logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗତକାଲି ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟସ୍ଥ ଏକ ଡ୍ରେନରୁ ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାକୁ ନେଇ ପୋଲିସ ମୃତଦେହର ପରିଚୟ ଜାଣିବା ସହିତ ଏହାର ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।

9 hrs ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•
9 hrs ago

ଗତକାଲି ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟସ୍ଥ ଏକ ଡ୍ରେନରୁ ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାକୁ ନେଇ ପୋଲିସ ମୃତଦେହର ପରିଚୟ ଜାଣିବା ସହିତ ଏହାର ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।

More news from Jharsuguda and nearby areas
  • ଗତକାଲି ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟସ୍ଥ ଏକ ଡ୍ରେନରୁ ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାକୁ ନେଇ ପୋଲିସ ମୃତଦେହର ପରିଚୟ ଜାଣିବା ସହିତ ଏହାର ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।
    1
    ଗତକାଲି ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟସ୍ଥ ଏକ ଡ୍ରେନରୁ ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାକୁ ନେଇ ପୋଲିସ ମୃତଦେହର ପରିଚୟ ଜାଣିବା ସହିତ ଏହାର ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    9 hrs ago
  • ତା: ୨୯.୬.୨୬, ସୋମବାର ସକାଳେ ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ସହରସ୍ଥିତ ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ର ଓ ସମଡା ପ୍ରାଚୀନ କ୍ଷେତ୍ରର ଦୁଇ ଜଗନ୍ନାଥ ମନ୍ଦିର ସମେତ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ତଥା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ଓ ସନ୍ଧ୍ୟାରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତିନି ଠାକୁରଙ୍କ ପହଣ୍ଡି ବିଜୟ ପରେ ସ୍ନାନ ମଣ୍ଡପରେ ୧୦୮ ଗୋଟି କଳସ ସ୍ଥାପନ କରାଯାଇଥିଲା। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ୩୫ ଗୋଟି, ବଳଭଦ୍ରଙ୍କ ସମ୍ମୁଖରେ ୩୩ ଗୋଟି, ଦେବୀ ଶୁଭଦ୍ରାଙ୍କ ସମ୍ମୁଖରେ ୨୨ ଗୋଟି ଏବଂ ସୁଦର୍ଶନଙ୍କ ପାଇଁ ୧୮ ଗୋଟି କଳସକୁ ୪ଟି ଧାଡ଼ି କ୍ରମରେ ସ୍ଥାପନ କରାଯାଇଥିଲା। ପରେ ଜ୍ୟେଷ୍ଠ ପୂର୍ଣ୍ଣିମା ସ୍ନାନ ନିମିତ୍ତ ଠାକୁରଙ୍କୁ ଶ୍ୱେତ ବସ୍ତ୍ର ପରିଧାନ କରାଯିବା ପରେ ମହାସ୍ନାନ କରାଯାଇଥିଲା। ଏହାପରେ ଆଳତୀ, ହୋମଯଜ୍ଞ ସହିତ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ରରେ ମନ୍ଦିର ପୂଜକ ବ୍ରଜସୁନ୍ଦର ଶତପଥୀ ଓ ରଙ୍ଗାଧର ପଣ୍ଡା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ଜମିଦାର ବ୍ରଜକିଶୋର ସିଂଦେଓ, ଗୌନ୍ତିଆ ଦୁବରାଜ ନାଏକ, ସମ୍ପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ବନମାଳୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଚ୍ଚିଦାନନ୍ଦ ପଣ୍ଡା, ଶୈଳେଶ ବହିଦାର, ଯୁଧିଷ୍ଠିର ସେଣ, ବୈଶୀ ମହାନ୍ତି, ଶରତ ପାଣିଗ୍ରାହୀ, ରାକେଶ ଶତପଥୀ, ରଶ୍ମିରଞ୍ଜନ ବିଶ୍ଵାଳ, ସମୀର ବାରିକ, ପୂର୍ଣ୍ଣଚନ୍ଦ୍ର ଦାସ, ସୁର ବେହେରା, ବାମଦେବ ବେହେରା ପ୍ରମୁଖ ସାମିଲ ରହିଥିଲେ। ସେହିପରି ସମଡା ଜଗନ୍ନାଥ ମନ୍ଦିର ପ୍ରାଚୀନ କ୍ଷେତ୍ରରେ ପୂଜକ ଡମ୍ବରୁଧର ମିଶ୍ର ଓ ରାଜେନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କରିଥିଲେ। ପ୍ରଫୁଲ୍ଲ ରଥ ଓ ତାଙ୍କ ପତ୍ନୀ ପଦ୍ମିନୀ ରଥ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଆୟୋଜନରେ ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ମହାନ୍ତି, କୋଷାଧ୍ୟକ୍ଷ ରମାକାନ୍ତ ମେହେରଙ୍କ ସମେତ ଶ୍ୟାମ ସୁନ୍ଦର ଶତପଥୀ, ଗୋପୀନାଥ ବେହେରା, ବିଶ୍ୱନାଥ ଅଗ୍ରୱାଲ, ପ୍ରଚଣ୍ଡ ଜୟସ୍ୱାଲ, ରମା ଭୋଳ, ଲିଙ୍ଗରାଜ ନାଏକ, ପ୍ରଦୀପ ପଶାୟତ, ରମେଶ ମେହେର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନେ କୀର୍ତ୍ତନ ପରିବେଷଣ କରିଥିଲେ।
    4
    ତା: ୨୯.୬.୨୬, ସୋମବାର ସକାଳେ ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ସହରସ୍ଥିତ ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ର ଓ ସମଡା ପ୍ରାଚୀନ କ୍ଷେତ୍ରର ଦୁଇ ଜଗନ୍ନାଥ ମନ୍ଦିର ସମେତ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ତଥା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ଓ ସନ୍ଧ୍ୟାରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତିନି ଠାକୁରଙ୍କ ପହଣ୍ଡି ବିଜୟ ପରେ ସ୍ନାନ ମଣ୍ଡପରେ ୧୦୮ ଗୋଟି କଳସ ସ୍ଥାପନ କରାଯାଇଥିଲା। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ୩୫ ଗୋଟି, ବଳଭଦ୍ରଙ୍କ ସମ୍ମୁଖରେ ୩୩ ଗୋଟି, ଦେବୀ ଶୁଭଦ୍ରାଙ୍କ ସମ୍ମୁଖରେ ୨୨ ଗୋଟି ଏବଂ ସୁଦର୍ଶନଙ୍କ ପାଇଁ ୧୮ ଗୋଟି କଳସକୁ ୪ଟି ଧାଡ଼ି କ୍ରମରେ ସ୍ଥାପନ କରାଯାଇଥିଲା। ପରେ ଜ୍ୟେଷ୍ଠ ପୂର୍ଣ୍ଣିମା ସ୍ନାନ ନିମିତ୍ତ ଠାକୁରଙ୍କୁ ଶ୍ୱେତ ବସ୍ତ୍ର ପରିଧାନ କରାଯିବା ପରେ ମହାସ୍ନାନ କରାଯାଇଥିଲା। ଏହାପରେ ଆଳତୀ, ହୋମଯଜ୍ଞ ସହିତ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।

ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ରରେ ମନ୍ଦିର ପୂଜକ ବ୍ରଜସୁନ୍ଦର ଶତପଥୀ ଓ ରଙ୍ଗାଧର ପଣ୍ଡା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ଜମିଦାର ବ୍ରଜକିଶୋର ସିଂଦେଓ, ଗୌନ୍ତିଆ ଦୁବରାଜ ନାଏକ, ସମ୍ପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ବନମାଳୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଚ୍ଚିଦାନନ୍ଦ ପଣ୍ଡା, ଶୈଳେଶ ବହିଦାର, ଯୁଧିଷ୍ଠିର ସେଣ, ବୈଶୀ ମହାନ୍ତି, ଶରତ ପାଣିଗ୍ରାହୀ, ରାକେଶ ଶତପଥୀ, ରଶ୍ମିରଞ୍ଜନ ବିଶ୍ଵାଳ, ସମୀର ବାରିକ, ପୂର୍ଣ୍ଣଚନ୍ଦ୍ର ଦାସ, ସୁର ବେହେରା, ବାମଦେବ ବେହେରା ପ୍ରମୁଖ ସାମିଲ ରହିଥିଲେ।

