ପୁରୀରେ ବିଜେପିର ଶକ୍ତି ବୃଦ୍ଧି—୨୦ରୁ ଅଧିକ ମହିଳା ଗ୍ରୁପର ବିଜେପି ରେ ଯୋଗଦାନ। ପୁରୀ: ପୁରୀ ସହରର ରାମିତୋଟା ନିକଟସ୍ଥ ମାଆ ମଙ୍ଗଳା କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଆୟୋଜିତ ହୋଇଛି ଏକ ଭବ୍ୟ ମିଶ୍ରଣ ପର୍ବ। ପୁରୀ ୧ନମ୍ବର ୱାର୍ଡ ତରଫରୁ ପ୍ରାୟ ୨୦ଟି ଏସଏସଜି ମହିଳା ଗ୍ରୁପର ଅନେକ ସଦସ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ମହିଳାମାନେ ବିଜେପି ଦଳରେ ଯୋଗଦେଇଛନ୍ତି। ଏହି ଅବସରରେ ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନେତୃତ୍ୱକୁ ଆହୁରି ଶକ୍ତିଶାଳୀ କରିବାକୁ ସଙ୍କଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସିଂହଦ୍ୱାର ମଣ୍ଡଳ ସଭାପତି ରବି ଦାସ, ପୂର୍ବତନ କାଉନସିଲର ସୁନିତା ମହାରଣା, କୃଷକ ଯୁବ ମୋର୍ଚ୍ଚା ସଭାପତି ଅକ୍ଷୟ ମହାନ୍ତି, ଜିଲ୍ଲା ସଂପାଦକ ଅନୀଲ ସାହୁ, ସଭାନେତ୍ରୀ ରଞ୍ଜିତା ପାଢ଼ୀ ଓ ଯୁବ ସମ୍ପାଦକ ରଜନୀ କୁମାର ସାହୁ ମଞ୍ଚାସୀନ ଥିଲେ। ସୁନିତା ମହାରଣା କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିବା ବେଳେ ସୁଦୀପ୍ତ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ମିଶ୍ରଣ ପର୍ବ ପୁରୀରେ ବିଜେପି ଦଳର ସଂଗଠନକୁ ଆହୁରି ମଜବୁତ କରିବାରେ ଏକ ନୂଆ ଦିଗ ଦେଇଛି।(ଡ଼ଃ ମନୋଜ କୁମାର ବଳିଆରସିଂ)
ପୁରୀରେ ବିଜେପିର ଶକ୍ତି ବୃଦ୍ଧି—୨୦ରୁ ଅଧିକ ମହିଳା ଗ୍ରୁପର ବିଜେପି ରେ ଯୋଗଦାନ। ପୁରୀ: ପୁରୀ ସହରର ରାମିତୋଟା ନିକଟସ୍ଥ ମାଆ ମଙ୍ଗଳା କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଆୟୋଜିତ ହୋଇଛି ଏକ ଭବ୍ୟ ମିଶ୍ରଣ ପର୍ବ। ପୁରୀ ୧ନମ୍ବର ୱାର୍ଡ ତରଫରୁ ପ୍ରାୟ ୨୦ଟି ଏସଏସଜି ମହିଳା
ଗ୍ରୁପର ଅନେକ ସଦସ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ମହିଳାମାନେ ବିଜେପି ଦଳରେ ଯୋଗଦେଇଛନ୍ତି। ଏହି ଅବସରରେ ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନେତୃତ୍ୱକୁ ଆହୁରି ଶକ୍ତିଶାଳୀ କରିବାକୁ ସଙ୍କଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୟନ୍ତ କୁମାର
ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସିଂହଦ୍ୱାର ମଣ୍ଡଳ ସଭାପତି ରବି ଦାସ, ପୂର୍ବତନ କାଉନସିଲର ସୁନିତା ମହାରଣା, କୃଷକ ଯୁବ ମୋର୍ଚ୍ଚା ସଭାପତି ଅକ୍ଷୟ ମହାନ୍ତି, ଜିଲ୍ଲା ସଂପାଦକ ଅନୀଲ ସାହୁ, ସଭାନେତ୍ରୀ ରଞ୍ଜିତା ପାଢ଼ୀ ଓ ଯୁବ ସମ୍ପାଦକ ରଜନୀ କୁମାର
ସାହୁ ମଞ୍ଚାସୀନ ଥିଲେ। ସୁନିତା ମହାରଣା କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିବା ବେଳେ ସୁଦୀପ୍ତ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ମିଶ୍ରଣ ପର୍ବ ପୁରୀରେ ବିଜେପି ଦଳର ସଂଗଠନକୁ ଆହୁରି ମଜବୁତ କରିବାରେ ଏକ ନୂଆ ଦିଗ ଦେଇଛି।(ଡ଼ଃ ମନୋଜ କୁମାର ବଳିଆରସିଂ)