ସିଦ୍ଧ ମହାବୀର ମନ୍ଦିରରେ ୪ ଲକ୍ଷରୁ ଅଧିକ ବିଜୁଳି ବିଲ୍ ବକେୟା! ଆପ୍ର ଗୁରୁତର ଅଭିଯୋଗ ପୁରୀ: ସିଦ୍ଧ ମହାବୀର ମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ଓ ଅର୍ଥ ଅନିୟମିତତା ନେଇ ଆମ୍ ଆଦ୍ମୀ ପାର୍ଟି (ଆପ୍) ଗୁରୁତର ଅଭିଯୋଗ ଆଣିଛି। ମନ୍ଦିରର ୪,୦୬,୬୬୪ ଟଙ୍କାର ବିଜୁଳି ବିଲ୍ ବକେୟା ରହିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନିଆଯାଇଥିବାରୁ ଦଳ ତୀବ୍ର ପ୍ରତିକ୍ରିୟା ଜଣାଇଛି। ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି କହିଛନ୍ତି, ମନ୍ଦିରର ବାର୍ଷିକ ଆୟ ପ୍ରାୟ ୨୦ ଲକ୍ଷ ଟଙ୍କା ଥିବା ସତ୍ତ୍ୱେ ବିଜୁଳି ବିଲ୍ କିପରି ବକେୟା ରହିଲା ତାହା ଆଶ୍ଚର୍ୟର ବିଷୟ। ପ୍ରତିଦିନ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିବା ସହ ରସିଦ ମାଧ୍ୟମରେ ଆୟ ହେଉଛି, ତେବେ ବିଲ୍ ଅଦାୟ ହେବାର କାରଣ କ’ଣ? ଆପ୍ ପକ୍ଷରୁ କହାଯାଇଛି ଯେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଜେନା ୨୩ ବର୍ଷ ଧରି ଏକେ ସ୍ଥାନରେ ରହୁଛନ୍ତି। ଏତେ ଦୀର୍ଘ ସମୟ ଧରି ଏକ ଅଧିକାରୀ ରହିବା ଫଳରେ ମନମୁଖୀ କାର୍ଯ୍ୟ ଓ ଦୁର୍ନୀତିର ସମ୍ଭାବନା ରହିଥାଏ ବୋଲି ମହାନ୍ତି ଅଭିଯୋଗ କରିଛନ୍ତି। ଏହା ସହ ଦଳ ଅଭିଯୋଗ କରିଛି ଯେ ୩ ବର୍ଷ ଧରି ବିଜୁଳି ବିଲ୍ ଆସୁନଥିବା ଘଟଣା ଗୁରୁତର ପ୍ରଶ୍ନ ଉଠାଉଛି। ବିଜୁଳି ସଂଯୋଗ ଦାସ ପରିବାର ନାମରେ ଥିବା ସତ୍ତ୍ୱେ, ଏତେ ବଡ଼ ରାଶି ବକେୟା ହେବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ କାହିଁକି ନିଆଯାଇନି? ଦେବୋତ୍ତର ବିଭାଗ ଓ ଟିପିସିଓଡିଏଲ ଉପରେ ପ୍ରଶ୍ନଚିହ୍ନ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ଥିବାରୁ ଅଡିଟ୍ ରିପୋର୍ଟ ସାର୍ବଜନୀନ କରିବାକୁ ଆପ୍ ଦାବି କରିଛି। ଏହି ମାମଲାରେ ଟିପିସିଓଡିଏଲ ଅଧିକାରୀଙ୍କ ଭୂମିକା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ବିଜୁଳି ବିଭାଗର ଅଧିକାରୀ ସ୍ମୃତି ସ୍ୱାଇଁଙ୍କ ଅପାରଗତା ନେଇ ମଧ୍ୟ ଇସ୍ତଫା ଦାବି ହୋଇଛି। ଆପ୍ର ମୁଖ୍ୟ ଦାବି ଜିଲ୍ଲାପାଳ ମନ୍ଦିର ସମ୍ପତ୍ତି ସୁରକ୍ଷିତ କି ନାହିଁ ସ୍ପଷ୍ଟ କରନ୍ତୁ। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ। ବିଜୁଳି ବିଭାଗ ଅଧିକାରୀଙ୍କ ଅପାରଗତା ନେଇ ପଦକ୍ଷେପ ନିଆଯାଉ। ଯେଉଁମାନେ ଏହି ଅନିୟମିତତାରେ ସାମିଲ, ସେମାନଙ୍କୁ ଚିହ୍ନଟ କରି ଦଣ୍ଡିତ କରାଯାଉ। ଆପ୍ ସଚେତନ କରିଛି ଯେ ଯଦି ଏହି ମାମଲାରେ ଶୀଘ୍ର ସ୍ପଷ୍ଟତା ନ ଆସେ, ତେବେ ରାଜଧାନୀରେ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ। ଆଜିର ପ୍ରେସ ସମ୍ମେଳନରେ ସଞ୍ଜୀବ କୁମାର ମହାନ୍ତି ସହ ବୁଲୁ ଦାସ, ଅନିଲ କୁମାର ଜେନା ଓ ଲକ୍ଷ୍ମଣ ବେହେରା ଉପସ୍ଥିତ ଥିଲେ।
ସିଦ୍ଧ ମହାବୀର ମନ୍ଦିରରେ ୪ ଲକ୍ଷରୁ ଅଧିକ ବିଜୁଳି ବିଲ୍ ବକେୟା! ଆପ୍ର ଗୁରୁତର ଅଭିଯୋଗ ପୁରୀ: ସିଦ୍ଧ ମହାବୀର ମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ଓ ଅର୍ଥ ଅନିୟମିତତା ନେଇ ଆମ୍ ଆଦ୍ମୀ ପାର୍ଟି (ଆପ୍) ଗୁରୁତର ଅଭିଯୋଗ ଆଣିଛି। ମନ୍ଦିରର ୪,୦୬,୬୬୪ ଟଙ୍କାର ବିଜୁଳି ବିଲ୍ ବକେୟା ରହିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନିଆଯାଇଥିବାରୁ ଦଳ ତୀବ୍ର ପ୍ରତିକ୍ରିୟା ଜଣାଇଛି। ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି କହିଛନ୍ତି, ମନ୍ଦିରର ବାର୍ଷିକ ଆୟ ପ୍ରାୟ ୨୦ ଲକ୍ଷ ଟଙ୍କା ଥିବା ସତ୍ତ୍ୱେ ବିଜୁଳି ବିଲ୍ କିପରି ବକେୟା
ରହିଲା ତାହା ଆଶ୍ଚର୍ୟର ବିଷୟ। ପ୍ରତିଦିନ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିବା ସହ ରସିଦ ମାଧ୍ୟମରେ ଆୟ ହେଉଛି, ତେବେ ବିଲ୍ ଅଦାୟ ହେବାର କାରଣ କ’ଣ? ଆପ୍ ପକ୍ଷରୁ କହାଯାଇଛି ଯେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଜେନା ୨୩ ବର୍ଷ ଧରି ଏକେ ସ୍ଥାନରେ ରହୁଛନ୍ତି। ଏତେ ଦୀର୍ଘ ସମୟ ଧରି ଏକ ଅଧିକାରୀ ରହିବା ଫଳରେ ମନମୁଖୀ କାର୍ଯ୍ୟ ଓ ଦୁର୍ନୀତିର ସମ୍ଭାବନା ରହିଥାଏ ବୋଲି ମହାନ୍ତି ଅଭିଯୋଗ କରିଛନ୍ତି। ଏହା ସହ ଦଳ ଅଭିଯୋଗ କରିଛି ଯେ ୩ ବର୍ଷ ଧରି ବିଜୁଳି
