logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବ ମୁଖରିତ ହେଲା ମାଳିଚଲର ଗ୍ରାମରେ ନୂତନ ଏକ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ୫ ଦିନ ଧରି ଚାଲିବ ଏହି ଉତ୍ସବ। ବୁଧବାର ହେବ ପୂର୍ଣ୍ଣାହୁତି।

8 hrs ago
user_Manas Ranjan Kar
Manas Ranjan Kar
Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
8 hrs ago

ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବ ମୁଖରିତ ହେଲା ମାଳିଚଲର ଗ୍ରାମରେ ନୂତନ ଏକ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ୫ ଦିନ ଧରି ଚାଲିବ ଏହି ଉତ୍ସବ। ବୁଧବାର ହେବ ପୂର୍ଣ୍ଣାହୁତି।

More news from ଓଡ଼ିଶା and nearby areas
  • ସାମ୍ବାଦିକଙ୍କ ପ୍ରଶ୍ନ ବାଣରେ ଘାଇଲା ଜୟପୁର ପୌର ପରିଷଦ ଅଧ୍ୟକ୍ଷ
    1
    ସାମ୍ବାଦିକଙ୍କ ପ୍ରଶ୍ନ ବାଣରେ ଘାଇଲା ଜୟପୁର ପୌର ପରିଷଦ ଅଧ୍ୟକ୍ଷ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    4 hrs ago
  • Post by ରିତେଶ ମୁଣ୍ଡ କୋକସରା ମେଡ଼ିଆ
    1
    Post by ରିତେଶ ମୁଣ୍ଡ କୋକସରା ମେଡ଼ିଆ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    15 hrs ago
  • ମାଲକାନଗିରି ଜିଲ୍ଲା ଏମ୍ ଭି ୧୬ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୋଲିସ। ଜଣେ ବନ୍ଧୁ ହିଁ ସାଜିଲା ବନ୍ଧୁର କାଳ। ପ୍ରେମ ନିବେଦନରେ ବିଫଳ ହେବା ପରେ ନିଜ ସାଙ୍ଗକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରି ଅଭାବନୀୟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ତାର ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ ହେବାରୁ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଭିଆଇଥିଲେ। ଗତ କିଛି ଦିନ ତଳେ ଘଟିଥିବା ଏହି ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
    1
    ମାଲକାନଗିରି ଜିଲ୍ଲା ଏମ୍ ଭି ୧୬ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୋଲିସ। ଜଣେ ବନ୍ଧୁ ହିଁ ସାଜିଲା ବନ୍ଧୁର କାଳ। ପ୍ରେମ ନିବେଦନରେ ବିଫଳ ହେବା ପରେ ନିଜ ସାଙ୍ଗକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରି ଅଭାବନୀୟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି
ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ତାର ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ ହେବାରୁ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଭିଆଇଥିଲେ। ଗତ କିଛି ଦିନ ତଳେ ଘଟିଥିବା ଏହି ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    4 hrs ago
  • । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ରାୟଗଡ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ମେଳାରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ପଞ୍ଚାୟତ ସମିତି ଶ୍ରୀମତୀ ଗୌତମୀ ଜାନି ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଏହି ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ ବ୍ଲକ ରୁ ମୋଟ ୬୧୧ଜଣ ଯୁବକ ଓ ଯୁବତୀ ମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୩୭୪ ଜଣଙ୍କୁ ଚୟନ କରା ଯାଇଛି। ସେଥି ମଧ୍ୟରୁ ୬୭ ଜଣଙ୍କୁ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି। ଆଜିର ନିଯୁକ୍ତି ମେଳାରେ ୧୯ଗୋଟି ସଂସ୍ଥା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉକ୍ତ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ଘରୋଇ କମ୍ପାନୀ ମାନେ ଯୋଗଦେଇ ପ୍ରତ୍ୟେକ ନିଯୁକ୍ତିର ସୁଯୋଗ ପ୍ରଦାନ କରିବା ସହିତ କିଛି ଘରୋଇ କମ୍ପାନୀ ତାଲିମ୍ ପ୍ରଦାନ ପରେ ନିଯୁକ୍ତି ପ୍ରଦାନ କରିବେ। ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
    1
    ।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ରାୟଗଡ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ମେଳାରେ  ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ପଞ୍ଚାୟତ ସମିତି ଶ୍ରୀମତୀ ଗୌତମୀ ଜାନି  ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଏହି  ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ  ବ୍ଲକ ରୁ  ମୋଟ ୬୧୧ଜଣ  ଯୁବକ ଓ ଯୁବତୀ ମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୩୭୪ ଜଣଙ୍କୁ ଚୟନ କରା ଯାଇଛି। ସେଥି ମଧ୍ୟରୁ ୬୭ ଜଣଙ୍କୁ  ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି। ଆଜିର ନିଯୁକ୍ତି ମେଳାରେ ୧୯ଗୋଟି ସଂସ୍ଥା  ପ୍ରମୁଖ  ଅଂଶ ଗ୍ରହଣ କରିଥିଲେ । ଉକ୍ତ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ଘରୋଇ କମ୍ପାନୀ ମାନେ ଯୋଗଦେଇ ପ୍ରତ୍ୟେକ ନିଯୁକ୍ତିର ସୁଯୋଗ ପ୍ରଦାନ କରିବା ସହିତ କିଛି ଘରୋଇ କମ୍ପାନୀ ତାଲିମ୍ ପ୍ରଦାନ ପରେ ନିଯୁକ୍ତି ପ୍ରଦାନ କରିବେ। ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    3 hrs ago
  • ବଦଳିବ ମଦ ପ୍ୟାକେଟର ରୂପ, କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ଆସିବ ମଦ
    1
    ବଦଳିବ ମଦ ପ୍ୟାକେଟର ରୂପ, କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ଆସିବ ମଦ
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    6 hrs ago
  • ନୂଆପଡ଼ାରେ ସତନ୍ତ୍ର ସାଇବର ଜବଚ ଅପରେସନ ଆରମ୍ଭ ହୋଇଛି । ଏଥରେ ଜିଲ୍ଲା ପ୍ରାୟ ୩କୋଟି ଟଙ୍କାର ସାଇବର ଠକେଇ ହୋଇଛି । ଆଜି ୬ଜଣ ସାଇବର ଠଜକୁ ପୁଲିସ ଗିରଫ କରିଥିବା ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅମ୍ରିତପାଲ ସିଂ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମଳନୀ ଏସପି ଙ୍କ ସୁତ୍ର ରୁ ମିଳିଥିବା ସୂଚନା ମୁତାବକ ବିଗତ ଦିନରେ ସାଇବର ଠକେଇ ହୋଇଥିବା କିଛି ଲୋକେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ । ସେଠାରୁ ପୁଲିସ କିଛି ତଥ୍ୟ ସଂଗ୍ରହ କରି ଛାନଭିନ ଆରମ୍ଭ କରିଥିଲା । ଏଥରେ କିଛି ସନ୍ଦେହ ଜନଜ ବ୍ୟାଙ୍ଗ ଏକାଉ କୁ ସାଇବର ସେଲ ଜରିଆରେ ଯା କରିଥିଲେ । ସେଠି କିଛି ବ୍ୟାଙ୍କ ଏକାଉ ଓ ଏଟିଏମକୁ ପରିଚାଳନା କରୁଥିଲେ I ସେମାନେ ଅନ୍ୟ ଲୋକଙ୍କ ଏକାଉ କୁ ଚଳାଇ ସାଇବର ଅପରାଧ କରୁଥିଲେ । ଏହି ଘଟଣାରେ ୩ଟି ଏକାଉ ରେ ସାଇବର ଠକେଇ ହୋଇଥିବା ଜଣାପଡ଼ିଥିଲା । ନୂଆପଡ଼ା ଏସପି ଶ୍ରୀ ସିଂଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ବରେ ଏକ ସତନ୍ତ୍ର ସାଇବର ଟିମ ତଦନ୍ତ ଆରମ୍ଭ କରିଥିଲା । ସେଥିରେ ପ୍ରାୟ ୨କୋଟି ୯୪ଲକ୍ଷ ୫୦ହଜାର ଟଙ୍କା ଠକେଇ ହୋଇଥିବା ସନ୍ଦେହ ହେଉଛି । ଏହି ଘଟଣାରେ ନୂଆପଡ଼ା ଥାନା ପୁଲିସ ୬ଟି ମୋବାଇଲକୁ ଜବତ କରିବା ସହ ୬ଜଣ ସାଇବର ଠକଙ୍କୁ ଗିରଫ କରିଥିଲା । ଗୀରଫ ଅଭିଯୁକ୍ତମାନେ ହେଲେ ଜୋଙ୍କ ଥାନା ଆମସେନା ଗାଁର ପରମେସନ ସାହୁ(୨୮), ମୁଣ୍ଡାଗାଁର ଚିନ୍ମୟ ସାହୁ(୨୩), ଧନୀରାମ ସେଠି(୨୬) ଓ ମନିଶ ସାହୁ(୨୪), ନୂଆପଡ଼ା ଥାନା ପରସଖୋଲ ଗାଁର ନନ୍ଦଲାଲ ସତନାମୀк୨୩) ଓ ସିଲଦା ଗାଁର ଦିନେଶ ଚୌଡ଼ାନ(୨୪) । ଏନେଇ ନୂଆପଡ଼ା ଥାନା କେଶ ନଂ ୩୭ରେ ମାମଲ। ରୁକୁ କରି କୋର୍ଟ ଚାଳାଣ କରାଯିବ । ଆଗକୁ ଆହୁରୀ ତଦନ୍ତ ହେବ ଓ ଅଧିକ ଲୋକଙ୍କୁ ଗିରଫ କରାଯିବ । ଏଣୁ ଲୋକେ ସଚେତନ ହୁଅନ୍ତୁ । ଆପଣଙ୍କ ଏକାଉ ତଥ୍ୟ ଅନ୍ୟ କାହାରିକୁ ଦିଅନ୍ତୁନାହିଁ କି ଅନ୍ୟ କାହାରିକୁ ଏକାଉ ପରିଚାଳନା ପାଇଁ ଦିଅନ୍ତୁ ନାହିଁ ବୋଲି ଏସପି ଶ୍ରୀ ସିଂ ଅନୁରୋଧ କରିଛନ୍ତି ।
    1
    ନୂଆପଡ଼ାରେ ସତନ୍ତ୍ର ସାଇବର ଜବଚ ଅପରେସନ ଆରମ୍ଭ ହୋଇଛି । ଏଥରେ ଜିଲ୍ଲା ପ୍ରାୟ ୩କୋଟି ଟଙ୍କାର ସାଇବର ଠକେଇ ହୋଇଛି । ଆଜି ୬ଜଣ ସାଇବର ଠଜକୁ ପୁଲିସ ଗିରଫ କରିଥିବା ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅମ୍ରିତପାଲ ସିଂ  ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମଳନୀ ଏସପି ଙ୍କ ସୁତ୍ର ରୁ ମିଳିଥିବା ସୂଚନା ମୁତାବକ ବିଗତ ଦିନରେ ସାଇବର ଠକେଇ ହୋଇଥିବା କିଛି ଲୋକେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ । ସେଠାରୁ ପୁଲିସ କିଛି ତଥ୍ୟ ସଂଗ୍ରହ କରି ଛାନଭିନ ଆରମ୍ଭ କରିଥିଲା । ଏଥରେ କିଛି ସନ୍ଦେହ ଜନଜ ବ୍ୟାଙ୍ଗ ଏକାଉ କୁ ସାଇବର ସେଲ ଜରିଆରେ ଯା କରିଥିଲେ । ସେଠି କିଛି ବ୍ୟାଙ୍କ ଏକାଉ ଓ ଏଟିଏମକୁ ପରିଚାଳନା କରୁଥିଲେ I ସେମାନେ ଅନ୍ୟ ଲୋକଙ୍କ ଏକାଉ କୁ ଚଳାଇ ସାଇବର ଅପରାଧ କରୁଥିଲେ । ଏହି ଘଟଣାରେ ୩ଟି ଏକାଉ ରେ ସାଇବର ଠକେଇ ହୋଇଥିବା ଜଣାପଡ଼ିଥିଲା । ନୂଆପଡ଼ା ଏସପି ଶ୍ରୀ ସିଂଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ବରେ ଏକ ସତନ୍ତ୍ର ସାଇବର ଟିମ ତଦନ୍ତ ଆରମ୍ଭ କରିଥିଲା । ସେଥିରେ ପ୍ରାୟ ୨କୋଟି ୯୪ଲକ୍ଷ ୫୦ହଜାର ଟଙ୍କା ଠକେଇ ହୋଇଥିବା ସନ୍ଦେହ ହେଉଛି । ଏହି ଘଟଣାରେ ନୂଆପଡ଼ା ଥାନା ପୁଲିସ ୬ଟି ମୋବାଇଲକୁ ଜବତ କରିବା ସହ ୬ଜଣ ସାଇବର ଠକଙ୍କୁ ଗିରଫ କରିଥିଲା । ଗୀରଫ ଅଭିଯୁକ୍ତମାନେ ହେଲେ ଜୋଙ୍କ ଥାନା ଆମସେନା ଗାଁର ପରମେସନ ସାହୁ(୨୮), ମୁଣ୍ଡାଗାଁର ଚିନ୍ମୟ ସାହୁ(୨୩), ଧନୀରାମ ସେଠି(୨୬) ଓ ମନିଶ ସାହୁ(୨୪), ନୂଆପଡ଼ା ଥାନା ପରସଖୋଲ ଗାଁର ନନ୍ଦଲାଲ ସତନାମୀк୨୩) ଓ ସିଲଦା ଗାଁର ଦିନେଶ ଚୌଡ଼ାନ(୨୪) । ଏନେଇ ନୂଆପଡ଼ା ଥାନା କେଶ ନଂ ୩୭ରେ ମାମଲ। ରୁକୁ କରି କୋର୍ଟ ଚାଳାଣ କରାଯିବ । ଆଗକୁ ଆହୁରୀ ତଦନ୍ତ ହେବ ଓ ଅଧିକ ଲୋକଙ୍କୁ ଗିରଫ କରାଯିବ । ଏଣୁ ଲୋକେ ସଚେତନ ହୁଅନ୍ତୁ । ଆପଣଙ୍କ ଏକାଉ ତଥ୍ୟ ଅନ୍ୟ କାହାରିକୁ ଦିଅନ୍ତୁନାହିଁ କି ଅନ୍ୟ କାହାରିକୁ ଏକାଉ ପରିଚାଳନା ପାଇଁ ଦିଅନ୍ତୁ ନାହିଁ ବୋଲି ଏସପି ଶ୍ରୀ ସିଂ ଅନୁରୋଧ କରିଛନ୍ତି ।
    user_BIMAL SINGH DALPATI
    BIMAL SINGH DALPATI
    ଖରିଆର, ନୂଆପଡ଼ା, ଓଡ଼ିଶା•
    1 hr ago
  • ଜୟପୁର ସହରର NKT ରୋଡ୍‌ରେ KCC Bank ନିକଟରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଏକ ଦୋକାନ ଜଳିବାରେ ଲାଗିଛି।
    1
    ଜୟପୁର ସହରର NKT ରୋଡ୍‌ରେ KCC Bank ନିକଟରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଏକ ଦୋକାନ ଜଳିବାରେ ଲାଗିଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
  • ବେଆଇନ ମାଟି ଗାଡି ଉପରେ ତହସିଲଦାରଙ୍କ ଆକ୍ସନ #Puri #kakatpur #DeshDuniyaKhabar24
    1
    ବେଆଇନ ମାଟି ଗାଡି ଉପରେ ତହସିଲଦାରଙ୍କ ଆକ୍ସନ #Puri #kakatpur #DeshDuniyaKhabar24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    4 hrs ago
