍ୟ ଘରର ସମ୍ପାଦକ ତ୍ରିନାଥ ସାହୁଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବି ମୁକୁନ୍ଦ ଚନ୍ଦ୍ର ସାମଲ, ହରିହର ଭୂକ୍ତା, ପତିତପାବନ ପ୍ରଧାନ, ଯଦୁମଣି ସାହୁ, ମାନସ କୁମାର ନନ୍ଦ, ଇଂ.ଅରୁଣ କୁମାର ଗଡ଼ନାୟକ ଓ ତ୍ରିନାଥ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସାହିତ୍ୟଘରର ସମ୍ପାଦକ ତ୍ରିନାଥ ସାହୁ ପରିଚାଳନା କରିଥିବା ବେଳେ ସାଙ୍ଗଠନିକ ସଂପାଦକ ପତିତପାବନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସାହିତ୍ୟ ଘରର କୋଷାଧ୍ୟକ୍ଷ ଅରୁଣ କୁମାର ରାଉତ, ଅଇଁଠୁ ଦେହୁରୀ, ହାଡ଼ିବନ୍ଧୁ ପ୍ରଧାନ, ଦୟାନିଧି ସାହୁ ପ୍ରମୁଖ ସହଯୋଗ କରିଥିଲେ ।

  • user_User5055
    User5055
    Odisha
    👏
    8 hrs ago
  • user_User5055
    User5055
    Odisha
    👏
    8 hrs ago
More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ଅଭବନୀୟ ଘଟଣା. ନିଜକୁ ଜନଗଣନା ଅଧିକାରୀ ପରିଚୟ ଦେଇ ଗାଁର ବିଭତ୍ସ ପଟନାୟକଙ୍କ ଘରୁ ଲୁଟ. ବିଭତ୍ସଙ୍କ ପତ୍ନୀ ଅପର୍ଣ୍ଣା ବିଶୋଇଙ୍କ ବେକରୁ ମଙ୍ଗଳ ସୂତ୍ର ଏବଂ ମୋବାଇଲ ଫୋଟ ଲୁଟିନେଇ ଯାଇଥିବାର ଥାନାରେ ଅଭିଯୋଗ.
    1
    ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ଅଭବନୀୟ ଘଟଣା. ନିଜକୁ ଜନଗଣନା ଅଧିକାରୀ ପରିଚୟ ଦେଇ ଗାଁର ବିଭତ୍ସ ପଟନାୟକଙ୍କ ଘରୁ ଲୁଟ. ବିଭତ୍ସଙ୍କ ପତ୍ନୀ ଅପର୍ଣ୍ଣା ବିଶୋଇଙ୍କ ବେକରୁ ମଙ୍ଗଳ ସୂତ୍ର ଏବଂ ମୋବାଇଲ ଫୋଟ ଲୁଟିନେଇ ଯାଇଥିବାର ଥାନାରେ ଅଭିଯୋଗ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    22 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    3 hrs ago
  • tarabalo ରେ ଟିଫିନି ଦୋକାନ ଦେଇଥିବା ଭାଇ ମାନଙ୍କୁ ମୋର 🙏 ଅନୁରୋଧ ଡ୍ରେନ କୁ ଫିଙ୍ଗନ୍ତୁ ନାହିଁ 🙏🙏ସ୍କଲୁ ଭିତରେ ଡ୍ରେନ ପାଣି ପଶୁଚି ପିଲାଙ୍କୁ ଅସୁବିଧା ହାଉଛି
    2
    tarabalo ରେ  ଟିଫିନି ଦୋକାନ ଦେଇଥିବା  
ଭାଇ ମାନଙ୍କୁ ମୋର 🙏 ଅନୁରୋଧ ଡ୍ରେନ କୁ 
ଫିଙ୍ଗନ୍ତୁ ନାହିଁ 🙏🙏ସ୍କଲୁ ଭିତରେ ଡ୍ରେନ ପାଣି ପଶୁଚି ପିଲାଙ୍କୁ ଅସୁବିଧା ହାଉଛି
    user_Santosh pradhan
    Santosh pradhan
    ଫତେଗଡ଼, ନୟାଗଡ଼, ଓଡ଼ିଶା•
    16 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    23 hrs ago
  • ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିଲେ ଏବଂ ଗାଡ଼ି ମଧ୍ୟ ଭାଙ୍ଗିଦେଲେ | ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ଏସଡିପିଓ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି | କାମାକ୍ଷାନଗର, ଢ଼େଙ୍କାନାଳ, ଓଡ଼ିଶା #Kamakhyanagar #Dhenkanal #Odisha
