logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର; ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି ବରିଷ୍ଠ ଅଧିକାରୀ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ପ୍ରଦାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଜିଲ୍ଲାର ୮ଟି ବ୍ଲକ୍ ଯଥା ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା, ମାର୍ଶାଘାଇ ଏବଂ ମହାକାଳପଡ଼ା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଥିସହ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ଜିଲ୍ଲାର ମୋଟ ୫୭ଟି ଗ୍ରାମ ପଞ୍ଚାୟତ ଅଧୀନ ୧୩୫ଟି ଗ୍ରାମର ପ୍ରାୟ ୫୭ ହଜାର ୭୦୪ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୧୦୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ୩ଟି ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇ ଆବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ସେହିପରି ୩ଟି ମାଗଣା ରୋଷେଇ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ନିରନ୍ତର ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖୁଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଏବଂ ଅତିରିକ୍ତ ଉପଜିଲ୍ଲାପାଳ ସନ୍ଧ୍ୟାରାଣୀ ମାଝୀ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରୁଛନ୍ତି। ଜିଲ୍ଲାରେ ବନ୍ୟା ଜନିତ କୌଣସି ଜନହାନି ଘଟି ନାହିଁ। ପ୍ରାୟ ୨୪ ହଜାର ୨୬୦ଟି ପଶୁ ପ୍ରଭାବିତ ହୋଇଥିବା ବେଳେ କୌଣସି ପଶୁଙ୍କ ମୃତ୍ୟୁର ଖବର ମିଳିନାହିଁ। ଚାଷଜମି କ୍ଷୟକ୍ଷତିର ଆକଳନ ବନ୍ୟା ଜଳ କମିବା ପରେ କରାଯିବ। ସେହିପରି ୫ଟି କଚ୍ଚା ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପ୍ରଭାବିତ ଲୋକଙ୍କ ମଧ୍ୟରେ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଉଛି। ଆଜି ସୁଦ୍ଧା ୧୭.୭୫ କ୍ୱିଣ୍ଟାଲ ଚୁଡ଼ା, ୧.୫ କ୍ୱିଣ୍ଟାଲ ଗୁଡ଼, ୫ କ୍ୱିଣ୍ଟାଲ ଅନ୍ୟାନ୍ୟ ସାମଗ୍ରୀ ସହିତ ୧୩ କାର୍ଟୁନ ବିସ୍କୁଟ, ୧ କାର୍ଟୁନ ମହମବତୀ ଏବଂ ୧ କାର୍ଟୁନ ଦିଆସିଲି ବଣ୍ଟନ କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ମୋଟ ୮ଟି ମେଡିକାଲ ଟିମ୍ ମୁତୟନ କରାଯାଇଛି। ସେଥିମଧ୍ୟରୁ ଆଳିରେ ୨ଟି, ପଟ୍ଟାମୁଣ୍ଡାଇରେ ୩ଟି, ଇନ୍ଦୁପୁର ଅଞ୍ଚଳରେ ୨ଟି ଏବଂ ମାର୍ଶାଘାଇରେ ୧ଟି ମେଡିକାଲ ଟିମ୍ କାର୍ଯ୍ୟରତ ରହି ପ୍ରଭାବିତ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଓ ଔଷଧ ବଣ୍ଟନ କରୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ସତତ ନଜର ରଖାଯାଇଥିବା ବେଳେ ସମସ୍ତ ସମ୍ପୃକ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

9 hrs ago
user_Prafulla Kumar Malla
Prafulla Kumar Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
9 hrs ago
5f0a6d4b-1b2f-401a-845e-f4115036b968

More news from ଓଡ଼ିଶା and nearby areas
  • ଇବ୍ରିସିଂ ପଞ୍ଚାୟତରେ ଚାଷଜମି ଜଳମଗ୍ନ, କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦେଖାମିଳୁନି ଲଘୁଚାପ ଜନିତ ଲଗାଣ ବର୍ଷାରେ ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ବଡମଠ,ବଡିଲୋ, ବନ୍ଧମୁଣ୍ଡି, ଇବ୍ରିସିଂ,ଗୈ।ଡ଼ସାହି ମୈ।ଜାର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ରହିଛି। ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନୀୟ ଚାଷୀମାନଙ୍କଠାରୁ ପ୍ରକାଶ । ଜଗନ୍ନାଥପୁର ରାଜସ୍ବ ନୀରିକ୍ଷକ ଓ ତିର୍ତ୍ତୋଲ ତହସିଲଦାରଙ୍କୁ ଏସମ୍ପର୍କରେ ଚାଷୀ ବାରଂବାର ଜଣାଇଲେ ମଧ୍ୟ ସରକାରୀ ବାବୁମାନେ କ୍ଷୟକ୍ଷତିର ଆକଳନ ପାଇଁ କ୍ଷେତ୍ର ପରିଦର୍ଶନ କରିନଥିବା କେତେକ ଚାଷୀ ଗଣମାଧ୍ୟମକୁ କହିଛନ୍ତି।
    1
    ଇବ୍ରିସିଂ ପଞ୍ଚାୟତରେ ଚାଷଜମି ଜଳମଗ୍ନ, କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦେଖାମିଳୁନି
ଲଘୁଚାପ ଜନିତ ଲଗାଣ ବର୍ଷାରେ ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ବଡମଠ,ବଡିଲୋ, ବନ୍ଧମୁଣ୍ଡି, ଇବ୍ରିସିଂ,ଗୈ।ଡ଼ସାହି ମୈ।ଜାର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ରହିଛି। ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନୀୟ ଚାଷୀମାନଙ୍କଠାରୁ ପ୍ରକାଶ । ଜଗନ୍ନାଥପୁର ରାଜସ୍ବ ନୀରିକ୍ଷକ ଓ ତିର୍ତ୍ତୋଲ ତହସିଲଦାରଙ୍କୁ ଏସମ୍ପର୍କରେ ଚାଷୀ ବାରଂବାର ଜଣାଇଲେ ମଧ୍ୟ ସରକାରୀ ବାବୁମାନେ କ୍ଷୟକ୍ଷତିର ଆକଳନ ପାଇଁ କ୍ଷେତ୍ର ପରିଦର୍ଶନ କରିନଥିବା କେତେକ ଚାଷୀ ଗଣମାଧ୍ୟମକୁ କହିଛନ୍ତି।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    9 hrs ago
  • ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ
    1
    ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    8 hrs ago
  • ଦେବୀ ନଦୀ ରେ ବନ୍ୟା ଫଳରେ ଜଗତ ସିଂହପୁର ଜିଲ୍ଲାର ୪ ଟି ବ୍ଲକ ର ୨୦ ରୁ ଅଧିକ ଗ୍ରାମ ପ୍ରଭାବିତ
    1
    ଦେବୀ  ନଦୀ ରେ ବନ୍ୟା ଫଳରେ ଜଗତ ସିଂହପୁର ଜିଲ୍ଲାର ୪ ଟି ବ୍ଲକ ର ୨୦ ରୁ ଅଧିକ ଗ୍ରାମ ପ୍ରଭାବିତ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    20 hrs ago
  • ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
    1
    ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    11 hrs ago
  • ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll
    1
    ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll 
ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.