ବିଧାୟକ ଙ୍କ ଦ୍ଵାରା ଶିବ ମନ୍ଦିରର ଉନ୍ନତି ନିମନ୍ତେ 5 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ନିଲାମଗୁଡା ଗ୍ରାମପଞ୍ଚାୟତର ଓମଡ଼ିଙ୍ଗ ଗ୍ରାମରେ ଥିବା ଶିବ ମନ୍ଦିର ର ପୁନଃରୁଦ୍ଧାର ନିମନ୍ତେ ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ମହୋଦୟଙ୍କ ନିଜ MLA LAD ରେ 5 ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ l ଆଜି ପୁଣି ଥରେ ଓମଡିଙ୍ଗ ଗ୍ରାମର ଶିବ ମନ୍ଦିର ଯାଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ମହୋଦୟ ଭାଗବାନଙ୍କ ଆଶୀର୍ବାଦ ନେବା ପରେ ସମସ୍ତ ଗ୍ରାମବାସୀ ଏବଂ ପଞ୍ଚାୟତର ସମସ୍ତ କଂଗ୍ରେସ କର୍ମୀଙ୍କ ସହ ଗ୍ରାମର ସମସ୍ତ ସୁବିଧା ଅସୁବିଧା ଯଥା - ଗମନାଗମନ,ପାନୀୟ ବ୍ୟବସ୍ଥା,ମେଡିକାଲ, ଶିକ୍ଷା ଓ ଅନ୍ୟାନ୍ୟ ଜିନିଷ ଉପରେ ଆଲୋଚନା କରିଥିଲେ l ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ମହୋଦୟ ଖୁବ ଶୀଘ୍ର ସମସ୍ତ ପ୍ରକାର ସମସ୍ୟା ଶୀଘ୍ର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ l* *ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ନୀଳ ମାଧବ ସାହୁ,ବ୍ଲକ ସଭାପତି ଶ୍ରୀ ବାଞ୍ଛାନିଧି ବେହେରା, ସାଂସଦ ପ୍ରତିନିଧି ଶ୍ରୀ ପ୍ରସାଦ ରାଓ, ଯୁବ ନେତା ଶ୍ରୀ ସତ୍ୟ ଚୌଧୁରୀଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l*
ବିଧାୟକ ଙ୍କ ଦ୍ଵାରା ଶିବ ମନ୍ଦିରର ଉନ୍ନତି ନିମନ୍ତେ 5 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ନିଲାମଗୁଡା ଗ୍ରାମପଞ୍ଚାୟତର ଓମଡ଼ିଙ୍ଗ ଗ୍ରାମରେ ଥିବା ଶିବ ମନ୍ଦିର ର ପୁନଃରୁଦ୍ଧାର ନିମନ୍ତେ ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ମହୋଦୟଙ୍କ ନିଜ MLA LAD ରେ 5 ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ l ଆଜି ପୁଣି ଥରେ ଓମଡିଙ୍ଗ ଗ୍ରାମର ଶିବ ମନ୍ଦିର ଯାଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ମହୋଦୟ ଭାଗବାନଙ୍କ ଆଶୀର୍ବାଦ ନେବା ପରେ ସମସ୍ତ ଗ୍ରାମବାସୀ ଏବଂ ପଞ୍ଚାୟତର ସମସ୍ତ କଂଗ୍ରେସ କର୍ମୀଙ୍କ ସହ ଗ୍ରାମର ସମସ୍ତ ସୁବିଧା ଅସୁବିଧା ଯଥା - ଗମନାଗମନ,ପାନୀୟ ବ୍ୟବସ୍ଥା,ମେଡିକାଲ, ଶିକ୍ଷା ଓ ଅନ୍ୟାନ୍ୟ ଜିନିଷ ଉପରେ ଆଲୋଚନା କରିଥିଲେ l ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ମହୋଦୟ ଖୁବ ଶୀଘ୍ର ସମସ୍ତ ପ୍ରକାର ସମସ୍ୟା ଶୀଘ୍ର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ l* *ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ନୀଳ ମାଧବ ସାହୁ,ବ୍ଲକ ସଭାପତି ଶ୍ରୀ ବାଞ୍ଛାନିଧି ବେହେରା, ସାଂସଦ ପ୍ରତିନିଧି ଶ୍ରୀ ପ୍ରସାଦ ରାଓ, ଯୁବ ନେତା ଶ୍ରୀ ସତ୍ୟ ଚୌଧୁରୀଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l*
