ଷ୍ଟ୍ରିଟ୍ କ୍ରାଇମ୍ ବିରୋଧରେ ପୁରୀ ପୋଲିସର ବଡ଼ ସଫଳତା। ଆନ୍ତର୍ରାଜ୍ୟ ଚେନ୍ ଲୁଟେରା ଦୁଇ ଗିରଫ ପୁରୀ: ଷ୍ଟ୍ରିଟ୍ କ୍ରାଇମ୍ ବିରୋଧରେ ପୁରୀ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ତାଳବଣୀଆ ଥାନା ଅଞ୍ଚଳରେ ୭୮ ବର୍ଷ ବୟସ୍କ ଜଣେ ମହିଳାଙ୍କୁ ଲକ୍ଷ୍ୟ କରି ଚେନ୍ ଛିନତାଇ କରିଥିବା ଦୁଇଜଣ ଆନ୍ତର୍ରାଜ୍ୟ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁସାରେ, ମାଟିଆପଡା ଅଞ୍ଚଳର ଜଣେ ୭୮ ବର୍ଷୀୟା ମହିଳା ଗିରି ଗୋସ୍ୱାମୀ ମଠକୁ ଯାଉଥିବା ରାସ୍ତାରେ ସମୟରେ ଦୁଇଜଣ ଅଜଣା ବ୍ୟକ୍ତି କେଟିଏମ୍ ମୋଟରସାଇକେଲରେ ଆସି ତାଙ୍କ ସୁନା ଚେନ୍ ଛିଣ୍ଡାଇ ନେଇଥିଲେ। ଘଟଣା ପରେ ତୁରନ୍ତ ୧୧୨ ନମ୍ବରରେ ଖବର ପାଇ ତାଳବଣୀଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲାର ସମସ୍ତ ଥାନାକୁ ସଚେତନ କରିଥିଲେ। ପୋଲିସର ତତ୍ପରତା ଫଳରେ ପିପିଲି ପୋଲିସ ସେହି ଦୁଇଜଣ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଧରାପଡ଼ିବା ସମୟରେ ବାଇକ୍ ଚାଳକ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଧକ୍କା ଦେଇ ଆହତ କରିଥିବା ମଧ୍ୟ ଜଣାପଡ଼ିଛି। ତଦନ୍ତରେ ପ୍ରକାଶ ପାଇଛି ଯେ ଉଭୟ ଅଭିଯୁକ୍ତ ଆନ୍ତର୍ରାଜ୍ୟ ଲୁଟେରା। ସେମାନେ ବିହାରର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ଦିଲ୍ଲୀରେ ବସବାସ କରୁଥିଲେ। ସେମାନଙ୍କ ନାମରେ ଦିଲ୍ଲୀରେ ମୋଟରସାଇକେଲ ଚୋରି ଓ ଚେନ୍ ଛିନତାଇ ସମ୍ପର୍କିତ ଅନେକ ମାମଲା ରହିଛି। ପୋଲିସ ସେମାନଙ୍କ ପାଖରୁ ଏକ କେଟିଏମ୍ ମୋଟରସାଇକେଲ, ଦୁଇଟି ସୁନା ଚେନ୍, ଏକ ଏୟାର ବ୍ୟାଗ୍ ଓ ଦୁଇଟି ମୋଟରସାଇକେଲ ଚାବି ଜବତ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟକୁ ଫରୱାର୍ଡ କରାଯାଇଛି। ଚେନ୍ ଛିନତାଇ ଘଟଣାରେ ତୁରନ୍ତ ପଦକ୍ଷେପ ନେଇ ଅଭିଯୁକ୍ତମାନଙ୍କୁ ଧରିବାରେ ପୁରୀ ପୋଲିସର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।(ଡ଼ଃ ମନୋଜ କୁମାର ବଳିଆରସିଂ)

- Post by Manoj kumar baliyarsingh4
- Post by Rajesh Samantaray1
- କଣାସ ବ୍ଲକ ର ଅଣ୍ଡାଳସିଂହ ନିକଟରେ ଆଜି ସନ୍ଧ୍ୟାରେ ବାଇକି ଓଡି13ୟୁ 9407 ମଟର ସାଇକେଲରେ ଯୋଗେ ଦୁଇ ଜଣ ଯୁବକ ଆସୁଥିବା ବେଳେ ଗୋଟିଏ କାର ଓଡି 02ବି ଜେ 1368 ନାଲି ରଙ୍ଗର କାର ଟି ବାଇକି କୁ ଧକା ଦେବାରୁ ବାଇକିରେ ଆସୁଥିବା ସତ୍ୟବାଦୀ ମଧୁବନ ଅଂଚଳର ନାରାୟଣ ସାହୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଶ୍ଚିତ ହେଉଛନ୍ତି, ଖବର ପାଇ କଣାସ ପୁଲିସ ଘଟଣା ସ୍ଥଳରେ ପହଂଚି କାରକୁ ଜବତ କରି ତଦନ୍ତ ଚଳାଇଛନ୍ତି |2
- ଥାନା ଆଗରେ ମୃତଦେହ ରଖି ଧାରଣା ନିମାପଡ଼ା ପୋଲିସ୍ ର ନିର୍ଯ୍ୟାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ନ୍ୟାୟ ଦାବିରେ ଥାନା ଆଗରେ ମୃତଦେହ ରଖି ବସିଲେ ଶତାଧିକ ଗ୍ରାମବାସୀ ନାବାଳିକା ଅପହରଣ ଅଭିଯୋଗରେ ପୋଲିସ ଡ଼ିହବାରୀର ଜଣଙ୍କୁ ଆଣିଥିଲା ପୋଲିସ ଥାନାକୁ ଆଣି ଯୁବକଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା ଆଜି ସକାଳେ ଗାଁ ପଡ଼ିଆର ଏକ ଗଛରୁ ଝୁଲନ୍ତା ମୃତଦେହ ମିଳିବାରୁ ସନ୍ଦେହ ପୋଲିସର ନିର୍ଯାତନାରୁ ଆତ୍ମହତ୍ୟା ଅଭିଯୋଗ କଲେ ପରିବାର ଲୋକେ1
- ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।2
- Post by NEWS MANORANJAN1
- ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି..ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥାଳି ଗିନା ବାଡେଇ ପ୍ରତିବାଦ କଲା ଦଳ l1
- Post by Manoj kumar baliyarsingh4