ବିଲ୍ ଆସୁନଥିବା ଘଟଣା ଗୁରୁତର ପ୍ରଶ୍ନ ଉଠାଉଛି। ବିଜୁଳି ସଂଯୋଗ ଦାସ ପରିବାର ନାମରେ ଥିବା ସତ୍ତ୍ୱେ, ଏତେ ବଡ଼ ରାଶି ବକେୟା ହେବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ କାହିଁକି ନିଆଯାଇନି? ଦେବୋତ୍ତର ବିଭାଗ ଓ ଟିପିସିଓଡିଏଲ ଉପରେ ପ୍ରଶ୍ନଚିହ୍ନ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ଥିବାରୁ ଅଡିଟ୍ ରିପୋର୍ଟ ସାର୍ବଜନୀନ କରିବାକୁ ଆପ୍ ଦାବି କରିଛି। ଏହି ମାମଲାରେ ଟିପିସିଓଡିଏଲ ଅଧିକାରୀଙ୍କ ଭୂମିକା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ବିଜୁଳି ବିଭାଗର ଅଧିକାରୀ ସ୍ମୃତି ସ୍ୱାଇଁଙ୍କ ଅପାରଗତା ନେଇ ମଧ୍ୟ ଇସ୍ତଫା ଦାବି ହୋଇଛି। ଆପ୍ର ମୁଖ୍ୟ
ଦାବି ଜିଲ୍ଲାପାଳ ମନ୍ଦିର ସମ୍ପତ୍ତି ସୁରକ୍ଷିତ କି ନାହିଁ ସ୍ପଷ୍ଟ କରନ୍ତୁ। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ। ବିଜୁଳି ବିଭାଗ ଅଧିକାରୀଙ୍କ ଅପାରଗତା ନେଇ ପଦକ୍ଷେପ ନିଆଯାଉ। ଯେଉଁମାନେ ଏହି ଅନିୟମିତତାରେ ସାମିଲ, ସେମାନଙ୍କୁ ଚିହ୍ନଟ କରି ଦଣ୍ଡିତ କରାଯାଉ। ଆପ୍ ସଚେତନ କରିଛି ଯେ ଯଦି ଏହି ମାମଲାରେ ଶୀଘ୍ର ସ୍ପଷ୍ଟତା ନ ଆସେ, ତେବେ ରାଜଧାନୀରେ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ। ଆଜିର ପ୍ରେସ ସମ୍ମେଳନରେ ସଞ୍ଜୀବ କୁମାର ମହାନ୍ତି ସହ ବୁଲୁ ଦାସ, ଅନିଲ କୁମାର ଜେନା ଓ ଲକ୍ଷ୍ମଣ ବେହେରା ଉପସ୍ଥିତ ଥିଲେ।
- Post by Manoj kumar baliyarsingh4
- Jay Jagannath 🙏1
- Post by Chitaranjan mohanty1
- ଜଟଣୀ ମେଟ୍ରୋ କିଙ୍ଗ ପ୍ରକଳ୍ପ ରେ ଚାଷୀଙ୍କ ହଂଗାମା, ମେଟ୍ରୋ କିଙ୍ଗ ନାଁରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଚାଷ ଜମିକୁ ବେଆଇନ ଜବରଦଖାଳ କରିବା ସହିତ ସେହି ଜମିରେ ଘର ନିର୍ମାଣ କରିବା, ଚାଷ ଜମିକୁ ପାଣି ଓ ରାସ୍ତା ବନ୍ଦ କରିବା ଭଳି ଅଭିଯୋଗ ଆଣିଛନ୍ତି ଚାଷୀ। ଅଦାଲତରେ ଜମିଜମାକୁ ନେଇ ମାମଲା ଚାଲିଥିଲେ ସୁଦ୍ଧା ଅଦାଲତ ର ନିର୍ଦେଶ ନାମକୁ ଖାତିର କରୁନି ମେଟ୍ରୋ କିଙ୍ଗ। ଘଟଣା ସ୍ଥଳରେ ଉତେଜନା କୁ ନଜର ରେ ରଖି ଜଟଣୀ ପୋଲିସ ମୁତୟନ। ପୋଲିସ ଙ୍କ ବୁଝା ସୁଝା ସତେ ଚାଷୀଙ୍କ ଆନ୍ଦୋଳନ ଜାରି।5
- ଭୁବନେଶ୍ୱର ଠାରେ ଇଣ୍ଡିଆନ ଅଏଲ ପକ୍ଷରୁ ତେଲ ଓ ଗ୍ୟାସ ବଞ୍ଚାଅ ଦେଶର GDP ବଢିବ ବୋଲି ସଚେତନ କଲେ।1
- ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।1
- Post by Thabira Majhi1
- Post by Manoj kumar baliyarsingh1