*ମାଲକାନଗିରି ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ* *ଶୁଭାରମ୍ଭ ହେଲା କୃଷି ଓ ବିଜ୍ଞାନ ରଥ* ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ମାଲକାନଗିରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ ଜିଲ୍ଲା ସ୍ତରୀୟ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷି ଭିତ୍ତିକ ପରମ୍ପରାକୁ ବଜାୟ ରଖିବା ସହ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ଭୂମି ପୂଜନ କରିବା ସହ ଅକ୍ଷିମୁଠି ଅନୁକୂଳ କରିଥିଲେ। ଏହି ଅବସରରେ ନିଜ ଅଭିଭାଷଣରେ ବିଧାୟକ ଶ୍ରୀ ମାଡକାମୀ କହିଥିଲେ ଯେ, ଚାଷୀ ହେଉଛି ଆମ ଦେଶର ମେରୁଦଣ୍ଡ। ଅକ୍ଷୟ ତୃତୀୟାର ଏହି ପବିତ୍ର ଅବସରରେ ଆମେ ଚାଷୀ ଭାଇଙ୍କ ସମୃଦ୍ଧି କାମନା କରୁଛୁ। ସରକାର ସବୁବେଳେ ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ଏବଂ ପ୍ରତିଟି ଚାଷୀ ପାଖରେ ଏହି ସହାୟତା ପହଞ୍ଚାଇବା ଆମର ପ୍ରାଥମିକତା। ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ରାଜଶିର୍କେ କୃଷି ରଥର ଶୁଭାରମ୍ଭ କରିବା ସହ ଚାଷୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଜିଲ୍ଲାର କୃଷି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆମେ ପ୍ରତିବଦ୍ଧ। ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ପାଇଁ ଆମେ କୃଷି ଓ ବିଜ୍ଞାନ ରଥ ମାଧ୍ୟମରେ ପ୍ରତିଟି ଗାଁରେ ସଚେତନତା ସୃଷ୍ଟି କରୁଛୁ। ସିଏମ୍ କିଷାନ୍ ଯୋଜନାର ସହାୟତା ରାଶି ଚାଷୀଙ୍କୁ ଖରିଫ୍ ଚାଷ ପାଇଁ ବହୁତ ସହାୟକ ହେବ। ଏଥିସହ ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତଥା ମୁଖ୍ୟ ଡ. ଦେବୀ ପ୍ରସାଦ ଦାସ ଏବଂ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଦୟାନିଧି ରାଉତ ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ରଥଗୁଡ଼ିକ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ଉନ୍ନତ ବିହନ, ସାର ପ୍ରୟୋଗ ଏବଂ ସରକାରୀ ଯୋଜନା ବିଷୟରେ ପ୍ରଚାର କରିବାର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଉପସ୍ଥିତ ଚାଷୀମାନେ ରାଜ୍ୟ ସ୍ତରୀୟ କୃଷକ ଦିବସ ଓ ସିଏମ୍ କିଷାନ ଯୋଜନାର ସିଧା ପ୍ରସାରଣ ଦେଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ୪୨ ଲକ୍ଷ ଚାଷୀଙ୍କ ପାଇଁ ୮୩୮ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ଖରିଫ୍ ଚାଷ ପାଇଁ ଘୋଷଣା କରାଯାଇଛି। ଏହି କ୍ରମରେ ମାଲକାନଗିରି ଜିଲ୍ଲାର ୮୨,୩୧୦ ଜଣ ଚାଷୀଙ୍କୁ ସିଧାସଳଖ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ କରାଯାଇଛି। ପରିଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।
*ମାଲକାନଗିରି ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ* *ଶୁଭାରମ୍ଭ ହେଲା କୃଷି ଓ ବିଜ୍ଞାନ ରଥ* ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ମାଲକାନଗିରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ ଜିଲ୍ଲା ସ୍ତରୀୟ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷି ଭିତ୍ତିକ ପରମ୍ପରାକୁ ବଜାୟ ରଖିବା ସହ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ଭୂମି ପୂଜନ କରିବା ସହ ଅକ୍ଷିମୁଠି ଅନୁକୂଳ
କରିଥିଲେ। ଏହି ଅବସରରେ ନିଜ ଅଭିଭାଷଣରେ ବିଧାୟକ ଶ୍ରୀ ମାଡକାମୀ କହିଥିଲେ ଯେ, ଚାଷୀ ହେଉଛି ଆମ ଦେଶର ମେରୁଦଣ୍ଡ। ଅକ୍ଷୟ ତୃତୀୟାର ଏହି ପବିତ୍ର ଅବସରରେ ଆମେ ଚାଷୀ ଭାଇଙ୍କ ସମୃଦ୍ଧି କାମନା କରୁଛୁ। ସରକାର ସବୁବେଳେ ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ଏବଂ ପ୍ରତିଟି ଚାଷୀ ପାଖରେ ଏହି ସହାୟତା ପହଞ୍ଚାଇବା ଆମର ପ୍ରାଥମିକତା। ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ରାଜଶିର୍କେ କୃଷି ରଥର ଶୁଭାରମ୍ଭ କରିବା ସହ ଚାଷୀମାନଙ୍କୁ ଉଦବୋଧନ