- ପାହାଡ ପର୍ବତ ଘେରା ଦୁର୍ଗମ ଗୁମ୍ମା ବ୍ଲକ ଅଞ୍ଚଳ ରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ଦୁର୍ଘଟଣା ହେଉ କିମ୍ବା ଘର ପୋଡ଼ି ଲୋକଙ୍କ ପାଖରେ ପହଞ୍ଚି ତୁରଂତ ସେବା ଯୋଗାଇଥାନ୍ତି ଗୁମ୍ମା ଦମକଳ କେନ୍ଦ୍ର ର ଅଗ୍ନିଶ୍ରମ ବାହିନୀ। ଚଳିତ ମାସ ଚଉଦ ତାରିଖ ଠାରୁ କୋଡ଼ିଏ ତାରିଖ ପର୍ଯ୍ୟନ୍ତ ଜାରି ରହିଛି ଅଗ୍ନି ସେବା ସପ୍ତାହ। ଗୁମ୍ମା ବ୍ଲକର ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଗାଇବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଇଝାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ବିଭିନ୍ନ ଅପହଞ୍ଚ ଗାଁରେ ପହଞ୍ଚି ଚଳିତ ଗ୍ରୀଷ୍ମ ଋତୁରେ କିପରି ଅଗ୍ନିକାଣ୍ଡ ଘଟିପାରେ, ଏହାର ନିରାକରଣ ଓ ପ୍ରତିକାର ପାଇଁ କି କି ପଦକ୍ଷେପ ନେବା ଉଚିତ୍, ସେ ସଂପର୍କରେ ଅଞ୍ଚଳବାସୀ ତଥା ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନଙ୍କୁ ସଚେତନ କରାଇଥିଲେ। ଗୁମ୍ମା ଦମକଳ ବାହିନୀ ଦାୟିତ୍ୱରେ ଥିବା ଅଧିକାରୀ ଆର୍ ଦୁର୍ଯ୍ୟ ରେଡ୍ଡୀ ଙ୍କ ସହ ଛା ଜଣ ଫାୟାର୍ ମ୍ୟାନ୍ ଏହି ସଚେତନ କାର୍ଯ୍ୟକ୍ରମ ରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ପ୍ରଶାନ୍ତ ଦାସ ଶିକ୍ଷକ ବାଇକ୍ ଦୁର୍ଘଟଣା ମୃତ୍ୟୁ1
- ଅଦ୍ୟ ତା. 18/04/2026 ରିଖ, ନିମାପଡ଼ା ବ୍ଲକ୍ ଅରିଷଣ୍ଢ ପଞ୍ଚାୟତ କୁମାର ସାହି ୧୪ ନମ୍ବର ୱାର୍ଡ ର ନଳକୂପ ଆଜକୁ ପ୍ରାୟ ୧୮ ଦିନ ହେବ ଅଚଳ ହୋଇ ପଡ଼ିଛି। ଜନସାଧାରଣ ପିଇବା ପାଣି ନ ପାଇ ଡହଳ ବିକଳ ହେଉଥିବା ଦେଖିବା କୁ ମିଳିଛି। ଏଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ମରାମତି କରିବା ବ୍ୟବସ୍ଥା କଲେ ଜନ ସାଧାରଣ ପିଇବା ପାଣି ପାଇ ପାରିବେ ବୋଲି ଅଞ୍ଚଳ ବାସୀ ଜଣାଇଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1
- ଲକ୍ଷ୍ନୌ ବିକାଶ ନଗର ବସ୍ତିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୨୦୦ରୁ ଅଧିକ କୁଡ଼ିଆଘର। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବିକାଶ ନଗର ସେକ୍ଟର-୧୧ ସ୍ଥିତ ଏକ ବସ୍ତିରେ ଗତ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଭାବନୀୟ ଘଟଣାରେ ପ୍ରାୟ ୨୦୦ରୁ ଅଧିକ କୁଡ଼ିଆ ଜଳି ପାଉଁଶ ହୋଇଯାଇଥିବା ବେଳେ ମୃତାହତ କେତେ ଜଣା ପଡ଼ି ନାହିଁ। ବୁଧବାର ପ୍ରାୟ ସନ୍ଧ୍ୟା ୫:୩୦ ସମୟରେ ବିକାଶ ନଗରର ଏକ ବସ୍ତି ଅଞ୍ଚଳରେ ହଠାତ୍ ନିଆଁ ଲାଗିଯାଇଥିଲା। ପ୍ରବଳ ପବନ ଯୋଗୁଁ ନିଆଁ ଅତିଶୀଘ୍ର ସମ୍ପୂର୍ଣ୍ଣ ବସ୍ତିକୁ ବ୍ୟାପି ଯାଇଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ବସ୍ତିରେ ଥିବା ପ୍ରାୟ ୫୦ରୁ ଅଧିକ ଛୋଟ ବଡ଼ ଗ୍ୟାସ୍ ସିଲିଣ୍ଡର ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ଏହି କାରଣରୁ ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀକୁ ବେଶ୍ କଷ୍ଟ କରିବାକୁ ପଡ଼ିଥିଲା।