ପିପିଲି ପ୍ରହରାଜପୁର୍ ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ। ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ପ୍ରହରାଜପୁର୍ ଗ୍ରାମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀଙ୍କ ଏକତା ଓ ଶ୍ରଦ୍ଧାରେ ଆୟୋଜିତ ଏହି ଯଜ୍ଞରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଏହି ବିଶ୍ୱଶାନ୍ତି ମହାଯଜ୍ଞ ସହ ଜଡିତ ରହିଛି ଏକ ପ୍ରାଚୀନ କିମ୍ବଦନ୍ତୀ। ଗ୍ରାମର ବୃଦ୍ଧ ଓ ସ୍ଥାନୀୟ ପୂଜକମାନଙ୍କ କହିବା ଅନୁଯାୟୀ, ଏଠାରେ କାହିଁ କେଉଁ କାଳରୁ ଏକ ପବିତ୍ର ପୋଥି ଓ ପାଞ୍ଜି ସଂରକ୍ଷିତ ରହିଛି, ଯାହା ପ୍ରତିବର୍ଷ ଏହି ଅବସରରେ ଖୋଲାଯାଏ। କିମ୍ବଦନ୍ତୀ ଅନୁସାରେ, ଏହି ପୋଥି ଓ ପାଞ୍ଜିକୁ ଆଧାର କରି ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ସମ୍ପାଦିତ ହୋଇଥାଏ ବୋଲି ଅନେକର ଦାବି ରହିଛି। ଏନେଇ ସ୍ଥାନୀୟ ପୂଜକ ଓ ପଣ୍ଡିତ ବିଶ୍ୱନାଥ ରଥ କହିଛନ୍ତି ଯେ, ଏହି ପରମ୍ପରା ଗ୍ରାମର ଆଧ୍ୟାତ୍ମିକ ଐତିହ୍ୟକୁ ସୁରକ୍ଷିତ ରଖିଆସୁଛି ଏବଂ ଏହାର ସଂରକ୍ଷଣ ଆବଶ୍ୟକ। ମହାଯଜ୍ଞ ଅବସରରେ ବେଦ ପାଠ, ଯଜ୍ଞ କାର୍ଯ୍ୟକ୍ରମ ଓ ପୂଜାର୍ଚ୍ଚନା ମାଧ୍ୟମରେ ସମଗ୍ର ବିଶ୍ୱର ଶାନ୍ତି ଓ ମଙ୍ଗଳ କାମନା କରାଯାଇଥିଲା।

- Post by SOUMYA RANJAN1
- Post by Manoj kumar baliyarsingh1
- Post by Rajesh Samantaray1
- Post by NEWS MANORANJAN1
- Post by Sibanava Panda1
- ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲୋ ରେ ସହିଦ୍ ଦିବସ ପାଳନ,,, ସହିଦ ମଣ୍ଡପ ର ବାକିଥିବା କାମ ଏକମାସ ଭିତରେ ଶେଷ ହେବ ବୋଲି କଥା ଦେଲେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,, କାଳୁ ଭାଇ,,1
- Post by Gagan Bhoi1
- Post by SOUMYA RANJAN4