ଢେଙ୍କାନାଳ ମହିଷାପାଟ ଜିଲ୍କାପରିଷଦ ସମ୍ମିଳନୀ କକ୍ଷ ଠାରେ ଜନଗଣନା ଢେଙ୍କାନାଳସ୍ଥିତ ମହିଷାପାଟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ (DRDA) ଠାରେ ଗତ ୦୯ ମାର୍ଚ୍ଚରୁ ୧୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଜନଗଣନା-୨୦୨୭ ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ନିମନ୍ତେ ଆୟୋଜିତ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଆଗାମୀ ଜନଗଣନା ୨୦୨୭ କୁ ମୁଖ୍ୟତଃ କମ୍ପ୍ୟୁଟର ଏବଂ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଡିଜିଟାଲ୍ ପଦ୍ଧତିରେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ଗୃହ ତାଲିକାକରଣ (House Listing) ଓ ଗୃହ ଗଣନା ପ୍ରକ୍ରିୟା, ଡିଜିଟାଲ୍ ଯନ୍ତ୍ରପାତିର ବ୍ୟବହାର ଏବଂ ଜନଗଣନା କାର୍ଯ୍ୟରେ ବ୍ୟବହୃତ ହେବାକୁ ଥିବା ମୋବାଇଲ୍ ଆପ୍ଲିକେସନର ପରିଚାଳନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ତଥ୍ୟ ସଂଗ୍ରହରେ ସଠିକତା ବଜାୟ ରଖିବା ଏବଂ ସମସ୍ତ ଜନଗଣନା କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା। ଦୁଇ ଜଣ ଜିଲ୍ଲା ସ୍ତରୀୟ ମୁଖ୍ୟ ପ୍ରଶିକ୍ଷକ (Master Trainers) – କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଜ୍ୟୋତିରୂପା ଶତପଥୀ (OAS) ଏବଂ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ସୁମନ୍ତ ଗଡ଼ନାୟକ, କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ, OAS (SAG) ଉପସ୍ଥିତ ରହି କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ନିଷ୍ଠା ଓ ସଚ୍ଚୋଟତାର ସହ ନିଜର ଦାୟିତ୍ୱ ନିର୍ବାହ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ସମଗ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକମାନଙ୍କୁ ମାର୍ଗଦର୍ଶନ କରିବା ସହ ଜିଲ୍ଲାରେ ଜନଗଣନା-୨୦୨୭ କୁ ସଫଳ କରିବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ପ୍ରଶିକ୍ଷଣ ସମାପ୍ତ ହେବା ପରେ, ଏହି କ୍ଷେତ୍ର ପ୍ରଶିକ୍ଷକମାନେ ଜିଲ୍ଲା ସାରା ଜନଗଣନା କାର୍ଯ୍ୟର ସୁଚାରୁ ରୂପେ ପରିଚାଳନା ପାଇଁ ଚାର୍ଜ ସ୍ତରରେ ଗଣନାକାରୀ (Enumerators) ଏବଂ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ।
ଢେଙ୍କାନାଳ ମହିଷାପାଟ ଜିଲ୍କାପରିଷଦ ସମ୍ମିଳନୀ କକ୍ଷ ଠାରେ ଜନଗଣନା ଢେଙ୍କାନାଳସ୍ଥିତ ମହିଷାପାଟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ (DRDA) ଠାରେ ଗତ ୦୯ ମାର୍ଚ୍ଚରୁ ୧୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଜନଗଣନା-୨୦୨୭ ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ନିମନ୍ତେ ଆୟୋଜିତ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଆଗାମୀ ଜନଗଣନା ୨୦୨୭ କୁ ମୁଖ୍ୟତଃ କମ୍ପ୍ୟୁଟର ଏବଂ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଡିଜିଟାଲ୍ ପଦ୍ଧତିରେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ଗୃହ ତାଲିକାକରଣ (House Listing) ଓ ଗୃହ ଗଣନା ପ୍ରକ୍ରିୟା, ଡିଜିଟାଲ୍ ଯନ୍ତ୍ରପାତିର ବ୍ୟବହାର ଏବଂ ଜନଗଣନା କାର୍ଯ୍ୟରେ ବ୍ୟବହୃତ ହେବାକୁ ଥିବା ମୋବାଇଲ୍ ଆପ୍ଲିକେସନର ପରିଚାଳନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ତଥ୍ୟ ସଂଗ୍ରହରେ ସଠିକତା ବଜାୟ ରଖିବା ଏବଂ ସମସ୍ତ ଜନଗଣନା କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ
ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା। ଦୁଇ ଜଣ ଜିଲ୍ଲା ସ୍ତରୀୟ ମୁଖ୍ୟ ପ୍ରଶିକ୍ଷକ (Master Trainers) – କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଜ୍ୟୋତିରୂପା ଶତପଥୀ (OAS) ଏବଂ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ସୁମନ୍ତ ଗଡ଼ନାୟକ, କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ, OAS (SAG) ଉପସ୍ଥିତ ରହି କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ନିଷ୍ଠା ଓ ସଚ୍ଚୋଟତାର ସହ ନିଜର ଦାୟିତ୍ୱ ନିର୍ବାହ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ସମଗ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକମାନଙ୍କୁ ମାର୍ଗଦର୍ଶନ କରିବା ସହ ଜିଲ୍ଲାରେ ଜନଗଣନା-୨୦୨୭ କୁ ସଫଳ କରିବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ପ୍ରଶିକ୍ଷଣ ସମାପ୍ତ ହେବା ପରେ, ଏହି କ୍ଷେତ୍ର ପ୍ରଶିକ୍ଷକମାନେ ଜିଲ୍ଲା ସାରା ଜନଗଣନା କାର୍ଯ୍ୟର ସୁଚାରୁ ରୂପେ ପରିଚାଳନା ପାଇଁ ଚାର୍ଜ ସ୍ତରରେ ଗଣନାକାରୀ (Enumerators) ଏବଂ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ।
- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଭଏରପୁର ଗ୍ରାମପଞ୍ଚାୟତର ସାନ୍ତରାପୁର ଗ୍ରାମରେ ଅଷ୍ଟମ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ।ହୋଇଯାଇଛି। ଦୁଇଟି ପଞ୍ଚାୟତ ଭଏରପୁର ଓ ବୁଢ଼ୀବିଲି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ୧୩ଟି ବିମାନରେ ଶ୍ରୀଜୀଉ ମାନଙ୍କୁ ପଟୁଆର ସହିତ ଲଉଡି ଖେଳ ସାଙ୍ଗକୁ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ୧୩ଟି ବିମାନରେ ଶ୍ରୀଜୀଉ ମାନଙ୍କୁ ଗ୍ରାମ ପରିକ୍ରମା କରିବା ସହିତ ପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା।ରୀତିନୀତି ଅନୁଯାୟୀ ଶୋଭାଯାତ୍ରାରେ ଲଉଡ଼ିନୃତ୍ୟ,ସଂକୀର୍ତ୍ତନ ମଣ୍ଡଳୀରେ ଗାଁ ପ୍ରକମ୍ପିତ ହୋଇଥିଲା। ଗ୍ରାମ କମିଟି କର୍ମକର୍ତ୍ତାଙ୍କ ସହ ଗ୍ରାମବାସୀମାନେ ଏହି ଉତ୍ସବ ସହଯୋଗ କରିଥିଲେ ।1
- ଢେଙ୍କାନାଳ ସହରର ଜୁବୁଲି ଟାଉନ ସ୍ଥିତ ଯଦୁପତି ବି ହାର ଠାରେ ଅବସ୍ଥିତ ରାଧା କୣଷ୍ଣ ମନ୍ଦିର ବ୍ରହ୍ମଣୀ ଦେଇ ଠାରୁ ଐକ ବିରାଟ ଶେଭାଯାତ୍ରା ସହର ପରିକ୍ରମା କରି ବଡ ଧୁମ ଧାମ ସହ ସହର ପରିକ୍ରମା କରିଥିଲେ ଐଥିରେ ଡିଜେ ବାଜା ସଂକିତ୍ତନ ମଣ୍ଢଳୀ ପ୍ରାୟ ସତର ଟି ଲଉଡି ଦଳ ଯେଗଦାନ କରିଥିଲେ ରାଧାରାଣୀ କୣଣ୍ଣଙ୍କ ଜୟ ଜୟକାର ରାମନାମ ରେ ସହରରେ ଏକ ମଧୁର ପରିବେଶ ସ୍ତଷ୍ଟି ହୋଇଥିଲା1
- ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳ ର ମହିମାଗlଦି ପୋଖରୀ ନୁର୍ତନ ନିର୍ମାଣ ସକାଶେ ପୋଖରୀକୁ ହୁଡ଼ା କଟାଯାଇଛି ଏବେ ଦେଖିବାର ଅଛି କେବେ କାମ ହେଉଛି1
- Post by BL News1
- ପୋଲସରା ବାର୍ଷିନି ପଞ୍ଚାୟତ ଅଙ୍ଗନବାଡି ଦିଦିଙ୍କୁ ବାଡେ଼ଇଲେ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେପିର ସକ୍ରିୟ ନେତା। ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିଥିବା ନେଇ ସୂଚନା। ପୋଲସରା:- ବର୍ଷିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତା ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ଦେଲେ ଅଙ୍ଗନବାଡି ଦିଦି ।1
- Post by Aritkumar Mohapatra1
- ମାଟ୍ରିମୋନିରୁ ପ୍ରେମ କରି ଶାରୀରିକ ସମ୍ପର୍କ, ପରେ ବିବାହ | ସ୍ତ୍ରୀ ଜଣକୁ ଛାଡ଼ି ନୂଆ ସ୍ୱାମୀ ଖୋଜିବାକୁ ଆସିଲା | ସ୍ୱାମୀ ଦୁଇଜଣକୁ ବିବାହ କରି ତୃତୀୟ ପତ୍ନୀ ଆପଣାଇଲା | ଶେଷରେ ସରିଗଲା ଏ ମିଛି ମିଛିକା କଣ୍ଢେଇ ବାହାଘର | ଭୁବନେଶ୍ଵର, ଓଡ଼ିଶା #Bhubaneswar #Odisha1
- ଢେଙ୍କାନାଳ ସଦର ଥାନା ଦୁଦୁକାଟେଣୀ ଗ୍ରାମ ନିକଟରେ ମହୁମାଛି ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଗାଇ ଜଗୁଆଳୀ ବଟକୃଷ୍ଣ ସାହୁ ବୋଲି ଜଣାପଡିଛି।1