Shuru
Apke Nagar Ki App…
ପାଚିକା ସହାୟିକାଙ୍କ ବି ଇ ଓ ଙ୍କୁ ଦାବୀପତ୍ର ପ୍ରଦାନ l ଆସିକା:(୧୨/୩/୨୬)(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ପାଚିକା ଓ ସହାୟିକା ଙ୍କ ତରଫରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଆସନ୍ତା ୧୬ ତାରିଖରେ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାର ପାଚିକା ଓ ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ପ୍ରଦାନ କରିବା, ସର୍ବନିମ୍ନ ମଜୁରୀ ବୃଦ୍ଧି,ପ୍ରତି ମାସରେ ଦରମା ପ୍ରଦାନ ଭଳି ଦାବିକୁ ସରକାର କାର୍ଯ୍ୟକାରୀ କରିବାରେ ଟାଳୁଟୁଳୁ ନୀତି ଅବଲମ୍ବନ କରୁଥିବାରୁ ଆସନ୍ତା 16 ତାରିଖ ଦିନ ବିଧାନ ସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ଏକ ଦାବିପତ୍ର ବ୍ଲକ ପ୍ରତିନିଧି ମାନଙ୍କ ତରଫରୁ ବି ଇ ଓ ରମେଶ ଚନ୍ଦ୍ର ସାହୁ ଙ୍କୁ ପ୍ରଦାନ କରାଯାଇଛି । ଏଣୁ ବ୍ଲକର ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ରୋଷେଇ ରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl

More news from ଓଡ଼ିଶା and nearby areas
- Post by Ansubhai Pandey1
- Post by Ganjam Khabar1
- ଥରୁଟିଏ ଶୁଣନ୍ତୁ ସିଜିମାଳୀ ର ପୁରାଣ #spnewstvliveodia #shorts #latestnews #sijimali1
- ତା. 15/04/2026 ରିଖ ଇଣ୍ଡୋ-ନରୱ୍ବେ ଟିମ ର ପ୍ରତିନିଧି ମାନେ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି।ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଚିତ୍ରା ଅରୁମୁଗମ ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଇଣ୍ଡୋ-ନରୱ୍ବେ ସହଯୋଗିତା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କୁ ଟିମର ପ୍ରତିନିଧି ମାନେ ଅନୁଧ୍ୟାନ କରିବା ସହ ଦାୟିତ୍ୱ ରେ ଥିବା ଅଧିକାରୀ କର୍ମଚାରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପ୍ରଥମେ ନୂଆନଈ ବାଲୁଖଣ୍ଡ ଠାରେ ସି ମାଉଥ ସ୍ଥାନରେ ପହଞ୍ଚି ମୃତ୍ତିକା କ୍ଷୟ ରୋକିବା ଓ ଜଳର ତାପମାତ୍ରା ନିୟନ୍ତ୍ରଣ କରିବା ପ୍ରକଳ୍ପ ଯାହାକି ଏକ କେଶ ଷ୍ଟଡି କୁ ନିରୀକ୍ଷଣ କରିବା ପରେ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ।ପରେ ଚନ୍ଦ୍ରଭାଗା ଏଫଏଲସି ବା ମତ୍ସ୍ୟ ଅବତରଣ କେନ୍ଦ୍ର କୁ ଅନୁଧ୍ୟାନ କରିବା ସହ ଚିଙ୍ଗୁଡ଼ି ଜାଆଁଳ ହାଚେରୀ ସମ୍ପର୍କରେ ପଚାରି ବୁଝିଥିଲେ।ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ନରୱ୍ବେ ପ୍ରତିନିଧି ମଣ୍ଡଳ,ବିଜ୍ଞାନ ଓ ବୈଷୟିକ ଅତିରିକ୍ତ ସଚିବ ପୂଜା ମିଶ୍ର,ଉପ ନିର୍ଦ୍ଦେଶକ ଡଃ ଏଚ କେ ଦାସ, ଏସିଏଫ ଅଶୋକ କୁମାର ବେହେରା, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସେଠ୍ , ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର।1
- ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ । ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର କରି ବସବାସ କରୁଥିଲେ । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ ୦୮/୦୯/୨୦୨୫ ରେ O.P.L.E କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି ନଂ ୨୩୯୧୭/୨୫ ରେ ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬ ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।1
- Post by Sujit Tripathy1
- ହିନ୍ଦୋଳ ର ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସମସ୍ତ ଛତ୍ରଛାତ୍ରୀ ମାନଙ୍କୁ ଏହାର ବ୍ୟବହାର ଦ୍ୱାରା ଉପଯୋଗ ଉପରେ ଅଭିଜ୍ଞ ଅଗ୍ନିକ ମାନଙ୍କ ଦ୍ୱାରା ତାଲିମ୍ ପ୍ରଦାନ ଏବଂ କର୍ମଶାଳା ଅନୁଷ୍ଠିତ.1
- ଉଦଯାପିତ ହେଲା ଦୁଲଣା ମହୋତ୍ସବ #spnewstvliveodia #breakingnews #bankinews1