ସେହିପରି ସମଡା ଜଗନ୍ନାଥ ମନ୍ଦିର ପ୍ରାଚୀନ କ୍ଷେତ୍ରରେ ପୂଜକ ଡମ୍ବରୁଧର ମିଶ୍ର ଓ ରାଜେନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କରିଥିଲେ। ପ୍ରଫୁଲ୍ଲ ରଥ ଓ ତାଙ୍କ ପତ୍ନୀ ପଦ୍ମିନୀ ରଥ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଆୟୋଜନରେ ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ମହାନ୍ତି, କୋଷାଧ୍ୟକ୍ଷ ରମାକାନ୍ତ ମେହେରଙ୍କ ସମେତ ଶ୍ୟାମ ସୁନ୍ଦର ଶତପଥୀ, ଗୋପୀନାଥ ବେହେରା, ବିଶ୍ୱନାଥ ଅଗ୍ରୱାଲ, ପ୍ରଚଣ୍ଡ ଜୟସ୍ୱାଲ, ରମା ଭୋଳ, ଲିଙ୍ଗରାଜ ନାଏକ, ପ୍ରଦୀପ ପଶାୟତ, ରମେଶ ମେହେର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନେ କୀର୍ତ୍ତନ ପରିବେଷଣ କରିଥିଲେ।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    21 hrs ago
  • ସୋସିଆଲ୍ ମିଡିଆରେ ଏକ CCTV ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଏକ ସଂକୀର୍ଣ୍ଣ ଗଳିରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ଚପେଟରେ ଜଣେ ଛୋଟ ଶିଶୁ ଆସୁଥିବା ଦେଖାଯାଉଛି। ଏହି ଧକ୍କା ପରେ ଆଖପାଖର ଲୋକମାନେ ଘଟଣାସ୍ଥଳକୁ ଦୌଡ଼ୁଥିବା ନଜର ଆସିଛନ୍ତି। ତେବେ, ଏହି ଭିଡିଓର ସ୍ଥାନ, ତାରିଖ ଏବଂ ଶିଶୁର ସ୍ଥିତି ସ୍ୱାଧୀନ ଭାବରେ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏହି ଘଟଣାକୁ ନେଇ ଅନୁରୋଧ କରାଯାଇଛି ଯେ ଜନବସତି ଅଞ୍ଚଳ ଏବଂ ସଂକୀର୍ଣ୍ଣ ଗଳିରେ ଧୀର ଗତିରେ ଗାଡ଼ି ଚଲାନ୍ତୁ, ପିଲାମାନଙ୍କୁ ରାସ୍ତା ନିକଟରେ ଏକୁଟିଆ ଛାଡ଼ନ୍ତୁ ନାହିଁ ଏବଂ ରାସ୍ତା ସୁରକ୍ଷା ନିୟମ ପାଳନ କରନ୍ତୁ, କାରଣ ସାମାନ୍ୟ ଅସାବଧାନତା ମଧ୍ୟ ଏକ ବଡ଼ ଦୁର୍ଘଟଣାର କାରଣ ହୋଇପାରେ।
    1
    ସୋସିଆଲ୍ ମିଡିଆରେ ଏକ CCTV ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଏକ ସଂକୀର୍ଣ୍ଣ ଗଳିରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ଚପେଟରେ ଜଣେ ଛୋଟ ଶିଶୁ ଆସୁଥିବା ଦେଖାଯାଉଛି। ଏହି ଧକ୍କା ପରେ ଆଖପାଖର ଲୋକମାନେ ଘଟଣାସ୍ଥଳକୁ ଦୌଡ଼ୁଥିବା ନଜର ଆସିଛନ୍ତି। ତେବେ, ଏହି ଭିଡିଓର ସ୍ଥାନ, ତାରିଖ ଏବଂ ଶିଶୁର ସ୍ଥିତି ସ୍ୱାଧୀନ ଭାବରେ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏହି ଘଟଣାକୁ ନେଇ ଅନୁରୋଧ କରାଯାଇଛି ଯେ ଜନବସତି ଅଞ୍ଚଳ ଏବଂ ସଂକୀର୍ଣ୍ଣ ଗଳିରେ ଧୀର ଗତିରେ ଗାଡ଼ି ଚଲାନ୍ତୁ, ପିଲାମାନଙ୍କୁ ରାସ୍ତା ନିକଟରେ ଏକୁଟିଆ ଛାଡ଼ନ୍ତୁ ନାହିଁ ଏବଂ ରାସ୍ତା ସୁରକ୍ଷା ନିୟମ ପାଳନ କରନ୍ତୁ, କାରଣ ସାମାନ୍ୟ ଅସାବଧାନତା ମଧ୍ୟ ଏକ ବଡ଼ ଦୁର୍ଘଟଣାର କାରଣ ହୋଇପାରେ।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • ଗତକାଲି ବରଗଡ଼ର ସ୍ଥାନୀୟ ମୀରା ହୋଟେଲ ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲା ପଛୁଆ ବର୍ଗ ଫୋରମ (OBC FORUM, BARGARH)ର ଏକ ସାଧାରଣ ସଭା ଶ୍ରୀ ଅଶୋକ ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଫୋରମର ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଲୋଚନାରେ ଶ୍ରୀ ମନୋରଞ୍ଜନ ସାହୁ, ଶ୍ରୀ ବିଶ୍ୱଜିତ ସ୍ୱାଇଁ, ଶ୍ରୀ ଶୁଶିଲ ଷାଣ୍ଢ, ଶ୍ରୀ ସାନନ୍ଦ ଦୀପ, ଶ୍ରୀ ରୋହିତ ବାରିକ ଏବଂ ନିଷ୍ଠା ପରିବାରର ଶ୍ରୀ ରକ୍ଷାପାଳ ସାହୁ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ସଭାରେ ନିଷ୍ପତ୍ତି ନିଆଯାଇଛି ଯେ ଫୋରମର ଆଗାମୀ କାର୍ଯ୍ୟପନ୍ଥା ୨୦୨୬ ମସିହା ଜୁଲାଇ ମାସ ୧୨ ତାରିଖରେ ସ୍ଥିର କରାଯିବ। ଶେଷରେ ଶ୍ରୀଯୁକ୍ତ ନବକିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