ପ୍ରାଥମିକ ଆକଳନ ଅନୁଯାୟୀ, ପ୍ରାୟ ୨୦୦ରୁ ୩୦୦ କୁଡ଼ିଆ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ଏଥିସହିତ ୧୦୦୦ରୁ ଅଧିକ ଲୋକ ବର୍ତ୍ତମାନ ବେଘର ହୋଇଯାଇଛନ୍ତି। ବହୁ ଗୃହପାଳିତ ପଶୁ ମଧ୍ୟ ଏହି ନିଆଁରେ ପୋଡ଼ି ହୋଇ ଆହତ ହୋଇଛନ୍ତି।1
- ଆଠଗଡ ରେ ହେବାକୁ ଯାଉଛି ଥର୍ମାଲ ପ୍ଲାଣ୍ଟ ଆଉ କରୁଛନ୍ତି ଅଦାନୀ ବାବୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Ganjam Khabar1
- 🌹🌹🌹🌹🌹🌹🌹🇹🇯🌹1
- 106 ଏକର ଜମି ଆନ୍ଧ୍ର ସରକାର ଓଡିଶା ର ଜମି ଅଧିଗ୍ରହଣ କରିବା କାହା ସ୍ୱାର୍ଥରେ --------------------------------------- ଚଳିତ ମାସ 18 04 2026 ତାରିଖ ଦିନ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ସତ୍ୟ ଅନୁ ସଦାଂନ କାରୀ 5 ଜଣିଆ କମିଟି ପାଣି ଡଗଂର ନଦୀ ଗର୍ଭ ନିକଟକୁ ଯାଇ ତଦନ୍ତ କରିଛନ୍ତି । 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ 2005 ଅଗଷ୍ଟ 19 ତାରିଖ ଦିନ ଗୁଡାରି ବଂଶଧାରା କଲୋନୀ ରେ ବଂଶଧାରା ଋଷିକୁଲ୍ୟା ସଂଯୋଗୀକରଣ ପ୍ରକଳ୍ପ ନାମର ଏକ ଅଫିସ ଖୋଲା ଯାଇଛି ଏବଂ ବାର୍ତ୍ତମାନ ଭୁତ କୋଟିପାଲିଟିଛି L ପାଣିଡଗଂର ପ୍ରକଲ୍ପ ଆନୁସଙ୍ଗିକ ସର୍ବେ କାମ ତିନି ତିନି ଥର କରାଯାଇଥିଲା l ଧୀରେଧୀରେ ଜଳ ସେଚନ ବିଭାଗ ର ଆନ୍ତରିକତା ଓ ନିର୍ବାଚନ ପ୍ରତିନିଧି ମାନଙ୍କ ହେୟଜ୍ଞାନ ଯୋଗୁଁ ପ୍ରକଳ୍ପ ନାଲିପିତା ତଳେ ପଡି ରହିଛି l କେନାଲ ସର୍ଭେ ପାଇଁ ଏକ କର୍ମଚାରି କୁ ନିଯୁକ୍ତି କରିବା ପରେ ବର୍ଷ ବର୍ଷ ଧରି କାମ କରୁଥିବା କର୍ମଚାରି ଟକାଂ ନପାଇବା ସରକାରକଂ ଦୁର୍ବଳତା ବୋଲି ଜଣା ପଡୁଛି l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି ତାହା ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ ସିପିଆଇ( ଏମ୍ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l ବଂଶଧାରା ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର 50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରାୟ 1200 କୋଟି ଟଙ୍କା ଅନୁମୋଦନ କରି ଖର୍ଚ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l ସରକାର ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ସି ପି ଆଇ ( ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଏକ ବିବୃତି ଦେଇଛନ୍ତି। ଉପସ୍ଥିତ ଥିଲେ ବୃନ୍ଦାବନ ବିଡିକା, ପ୍ରକାଶ ମାଝୀ, ବାସୁ ମମ୍ଭାଲାକା, କରୁଣା କର ଲିମି ନିବେଦକ ତ୍ରିପତି ଗମାଙ୍ଗ ଜିଲ୍ଲା ସମ୍ପାଦକ ସି ପି ଆଇ (ଏମଏଲ) ଲିବରେସନ ରାୟଗଡା ଜିଲ୍ଲା କମିଟି, ଓଡିଶା1