ଡ. ସୁନୀତି ମିଶ୍ର ମେମୋରିଆଲ ଟ୍ରଷ୍ଟ ଦ୍ୱାରା ସ୍ଥାପିତ ବିଭିନ୍ନ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ ତାଳଚେରେ :- ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ଡ଼କ୍ଟର ସୁନିତ୍ ମିଶ୍ର ଟ୍ରଷ୍ଟ ଦ୍ୱାରା ସ୍ଥାପିତ ଦି ଫାଉଣ୍ଡେସନ ପବ୍ଲିକ ସ୍କୁଲ, ଡ୍ୟାନ୍ସ ଏକାଡେମୀ, କ୍ରିକେଟ ଏକାଡେମୀ, ଏଜୁକେଶନାଲ ବ୍ୟାଙ୍କ, ପବ୍ଲିକେସନସ ଓ ଡ୍ରାଇଭିଂ ସ୍କୁଲର ମିଳିତ ବାର୍ଷିକ ଉତ୍ସବ ଦି ଫାଉଣ୍ଡେସନ ପଏଣ୍ଟ ଠାରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି l ଟ୍ରଷ୍ଟର ସଭାପତି ସିଦ୍ଧେଶ୍ୱର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି କୀର୍ତ୍ତିମତି ମିଶ୍ର, ଓଡ଼ିଆ ଚଳଚିତ୍ର ଜଗତର ଶିଶୁ ସୁପରଷ୍ଟାର ମାଙ୍କେ ମୁଖ୍ୟ ଅତିଥି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାସିନୀ ନାଏକ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ପ୍ରୀତିରଞ୍ଜନ ପ୍ରଧାନ, ବରିଷ୍ଠ ଓକିଲ ଗୀତିମୟ ରଥ ଏବଂ ସ୍ୱତନ୍ତ୍ର ଅତିଥିଭାବେ ଖ୍ୟାତନାମା ଚଳଚିତ୍ର ତାରକା ଅଶ୍ରୁ୍ମୋଚନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l ସ୍କୁଲର ଅଧ୍ୟକ୍ଷା କବିତା ବେହେରା ମଞ୍ଚ ସଂଯୋଜନା କରିଥିଲେ l ଗୀତିମୟ ରଥ ଏବଂ ଅଶ୍ରୁ୍ମୋଚନ ମହାନ୍ତି ଯଥାକ୍ରମେ ଆଡ଼ଭୋକେଟ ଦିବାକର ମିଶ୍ର ମେମୋରିଆଲ ସମ୍ମାନ ଓ ଉତ୍କଳ କଳାକାର ରତ୍ନ ସମ୍ମାନ ରେ ସମ୍ମାନିତ ହୋଇଥିଲେ | ଟ୍ରଷ୍ଟ ଦ୍ବାରା ସ୍ଥାପିତ ସମସ୍ତ ଅନୁଷ୍ଠାନର କୃତି ଛାତ୍ର ଛାତ୍ରୀ ମାନେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ l ଡ଼. ସୁନୀତି ମିଶ୍ର ମେମୋରିଆଲ ସ୍କଲାରସିପ ର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ଡ. ବେଦମତୀ ମିଶ୍ର ଓ କୀର୍ତ୍ତିମତି ମିଶ୍ରଙ୍କ ଦ୍ୱାରା ରଚିତ ଏବଂ ଦି ଫାଉଣ୍ଡେସନ ପବ୍ଲିକେଶନସ ଦ୍ୱାରା ପ୍ରକାଶିତ ଦୁଇଟି ପୁସ୍ତକ 'ଏକାଙ୍କିକାର ଦୁଇଟି ପତ୍ର' ଓ 'କୀର୍ତ୍ତି କବିତା ପୁଞ୍ଜ-୨' ଉନ୍ମୋଚିତ ହୋଇଥିଲା l ପରେ ପରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା l ଏଥିରେ ବହୁ ନିମନ୍ତ୍ରିତ ଅତିଥି ସ୍ଥାନୀୟ ଜନସାଧାରଣ ଯୋଗ ଦେବା ସହିତ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଓ ଅବିଭାବକ ମାନେ ଯୋଗ ଦେଇଥିଲେ l

- Post by Ranjan hota1
- ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.1
- Post by Dipak Kumar Nayak1
- ଢେଙ୍କାନାଳ ସଦର ବ୍ଲକ ଭାପୁରଗ୍ରାମରେ ପ୍ରଭୁ ଶ୍ରୀ ରଘୁନାଥଙ୍କର ଚୈତ୍ରପୂର୍ଣ୍ଣିମୀ ଯାତ୍ରା ଅନୁଷ୍ଠିତ। ଏହି ଯାତ୍ରା ରାମନବମୀ ଠାରୁ ଆରମ୍ଭ ହୋଇ ସାତଦିନ ଧରି ସୀତା ଠାବ ଠାରୁ ଆରମ୍ଭ କରି ଲଙ୍କାପୋଡି ପର୍ଯ୍ୟନ୍ତ ଏବଂ ଚୈତ୍ରପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀ ରଘୁନାଥ ସୁସଜ୍ଜିତ ବିମାନରେ ହାତୀ ପିଠିରେ ବସି ହନୁମାନ,ଅଙ୍ଗଦ ଓ ତାଙ୍କର ସୈନ୍ୟ ସାମନ୍ତ,ପାଟପଟୁଆର ନେଇ ଭାପୁର ଗ୍ରାମପରିକ୍ରମା କରିବା ସହିତ ଭାପୁର ଗ୍ରାମର ହଡାସାହି ବରଠାରେ ରାବଣକୁ ବଧ ହୋଇଯାଇଛି । ପ୍ରଭୁଙ୍କର ଏହି ଯାତ୍ରାରେ ବାଣ,ଲାଇଟି,ଡିଜେ ସାଙ୍ଗକୁ ଲଉଡିଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହିତ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଏହି ଚୈତ୍ରପୂର୍ଣ୍ଣିମା ଦିନଟି କୈବର୍ତ୍ତ ସମାଜର ବଡପର୍ବ,କୈବର୍ତ୍ତଙ୍କ ଇଷ୍ଟ ମା ବାସେଳୀଙ୍କ ଜନ୍ମଉତ୍ସବ ପାଳନ କରିବା ସହିତ ଭାପୁର କୈବର୍ତ୍ତ ସମାଜ ପକ୍ଷରୁ କୈବର୍ତ୍ତଭାଇ ମାନଙ୍କ ଦ୍ବାରା ମା ସିଦ୍ଧ ବାସେଳୀଙ୍କ ଘୋଡ଼ାନାଚ ଅନୁଷ୍ଠିତ ହୋଇଥିଲା। ଗ୍ରାମରେ ଏହି ଉତ୍ସବକୁ ନେଇ ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା। ପ୍ରଭୁ ଶ୍ରୀ ରଘୁନାଥଙ୍କର ଏହି ଚୈତ୍ରପୂର୍ଣ୍ଣିମୀ ଯାତ୍ରାରେ ଗ୍ରାମବାସୀମାନେ ସହଯୋଗ କରିଥିଲେ।1
- Post by Dhenkanal News1
- Post by Kumuda Nayak5
- ଚାଷୀଙ୍କ ପାଇଁ ବିଜେଡି ଫଁ ଫଁ ହେଉଛି | ବିଜେଡ଼ି ଅମଳରେ ଥିଲା କି ସତ୍ୟ ଯୁଗ ! ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- Post by Ranjan hota1