ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରୟାସ ପରିବାର ତରଫରୁ ଆଖିମୁଠି ଅନୁକୂଳ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରୟାସ ପରିବାର ତରଫରୁ ପାରମ୍ପରିକ ଆଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ସତ୍ୟବାଦୀ ପଞ୍ଚସଖା ପଡିଆରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଶୁକଳ ଛକ, ଜଙ୍କିଆ ଓ କଣାସ ଦେଇ ଗଡ଼ବଡପୁଟ ପଞ୍ଚାୟତ ବାରିମଣ୍ଡଳରେ ପହଞ୍ଚିଥିଲା। ସେଠାରେ କୃଷକମାନେ ବିଲରେ ହଳ କରି ଧାନ ବିହନ ବୁଣି ଆଖିମୁଠି ଅନୁକୂଳ କରିଥିଲେ, ଯାହା ଆମ ଓଡ଼ିଆ କୃଷି ପରମ୍ପରାର ଏକ ଅଂଶ। ଏହି କାର୍ଯ୍ୟକ୍ରମ କଣାସ ବ୍ଲକ ଅଧୀନସ୍ଥ ଗଡ଼ବଡପୁଟ ଗ୍ରାମ ପଞ୍ଚାୟତର ବାବା ଗଦିଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା। ପ୍ରୟାସ ପରିବାରର ମୁଖ୍ୟ କାମାକ୍ଷା ପ୍ରସାଦ ପ୍ରଧାନ ଓ କୃଷ୍ଣ ଜଗଦେବ ଏହି ଅନୁକୂଳ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ପ୍ରଦୀପ ପ୍ରଜ୍ୱଳନ ସହ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି ଉତ୍ସବରେ କଣାସ ବ୍ଲକର ସମ୍ପାଦକ ବିଶ୍ୱଜିତ ବଡ଼ଜେନା, ସତ୍ୟବାଦୀ ବ୍ଲକ ସଭାପତି ପ୍ରଚୁଯ୍ୟ ହୋତା, କିଶ୍ୱର ମାଥି, କିରଣ ବାଳା ପାଇକରାୟ, ରାମଚନ୍ଦ୍ର ପରିଡ଼ା, ସତ୍ୟନାରାୟଣ ବିଶ୍ୱାଳ, ଦିବାକର ସ୍ୱାଇଁ ଓ ଚକ୍ରଧର ସାହୁ ସହିତ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଧାର୍ମିକ ଓ କୃଷି ପରମ୍ପରାର ମିଶ୍ରଣ ହୋଇ ଅଞ୍ଚଳରେ ଉତ୍ସବମୂଖର ପରିବେଶ ସୃଷ୍ଟି କରିଥିଲା।ଡ଼ଃ ମନୋଜ କୁମାର ବଳିଆରସିଂ
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରୟାସ ପରିବାର ତରଫରୁ ଆଖିମୁଠି ଅନୁକୂଳ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରୟାସ ପରିବାର ତରଫରୁ ପାରମ୍ପରିକ ଆଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ସତ୍ୟବାଦୀ ପଞ୍ଚସଖା ପଡିଆରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଶୁକଳ ଛକ, ଜଙ୍କିଆ ଓ କଣାସ ଦେଇ ଗଡ଼ବଡପୁଟ ପଞ୍ଚାୟତ ବାରିମଣ୍ଡଳରେ ପହଞ୍ଚିଥିଲା। ସେଠାରେ କୃଷକମାନେ ବିଲରେ ହଳ କରି ଧାନ ବିହନ ବୁଣି
ଆଖିମୁଠି ଅନୁକୂଳ କରିଥିଲେ, ଯାହା ଆମ ଓଡ଼ିଆ କୃଷି ପରମ୍ପରାର ଏକ ଅଂଶ। ଏହି କାର୍ଯ୍ୟକ୍ରମ କଣାସ ବ୍ଲକ ଅଧୀନସ୍ଥ ଗଡ଼ବଡପୁଟ ଗ୍ରାମ ପଞ୍ଚାୟତର ବାବା ଗଦିଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା। ପ୍ରୟାସ ପରିବାରର ମୁଖ୍ୟ କାମାକ୍ଷା ପ୍ରସାଦ ପ୍ରଧାନ ଓ କୃଷ୍ଣ ଜଗଦେବ ଏହି ଅନୁକୂଳ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ପ୍ରଦୀପ ପ୍ରଜ୍ୱଳନ ସହ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି ଉତ୍ସବରେ
କଣାସ ବ୍ଲକର ସମ୍ପାଦକ ବିଶ୍ୱଜିତ ବଡ଼ଜେନା, ସତ୍ୟବାଦୀ ବ୍ଲକ ସଭାପତି ପ୍ରଚୁଯ୍ୟ ହୋତା, କିଶ୍ୱର ମାଥି, କିରଣ ବାଳା ପାଇକରାୟ, ରାମଚନ୍ଦ୍ର ପରିଡ଼ା, ସତ୍ୟନାରାୟଣ ବିଶ୍ୱାଳ, ଦିବାକର ସ୍ୱାଇଁ ଓ ଚକ୍ରଧର ସାହୁ ସହିତ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଧାର୍ମିକ ଓ କୃଷି ପରମ୍ପରାର ମିଶ୍ରଣ ହୋଇ ଅଞ୍ଚଳରେ ଉତ୍ସବମୂଖର ପରିବେଶ ସୃଷ୍ଟି କରିଥିଲା।ଡ଼ଃ ମନୋଜ କୁମାର ବଳିଆରସିଂ
- Post by Manoj kumar baliyarsingh3
- Post by SOUMYA RANJAN1
- Post by Rajesh Samantaray1
- Post by ମନୋଜ କୁମାର ପୁଣ୍ଟିଆ1
- Post by Prabhati Sahoo1
- Post by NEWS MANORANJAN1
- କାର୍ଯ୍ୟ ରେ ଆସୁନାହିଁ ତାଳକଣି ଉପ ସ୍ୱାସ୍ଥ୍ୟକେନ୍ଦ୍ର,,, ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍,,, ଜଙ୍ଗଲ ପାଲଟିଛି ପାଣି ଟାଙ୍କି,,,, ସରପଞ୍ଚ ଙ୍କ ତାଳକଣି ଗ୍ରାମକୁ ଉପେକ୍ଷା,,1
- Post by Manoj kumar baliyarsingh4