    1
    ଗତକାଲି ବରଗଡ଼ର ସ୍ଥାନୀୟ ମୀରା ହୋଟେଲ ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲା ପଛୁଆ ବର୍ଗ ଫୋରମ (OBC FORUM, BARGARH)ର ଏକ ସାଧାରଣ ସଭା ଶ୍ରୀ ଅଶୋକ ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଫୋରମର ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଆଲୋଚନାରେ ଶ୍ରୀ ମନୋରଞ୍ଜନ ସାହୁ, ଶ୍ରୀ ବିଶ୍ୱଜିତ ସ୍ୱାଇଁ, ଶ୍ରୀ ଶୁଶିଲ ଷାଣ୍ଢ, ଶ୍ରୀ ସାନନ୍ଦ ଦୀପ, ଶ୍ରୀ ରୋହିତ ବାରିକ ଏବଂ ନିଷ୍ଠା ପରିବାରର ଶ୍ରୀ ରକ୍ଷାପାଳ ସାହୁ ନିଜ ନିଜର ମତ ଉପସ୍ଥାପନ କରିଥିଲେ।

ସଭାରେ ନିଷ୍ପତ୍ତି ନିଆଯାଇଛି ଯେ ଫୋରମର ଆଗାମୀ କାର୍ଯ୍ୟପନ୍ଥା ୨୦୨୬ ମସିହା ଜୁଲାଇ ମାସ ୧୨ ତାରିଖରେ ସ୍ଥିର କରାଯିବ। ଶେଷରେ ଶ୍ରୀଯୁକ୍ତ ନବକିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    5 hrs ago
  • ବାଲିଶଙ୍କରା ବ୍ଲକ ଅନ୍ତର୍ଗତ କୁରେଇ ପଞ୍ଚାୟତର ବାଗଲତା ଗ୍ରାମରେ ଥିବା ଚଲାପଥରେ ଏକ ପୋଲ ଭାଙ୍ଗି ଭୁଶୁଡ଼ି ପଡ଼ିଛି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ପ୍ରଶାସନର ନଜର ପଡ଼ୁନାହିଁ।
    1
    ବାଲିଶଙ୍କରା ବ୍ଲକ ଅନ୍ତର୍ଗତ କୁରେଇ ପଞ୍ଚାୟତର ବାଗଲତା ଗ୍ରାମରେ ଥିବା ଚଲାପଥରେ ଏକ ପୋଲ ଭାଙ୍ଗି ଭୁଶୁଡ଼ି ପଡ଼ିଛି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ପ୍ରଶାସନର ନଜର ପଡ଼ୁନାହିଁ।
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    10 hrs ago
  • ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାରର ଦୁଇ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତଲାସି ସମୟରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ କୋଠା, ପ୍ଲଟ, ନଗଦ ଟଙ୍କା ଏବଂ ଏକାଧିକ ଯାନବାହନ ମିଳିଥିବା ଜଣାପଡ଼ିଛି।
    1
    ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାରର ଦୁଇ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତଲାସି ସମୟରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ କୋଠା, ପ୍ଲଟ, ନଗଦ ଟଙ୍କା ଏବଂ ଏକାଧିକ ଯାନବାହନ ମିଳିଥିବା ଜଣାପଡ଼ିଛି।
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    4 hrs ago
  • ବୌଦ୍ଧ ଜିଲ୍ଲାର ବାସୁଦେବପାଳି ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ଅର୍ଟିଗା କାର୍ ଭାରସାମ୍ୟ ହରାଇ ପ୍ରାୟ ୧୦୦ ଫୁଟ୍ ଦୂରକୁ ଉଡ଼ି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକ ଓ ପୋଲିସର ତୁରନ୍ତ ସହାୟତାରେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲକୁ ପଠାଯାଇଛି।
    1
    ବୌଦ୍ଧ ଜିଲ୍ଲାର ବାସୁଦେବପାଳି ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ଅର୍ଟିଗା କାର୍ ଭାରସାମ୍ୟ ହରାଇ ପ୍ରାୟ ୧୦୦ ଫୁଟ୍ ଦୂରକୁ ଉଡ଼ି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକ ଓ ପୋଲିସର ତୁରନ୍ତ ସହାୟତାରେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲକୁ ପଠାଯାଇଛି।
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.