    1
    ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିଲେ ଏବଂ ଗାଡ଼ି ମଧ୍ୟ ଭାଙ୍ଗିଦେଲେ | ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ଏସଡିପିଓ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି |
କାମାକ୍ଷାନଗର, ଢ଼େଙ୍କାନାଳ, ଓଡ଼ିଶା 
#Kamakhyanagar #Dhenkanal #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    10 hrs ago
  • ବାହାଡାଝୋଲା ସେନ୍ତେରି ଗ୍ରାମରେ ବେଆଇନ ଇଟାଭାଟି #spnewstvliveodia #breakingnews #bahadajholanews
    1
    ବାହାଡାଝୋଲା ସେନ୍ତେରି ଗ୍ରାମରେ ବେଆଇନ ଇଟାଭାଟି #spnewstvliveodia #breakingnews #bahadajholanews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    21 hrs ago
  • ସୋସିଆଲ ମିଡ଼ିଆରୁ ଲକ୍ଷପତି କେମିତି ହେବେ ! କେବଳ ମୋବାଇଲରେ ଆପଣ ରୋଜଗାର କରି ପାରିବେ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ସୋସିଆଲ ମିଡ଼ିଆରୁ ଲକ୍ଷପତି କେମିତି ହେବେ ! କେବଳ ମୋବାଇଲରେ ଆପଣ ରୋଜଗାର କରି ପାରିବେ |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    19 hrs ago
  • ଭାରତରେ ପଙ୍ଖାରେ ୩ ଟି ବ୍ଲେଡ କିନ୍ତୁ ଆମେରିକା ରେ ୫ ଟି ବ୍ଲେଡ କଣ ପାଇଁ ଜାଣନ୍ତୁ ପଛର ରହସ୍ୟ #LatestNews #UpdateNews #apanankakhabara #news #OdishaNews #Odisha
    1
    ଭାରତରେ ପଙ୍ଖାରେ ୩ ଟି ବ୍ଲେଡ କିନ୍ତୁ ଆମେରିକା ରେ ୫ ଟି ବ୍ଲେଡ କଣ ପାଇଁ ଜାଣନ୍ତୁ ପଛର ରହସ୍ୟ #LatestNews #UpdateNews #apanankakhabara #news #OdishaNews #Odisha
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    1 hr ago
  • ଖୋର୍ଦ୍ଧା ଟାଙ୍ଗୀ ର ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ଙ୍କୁ ଏକ ସମ୍ବାଦ ପରିବେଷଣକୁ ନେଇ ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ଘରେ ପଶି ଆକ୍ରମଣ କରିବା, ଗାଳିମନ୍ଦ କରିବା ଓ ହତ୍ୟାଧମକ ଦେବା ଘଟଣା ପ୍ରତିବାଦରେ ଆଜି ବହୁ ସଂଖ୍ୟା ରେ ଗଣମାଧ୍ୟମ ପ୍ରତିନିଧି ଖୋରଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଅଭିଯୁକ୍ତ କୁ ତୁରନ୍ତ ଗିରଫ ଦାବି କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୭ ଦିନ ମଧ୍ୟ ରେ ଅଭିଯୁକ୍ତ କୁ ଗିରଫ କରାନଗଲେ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମୁଖ୍ଯମନ୍ତ୍ରୀ ଙ୍କୁ ଭେଟି ଘଟଣା ସମ୍ପର୍କ ରେ ଅବଗତ କରାଇବେ ବୋଲି କହିଛନ୍ତି l ଆଜି ଏ ନେଇ ଏକ ପ୍ରତିନଧିମଣ୍ଡଳୀ ଖୋରଧା ଜିଲ୍ଲା ପ୍ରେସକ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସମାନ୍ତରାୟ ଙ୍କ ନେତୃତ୍ୱ ରେ ପ୍ରେସ କ୍ଲବ ସମ୍ପାଦକ ଦିଲୀପ କୁମାର ପଟ୍ଟନାୟକ, ଓ.