ନିର୍ବାଣୀ ଆଖଡ଼ା ମଠରେ ବିଧିବଦ୍ଧ ପୂଜା ଓ ହୋମ ସହିତ ଉତ୍ସବ ଆୟୋଜିତ। ପୁରୀ, ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ବଡ଼ଶଙ୍ଖ ସ୍ଥିତ ନିର୍ବାଣୀ ଆଖଡ଼ା ମଠ ଆନୁକୂଲ୍ୟରେ ପ୍ରଭୁ ଶ୍ରୀହନୁମାନଙ୍କ ନୂତନ ସିଂହାସନ ପ୍ରତିଷ୍ଠା ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ମଠଟି ଶ୍ରୀପଞ୍ଚ ମହାନିର୍ବାଣୀ ଅନୀ ଆଖଡ଼ା ଅନ୍ତର୍ଗତ ଥିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କୃତି ଓ ନିତିକାନ୍ତି ସହ ସମ୍ପୃକ୍ତ ଅଟେ। ମଠରେ ଶ୍ରୀଗଣେଶ, ଶ୍ରୀରାଧା-କୃଷ୍ଣ ଓ ଶ୍ରୀହନୁମାନଙ୍କ ବିଗ୍ରହ ସହିତ ଶତାଧିକ ସାଳଗ୍ରାମ ପୂଜା ପାଉଥିବାରୁ ଏହା ପୁରୀର ଐତିହାସିକ ଓ ପୂଜ୍ୟସ୍ଥଳୀମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ପରିଚିତ। ପ୍ରାତଃ ୬ ଘଟିକାରୁ ପୁରୋହିତମାନେ ବିଧିବଦ୍ଧ ଭାବରେ ପୂଜାପାଠ ଆରମ୍ଭ କରିଥିଲେ। ପରେ ହୋମ ଓ ଅନ୍ୟାନ୍ୟ ନିତିକାନ୍ତି ସକାଳ ୯ ଘଟିକା ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥିଲା। ହୋମ ପରେ ପୁରୋହିତ ସୁଧାକର ମିଶ୍ର, ସତ୍ୟନାରାୟଣ ପଣ୍ଡା ଓ ବାବାଜୀ ଶ୍ରୀବୈଷ୍ଣବ ଦାସଙ୍କ ଦ୍ୱାରା ଶ୍ରୀହନୁମାନଙ୍କ ବିଗ୍ରହକୁ ନୂତନ ପ୍ରତିଷ୍ଠିତ ସିଂହାସନରେ ବିରାଜମାନ କରାଯାଇଥିଲା। ଏହି ଉନ୍ନତିମୂଳକ କାର୍ଯ୍ୟକ୍ରମ ମହନ୍ତ ଶ୍ରୀ ରାମଚରଣ ଦାସଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା ଓ ତାଙ୍କ ମୁଖ୍ୟ ଶିଷ୍ୟ ଦେବାଶିଷ ଦାଶ ଏହାକୁ ପରିଚାଳନା କରିଥିଲେ। ଉତ୍ସବ ଶେଷରେ ଦେବାଶିଷ ଦାଶ ସମସ୍ତ ଉପସ୍ଥିତ ଭକ୍ତମାନଙ୍କୁ ଧନ୍ୟବାଦ ଜଣାଇ ପ୍ରଭୁ ଶ୍ରୀହନୁମାନଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ।(ଡ଼ଃ ମନୋଜ କୁମାର ବଳିଆରସିଂ)
ନିର୍ବାଣୀ ଆଖଡ଼ା ମଠରେ ବିଧିବଦ୍ଧ ପୂଜା ଓ ହୋମ ସହିତ ଉତ୍ସବ ଆୟୋଜିତ। ପୁରୀ, ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ବଡ଼ଶଙ୍ଖ ସ୍ଥିତ ନିର୍ବାଣୀ ଆଖଡ଼ା ମଠ ଆନୁକୂଲ୍ୟରେ ପ୍ରଭୁ ଶ୍ରୀହନୁମାନଙ୍କ ନୂତନ ସିଂହାସନ ପ୍ରତିଷ୍ଠା ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ମଠଟି ଶ୍ରୀପଞ୍ଚ ମହାନିର୍ବାଣୀ
ଅନୀ ଆଖଡ଼ା ଅନ୍ତର୍ଗତ ଥିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କୃତି ଓ ନିତିକାନ୍ତି ସହ ସମ୍ପୃକ୍ତ ଅଟେ। ମଠରେ ଶ୍ରୀଗଣେଶ, ଶ୍ରୀରାଧା-କୃଷ୍ଣ ଓ ଶ୍ରୀହନୁମାନଙ୍କ ବିଗ୍ରହ ସହିତ ଶତାଧିକ ସାଳଗ୍ରାମ ପୂଜା ପାଉଥିବାରୁ ଏହା ପୁରୀର ଐତିହାସିକ ଓ ପୂଜ୍ୟସ୍ଥଳୀମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ପରିଚିତ। ପ୍ରାତଃ ୬ ଘଟିକାରୁ ପୁରୋହିତମାନେ ବିଧିବଦ୍ଧ
ଭାବରେ ପୂଜାପାଠ ଆରମ୍ଭ କରିଥିଲେ। ପରେ ହୋମ ଓ ଅନ୍ୟାନ୍ୟ ନିତିକାନ୍ତି ସକାଳ ୯ ଘଟିକା ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥିଲା। ହୋମ ପରେ ପୁରୋହିତ ସୁଧାକର ମିଶ୍ର, ସତ୍ୟନାରାୟଣ ପଣ୍ଡା ଓ ବାବାଜୀ ଶ୍ରୀବୈଷ୍ଣବ ଦାସଙ୍କ ଦ୍ୱାରା ଶ୍ରୀହନୁମାନଙ୍କ ବିଗ୍ରହକୁ ନୂତନ ପ୍ରତିଷ୍ଠିତ ସିଂହାସନରେ ବିରାଜମାନ କରାଯାଇଥିଲା। ଏହି ଉନ୍ନତିମୂଳକ କାର୍ଯ୍ୟକ୍ରମ
ମହନ୍ତ ଶ୍ରୀ ରାମଚରଣ ଦାସଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା ଓ ତାଙ୍କ ମୁଖ୍ୟ ଶିଷ୍ୟ ଦେବାଶିଷ ଦାଶ ଏହାକୁ ପରିଚାଳନା କରିଥିଲେ। ଉତ୍ସବ ଶେଷରେ ଦେବାଶିଷ ଦାଶ ସମସ୍ତ ଉପସ୍ଥିତ ଭକ୍ତମାନଙ୍କୁ ଧନ୍ୟବାଦ ଜଣାଇ ପ୍ରଭୁ ଶ୍ରୀହନୁମାନଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ।(ଡ଼ଃ ମନୋଜ କୁମାର ବଳିଆରସିଂ)
- ମହାପ୍ରଭୁଙ୍କ ଚାପ ଖେଳ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ । ଶ୍ରୀକ୍ଷେତ୍ରରେ ୨୧ ଦିନିଆ ଚନ୍ଦନଯାତ୍ରା ।2
- Post by Manoj kumar baliyarsingh3
- Post by SOUMYA RANJAN1
- Post by Rajesh Samantaray1
- Women reservation bill and releted opportunities bill failure in Parliament.1
- Post by ମନୋଜ କୁମାର ପୁଣ୍ଟିଆ1
- Post by Prabhati Sahoo1
- Post by Manoj kumar baliyarsingh4