  • ମାଲକାନଗିରି ଜିଲ୍ଲାର ଏମଭି-୭୯ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଅତ୍ୟାଧୁନିକ ସୁବିଧାସମ୍ପନ୍ନ ନୂତନ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଏମଭି ୭୯ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ନୂତନ ଆମ୍ବୁଲାନ୍ସ ପହଞ୍ଚିବା ସହିତ ଦୂରଗାମୀ ଅଞ୍ଚଳର ଆପତ୍କାଳୀନ ସ୍ୱାସ୍ଥ୍ୟସେବାରେ ନୂଆ ଅଧ୍ୟାୟ ଯୋଡିହେବ ବୋଲି କୁହାଯାଉଛି। ପ୍ରକାଶ ଥାଉକି ଦୀର୍ଘଦିନ ଧରି ଏହି କେନ୍ଦ୍ରରେ ଚାଲୁଥିବା ଆମ୍ବୁଲାନ୍ସଟି ଦୀର୍ଘଦିନ ଧରି ପୁରୁଣା ଓ ଅଚଳ ଅବସ୍ଥାରେ ପଡି ରହିଥିବାରୁ ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାରେ ବାଧା ସୃଷ୍ଟି ହେଉଥିଲା। ତେବେ ଆଜି ନୂତନ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଞ୍ଚିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳଯାଇଥିବା କୁହାଯାଉଛି । ଆଜି ପୂଜାର୍ଚ୍ଚନା ପରେ ଏହାକୁ ରୋଗୀ ସେବା ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି । ଏହି ନୂତନ ୧୦୮ ଆମ୍ବୁଲାନ୍ସରେ ଇମରଜେନ୍ସି ମେଡିକାଲ ଟେକ୍ନିସିଆନ (ଇଏମଟି) ଭାବେ ଇନ୍ଦ୍ରଜିତ ସରକାର, ଅମରେଶ ମଣ୍ଡଳ, ପାଇଲଟ୍ ଭାବେ କାନାଇ ବାଙ୍ଗାଲ ଓ ରାହୁଲ ବଚାଦ, ଏବଂ ହେଲ୍ପର ଭାବେ ଅଶ୍ୱିନୀ ବାଙ୍ଗାଲ ଓ ତୁସାର ସରଦାର ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି ।
    3
    ମାଲକାନଗିରି ଜିଲ୍ଲାର ଏମଭି-୭୯ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଅତ୍ୟାଧୁନିକ ସୁବିଧାସମ୍ପନ୍ନ ନୂତନ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଏମଭି ୭୯ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ନୂତନ ଆମ୍ବୁଲାନ୍ସ ପହଞ୍ଚିବା ସହିତ ଦୂରଗାମୀ ଅଞ୍ଚଳର ଆପତ୍କାଳୀନ ସ୍ୱାସ୍ଥ୍ୟସେବାରେ ନୂଆ ଅଧ୍ୟାୟ ଯୋଡିହେବ ବୋଲି କୁହାଯାଉଛି। ପ୍ରକାଶ ଥାଉକି ଦୀର୍ଘଦିନ ଧରି ଏହି କେନ୍ଦ୍ରରେ ଚାଲୁଥିବା ଆମ୍ବୁଲାନ୍ସଟି ଦୀର୍ଘଦିନ ଧରି ପୁରୁଣା ଓ ଅଚଳ ଅବସ୍ଥାରେ ପଡି ରହିଥିବାରୁ ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାରେ ବାଧା ସୃଷ୍ଟି ହେଉଥିଲା। ତେବେ ଆଜି ନୂତନ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଞ୍ଚିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳଯାଇଥିବା କୁହାଯାଉଛି । ଆଜି ପୂଜାର୍ଚ୍ଚନା ପରେ ଏହାକୁ ରୋଗୀ ସେବା ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି । ଏହି ନୂତନ ୧୦୮ ଆମ୍ବୁଲାନ୍ସରେ ଇମରଜେନ୍ସି ମେଡିକାଲ ଟେକ୍ନିସିଆନ (ଇଏମଟି) ଭାବେ ଇନ୍ଦ୍ରଜିତ ସରକାର, ଅମରେଶ ମଣ୍ଡଳ, ପାଇଲଟ୍ ଭାବେ କାନାଇ ବାଙ୍ଗାଲ ଓ ରାହୁଲ ବଚାଦ, ଏବଂ ହେଲ୍ପର ଭାବେ ଅଶ୍ୱିନୀ ବାଙ୍ଗାଲ ଓ ତୁସାର ସରଦାର ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି ।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.