ୟୁ.ଜେ ଖୋର୍ଦ୍ଧା ଜିଲ୍ଲା ସଭାପତି ତପନ କୁମାର ନାୟକ, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ, ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଅବ୍ୟକ୍ତ ହରିହର ଖାଡଙ୍ଗା, ଟାଙ୍ଗି ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ମନୋଜ ପଟ୍ଟନାୟକ ଙ୍କ ସମେତ ୬୦ ରୁ ଉର୍ଦ୍ଧ୍ବ ଗଣ ମାଧ୍ୟମ ପ୍ରତିନିଧି ଦାବୀପତ୍ର ପ୍ରଦାନ ସମୟ ରେ ଉପସ୍ଥିତ ଥିଲେ l
    1
    ଖୋର୍ଦ୍ଧା ଟାଙ୍ଗୀ ର ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ଙ୍କୁ ଏକ ସମ୍ବାଦ ପରିବେଷଣକୁ ନେଇ  ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ଘରେ ପଶି ଆକ୍ରମଣ କରିବା, ଗାଳିମନ୍ଦ କରିବା ଓ ହତ୍ୟାଧମକ ଦେବା ଘଟଣା ପ୍ରତିବାଦରେ ଆଜି ବହୁ ସଂଖ୍ୟା ରେ ଗଣମାଧ୍ୟମ ପ୍ରତିନିଧି ଖୋରଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଅଭିଯୁକ୍ତ କୁ ତୁରନ୍ତ ଗିରଫ ଦାବି କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୭ ଦିନ ମଧ୍ୟ ରେ ଅଭିଯୁକ୍ତ କୁ ଗିରଫ କରାନଗଲେ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମୁଖ୍ଯମନ୍ତ୍ରୀ ଙ୍କୁ ଭେଟି ଘଟଣା ସମ୍ପର୍କ ରେ ଅବଗତ କରାଇବେ ବୋଲି କହିଛନ୍ତି l  ଆଜି ଏ ନେଇ ଏକ ପ୍ରତିନଧିମଣ୍ଡଳୀ  ଖୋରଧା ଜିଲ୍ଲା ପ୍ରେସକ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସମାନ୍ତରାୟ ଙ୍କ ନେତୃତ୍ୱ ରେ ପ୍ରେସ କ୍ଲବ  ସମ୍ପାଦକ ଦିଲୀପ କୁମାର ପଟ୍ଟନାୟକ, ଓ.ୟୁ.ଜେ ଖୋର୍ଦ୍ଧା ଜିଲ୍ଲା ସଭାପତି ତପନ କୁମାର ନାୟକ, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ, ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଅବ୍ୟକ୍ତ ହରିହର ଖାଡଙ୍ଗା, ଟାଙ୍ଗି ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ମନୋଜ ପଟ୍ଟନାୟକ ଙ୍କ ସମେତ ୬୦ ରୁ ଉର୍ଦ୍ଧ୍ବ ଗଣ ମାଧ୍ୟମ ପ୍ରତିନିଧି  ଦାବୀପତ୍ର ପ୍ରଦାନ ସମୟ ରେ ଉପସ୍ଥିତ ଥିଲେ l
    user_ନିମାଇଁ ଚରଣ ମହାରଣା
    ନିମାଇଁ ଚରଣ ମହାରଣା
    Local News Reporter Khordha, Odisha•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.