*ପୁରୀ ପୋଲିସ ଦ୍ୱାରା ମାର୍ଚ୍ଚ ୨୦୨୬ ଅପରାଧ ସମୀକ୍ଷା ବୈଠକ* ପୁରୀ ପୋଲିସ ଦ୍ୱାରା ମାର୍ଚ୍ଚ ୨୦୨୬ ମାସିକ ଅପରାଧ ସମୀକ୍ଷା ବୈଠକ ଆଜି ପୁରୀ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୁରୀ ଜିଲ୍ଲାର ବିଭିନ୍ନ ଥାନାର ଗତ ମାସର ଅପରାଧ ପରିସ୍ଥିତି, ଚାଲୁଥିବା ମାମଲାର ତଦନ୍ତ ପ୍ରଗତି, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରାଯାଇଥିଲା। ଏହି ସଭାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଶୀଲ ମିଶ୍ର, ଶ୍ରୀ ଦେବ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ ସହିତ ସମସ୍ତ ସବ୍-ଡିଭିଜନର ଅଧିକାରୀ, ସମସ୍ତ ଥାନା ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ ପୁରୀ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାମ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସେ ତଦନ୍ତର ଗୁଣତ୍ୱ ବଢ଼ାଇବା, ସମୟରେ ଚାର୍ଜଶିଟ ଦାଖଲ କରିବା ଓ କୋର୍ଟରେ ମାମଲାକୁ ଦୃଢ ଭାବେ ପ୍ରସ୍ତୁତ କରିବାକୁ ଗୁରୁତ୍ୱ ଦେବାକୁ କହିଥିଲେ। ସେହିପରି ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଓ ବିଶ୍ୱାସ ଗଢ଼ି ଉଠିବା ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କୁ ସମ୍ମାନପୂର୍ଣ୍ଣ ଓ ସହାନୁଭୂତିଶୀଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଆଧୁନିକ ପୋଲିସିଂ ପ୍ରଣାଳୀକୁ ଆହୁରି ସକ୍ରିୟ କରିବା ପାଇଁ ସିସିଟିଭି ମନିଟରିଂ, ସାଇବର ଟୁଲ୍, ଡିଜିଟାଲ ତଦନ୍ତ ପ୍ରଣାଳୀ ଓ ଡାଟା ବିଶ୍ଳେଷଣର ବ୍ୟବହାରକୁ ବଢ଼ାଇବାକୁ କୁହାଯାଇଥିଲା। ସନ୍ଦେହଜନକ ବ୍ୟକ୍ତି ଓ ଅପରାଧ ପ୍ରବଣ ଅଞ୍ଚଳରେ ନିୟମିତ ଚେକିଂ, ପ୍ୟାଟ୍ରୋଲିଂ ଓ ଇଣ୍ଟେଲିଜେନ୍ସ ସଂଗ୍ରହକୁ ଆହୁରି ଶକ୍ତିଶାଳୀ କରିବାକୁ ନିର୍ଦେଶ ଦିଆଯାଇଥିଲା। ପୁରୀ ଏକ ବିଶ୍ୱପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ହେବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା, ଟ୍ରାଫିକ୍ ବ୍ୟବସ୍ଥାପନା ଓ ଆସନ୍ତା ବଡ଼ ପର୍ବପର୍ବାଣୀ ପାଇଁ ପୂର୍ବ ପ୍ରସ୍ତୁତି ନେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ସହ ଜରୁରୀ ସେବା 112 କୁ ଶୀଘ୍ର ସେବା ଦେବା, କମ୍ୟୁନିଟି ପୋଲିସିଂକୁ ଆହୁରି ଶକ୍ତିଶାଳୀ କରିବା ଓ ପୋଲିସ କର୍ମଚାରୀମାନଙ୍କ କଳ୍ୟାଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଶେଷରେ ଆରକ୍ଷୀ ଅଧୀକ୍ଷକ ସମସ୍ତ ଅଧିକାରୀଙ୍କୁ ଟିମ୍ ଭାବେ କାମ କରି ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଆହୁରି ଶକ୍ତିଶାଳୀ କରିବା ସହିତ ସୁରକ୍ଷିତ ଓ ଅପରାଧମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ କରିଥିଲେ।
