ପେନସନ ପାଇଁ ୩ ହଜାର ଲାଞ୍ଚ ଭିଜିଲାନ୍ସ ଜାଲରେ ଟ୍ରେଜେରି ବରିଷ୍ଠ କିରାଣୀ ଖଣ୍ଡପଡ଼ା, ୩୦|୩ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରେଡ଼ିଓଗ୍ରାଫର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ମଙ୍ଗୁଳି ମୁର୍ମୁଙ୍କ ବକେୟା ପେନସନ୍ କାର୍ଯ୍ୟ କରାଇଦେବା ପାଇଁ ଖଣ୍ଡପଡ଼ା ଟ୍ରେଜେରି କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସରୋଜ କୁମାର ସାହୁ ୭ ହଜାର ଟଙ୍କା ଦାବି କରିଥିଲେ। ତେବେ ହସ୍ପିଟାଲ କର୍ମଚାରୀ ଜଣଙ୍କ ଅଗ୍ରୀମ ୪ ହଜାର ଟଙ୍କା ଦେଇସାରିଥିବା ବେଳେ ଅତିରିକ୍ତ ୩ ହଜାର ଟଙ୍କା ଦେବାର ବାକି ଥିଲା। ମାତ୍ର ପେନସନ ପାଇବା ପାଇଁ ଅନ୍ୟ କୌଣସି ଉପାୟ ନପାଇ ମଙ୍ଗୁଳି ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ, ଆଜି ଯେତେବେଳେ ମଙ୍ଗୁଳି ଲାଞ୍ଚ ଟଙ୍କା ଧରି ସରୋଜଙ୍କୁ ହସ୍ତାନ୍ତର କରୁଥିଲେ ସେହି ସମୟରେ ପୂର୍ବରୁ ଛକି ରହିଥିବା ଭୁବନେଶ୍ୱର ଏବଂ ନୟାଗଡ଼ ଭିଜିଲାନ୍ସ ଟିମ୍ ମିଳିତ ଭାବେ ସରୋଜଙ୍କ ଉପରେ ମାଡ଼ି ବସିଥିଲେ। ତାଙ୍କ ଠାରୁ ରଙ୍ଗ ମିଶ୍ରିତ ନୋଟ୍ ଜବତ କରାଯିବା ସହ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇ ଭୁବନେଶ୍ୱର ନିଆଯାଇଥିବା ସୂଚନା ମିଳିଛି। ଏଥିସହ ସରୋଜଙ୍କ ବାସଭବନରେ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ଭୁବନେଶ୍ୱର ଭିଜିଲାନ୍ସ କର୍ମଚାରୀଙ୍କ ସମେତ ଜିଲ୍ଲା ଭିଜିଲାନ୍ସ ଡିଏସପି ଅଶୋକ କୁମାର ବିରୁଆ, ଇନ୍ସପେକ୍ଟର ରବୀନ୍ଦ୍ର କୁମାର ପାତ୍ର, ଜ୍ଞାନରଞ୍ଜନ ମହାପାତ୍ର, ରାଧାଶ୍ୟାମ ମଙ୍ଗରାଜ ଏବଂ ଭବାନି ଶଙ୍କର ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଦୁର୍ନୀତି ବିରୋଧରେ ଭିଜିଲାନ୍ସର ଏହି କଠୋର ଆଭିମୁଖ୍ୟକୁ ସାଧାରଣ ଜନତା ସ୍ୱାଗତ କରିଛନ୍ତି।
ପେନସନ ପାଇଁ ୩ ହଜାର ଲାଞ୍ଚ ଭିଜିଲାନ୍ସ ଜାଲରେ ଟ୍ରେଜେରି ବରିଷ୍ଠ କିରାଣୀ ଖଣ୍ଡପଡ଼ା, ୩୦|୩ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରେଡ଼ିଓଗ୍ରାଫର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ମଙ୍ଗୁଳି ମୁର୍ମୁଙ୍କ ବକେୟା ପେନସନ୍ କାର୍ଯ୍ୟ କରାଇଦେବା ପାଇଁ ଖଣ୍ଡପଡ଼ା ଟ୍ରେଜେରି କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସରୋଜ କୁମାର ସାହୁ ୭ ହଜାର ଟଙ୍କା ଦାବି କରିଥିଲେ। ତେବେ ହସ୍ପିଟାଲ କର୍ମଚାରୀ ଜଣଙ୍କ ଅଗ୍ରୀମ ୪ ହଜାର ଟଙ୍କା ଦେଇସାରିଥିବା ବେଳେ ଅତିରିକ୍ତ ୩ ହଜାର ଟଙ୍କା ଦେବାର ବାକି ଥିଲା। ମାତ୍ର ପେନସନ ପାଇବା ପାଇଁ ଅନ୍ୟ କୌଣସି ଉପାୟ ନପାଇ ମଙ୍ଗୁଳି ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ, ଆଜି ଯେତେବେଳେ ମଙ୍ଗୁଳି ଲାଞ୍ଚ ଟଙ୍କା ଧରି ସରୋଜଙ୍କୁ ହସ୍ତାନ୍ତର କରୁଥିଲେ ସେହି ସମୟରେ ପୂର୍ବରୁ ଛକି ରହିଥିବା ଭୁବନେଶ୍ୱର
ଏବଂ ନୟାଗଡ଼ ଭିଜିଲାନ୍ସ ଟିମ୍ ମିଳିତ ଭାବେ ସରୋଜଙ୍କ ଉପରେ ମାଡ଼ି ବସିଥିଲେ। ତାଙ୍କ ଠାରୁ ରଙ୍ଗ ମିଶ୍ରିତ ନୋଟ୍ ଜବତ କରାଯିବା ସହ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇ ଭୁବନେଶ୍ୱର ନିଆଯାଇଥିବା ସୂଚନା ମିଳିଛି। ଏଥିସହ ସରୋଜଙ୍କ ବାସଭବନରେ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ଭୁବନେଶ୍ୱର ଭିଜିଲାନ୍ସ କର୍ମଚାରୀଙ୍କ ସମେତ ଜିଲ୍ଲା ଭିଜିଲାନ୍ସ ଡିଏସପି ଅଶୋକ କୁମାର ବିରୁଆ, ଇନ୍ସପେକ୍ଟର ରବୀନ୍ଦ୍ର କୁମାର ପାତ୍ର, ଜ୍ଞାନରଞ୍ଜନ ମହାପାତ୍ର, ରାଧାଶ୍ୟାମ ମଙ୍ଗରାଜ ଏବଂ ଭବାନି ଶଙ୍କର ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଦୁର୍ନୀତି ବିରୋଧରେ ଭିଜିଲାନ୍ସର ଏହି କଠୋର ଆଭିମୁଖ୍ୟକୁ ସାଧାରଣ ଜନତା ସ୍ୱାଗତ କରିଛନ୍ତି।
- ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଉତ୍ସାହି, ଉଦ୍ୟମି, ସଂସ୍କୃତି ପ୍ରେମୀ ଏବଂ ଦେଶ ପ୍ରେମୀ ଯୁବକ ମାନଙ୍କୁ ନେଇ ନୂଆକରି ଗଠନ ହୋଇଛି ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦ। ଏ ଅବସରରେ ପରିଷଦର ଲୋଗୋ ଏବଂ ଟି ସାର୍ଟ ଉନ୍ମୋଚନ କରାଯାଇଥିଲା। ଏନେଇ ବ୍ଲକ ଅଧୀନ ବନମାଳୀପୁର ସ୍ଥିତ ବାବା ସୋମନାଥ ଦେବଙ୍କ ପୀଠରେ ନବଗଠିତ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ସମ୍ମିଳନୀରେ ପରିଷଦର ସଭାପତି ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଯେ, ଯୁବ ଶକ୍ତି ମାନଙ୍କୁ ଏକତା ସୂତ୍ରରେ ବାନ୍ଧିରଖି ସମାଜସେବା କ୍ଷେତ୍ରରେ ନିୟୋଜିତ କରିବା ସହ ସେମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସଂଗଠନର ମୂଳ ଲକ୍ଷ୍ୟ। ସେହିପରି ଆସନ୍ତା ଏପ୍ରିଲ ୧୧ ତାରିଖରେ ପରିଷଦ ପକ୍ଷରୁ ଏକ ବିଶାଳ ଅଧିବେଶନ ବନମାଳୀପୁର ସ୍ଥିତ ବାବା ସୋମନାଥ ଦେବଙ୍କ ପୀଠରେ ଆୟୋଜନ କରାଯିବା ନେଇ ସୂଚନା ଦିଆଯାଇଛି। ଏଥିରେ ବହୁ ସଂଖ୍ୟାରେ ଯୁବ ଶକ୍ତି ମାନେ ଯୋଡ଼ି ହୋଇ ସାମୂହିକ ହନୁମାନ ଚାଳିଶା ପଠନ କରିବା ସହ ସମାଜରୁ ନିଶା ବ୍ୟାଧିକୁ ଦୂର କରିବା ଏବଂ ସମସ୍ତ ହିନ୍ଦୁ ପର୍ବ ପର୍ବାଣୀରେ ବିନା ନିଶା ସେବନ କରି ଉତ୍ସବ ପାଳନ କରିବା ପାଇଁ ନିଶାମୁକ୍ତି ସଂକଳ୍ପ ଗ୍ରହଣ କରିବେ ବୋଲି ପରିଷଦର ସଭାପତି କହିଛନ୍ତି।1
- D. R. D. A ର A. P. D. ମହେଶ୍ୱର ରଥ ଙ୍କ ନାମରେ ସଂଗୀନ ଅଭିଯୋଗ #spnewstvliveodia #breakingnews #nayagarhnews1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.1
- ଭଲପାଇ ବିବାହ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଫିଲମନ ଦିଗାଲ କଣାସ ବ୍ଲକ କୋଟକଣା ଛକରେ ସ୍ୱାମୀ ସ୍ତ୍ରୀ ଭଡାଘରେ ରହୁଥିବାବେଳେ ଫିଲମନର ଶଶ୍ୱୁର କୃଷ୍ଣପ୍ରସାଦର ବ୍ଲକର ମୋହନ ବେହେରା ଫେବୃଆରୀ ୯ ତାରିଖରେ ଜ୍ୱାଇଁଙ୍କ ଭଡାଘରେ ପହଁଚି ଜ୍ୱାଇଁକୁ ବଜାରକୁ ଯିବା ବୋଲି ଡାକି ନେଇ ମଝି ରାସ୍ତାରେ ଝାଡା ବସିବା କଥା କହି ଖସିଯାଇଥିବାବେଳେ ଫୂର୍ବରୁ ପ୍ରସ୍ତୁତି ଅନୁଯାୟୀ ଚାରି ପା ଜଣ ବ୍ୟକ୍ତି ଫିଲମନକୁ ଅପହରଣ କରି ନେଇ ମାରି ଦେଇଥିବା ଫିଲମାନର ପତ୍ନୀ ଝାନ୍ସୀ ବେହେରା ଗଡିଶାଗୋଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗଡିଶାଗୋଦା ଥାନା ଅଧିକାରୀ ତଦନ୍ତ କରି ଅପହରଣ କରିଥିବା ଶଶ୍ୱୁର ମୋହନ ବେହେରାଙ୍କୁ ବାହାର ରାଜ୍ୟରୁ ଏକ ମାସ ପରେ ବଗିରଫ କରି କୋର୍ଟ ଚାଲଣ କରିଥିଲେ । ତିନି ଦିନ ହେଲା ହତ୍ୟାକାଣ୍ଡରେ ସହ ଯୋଗ କରିଥିବା ଆସାମୀମାନଙ୍କୁ ପୁଲିସ ବାହାର ରାଜ୍ୟରୁ ଗିରଫ କରି ଫିଲମନକୁ ହତ୍ୟାକରି କେଉଁଠାରେ ପକାଇଛ ସ୍ଥାନ ଦେଖାଇବାକୁ ପଚାରିବାରୁ ନୂଆ ନଈରେ ହତ୍ୟାକାଣ୍ଡ ପରେ ଫିଲମନର ଶବକୁ ପକାଇଥିବା କହିବାରୁ ଆସାମୀ ମାନଙ୍କୁ ଘଟଣା ସ୍ଥଳକୁ ନେଇ ଅଗ୍ନିସମ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ନୂଆନଈ ଖୋଜାଖୋଜି କରିଥିଲେ ମଧ୍ୟ ଫିଲମନର ଶବ କୈାଣସି ସନ୍ଧାନ ନପାଇ ପୁଲିସ ନିରାଶରେ ଫେରି ଆସିଛି ।3
- sriya2
- Post by Dhenkanal News1
- Post by Dipak Kumar Nayak1
- Post by Dhenkanal News1