ଦେଇ କହିଥିଲେ ଯେ, ଜିଲ୍ଲାର କୃଷି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆମେ ପ୍ରତିବଦ୍ଧ। ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ପାଇଁ ଆମେ କୃଷି ଓ ବିଜ୍ଞାନ ରଥ ମାଧ୍ୟମରେ ପ୍ରତିଟି ଗାଁରେ ସଚେତନତା ସୃଷ୍ଟି କରୁଛୁ। ସିଏମ୍ କିଷାନ୍ ଯୋଜନାର ସହାୟତା ରାଶି ଚାଷୀଙ୍କୁ ଖରିଫ୍ ଚାଷ ପାଇଁ ବହୁତ ସହାୟକ ହେବ। ଏଥିସହ ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତଥା ମୁଖ୍ୟ ଡ. ଦେବୀ ପ୍ରସାଦ ଦାସ ଏବଂ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଦୟାନିଧି ରାଉତ ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ।
ରଥଗୁଡ଼ିକ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ଉନ୍ନତ ବିହନ, ସାର ପ୍ରୟୋଗ ଏବଂ ସରକାରୀ ଯୋଜନା ବିଷୟରେ ପ୍ରଚାର କରିବାର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଉପସ୍ଥିତ ଚାଷୀମାନେ ରାଜ୍ୟ ସ୍ତରୀୟ କୃଷକ ଦିବସ ଓ ସିଏମ୍ କିଷାନ ଯୋଜନାର ସିଧା ପ୍ରସାରଣ ଦେଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ୪୨ ଲକ୍ଷ ଚାଷୀଙ୍କ ପାଇଁ ୮୩୮ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ଖରିଫ୍ ଚାଷ ପାଇଁ ଘୋଷଣା କରାଯାଇଛି। ଏହି କ୍ରମରେ ମାଲକାନଗିରି ଜିଲ୍ଲାର ୮୨,୩୧୦ ଜଣ ଚାଷୀଙ୍କୁ ସିଧାସଳଖ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ କରାଯାଇଛି। ପରିଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।
- କୋରକୁଣ୍ଡା ତମସା ଶ୍ରୀକ୍ଷେତ୍ର ରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ1
- କଳିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର କଳିମେଳା ବ୍ଲକରେ ସାଇବର ସଚେତନତାକୁ ଗୁରୁତ୍ୱ ଦେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଗୌତମ କୀର୍ତନିଆ ଏବଂ CCTNS ସେଲର ସମରେନ୍ଦ୍ର ବିଶୋଇ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। କାଲିମେଳା ଥାନା ଅଧିକାରୀ ପ୍ରୂଭୁଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଥାନା ଅଧିକାରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାପସଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା।” ସେମାନେ ସାଧାରଣ ଲୋକମାନଙ୍କୁ ଅନଲାଇନ୍ ଠକେଇ, OTP ଶେୟରିଂ ଓ ସୋସିଆଲ ମିଡିଆ ଦୁରୁପଯୋଗ ବିଷୟରେ ସଚେତନ କରିଥିଲେ। ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ ନଦେବା, ଅଜଣା ଲିଙ୍କ କ୍ଲିକ୍ ନକରିବା ଓ ସନ୍ଦେହଜନକ ଫୋନ୍ କଲ୍ରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର l ସ୍ଥାନୀୟ ନିବାସୀ ଓ ସରକାରୀ କର୍ମଚାରୀମାନେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ଜାଣିଥିଲେ। ଅନୁଷ୍ଠାନରେ ପ୍ରଶ୍ନୋତ୍ତର ସତ୍ର ମାଧ୍ୟମରେ ଲୋକମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷl ମାଲା ମାଡ଼ି, କାଲିମେଳା ବଜାର କମିଟି ଉପ ସଭାପତି ସଞ୍ଜୟ ମୁରଶିଦ, ସମାଜ ସେବି କାମସେନ ପ୍ରଧାନ, ସମାଜ ସେବି ସପନ ଦତ୍ତ, ପରିତୋଷ ମଣ୍ଡଳ, ପ୍ରୁମୁଖ ଉପସ୍ଥିତ ଥିଲେ l ଉଚ୍ଚ ଶିକ୍ଷିତ ବି ଏହି ସାଇବର ଠକେଇର ଶିକାର ହେବାର ମଧ୍ୟ ଦେଖିବାକୁ ମିଳିଛି l ଏଥିରୁ ନ ଡରି ପୋଲିସ ର ସହାୟତା ନେବାପାଇଁ କୁହାଯାଇଛି l ଏହିପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ଉପକାରୀ ହେବ ବୋଲି ଅନୁମାନ କରାଯାଉଛି।4
- ଜୟପୁରରେ ଫୋରେଷ୍ଟ ବିଭାଗ ତରଫରୁ ଜାରି ହୋଇଥିବା ଟେଣ୍ଡର କାମକୁ ନେଇ ଠିକାଦାର ସଂଘ ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି। ଅତ୍ୟନ୍ତ କମ୍ (ଲେସ୍) ଦରରେ ଟେଣ୍ଡର ପାଇଥିବା ଠିକାଦାର ରାଜେଶ ସ୍ୱାଇଁଙ୍କ କାର୍ଯ୍ୟର ଗୁଣଗତା ନେଇ ପ୍ରଶ୍ନ ଉଠିଛି1
- ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।1
- Post by MSP TV (Reporter:-MiHiR)1
- ଦେଖନ୍ତୁ ଓ ଶୁଣନ୍ତୁ ଆପଣମାନେ 🙏🙏🙏1
- ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।1
- ଭଲଖବର ଦେଖନ୍ତୁ ଲାଇକ, କମେଣ୍ଟ, ଦେଇ ସେୟାର ଓ ସବସକ୍ରାଇବ କରନ୍ତୁ3