*ପୁରୀ ପୋଲିସ ଦ୍ୱାରା ମାର୍ଚ୍ଚ ୨୦୨୬ ଅପରାଧ ସମୀକ୍ଷା ବୈଠକ* ପୁରୀ ପୋଲିସ ଦ୍ୱାରା ମାର୍ଚ୍ଚ ୨୦୨୬ ମାସିକ ଅପରାଧ ସମୀକ୍ଷା ବୈଠକ ଆଜି ପୁରୀ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୁରୀ ଜିଲ୍ଲାର ବିଭିନ୍ନ ଥାନାର ଗତ ମାସର ଅପରାଧ ପରିସ୍ଥିତି, ଚାଲୁଥିବା ମାମଲାର ତଦନ୍ତ ପ୍ରଗତି, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରାଯାଇଥିଲା। ଏହି ସଭାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଶୀଲ ମିଶ୍ର,
ଶ୍ରୀ ଦେବ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ ସହିତ ସମସ୍ତ ସବ୍-ଡିଭିଜନର ଅଧିକାରୀ, ସମସ୍ତ ଥାନା ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ ପୁରୀ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାମ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସେ ତଦନ୍ତର ଗୁଣତ୍ୱ ବଢ଼ାଇବା, ସମୟରେ ଚାର୍ଜଶିଟ ଦାଖଲ କରିବା ଓ କୋର୍ଟରେ ମାମଲାକୁ ଦୃଢ ଭାବେ ପ୍ରସ୍ତୁତ କରିବାକୁ ଗୁରୁତ୍ୱ ଦେବାକୁ
କହିଥିଲେ। ସେହିପରି ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଓ ବିଶ୍ୱାସ ଗଢ଼ି ଉଠିବା ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କୁ ସମ୍ମାନପୂର୍ଣ୍ଣ ଓ ସହାନୁଭୂତିଶୀଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଆଧୁନିକ ପୋଲିସିଂ ପ୍ରଣାଳୀକୁ ଆହୁରି ସକ୍ରିୟ କରିବା ପାଇଁ ସିସିଟିଭି ମନିଟରିଂ, ସାଇବର ଟୁଲ୍, ଡିଜିଟାଲ ତଦନ୍ତ ପ୍ରଣାଳୀ ଓ ଡାଟା ବିଶ୍ଳେଷଣର ବ୍ୟବହାରକୁ ବଢ଼ାଇବାକୁ କୁହାଯାଇଥିଲା। ସନ୍ଦେହଜନକ ବ୍ୟକ୍ତି ଓ ଅପରାଧ ପ୍ରବଣ ଅଞ୍ଚଳରେ ନିୟମିତ ଚେକିଂ, ପ୍ୟାଟ୍ରୋଲିଂ ଓ ଇଣ୍ଟେଲିଜେନ୍ସ ସଂଗ୍ରହକୁ ଆହୁରି ଶକ୍ତିଶାଳୀ କରିବାକୁ ନିର୍ଦେଶ ଦିଆଯାଇଥିଲା। ପୁରୀ ଏକ ବିଶ୍ୱପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନ
ସ୍ଥଳ ହେବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା, ଟ୍ରାଫିକ୍ ବ୍ୟବସ୍ଥାପନା ଓ ଆସନ୍ତା ବଡ଼ ପର୍ବପର୍ବାଣୀ ପାଇଁ ପୂର୍ବ ପ୍ରସ୍ତୁତି ନେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ସହ ଜରୁରୀ ସେବା 112 କୁ ଶୀଘ୍ର ସେବା ଦେବା, କମ୍ୟୁନିଟି ପୋଲିସିଂକୁ ଆହୁରି ଶକ୍ତିଶାଳୀ କରିବା ଓ ପୋଲିସ କର୍ମଚାରୀମାନଙ୍କ କଳ୍ୟାଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଶେଷରେ ଆରକ୍ଷୀ ଅଧୀକ୍ଷକ ସମସ୍ତ ଅଧିକାରୀଙ୍କୁ ଟିମ୍ ଭାବେ କାମ କରି ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଆହୁରି ଶକ୍ତିଶାଳୀ କରିବା ସହିତ ସୁରକ୍ଷିତ ଓ ଅପରାଧମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ କରିଥିଲେ।
