ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ନଗର ଶାଖାର ସାଂଗଠନିକ ବୈଠକ, ୧୨ ଟି ୱାର୍ଡର ଦାୟୀତ୍ୱ ବଣ୍ଟନ ଢେଙ୍କାନାଳ : ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ନଗର ସଭାପତି ଦେବାଶିଷ ନନ୍ଦଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଳର ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଢେଙ୍କାନାଳ ସାଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା,ଜିଲ୍ଲା ସମ୍ପାଦକ ଅନୀଲ ସାମଲ ପ୍ରମୁଖ ଯୋଗ ଦେଇ ଦଳର ନୀତି ଆଦର୍ଶ, ଦଳର ବିଭିନ୍ନ ରାଜ୍ୟରେ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ପୌରାଞ୍ଚଳରେ ଆଗାମୀ ନିର୍ବାଚନ ପୂର୍ବରୁ ସଂଗଠନକୁ ମଜଭୁତ କରିବାପାଇଁ ଉପସ୍ଥିତ ଓ୍ବାର୍ଡ ସଭାପତିମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟି କେନ୍ଦ୍ରୀୟ ନେତା ତଥା ଓଡ଼ିଶା ପ୍ରଭାରୀଙ୍କ ଢେଙ୍କାନାଳ ଆଗମନ ବିଷୟରେ ସୂଚନା ଦେଇଥିଲେ। ଶ୍ରୀ ନାୟକ ଚଳିତ ବର୍ଷର ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଲୋକଙ୍କ ଆଶା ଓ ଭରଷା ଆମ୍ ଆଦମୀ ପାର୍ଟି ଉପରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶ ଓ କାର୍ଯ୍ୟଶୈଳୀ ଉପରେ ଉପସ୍ଥିତ କର୍ମୀ ମାନଙ୍କୁ ସୂଚିତ କରିଥିଲେ। ବରିଷ୍ଠ ସଦସ୍ୟ ପିତାମ୍ବର ସାମନ୍ତରାୟ ସ୍ବାଗତ ଭାଷଣ ଦେଇଥିବା ବେଳେ ଅନ୍ଯ ସମସ୍ତେ ନିଜର ଭୂମିକା ଅନୁସାରେ ଦଳର ସଂଗଠନ ସୁଦୃଢ କରିବା ପାଇଁଁ ମତ ପ୍ରକାଶ କରିଥିଲେ। ନିଜ ନିଜ ଓ୍ବାର୍ଡର ବିଭିନ୍ନ ସମସ୍ୟା ସମାଧାନ କରିବାପାଇଁ ପ୍ରତ୍ୟେକ ଘର ଘର ବୁଲି ଲୋକଙ୍କୁ ସଚେତନ କରି ଏକତ୍ରିତ ହେବାପାଇଁ ମତାମତ ଦେଇଥିଲେ। ମହିଳା ସଭାନେତ୍ରୀ ରୁକ୍ମଣୀ ଦଳେଇଙ୍କୁ ଢେଙ୍କାନାଳ ବିଧାନସଭା ଦାୟୀତ୍ୱ ନେବାପାଇଁ ପ୍ରସ୍ତାବ ଆସିଲା। ସେହିପରି ୧୨ ଟି ୱାର୍ଡ ସଭାପତି ମାନେ ନିଜ ୱାର୍ଡର ଦାୟିତ୍ୱ ନେଇ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପାଞ୍ଚ ଜଣିଆ ୱାର୍ଡ କମିଟି କରାଯିବାପାଇଁ ନିଷ୍ପତ୍ତି ନିଆଗଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସିଂହ, ଶିବାଜୀ ମଲିକ, ଇଂ ପିତାମ୍ବର ଦାସ, ଅନିଲ ନାଥ, ରାକେଶ ପରିଡ଼ା, ସୁରେଶ ପଟ୍ଟନାୟକ, କଳାକାର ଯୁଧିଷ୍ଠିର ଦାସ, ଜୟଦେବ ବେହେରା, ନଗର ଉପସଭାପତି ବିଜୟ କୁମାର ଦାସ, ନଗର ସମ୍ପାଦକ ଜିତେନ୍ଦ୍ରୀୟ ପଣ୍ଡା, ସୁକାନ୍ତି ରାଉତ, ନିତ୍ୟାନନ୍ଦ ପଣ୍ଡା, ସୁନୀଲ ସାହୁ, ମିଟୁ ମହାପାତ୍ର ପ୍ରମୁଖଙ୍କ ସହିତ ଅନେକ କର୍ମୀ ଯୋଗ ଦେଇଥିଲେ l ଶେଷରେ ଚିନ୍ମୟ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l

- Post by Dipak Kumar Nayak1
- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା ।ଶୁକ୍ରଚାର ଦିନ ଅପରାହ୍ନରେ ଚାଇଁପୁର ଗ୍ରାମର କଣ୍ଠ ନାଏକ ଗଦାଶିଳା ଗ୍ରାମ ପଞ୍ଚାୟତ ନିକଟ ଝରଣା ବନ୍ଧକୁ ଗାଧେଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବନ୍ଧରେ ବୁଡି ଯାଇଥିବାବେଳେ ଉଦ୍ଧାର କରିଥିଲେ । ହେଲେ ବହୁ ବିଳମ୍ନ ହୋଇ ଯାଇଥିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧ କଣ୍ଠ ନାଏକ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ପଂହଁଛି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।1
- Post by Dhenkanal News1
- #LPG ର ଅଭାବ ନାହିଁ କିନ୍ତୁ ଲୋକଙ୍କୁ ଆମେ ଦେବୁ ନାହିଁ। #ଜନତାଙ୍କ_ସରକାରଙ୍କୁ_ପ୍ରଶ୍ନ:- 🗣️🗣️🗣️🗣️ #ଜବାବ_ମାଗୁଛି_ଜନତା 👉 ଯଦି ଗ୍ୟାସ ଅଭାବ ନାହିଁ ତେବେ ଗ୍ୟାସ ଦର ବୃଦ୍ଧି କାହିଁକି କରିଲେ? ❌❌❌❌❌❌❌❌ 👉 ପୂର୍ବରୁ ଯେଉଁ ନିୟମ ଥିଲା ଗୋଟିଏ ମାସରେ ଜଣେ ଚାହିଁଲେ ଗୋଟିଏ ସିଲିଣ୍ଡର ନେଇ ପାରିବ ସେ ନିୟମରେ ପରିବର୍ତ୍ତନ କରି ସମୟକୁ ଦୁଇ ମାସ କାହିଁକି କରିଲେ? ❌❌❌❌❌❌❌❌ 👉 ଯଦି ଗ୍ୟାସ ଅଭାବ ନାହିଁ ଲୋକ କାହିଁକି ଗ୍ୟାସ ଏଜେନ୍ସୀରେ ଲମ୍ବା ଲାଇନ୍ ଲଗାଇଛନ୍ତି? ❌❌❌❌❌❌ 👉 ପ୍ରଧାନମନ୍ତ୍ରୀଙ୍କ ଜ୍ଞାନକୌଶଳ କାହିଁକି ଉପଯୋଗ କରାଯାଉ ନାହିଁ? ଆମ ଦେଶରେ ତ ନାଳ ନର୍ଦ୍ଦମା ଅଭାବ ନାହିଁ?😬😬😬😬 ❌❌❌❌❌❌1
- ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।1
- ଯୁଦ୍ଧ ପାଇଁ ବିଜେଡ଼ିର ଇସ୍ତାର ପାର୍ଟି ବନ୍ଦ | ଦୁଃଖ ପ୍ରକାଶ କଲେ ନବୀନ ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- Post by Aritkumar Mohapatra4
- Post by Dipak Kumar Nayak1