- Post by ମାନସ କୁମାର ଦାସ1
- Post by NEWS MANORANJAN1
- ଶିକୁଳିରେ ବନ୍ଧା ମାନବିକତା; ପ୍ରଶାସନିକ ଅବହେଳାର ଶୀକାର ମାନସିକ ଅସୁସ୍ଥ ମାନସ ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପୁନଙ୍ଗ ପଞ୍ଚାୟତରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ସେହି ଗ୍ରାମର ଶୁକଦେବ ଭୋଇଙ୍କ ମଝିଆ ପୁଅ ମାନସ କୁମାର ଭୋଇ ବିଗତ କିଛି ବର୍ଷ ହେଲା ମାନସିକ ଅସୁସ୍ଥତା କାରଣରୁ ନିଜ ଘରେ ଶିକୁଳିରେ ବନ୍ଧା ହୋଇ ରହିଛନ୍ତି। ଦୁର୍ଭାଗ୍ୟର ବିଷୟ ଯେ, ଆଜିର ସମୟରେ ବିଜ୍ଞାନ ଓ ପ୍ରଶାସନ ଏତେ ଆଗେଇଥିଲେ ମଧ୍ୟ ମାନସଙ୍କ ପାଖରେ ସରକାରୀ ସହାୟତା ଅପହଞ୍ଚ ହୋଇପଡ଼ିଛି। ଘଟଣାର ସଂକ୍ଷିପ୍ତ ବିବରଣୀ: ମାନସ ଦୀର୍ଘ ଦିନ ଧରି ମାନସିକ ସନ୍ତୁଳନ ହରାଇଥିବାରୁ ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ଶିକୁଳିରେ ବାନ୍ଧି ରଖିଛନ୍ତି। ଅଭାବ ଅନାଟନ ଯୋଗୁଁ ଉପଯୁକ୍ତ ଚିକିତ୍ସା କରାଇବା ପରିବାର ପାଇଁ ସମ୍ଭବ ହେଉନାହିଁ। ବର୍ତ୍ତମାନ ମାନସଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଛି। ସେ ଶାରୀରିକ ଭାବେ ଦୁର୍ବଳ ହେବା ସହ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ପ୍ରଶାସନିକ ଉଦାସୀନତା: ପରିବାର ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ପକ୍ଷରୁ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଥିବା ବିଭିନ୍ନ ଯୋଜନା କିମ୍ବା ମାଗଣା ଚିକିତ୍ସା ସୁବିଧା ଏପର୍ଯ୍ୟନ୍ତ ତାଙ୍କ ପାଖରେ ପହଞ୍ଚି ପାରିନାହିଁ। ସ୍ଥାନୀୟ ଜନପ୍ରତିନିଧି କିମ୍ବା ସାମାଜିକ ସୁରକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ନିବେଦନ: ଏହି ଖବର ମାଧ୍ୟମରେ ଜଗତସିଂହପୁର ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଉଛି କି, ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମାନସଙ୍କୁ ଶିକୁଳି ମୁକ୍ତ କରାଯାଉ ଏବଂ ତାଙ୍କୁ ଉନ୍ନତମାନର ମାନସିକ ଚିକିତ୍ସା ସହ ସରକାରୀ ସହାୟତା ଯୋଗାଇ ଦିଆଯାଉ।1
- Post by Bikram Mohapatra1
- ପୋଲସରା ବାର୍ଷିନି ପଞ୍ଚାୟତ ଅଙ୍ଗନବାଡି ଦିଦିଙ୍କୁ ବାଡେ଼ଇଲେ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେପିର ସକ୍ରିୟ ନେତା। ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିଥିବା ନେଇ ସୂଚନା। ପୋଲସରା:- ବର୍ଷିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତା ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ଦେଲେ ଅଙ୍ଗନବାଡି ଦିଦି ।1
- Post by Aritkumar Mohapatra1
- Post by Manoj kumar baliyarsingh4
- Post by NEWS MANORANJAN1
- Post by Social Service1